PM Modi to visit Gujarat, lay foundation stone for several development projects
PM Modi to launch Pradhan Mantri Gramin Digital Saksharta Abhiyan aimed at imparting digital literacy to citizens in rural areas
PM Modi to visit Vadnagar, address public meeting, launch the Intensified Mission Indradhanush
PM to lay foundation stone for Bhadbhut Barrage to be built over Narmada River, flag off Antyodaya Express between Udhna and Jaynagar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 7 ଏବଂ 8 ଅକ୍ଟୋବର, 2017ରେ ଗୁଜରାଟ ଗସ୍ତରେ ଯିବେ ।

7 ଅକ୍ଟୋବର, ସକାଳେ ପ୍ରଧାନମନ୍ତ୍ରୀ ଦ୍ୱାରକାଧୀଶ ମନ୍ଦିରକୁ ଦର୍ଶନ ପାଇଁ ଯିବେ । ଦ୍ୱାରକାରେ ସେ ଓଖା ଏବଂ ଭେଟ୍ ଦ୍ୱାରକା ସେତୁ ଏବଂ ଅନ୍ୟ ସଡ଼କ ବିକାଶ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ଏହାପରେ ସେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ।

ଦ୍ୱାରକାରୁ ପ୍ରଧାନମନ୍ତ୍ରୀ ସୁରେନ୍ଦ୍ରନଗର ଜିଲ୍ଲାର ଛୋଟିଲା ଗସ୍ତରେ ଯିବେ । ସେଠାରେ ସେ ରାଜକୋଟ ଗ୍ରୀନଫଲ୍ଡ ବିମାନବନ୍ଦର, ଅହମ୍ମଦାବାଦ-ରାଜାକୋଟ ରାଜ୍ୟ ରାଜପଥକୁ 6-ଲେନ କରିବା ଏବଂ ରାଜକୋଟ-ମୋରବି ରାଜ୍ୟ ରାଜପଥର 4-ଲେନ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବେ । ସେ ମଧ୍ୟ ସୁରେନ୍ଦ୍ରନଗରର ରତନପୁର ଏବଂ ଜୋରାବରନଗରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ଏବଂ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ କେନ୍ଦ୍ରର ଉଦ୍ଘାଟନ କରିବେ । ଏହି ଅବସରରେ ସେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ।

ଏହାପରେ ପ୍ରଧାନମନ୍ତ୍ରୀ ଗାନ୍ଧୀ ନଗର ଅଭିମୁଖେ ଯାତ୍ରା କରିବେ । ସେ ଗାନ୍ଧୀନଗର ଆଇଆଇଟିର ନବନିର୍ମିତ କୋଠ ଉଦ୍ଘାଟନ କରିବା ସହିତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ୍ ସାକ୍ଷରତା ଅଭିଯାନର ଶୁଭାରମ୍ଭ କରିବେ । ଗ୍ରାମାଂଚଳର ନାଗରିକଙ୍କ ମଧ୍ୟରେ ଡିଜିଟାଲ୍ ସାକ୍ଷରତା ବୃଦ୍ଧି PMGDISAର ଉଦ୍ଦେଶ୍ୟ । ଏହା ସୂଚନା, ଜ୍ଞାନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ହାସଲ କରାଇପାରିବ । ଏହା ଜୀବିକାର ପନ୍ଥା ସୃଷ୍ଟି କରିବ ଏବଂ ଡିଜିଟାଲ୍ ପେମେଂଟ ଜରିଆରେ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସଫଳ କରାଇବ । ସେଠାରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ ମଧ୍ୟ ଉଦ୍ବୋଧନ ଦେବେ ।

8 ତାରିଖ ସକାଳେ ପ୍ରଧାନମନ୍ତ୍ରୀ ଭଦନଗରଠାରେ ପହଂଚିବେ । ପ୍ରଧାନମନ୍ତ୍ରୀ ହେବା ପରେ ଭଦନଗରକୁ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ସେ ହଟକେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଯିବେ । ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ ମିଶନ ଇନ୍ଦ୍ରଧନୁଷ ପରିବର୍ଦ୍ଧିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହାଦ୍ୱାରା ସହରାଂଚଳ ଏବଂ କମ୍ ଟିକାକରଣ ହୋଇଥିବା ଅନ୍ୟ ଅଂଚଳ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇପାରିବ । ଆଇଏମଟେକୋ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଇ-ଟାବଲେଟ ବଂଟନ କରିବେ । ଆଇଏମଟେକୋ ଏକ ସୃଜନାତ୍ମକ ମୋବାଇଲ୍ ଫୋନ୍ ଆପ୍ଲିକେସନ୍ ଯାହା ମାଧ୍ୟମରେ ଆଶାକର୍ମୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରାଯାଇପାରିବ । ମାତୃତ୍ୱ, ନବଜାତ ଏବଂ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ଆଦି କ୍ଷେତ୍ରରେ ଉତ୍ତମ ତଦାରଖ, ସହାୟତା ଏବଂ ପ୍ରୋତ୍ସାହନରେ ସୁଧାର ଆସିପାରିବ । ‘ଟେକୋ’ ଶବ୍ଦର ଗୁଜରାଟୀରେ ଅର୍ଥ ହେଉଛି “ସହାୟତା” । ତେଣୁ “ଆଇଏମଟେକୋ”ର ଅର୍ଥ “ମୋର ସମର୍ଥନ” । ପ୍ରଧାନମନ୍ତ୍ରୀ ଏଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ।

ଏହି ଦିନ ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଭାରୁଚ୍ ରେ ପହଂଚିବେ । ସେଠାରେ ସେ ଭାଦଭୁଟ୍ ନଦୀବନ୍ଧ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ଗୁଜରାଟ ସୁରତର ଉଧାନା ଠାରୁ ବିହାର ଜୟନଗର ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ଅନ୍ତ୍ୟୋଦୟ ଏକ୍ସପ୍ରେସ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଗୁଜରାଟ ନର୍ମଦା ସାର ନିଗମର ବିଭିନ୍ନ ପ୍ଲାଂଟ ଉଦଘାଟନ ଏବଂ ଶିଳାନ୍ୟାସ ପାଇଁ ଏକାଧିକ ଫଳକ ଉନ୍ମୋଚନ କରିବେ । ସେ ଜନସଭାରେ ମଧ୍ୟ ଉଦ୍ବୋଧନ ଦେବେ ।

8 ଅକ୍ଟୋବର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Electronics Exports Cross Rs 4 Lakh Crore, Begins PCB Exports To China: Vaishnaw

Media Coverage

India’s Electronics Exports Cross Rs 4 Lakh Crore, Begins PCB Exports To China: Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of self-respect, courage and steadfastness
August 18, 2026

The Prime Minister, Shri Narendra Modi has shared a Sanskrit Subhashitam highlighting the importance of living with self-respect, courage and dignity. He emphasised that true valour and strength lie in remaining steadfast in one’s principles and values, without compromising them under any circumstances.

The Prime Minister shared a Sanskrit Subhashitam-

“उद्यच्छेदेव न नमेदुद्यमो ह्येव पौरुषम्।
अप्यपर्वणि भज्येत न नमत्वेव कस्यचित्॥”

The Subhashitam conveys that a person should always live with self-respect, courage and dignity. True valor and strength lie in never compromising one's principles and values under any circumstances, but remaining steadfast in one's ideals with truth, patience and self-pride.

The Prime Minister wrote on X;

“उद्यच्छेदेव न नमेदुद्यमो ह्येव पौरुषम्।

अप्यपर्वणि भज्येत न नमत्वेव कस्यचित्॥”