Maha-Shivratri symbolizes a union of divinity with a purpose, of overcoming darkness and injustice: PM Modi
Yoga is ancient, yet modern; it is constant, yet evolving: PM Narendra Modi
By practicing Yoga, a spirit of oneness is created – oneness of the mind, body and the intellect: PM
Our mind should always be open to new thoughts and ideas from all sides: PM Narendra Modi
The progress of humanity is incomplete without the empowerment of women: Shri Modi
The burden of stress takes a heavy toll and one of the sharpest weapons to overcome stress is Yoga: Shri Modi
Yoga is a passport to health assurance. More than being a cure to ailments, it is a means to wellness: PM Modi
Yoga makes the individual a better person in thought, action, knowledge and devotion: Prime Minister
Yoga has the potential to herald in a new Yuga of peace, compassion, brotherhood and all-round progress of the human race: PM

ସମସ୍ତଙ୍କୁ ମୋର ସପ୍ରେମ ଅଭିନନ୍ଦନ, 

ଏହି ଭବ୍ୟ ସମାବେଶରେ, ଏଠାରେ ଉପସ୍ଥିତ ରହିବା ମୋର ପରମ ସୌଭାଗ୍ୟ ।

ତାହା ମଧ୍ୟ ମହା-ଶିବରାତ୍ରିର, ଶୁଭ ଅବସରେ ।

ଅନେକ ଉତ୍ସବ ରହିଛି, କିନ୍ତୁ ଗୋଟିଏ ପୂର୍ବରୁ ‘ମହା’ଯୋଡି ହୋଇ ରହିଛି ।

ବାସ୍ତବରେ, ଅନେକ ଦେବ ଅଛନ୍ତି, କିନ୍ତୁ ଜଣେ ମହା-ଦେବ ।

ଏମିତି କେତେ ମନ୍ତ୍ର ଅଛି, କିନ୍ତୁ ଯେଉଁ ମନ୍ତ୍ର ଭଗବାନ ଶିବଙ୍କ ସହିତ ସୂଚିତ ହୋଇ ରହିଛି, ମହା-ମୃତ୍ୟୁଞ୍ଜୟ ମନ୍ତ୍ର ବୋଲି କୁହାଯାଉଛି । 

ଏହା ହେଉଛି ଭଗବାନ ଶିବଙ୍କ ମହିମା ।

ମହା-ଶିବରାତ୍ରି ଏକ ଉଦ୍ଦେଶ୍ୟ ସହିତ ଦେବତ୍ୱର ମିଳନର ପ୍ରତୀକ, ଅନ୍ଧକାର ଓ ଅନ୍ୟାୟ ଉପରେ ବିଜୟର ପ୍ରତୀକ ।

ଏହା ଆମକୁ ସାହସୀ ଓ ଭଲ କାମ ପାଇଁ ଲଢିବା ନିମନ୍ତେ ପ୍ରେରଣା ଯୋଗାଏ ।

ମହା-ଶିବରାତ୍ରି ଋତୁ ପରିବର୍ତ୍ତନ, ଶୀତରୁ ସତେଜ ବସନ୍ତ ଓ ଉଜ୍ଜ୍ୱଳତାର ସୂଚନା ଦିଏ ।

ମହା-ଶିବରାତ୍ରି ସମାରୋହ ସାରା ରାତି ପାଳନ କରାଯାଇଥାଏ । ଆମ ପ୍ରକୃତିର ସୁରକ୍ଷା, ଆମର ଜୈବିକ ପରିବେଶ ସହିତ ଆମ ଗତିବିଧିର ସମନ୍ୱୟ ରଖିବାର ଭାବନାକୁ ଅନୁପ୍ରାଣିତ କରିବାର ପ୍ରତୀକ ।

ମୋ ନିଜ (ଗୃହ) ରାଜ୍ୟ, ଗୁଜୁରାଟ ସୋମନାଥଙ୍କ ଭୂମି ବା(ବିଜେ ସ୍ଥଳୀ) । ଲୋକଙ୍କ ଆଗ୍ରହ ଏବଂ ସେବା କରିବାର ଇଚ୍ଛା ମୋତେ କାଶୀ, ବିଶ୍ୱନାଥଙ୍କ ବିଜେ ସ୍ଥଳୀ ବା (ଭୂମି)କୁ ନେଇଗଲା ।

ସୋମନାଥରୁ ବିଶ୍ୱନାଥ, କେଦାରନାଥରୁ ରାମେଶ୍ୱରମ୍ ଏବଂ କାଶୀରୁ କୋଏମ୍ବାଟୁର ଯେଉଁଠାରେ ଆମେ ଏକତ୍ରିତ ହୋଇଛୁ । ଭଗବାନ ଶିବ ସବୁଠାରେ ଅଛନ୍ତି

ଏହି ବିଶାଳ ଦେଶର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଭାରତୀୟଙ୍କ ଭଳି, ମୁଁ ମଧ୍ୟ ମହା-ଶିବରାତ୍ରି ସମାରୋହର ଏକ ଅଂଶ ହୋଇ ପାରିଥିବାରୁ ଖୁସି ଅନୁଭବ କରୁଛି ।

ଆଉ ଆମେ କେବଳ ସମୁଦ୍ରରେ କେତେକ ବୁନ୍ଦା ଭଳି ।

ଶତାବ୍ଦୀ ଶତାବ୍ଦୀ ଧରି, ଏଠାରେ ପ୍ରତ୍ୟେକ ବର୍ଷ ଓ ବୟସ ଆଧାରରେ ଅଗଣିତ ଭକ୍ତ ରହି ଆସିଛନ୍ତି ।

ସେମାନେ ବିଭିନ୍ନ ସ୍ଥାନରୁ ଆସିଛନ୍ତି ।

ସେମାନଙ୍କର ଭାଷା ଅଲଗା ଅଲଗା ହୋଇପାରେ କିନ୍ତୁ ପରମାତ୍ମାଙ୍କ ପାଇଁ ସେମାନଙ୍କର ଲାଳସା ହେଉଛି ଗୋଟିଏ ।

ଏହି ଲାଳସା ପ୍ରତ୍ୟେକ ମଣିଷଙ୍କ ହୃଦୟରେ ଜନ୍ମ ନେଇଥାଏ । ସେମାନଙ୍କର କବିତା, ସେମାନଙ୍କର ସଙ୍ଗୀତ, ସେମାନଙ୍କର ପ୍ରେମରେ ପୃଥିବୀ ଓଦା ହୋଇଯାଏ ।

112 ଫୁଟ ଉଚ୍ଚ ଆଦିଯୋଗୀ ଏବଂ ଯୋଗେଶ୍ୱର ଲିଙ୍ଗ ପାଖରେ ଛିଡା ହେଇ, ଆମେ ଅନୁଭବ କରୁଛୁ କି ଏହି ବିଶାଳ ଅନ୍ତରୀକ୍ଷରେ ପ୍ରତ୍ୟେକଙ୍କ ସାମ୍ନାରେ ଅଛୁ ।

ଆଗାମୀ ଦିନମାନଙ୍କରେ, ଯେଉଁ ସ୍ଥାନରେ ଆମେ ଏକତ୍ରିତ ହୋଇଛୁ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ, ଆତ୍ମଉତ୍ସର୍ଗ ଓ ସତ୍ୟ ଅନୁସନ୍ଧାନର ସ୍ଥାନ ପାଲଟିବ ।

ଏହି ସ୍ଥାନ ସମସ୍ତଙ୍କୁ ଶିବମୟ ହେବା ପାଇଁ ପ୍ରେରଣା ଦେଇ ଚାଲିବ । ଏହା ଆମକୁ ଭଗବାନ ଶିବଙ୍କ ସମନ୍ୱୟ ଭାବକୁ ସ୍ମରଣ କରାଉଥିବ ।

ଆଜି, ଯୋଗ ବହୁ ପଥ ଅତିକ୍ରମ କରି ଆସିଛି ।

 

ଏହାର ଅନେକ ପରିଭାଷା, ପ୍ରକାର ଭେଦ, ଯୋଗ ସ୍କୁଲ ଓ ଅଭ୍ୟାସର ବିଭିନ୍ନ କୌଶଳ ମଧ୍ୟ ଦେଇ ଗତି କରି ଚାଲିଛି ।  

ଏହା ଯୋଗର ସୁନ୍ଦରତା – ଏହା ପ୍ରାଚୀନ, ଏବେ ମଧ୍ୟ ଆଧୁନିକ ଯୁଗରେ, ନିରନ୍ତର ଏବଂ ଏ ପର୍ଯ୍ୟନ୍ତ ବିକଶିତ ହୋଇ ଚାଲିଛି । 

ଯୋଗର ସାର ତତ୍ତ୍ଵ ବଦଳି ନାହିଁ ।

ଆଉ ମୁଁ ଏହା କହୁଛି କାରଣ ଏଇ ସାର ତତ୍ତ୍ଵକୁ ସଂରକ୍ଷିତ କରି ରଖିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।

ଅନ୍ୟଥା, ଆମକୁ ଆତ୍ମା ଓ ଯୋଗର ସାର ତତ୍ତ୍ଵକୁ ପୁନଃ ଆବିଷ୍କାର କରିବା ପାଇଁ ଏକ ନୂଆ ଯୋଗ ଆବିଷ୍କାର କରିବାକୁ ପଡିବ ।

ଜୀବକୁ ଶିବରେ ପରିବର୍ତ୍ତନ କରିବା ପାଇଁ, ଯୋଗ ଏକ ଉତପ୍ରେରକ ମାଧ୍ୟମ

ଆମର ଏଠି କୁହାଯାଇଛି – ଯତ୍ର ଜୀବଃ ତତ୍ର ଶିବଃ

ଜୀବରୁ ଶିବ ପର୍ଯ୍ୟନ୍ତ ଯାତ୍ରା, ଏହା ହିଁ ତ ହେଉଛି ଯୋଗ ।

ଯୋଗାଭ୍ୟାସ ଦ୍ୱାରା ଏକତା ଭାବ ଜାଗ୍ରତ ହୋଇଥାଏ- ମନ, ଶରୀର ଓ ବୁଦ୍ଧିର ଏକତା ।

ଆମ ପରିବାର ସହିତ ଏକତା, ଆମେ ଯେଉଁ ସମାଜରେ ରହୁଛେ ତା ସହିତ, ସମସ୍ତ ମାନବ ସମାଜ ସହିତ, ସମସ୍ତ ପକ୍ଷୀମାନଙ୍କ ସହିତ, ପଶୁ ଏବଂ ବୃକ୍ଷ ଯେଉଁମାନଙ୍କ ସହିତ ଆମେ ଆମର ସୁନ୍ଦର ଗ୍ରହକୁ  ସହଭାଗୀ କରିଥାଉ…ଏହା ହେଉଛି ଯୋଗ ।

ଯୋଗ ହେଉଛି, ଯୋଗ ଏକ ଯାତ୍ରା ‘ମୁଁ’ ରୁ ‘ଆମେ’ ପର୍ଯ୍ୟନ୍ତ ।

ଏହି ଯାତ୍ରା ହେଉଛି ବ୍ୟକ୍ତିର ମସ୍ତିଷ୍କ ପର୍ଯ୍ୟନ୍ତ । ‘ମୁଁ’ ରୁ ‘ଆମେ’ ପର୍ଯ୍ୟନ୍ତ, ଏହି ଅନୁଭୂତି, ‘ଅହମ୍’ ରୁ ‘ବୟମ୍’ ପର୍ଯ୍ୟନ୍ତ ଏହି ଭାବର ବିସ୍ତାର, ଏହା ହିଁ ତ ହେଉଛି ଯୋଗ ।

ଭାରତ ହେଉଛି ଅଦ୍ୱିତୀୟ ବିବିଧତାର ଦେଶ । ଭାରତର ବିବିଧତାକୁ ଦେଖି ହେବ, ଶୁଣି ହେବ, ଅନୁଭବ କରି ହେବ, ସ୍ପର୍ଶ କରି ହେବ ଏବଂ ଏହାର ସ୍ୱାଦ ଅନୁଭବ କରି ହେବ ।

ଏହି ବିବିଧତା ଭାରତର ସବୁଠୁ ବଡ଼ ଶକ୍ତି ଓ ଏହା ଭାରତକୁ ଏକାଠି କରି ରଖିଛି ।

ଭଗବାନ ଶିବ ଏବଂ ତାଙ୍କ ପ୍ରତିମା, ମନ ଭିତରକୁ ଆସିଥାଏ ଯାହା ଶକ୍ତିଶାଳୀ ହିମାଳୟର କୈଳାସ ପର୍ବତ ଉପରେ ତାଙ୍କ ରାଜସ୍ୱୟ ଉପସ୍ଥିତି କଥା ଭାବନ୍ତୁ । ମାତା ପାର୍ବତୀଙ୍କ କଥା ଭାବନ୍ତୁ ଏବଂ ସୁନ୍ଦର କନ୍ୟାକୁମାରୀ କଥା ମନେ ପକାନ୍ତୁ, ଯାହାକୁ ବିଶାଳ ମହାସାଗର ଘେରି ରହିଛି । ଶିବ-ପାର୍ବତୀଙ୍କ ମିଳନ ହିମାଳୟ ସହିତ ମହାସାଗର ମିଳନ ।

ଶିବ ଓ ପାର୍ବତୀ… ଏହା ସ୍ୱୟଂ ହେଉଛନ୍ତି ଏକତାର ସନ୍ଦେ

ଆଉ ଦେଖନ୍ତୁ ଏହି ଏକତାର ସନ୍ଦେଶ ଆଗକୁ କିପରି ପ୍ରକଟ ହେଉଛି ।

ଭଗବାନ ଶିବଙ୍କ ଗଳାରେ, ଗୋଟିଏ ସାପ ଅଛି । ଭଗବାନ ଗଣେଶଙ୍କ ବାହନ ହେଉଛି ଗୋଟିଏ ମୂଷା । ଆମେ ଭଲ ଭାବେ ସାପ ଓ ମୂଷା ମଧ୍ୟରେ ଥିବା ବୈରୀ ଭାବ ସହିତ ପରିଚିତ, ତଥାପି ସେମାନେ ଏକାଠି ରହୁଛନ୍ତି ।

ଠିକ୍ ସେହିପରି, କାର୍ତ୍ତିକେୟଙ୍କ ବାହନ ମୟୂର । ମୟୂର ଓ ସାପ ମଧ୍ୟରେ ଘୋର ଶତୃତା ରହିଛି । ତଥାପି ସେମାନେ ଏକାଠି ରହୁଛନ୍ତି ।

ଭଗବାନ ଶିବଙ୍କ ପରିବାର ବିବିଧତାରେ ପରିପୁର୍ଣ୍ଣ, କିନ୍ତୁ ଏ ପର୍ଯ୍ୟନ୍ତ ସଦ୍ଭାବ ଓ ଏକତାର ଭାବନାରେ ଜୀବନ୍ତ ଅଟନ୍ତି ।

ବିବିଧତା ଆମ ପାଇଁ ବିବାଦ ଓ ସଂଘର୍ଷର କାରଣ ନୁହେଁ । ଆମେ ଏହାକୁ ସ୍ୱୀକାର କରୁଛେ ଏବଂ ସଂପୂର୍ଣ୍ଣ ହୃଦୟର ସହିତ ଧାରଣ କରିଛୁ ।

ଯେଉଁଠାରେ କୌଣସି ଦେବତା ଅବା ଦେବୀ ଅଛନ୍ତି, ସେଠାରେ ଗୋଟିଏ ପଶୁ, ପକ୍ଷୀ କିମ୍ବା ଏକ ଗଛ ତାଙ୍କ ସହିତ ଯୋଡି ହୋଇ ରହିଛନ୍ତି, ଏହା ହେଉଛି ଆମ ସଂସ୍କୃତିର ବିଶେଷତ୍ୱ

ସେହି ପଶୁ, ପକ୍ଷୀ କିମ୍ବା ଗଛ ମଧ୍ୟ ଦେବତା ଅବା ଦେବୀଙ୍କ ଭାବନା ସହିତ ପୂଜା ପାଇଥାନ୍ତି । ଏଠାରେ ପ୍ରକୃତି ପାଇଁ ଶ୍ରଦ୍ଧା ଭାବ ଉତ୍ପନ୍ନ କରିବାରେ ଆଉ କିଛି ଭଲ ସାଧନ ହୋଇ ନ ପାରେ । ପ୍ରକୃତି ଭଗବାନଙ୍କ ଭଳି, ଏମିତି ଦୃଢ ଧାରଣା ଆମ ପୂର୍ବଜଙ୍କ ଦ୍ୱାରା ପ୍ରତିଷ୍ଠିତ ତାହା ସେମାନଙ୍କ ଦୂରଦୃଷ୍ଟିକୁ ଦର୍ଶାଉଛି ।

ଆମ ଶାସ୍ତ୍ରରେ କୁହାଯାଇଛି: ଏକମ, ବିପ୍ରାହାଃ ବହୁଧା ବଦନ୍ତି

ସତ୍ୟ ଏକ, ଓ ସାଧୁମାନେ ତାକୁ ଅଲଗା ଅଲଗା ବ୍ୟାଖ୍ୟାନ କରନ୍ତି ।

ଆମେ ଆମ ପିଲାଦିନରୁ ଏହି ଗୁଣ ସହିତ ରହି ଆସୁଛୁ, ଆଉ ଏଥିପାଇଁ, କରୁଣା, ଦୟା, ଭ୍ରାତୃଭାବ ଏବଂ ସଦ୍ଭାବ ସ୍ୱଭାବିକ ରୂପରେ ଆମ ଜୀବନର ଏକ ଅଂଶ ।

ଆମେ ଦେଖିଛୁ କି ଆମ ପୂର୍ବ ପୁରୁଷମାନେ ଏହି ମୂଲ୍ୟବୋଧକୁ ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ରଖିଛନ୍ତି ।

ଏହିସବୁ ଗୁଣ ଆମ ଭାରତୀୟ ସଭ୍ୟତାକୁ ଶତାବ୍ଦୀ ଶତାବ୍ଦୀ ଧରି ଜୀବନ୍ତ କରି ରଖିଛି ।

ଆମ ମନ ସବୁବେଳେ ସବୁ ପକ୍ଷର ନୂତନ ଭାବନା ଓ ଚିନ୍ତାଧାରାକୁ ସ୍ୱାଗତ କରିବା ପାଇଁ ଉନ୍ମୁକ୍ତ ରହିବା ଆବଶ୍ୟକ । ଦୁର୍ଭାଗ୍ୟବଶତଃ, ଏଠାରେ ଗୋଟିଏର ଚୟନ, ସେହି କ୍ରମରେ ନିଜ ଅଜ୍ଞାନତାକୁ ଲୁଚାଇବା ପାଇଁ ହୋଇଥାଏ । କିଛି କଠୋର ଦୃଷ୍ଟିଭଙ୍ଗିରେ ନୂତନ ଚିନ୍ତାଧାରା ଓ ଅଭିଜ୍ଞତାକୁ ସ୍ୱାଗତ କରିବା ପାଇଁ ସମ୍ଭାବନାକୁ ନଷ୍ଟ କରି ଦେଇଥାଏ ।

କୌଣସି ଚିନ୍ତାଧାରାକୁ ପୁରୁଣା କହି ରଦ୍ଦ କରିଦେବା ହାନୀକାରକ ହୋଇପାରେ । ଏହାକୁ ବିଶ୍ଳେଷଣ କରିବା ଦରକାର, ବୁଝିବା ଆବଶ୍ୟକ ଏବଂ ନୂତନ ପିଢୀ ପାଖରେ ଏଭଳି ଭାବରେ ରଖିବାର ପ୍ରୟାସ କରିବା ଦରକାର କି ସେମାନେ ଏହାକୁ ଭଲ ଭାବରେ ବୁଝିପାରିବେ ।

ମାନବତାର ପ୍ରଗତି ମହିଳା ସଶକ୍ତି କରଣ ବିନା ଅସମ୍ପୂର୍ଣ୍ଣ । ଏହା ପ୍ରସଙ୍ଗ ନୁହେଁ ଯେ ମହିଳାମାନଙ୍କର ବିକାଶ କିନ୍ତୁ ଏହା ହେଉଛି ମହିଳାଙ୍କ ନେତୃତ୍ୱର ବିକାଶ ।

ଆମ ସଂସ୍କୃତିରେ ମହିଳାଙ୍କ ଭୂମିକାକୁ କେନ୍ଦ୍ରରେ ରଖାଯାଏ, ଏହି ତଥ୍ୟ ପାଇଁ ମୁଁ ଗର୍ବ କରେ ।

ଆମ ସଂସ୍କୃତିରେ ଅନେକ ଦେବୀଙ୍କୁ ପୂଜା କରାଯାଏ ।

ଭାରତ ଅନେକ ମହିଳା ସନ୍ଥଙ୍କ ଜନ୍ମସ୍ଥାନ, ଉତ୍ତର ହେଉ ଅବା ଦକ୍ଷିଣ, ପୂର୍ବ କି ପଶ୍ଚିମ ସାମାଜିକ ସଂସ୍କାର ପାଇଁ ସେମାନେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

ସେମାନେ ଦୁର୍ବଳ ଭାଗ୍ୟରେଖାକୁ ଅତିକ୍ରମ କରି, ବାଧାବିଘ୍ନକୁ ଦୂର କରି ନବ ପ୍ରବର୍ତ୍ତକ ପାଲଟି ଯାଇଥିଲେ ।

ଆପଣମାନେ ଜାଣିବାକୁ ଆଗ୍ରହୀ ହେବେ ଯେ, ଆମେ ଭାରତରେ କହୁ – ନାରୀ ତୁ ନାରାୟଣୀ, ନାରୀ ତୁ ନାରାୟଣୀ – ନାରୀ ପରମାତ୍ମାଙ୍କ ଏକ ଅଭିବ୍ୟକ୍ତି ।

କିନ୍ତୁ ପୁରୁଷଙ୍କ ପାଇଁ କ’ଣ କୁହାଯାଏ, ପୁରୁଷମାନଙ୍କ ପାଇଁ ଆମେ କହୁ – ନର ତୁ କରନି କରେ ତୋ ନାରାୟଣ ହୋ ଯାଏ, ଯଦି ପୁରୁଷ ଭଲକାମ କରନ୍ତି ତ, ସେ ଦେବତ୍ୱ ପ୍ରାପ୍ତ ହୋଇଥାନ୍ତି ।

ଆପଣ ସେଇ ପାର୍ଥକ୍ୟ ଦେଖି ପରୁଛନ୍ତି, ନାରୀର ଦିବ୍ୟ ସ୍ଥିତି, ବିନା ସର୍ତ୍ତରେ, ନାରୀ ବିନା ସର୍ତ୍ତରେ-ନାରୀ ତୁ ନାରାୟଣୀ, କିନ୍ତୁ ପୁରୁଷମାନଙ୍କ ପାଇଁ ଏଥିରେ ସର୍ତ୍ତ ରହିଛି । ଭଲକାମ କରିବା ପରେ ସେ ଏହାକୁ ଅର୍ଜନ କରି ପାରିବେ ।

ସେହି କାରଣ ପାଇଁ ବୋଧହୁଏ ସଦଗୁରୁ ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି, ଗୋଟିଏ ବିଶ୍ୱ ପାଇଁ ମାଆ ହେବା ନିମନ୍ତେ ଶପଥ ନେବାକୁ ପଡିଥାଏ । ମାଆ ହେଉଛି ସିଏ ଯାହାକୁ ବିନା ସର୍ତ୍ତରେ ସାମିଲ କରାଯାଇପାରେ ।

ଏକ ବିଂଶ ଶତାବ୍ଦୀରେ ବଦଳୁଥିବା ଜୀବନ ଶୈଳୀ ସେମାନଙ୍କ ନିଜ ପାଇଁ ଆହ୍ୱାନ ନିର୍ଦ୍ଧାରିତ କରିଛି ।

ଜୀବନ ଶୈଳୀ ସମ୍ବନ୍ଧିତ ରୋଗ, ମାନସିକ ଚାପ ସମ୍ବନ୍ଧିତ ବେମାରୀ ଅଧିକରୁ ଅଧିକ ସାଧାରଣ ହୋଇଯାଇଛି । ସଂକ୍ରାମକ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ କିନ୍ତୁ ଅ-ସଂକ୍ରାମକ ରୋଗ ପାଇଁ କ’ଣ କରାଯାଇ ପାରେ?

ଏହା ମତେ ଅଧିକ ଦୁଃଖ ଦେଉଛି, ଯାହାକୁ ମୁଁ କେବେ ଭାଷାରେ ବର୍ଣ୍ଣନା କରି ପାରିବି ନାହିଁ । ମୁଁ ଯେତେବେଳେ ପଢେ, ନିଜ ଭିତରେ ଶାନ୍ତି ପାଉ ନ ଥିବା ମଣିଷ ମାଦକ ଦ୍ରବ୍ୟ ସେବନ କରେ ଏବଂ ମଦ୍ୟପାନ କରେ ।

ଆଜି, ସାରା ଦୁନିଆ ଶାନ୍ତି ଚାହୁଁଛି, କେବଳ ଯୁଦ୍ଧ ଓ ସଂଘର୍ଷରୁ ନୁହେଁ ବରଂ ମନ ଓ ମସ୍ତିଷ୍କରେ ଶାନ୍ତି ଚାହେଁ ।

ମାନସିକ ଚାପର ବୋଝ ତାକୁ ଅତ୍ୟଧିକ ବ୍ୟତିବ୍ୟସ୍ତ କରି ଦିଏ ଏବଂ ଏଥିରୁ ମୁକ୍ତି ପାଇବାର ତୀକ୍ଷ୍ଣ ଅସ୍ତ୍ର ହେଉଛି ଯୋଗ ।

ଏହାର ପର୍ଯ୍ୟ।ପ୍ତ ପ୍ରମାଣ ରହିଛି ଯେ, ଯୋଗାଭ୍ୟାସ-ମାନସିକ ଚାପ ଏବଂ ଦୀର୍ଘ ଦିନରୁ ଥିବା ସ୍ଥିତିରୁ ମୁକୁଳିବାରେ ସାହାଯ୍ୟ କରିଥାଏ । ଯଦି ଶରୀର ମନର ଏକ ମନ୍ଦିର, ଯୋଗ ତାହାକୁ ଏକ ସୁନ୍ଦର ମନ୍ଦିରରେ ପରିଣତ କରିଦିଏ ।

ଏଥି ପାଇଁ ମୁଁ ଯୋଗକୁ ସ୍ୱାସ୍ଥ୍ୟ ଆଶ୍ଵାସନାର ଏକ ପାସପୋର୍ଟ ବୋଲି କହେ । ବେମାରୀ ପାଇଁ ଚିକିତ୍ସା କରାଯାଇ ପାରିବ, ସେହି ଅନୁସାରେ ଏହା ଅଧିକ ଏବଂ କଲ୍ୟାଣ ପାଇଁ ଏକ ସାଧନ ।

ଯୋଗ ରୋଗ ମୁକ୍ତି (ରୋଗରୁ ମୁକ୍ତି) ରୂପରେ ତା’ଠାରୁ ଭଲ ଭାବରେ ଭୋଗ ମୁକ୍ତି (ସାଂସାରିକ ଲାଳସାରୁ ମୁକ୍ତି) ପାଇଁ ଅଟେ ।

ଯୋଗ ବ୍ୟକ୍ତିକୁ ବିଚାର, କାର୍ଯ୍ୟ, ଜ୍ଞାନ ଏବଂ ଭକ୍ତି ଆଧାରରେ ଏକ ଭଲ ମଣିଷ ଭାବେ ଗଢି ତୋଳିଥାଏ ।

ଏହା କେବଳ ଏକ ଅଭ୍ୟାସ ଯାହା ଶରୀରକୁ ଫିଟ୍ ରଖିବା ପାଇଁ ବ୍ୟାୟାମ, ସେଭଳି ଭାବରେ ଯୋଗକୁ ଦେଖିବା ବହୁତ ଅନୁଚିତ ହେବ ।

ଆପଣମାନେ ଦେଖିବେ, ବହୁତ ଲୋକ ଶରୀରକୁ ବଙ୍କା କରିବା ଓ ଫେସନ ପାଇଁ ମୋଡିବା ଭଳି ଅନେକ କସରତ କରି ପାରିବେ କିନ୍ତୁ ସେମାନେ ସମସ୍ତେ ଯୋଗୀ ନୁହନ୍ତି ।

ଯୋଗ ଶାରିରୀକ ବ୍ୟାୟାମ ଠାରୁ ବହୁ ଦୂରରେ ।

ଯୋଗ ମାଧ୍ୟମରେ, ଆମେ ଏକ ନୂଆ ଯୁଗ ସୃଷ୍ଟି କରିପାରିବା ଏକତା ଓ ସଦ୍ଭାବନାର ଯୁଗ

ମିଳିତ ଜାତିସଂଘରେ ଯେତେବେଳେ ଭାରତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସଂପର୍କରେ ପ୍ରସ୍ତାବ ରଖିଲା ତ ସମସ୍ତେ ଏହାକୁ ଖୋଲା ହାତ ରେ ବାହୁ ଉପରକୁ ଉଠାଇ ସ୍ୱାଗତ କରିଥିଲେ ।

ସରା ଦୁନିଆ 21 ଜୁନ୍ 2015 ଏବଂ 2016 ଦୁଇ ଯୋଗ ଦିବସକୁ ବହୁତ ଆନ୍ତରିକତାର ସହ ପାଳନ କରିଛି

କୋରିଆ ହେଉ ଅବା କାନାଡା, ସ୍ୱିଡେନ ହେଉ ଅବା ଦକ୍ଷିଣ ଆଫ୍ରିକା ପୃଥିବୀର ପ୍ରତ୍ୟେକ ଭାଗରେ ସ୍ୱର୍ଯ୍ୟଙ୍କ କିରଣ ଯୋଗୀଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା, ଯୋଗ ଅଭ୍ୟାସ କରୁଥିବା ବେଳେ ।

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଏତେ ଦେଶ ଏକାଠି ହେବା, ଯୋଗ – ଏକାଠି ହେବାର ସାର ତତ୍ତ୍ଵକୁ ଦେଖାଇ ଦେଇଥିଲା ।

ଯୋଗର ସେହି କ୍ଷମତା ରହିଛି ଯାହା ଏକ ନୂଆ ଯୁଗ ସୃଷ୍ଟି କରି ପାରିବ ଯେଉଁଥିରେ ଶାନ୍ତି, କରୁଣା, ଭ୍ରାତୃଭାବ ଏବଂ ମାନବ ଜାତିର ସର୍ବାଙ୍ଗୀନ ପ୍ରଗତି ଓ ସମ୍ଭାବନାର ସୂତ୍ରପାତ ହୋଇ ପାରିବ

ଏକ ବାସ୍ତବ ତଥା ଉଲ୍ଲେଖନୀୟ କଥା ଯେ, ସଦଗୁରୁ ସାଧାରଣ, ଯେକୌଣସି ଲୋକଙ୍କୁ ଯୋଗୀ କରି ଦିଅନ୍ତି । ଯେଉଁ ଲୋକ ନିଜ ପରିବାରରେ ରହିବା ସହିତ ଓ ଦୁନିଆରେ କାମ କରିଥାଏ । କିନ୍ତୁ ଯିଏ ନିଜ ଭିତରେ ଶିଖରରେ ରହିଥାଏ – ନିତିଦିନ ଆଧାରରେ ତୀବ୍ର ଓ ଆଶ୍ଚର୍ଯ୍ୟଜନକ ଅଭିଜ୍ଞତା ହାସଲ କରିଥାଏ । ଯେକୌଣସି ସ୍ଥାନରେ, ଯେକୌଣସି ପରିସ୍ଥିତିରେ ଯାହାକୁ ରଖି ଦେଲେ ସେ ଜଣେ ଯୋଗୀ ହୋଇ ପାରେ ।

ମୁଁ ଏଠାରେ ଏତେ ଅନେକ ଉଜ୍ଜ୍ୱଳ ଓ ଖୁସି ଚେହେରା ଥିବା ଲୋକଙ୍କୁ ଦେଖି ପାରୁଛି । ଅତ୍ୟନ୍ତ ସ୍ନେହ ଓ ଆଦରର ସହିତ ଲୋକ ଏଠାରେ କାମ କରୁଛନ୍ତି, ସବୁ ଛୋଟ ଛୋଟ କାମକୁ ଟିକିନିଖି ଧ୍ୟାନ ଦେଉଛନ୍ତି । ଏକ ବୃହତ କାର୍ଯ୍ୟ ପାଇଁ ପୁରା ଶକ୍ତି ଓ ଉତ୍ସାହ ସହିତ ଲୋକେ ନିଜକୁ ନିୟୋଜିତ କରିଥିବା ମୁଁ ଦେଖୁଛି ।

 ଆଦିଯୋଗୀ-ଯୋଗକୁ ଅନେକ ଯୁଗ ପାଇଁ ନେବା ନିମନ୍ତେ ପ୍ରେରଣା ଯୋଗାଇବେ । ଆମ ପାଇଁ ଏହା ସବୁ ଆଣିଥିବାରୁ ସଦଗୁରୁଙ୍କ ପ୍ରତି ମୁଁ କୃତଜ୍ଞତା ଜଣାଉଛି ।

 ଆପଣମାନଙ୍କୁ ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ।

ପ୍ରଣାମ, ୱାଣକମ୍

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"