ବନ୍ୟା ଯୋଗୁଁ  ରାଜ୍ୟରେ ଘଟିଥିବା ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଆଜି କେରଳ ଗସ୍ତ କରିଛନ୍ତି । ଏକ ସମୀକ୍ଷା ବୈଠକ ପରେ ସେ ରାଜ୍ୟର ବର୍ଷା ଓ ବନ୍ୟା ପ୍ରଭାବିତ କେତେକ ଅଂଚଳର ସ୍ଥିତି ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ । ଆକାଶ ମାର୍ଗରେ ସର୍ଭେକ୍ଷଣ କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ସେଠାକାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ (ସ୍ୱାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ କେଜେ ଆଲଫୋନ୍ସ ଏବଂ ଅନ୍ୟ ପଦାଧିକାରୀମାନେ ଥିଲେ ।

ବନ୍ୟା ଯୋଗୁ ଘଟିଥିବା ଧନଜୀବନ କ୍ଷତିକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ଏବଂ ଶୋକ ପ୍ରକାଶ କରିଥିଲେ ।

କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ବନ୍ୟା ପରିସ୍ଥିତି ସମ୍ବନ୍ଧରେ ବିସ୍ତୃତ ସମୀକ୍ଷା କରିଥିଲେ ।

ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ 500 କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ହେଉଛି 12.08.2018ରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା 100କୋଟି ଟଙ୍କା ବାଦ୍ ଅତିରିକ୍ତ ସହାୟତା । ସେ ମଧ୍ୟ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ ଯେ ଅନୁରୋଧ ମୁତାବକ ଖାଦ୍ୟଶସ୍ୟ ଏବଂ ଔଷଧ ସହିତ ରିଲିଫ ସହାୟତା ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ବ୍ୟକ୍ତିଙ୍କୁ  50,000 ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ।

ସ୍ୱତନ୍ତ୍ର ଶିବିର ଆୟୋଜନ କରି ପ୍ରଭାବିତ ପରିବାରମାନଙ୍କୁ ତୁରନ୍ତ ଚିହ୍ନଟ କରିବା ଏବଂ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନା ଅଧିନରେ ସଠିକ ସମୟରେ ସହାୟତା ରାଶି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫସଲ ବୀମା ଯୋଜନା ଅଧିନରେ କୃଷକମାନଙ୍କ ଦାବିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

ବନ୍ୟା ଦ୍ୱାରା କ୍ଷୟକ୍ଷତି ହୋଇଥିବା ଜାତୀୟ ରାଜପଥକୁ ଅଗ୍ରାଧିକାର ଭିତ୍ତିରେ ଶୀଘ୍ର ମରାମତି କରିବା ପାଇଁ ପ୍ରଧାନମନ୍ତ୍ରୀ ଭାରତୀୟ ଜାତୀୟ ରାଜପଥ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ ଲାଇନ ମରାମତି କରିବା ପାଇଁ ରାଜ୍ୟ ସରକାରଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବା ପାଇଁ ଏନଟିପିସି ଏବଂ ପିଜିସିଆଇଏଲ ଭଳି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ସଂସ୍ଥାମାନଙ୍କୁ  ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ପିଏମଏୱାଇ-(ଗ୍ରାମୀଣ)ର ସ୍ଥାୟୀ ଅପେକ୍ଷିତ ତାଲିକାରେ ଥିବା ଗ୍ରାମବାସୀ ଯେଉଁମାନଙ୍କର କି କଚ୍ଚା ଘର ଭୟଙ୍କର ବର୍ଷା ଓ ବନ୍ୟାରେ ଭାଙ୍ଗିଯାଇଛି ସେମାନଙ୍କୁ ଜରୁରୀକାଳିନ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯିବ ।

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଅଧୀନରେ 2018-19 ଶ୍ରମ ବଜେଟରେ 5.5 କୋଟି ଶ୍ରମ ଦିବସକୁ ମଂଜୁରି ପ୍ରଦାନ କରାଯାଇଛି । ରାଜ୍ୟର ଆବଶ୍ୟକତା ଦୃଷ୍ଟିରୁ ଆହୁରି ଅଧିକ ଶ୍ରମ ଦିବସ ଅନ୍ତର୍ଭୁକ୍ତ କରାଯିବା ନେଇ ବିଚାର କରାଯିବ ।

ସମନ୍ୱିତ ଉଦ୍ୟାନ ବିକାଶ ମିଶନ ଅନ୍ତର୍ଗତ କୃଷକମାନଙ୍କୁ ସେମାନଙ୍କର ନଷ୍ଟ ହୋଇଯାଇଥିବା ଉଦ୍ୟାନ କୃଷିର ପୁନରୁଦ୍ଧାର ପାଇଁ ସହାୟତା ପ୍ରଦାନ କରାଯିବ ।

କେରଳର ବର୍ଷା ଓ ବନ୍ୟା ପରିସ୍ଥିତିକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟମିତ ଭାବେ ଅହରହ ଅନୁଧ୍ୟାନ କରଯାଉଛି । ଏଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯାଉଛି । ବନ୍ୟା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ନିୟମିତ ଭାବେ ସମ୍ପର୍କରେ ରହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ପର୍ଯ୍ୟଟନ (ସ୍ୱାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ କେଜେ ଆଲଫୋନ୍ସ ଏବଂ ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରଣ ରିଜିଜୁ 21.07.2018 ଦିନ ବନ୍ୟା ଦ୍ୱାରା ପ୍ରଭାବିତ ଆଲାପ୍ପୁଝା ଏବଂ କୋଟ୍ଟାୟମ ଜିଲ୍ଲା ଗସ୍ତ କରି ବନ୍ୟା ପରିସ୍ଥିତି ଓ ରିଲିଫ ବ୍ୟବସ୍ଥାର ସମୀକ୍ଷା କରିବା ସହ ପ୍ରଭାବିତ ଜନସାଧାରଣଙ୍କୁ ଭେଟିଥିଲେ ।

ଅଗଷ୍ଟ 12 ତାରିଖରେ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ କେଜେ ଆଲଫୋନ୍ସ ଏବଂ କେତେଜଣ ବରିଷ୍ଠ ପଦାଧିକାରୀମାନଙ୍କ ସହ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂ କେରଳର ବନ୍ୟା ତଥା ଭୂସ୍କଳନ ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ସର୍ଭେକ୍ଷଣ କରିବା ସହ କେରଳର ମୁଖ୍ୟମନ୍ତ୍ରୀ,ଅନ୍ୟ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହ ଉଦ୍ଧାର, ସନ୍ଧାନ ଓ ସହାୟତା କାର୍ଯ୍ୟର ସମୀକ୍ଷା କରିଥିଲେ ।

ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ଅନୁଧ୍ୟାନ କାଳରେ ଏନଡିଆରଏଫରୁ ଅଗ୍ରୀମ 100 କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ।

ରାଜ୍ୟସରକାରଙ୍କ ଦ୍ୱାରା 21.07.2018ରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ଅନୁଯାୟୀ ଏକ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ ପ୍ରଭାବିତ ଅଂଚଳ ଗସ୍ତ କରି ଅଗଷ୍ଟ 7-12 ମଧ୍ୟରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି ।

ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର 57ଟି ଟିମରେ 1300 କର୍ମଚାରୀ ଏବଂ 435ଟି ବୋଟକୁ ମୁତୟନ କରାଯାଇଛି । ବିଏସଏଫ, ସିଆଇଏସଏଫ ଏବଂ ଆରଏଫର 5ଟି କମ୍ପାନୀକୁ ରାଜ୍ୟରେ ଉଦ୍ଧାର ଏବଂ ସହାୟତା କାର୍ଯ୍ୟ ପାଇଁ ମୁତୟନ କରାଯାଇଛି ।

ରାଜ୍ୟକୁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ସେନା, ବାୟୁସେନା, ନୌସେନା ଏବଂ ତଟରକ୍ଷୀ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି । ଉଦ୍ଧାର ତଥା ରିଲିଫ କାର୍ଯ୍ୟରେ ମୋଟ 38ଟି ହେଲିକପ୍ଟରକୁ ମୁତୟନ କରାଯାଇଛି । ଏଥିସହିତ ବିଭିନ୍ନ ସାମଗ୍ରୀର ପରିବହନ ପାଇଁ 20ଟି ବାୟୁଯାନର ବ୍ୟବହାର କରାଯାଉଛି । ସେନା 10 କଲମ ଏବଂ 10ଟି ଇଞ୍ଜିନିୟରିଂ ଟାସ୍କ ଫୋର୍ସ ଦଳକୁ ମୁତୟନ କରିଛି ଏବଂ ଏଥିରେ ପାଖାପାଖି 790 ଜଣ ତାଲିମପ୍ରାପ୍ତ କର୍ମଚାରୀ ସାମିଲ ଅଛନ୍ତି । ନୌସେନା 82ଟି ଦଳ ମୁତୟନ କରିଛି । କୋଷ୍ଟଗାର୍ଡ଼ର 42ଟି ଦଳ କାମ କରିବା ସହିତ 2ଟି ହେଲିକପ୍ଟର ଏବଂ 2ଟି ଜାହାଜ ସାମିଲ ଅଛନ୍ତି ।

ଅଗଷ୍ଟ 9 ତାରିଖରୁ ଏନଡିଆରଏଫ, ସେନା ଏବଂ ନୌସେନା ମିଳିତ ଭାବେ 6714 ଜଣ ବ୍ୟକ୍ତିଙ୍କୁ ଉଦ୍ଧାର ତଥା ରକ୍ଷା କରିବା ସହିତ 891 ଜଣ ବ୍ୟକ୍ତିଙ୍କୁ ମେଡିକାଲ ସହାୟତା ପ୍ରଦାନ କରିଛନ୍ତି ।

ଏପରି ଭୟଙ୍କର ଦୁର୍ବିପାକଜନିତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ବନ୍ୟାଜଳ ଘେରରେ ଥିବା ଜନସାଧାରଣଙ୍କୁ ଉଦ୍ଧାର କରିବାକୁ ସବୁଠାରୁ ଅଧିକ ଗୁରୁତ୍ୱ ପ୍ରଦାନ କରିବା ଆବଶ୍ୟକ ବୋଲି ସେ ଅନୁଧ୍ୟାନ ବେଳେ ଜାଣିପାରିଛନ୍ତି । ରାଜ୍ୟ ସରକାରଙ୍କୁ ତାଙ୍କର ସମସ୍ତ ଉଦ୍ୟମରେ କେନ୍ଦ୍ର ସରକାର ସମର୍ଥନ ପ୍ରଦାନ କରିବା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ଆଶ୍ୱାସନା ଦେଇଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tricolour to be hoisted for first time since 1947 in 92 Bastar villages on Independence Day

Media Coverage

Tricolour to be hoisted for first time since 1947 in 92 Bastar villages on Independence Day
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."