ଶକ୍ତି ସୁରକ୍ଷାକୁ ପ୍ରୋତ୍ସାହନ

Published By : Admin | February 10, 2019 | 13:00 IST

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଗସ୍ତ  କରି ତିନୋଟି ପ୍ରମୁଖ ପ୍ରକଳ୍ପର ଲୋକାର୍ପଣ କରିଥିଲେ ।

ଏହି ଅବସରରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ରାଜ୍ୟପାଳ ଶ୍ରୀ ଇ. ଏସ. ଏଲ ନରସିଂହନ ଏବଂ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ମଧ୍ୟ ଉପସ୍ଥିତ ଥିଲେ ।

ଦେଶର ଇନ୍ଧନ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଷ୍ଟ୍ରାଟେଜିକପେଟ୍ରୋଲିୟମ ରିଜର୍ଭ ଲିମିଟେଡ (ଆଇଏସପିଆରଏଲ)ର 1.33ଏମଏମଟି ବିଶାଖାପାଟଣାଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ (ଏସପିଆର) ସୁବିଧାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ପ୍ରକଳ୍ପର ବ୍ୟୟ 1125 କୋଟି ଟଙ୍କା । ଏହା ଦେଶର ସବୁଠୁ ବଡ଼ ଭୂତଳ ଭଣ୍ଡାରଣ ସୁବିଧା ।

ସେ କୃଷ୍ଣାପଟ୍ଟନମରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ଉପକୂଳ ସ୍ଥାପନା ପ୍ରକଳ୍ପ ପ୍ରତିଷ୍ଠା ଲାଗି ଆଧାରଶିଳା ରଖିଥିଲେ । 100 ଏକରରେ ପରିବ୍ୟାପ୍ତ ଏହି ପ୍ରକଳ୍ପର ଆନୁମାନିକ ବ୍ୟୟ 580 କୋଟି ଟଙ୍କା । ଏହି ପ୍ରକଳ୍ପ ନଭେମ୍ବର 2020 ସୁଦ୍ଧା କାର୍ଯ୍ୟକ୍ଷମ ହେବ । ସମ୍ପୂର୍ଣ୍ଣ ଭାବେ ସ୍ୱୟଂଚାଳିତ ଏବଂ ଅତ୍ୟାଧୁନିକ ଏହି ଉପକୂଳ ସ୍ଥାପନା ପ୍ରକଳ୍ପ ଦ୍ୱାରା ଆନ୍ଧ୍ରପ୍ରଦେଶ ଲାଗି ପେଟ୍ରୋଲିୟମ ଉତ୍ପାଦର ସୁରକ୍ଷା ସୁନିଶ୍ଚିତ ହେବ ।

ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଉପରେ ପ୍ରମୁଖତା ସହିତ ଗୁରୁତ୍ୱାରୋପ କରାଯାଇ, ପ୍ରଧାନମନ୍ତ୍ରୀ ଓଏନଜିସିର ଏସ-1 ବଶିଷ୍ଠ ନାମକ ବିକାଶ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିଥିଲେ, ଯାହା ଆନ୍ଧ୍ର ପ୍ରଦେଶରେ କୃଷ୍ଣା ଗୋଦାବରୀ (କେଜି) ଉପକୂଳ ଦୂରବର୍ତ୍ତୀ ବେସିନରେ ରହିଛି । ପ୍ରକଳ୍ପର ବ୍ୟୟ ପାଖାପାଖି 5700 କୋଟି ଟଙ୍କା । ଏହି ପ୍ରକଳ୍ପ 2020 ସୁଦ୍ଧା ତୈଳ ଆମଦାନୀକୁ 10% କମ କରିବା ଲାଗି ପ୍ରଧାନମନ୍ତ୍ରୀ ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Exports may hit $1 Tn in FY27 on new trade deals, tariff cuts

Media Coverage

Exports may hit $1 Tn in FY27 on new trade deals, tariff cuts
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 10, 2026
February 10, 2026

Stable Banks, Soaring Growth, Sectoral Wins: Celebrating India's Unstoppable Rise in 2026 Under PM Modi