ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, 19 ଜାନୁଆରୀ 2019ରେ ସୁରଟସ୍ଥିତ ହାଜୀରା ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ହଜୀରରେ ଏଲଏଣ୍ଡଟି ଆର୍ମଡ ସିଷ୍ଟମ କମ୍ପ୍ଲେକ୍ସ ପରିଦର୍ଶନ କରିବେ ଏବଂ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଲାଗି ଫଳକ ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀ ନବସାରରେ ନିରାଲୀ କ୍ୟାନସର ହସପିଟାଲର ଶିଳାନ୍ୟାସ କରିବେ । ଅତ୍ୟାଧୁନିକ ନିରାଲୀ କ୍ୟାନସର ହସପିଟାଲ ନବସାରୀର ପ୍ରଥମ ସମନ୍ୱିତ କ୍ୟାନସର ହସପିଟାଲ ହେବ । ଏହି ହସପିଟାଲ ଦ୍ୱାରା ଦକ୍ଷିଣ ଗୁଜରାଟ ଏବଂ ପଡ଼ୋଶୀ ରାଜ୍ୟର କ୍ୟାନସର ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରିବ ।

ପ୍ରଧାନମନ୍ତ୍ରୀ ବର୍ତ୍ତମାନ ତିନି ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଆସନ୍ତାକାଲି ତାଙ୍କ ଗସ୍ତର ଅନ୍ତିମ ଦିନ ।

ନିଜ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀନଗରରେ ଭାଏବ୍ରାଣ୍ଟ ଗୁଜରାଟ ବ୍ୟବସାୟ ଶୋର ଉଦଘାଟନ କରିଥିଲେ । ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଇନଷ୍ଟିଟ୍ୟୁଟ ଅଫ ମେଡ଼ିକାଲ ସାଇନ୍ସେସ ଏଣ୍ଡ ରିସର୍ଚ୍ଚ, ଅହମ୍ମଦାବାଦ ଏବଂ ଅହମ୍ମଦାବାଦ ଶପିଂ ଫେଷ୍ଟିଭାଲର ମଧ୍ୟ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ଆଜି ନବମ ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ, 2019ର ମଧ୍ୟ ଉଦଘାଟନ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win