ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଫେବୃଆରୀ 11, 2019 ତାରିଖରେ ଉତ୍ତରପ୍ରଦେଶର ବୃନ୍ଦାବନ ଗସ୍ତ କରିବେ ।

ବୃନ୍ଦାବନ ଚନ୍ଦ୍ରୋଦୟ ମନ୍ଦିରରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ଦ୍ୱାରା ଆୟୋଜନ କରାଯାଉଥିବା 3ଶହ କୋଟିତମ ଭୋଜନ(Meal) ପ୍ରଦାନ ସକାଶେ ଏକ ଫଳକ ଉନ୍ମୋଚନ କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ବିଦ୍ୟାଳୟମାନଙ୍କର ଅବହେଳିତ ପିଲାମାନଙ୍କୁ 3ଶହ କୋଟିତମ ଭୋଜନ ପ୍ରଦାନ କରିବେ । ପରେ ଏହି ଅବସରରେ ସେ ଏକ ସମ୍ମିଳନୀକୁ ସମ୍ବୋଧିତ କରିବେ ।

ଶ୍ରୀ ମୋଦୀ ମଧ୍ୟ ଇସ୍କନର ଆଚାର୍ଯ୍ୟ ଶ୍ରୀଳ ପ୍ରଭୁପାଦଙ୍କ ବିଗ୍ରହରେ ପୁଷ୍ପାଞ୍ଜଳି ଅର୍ପଣ କରିବେ ।

ପ୍ରତିଷ୍ଠାନ ଦ୍ୱାରା 3ଶହ କୋଟିତମ ମିଲ ପ୍ରଦାନକୁ ସ୍ମରଣୀୟ କରିବା ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ଭିତ୍ତିଭୂମି:

ଅକ୍ଷୟ ପାତ୍ର ମଧ୍ୟାହ୍ନ ଭୋଜନ ଯୋଜନାର ଏକ ପରିଚାଳନାକାରୀ ଭାଗୀଦାର ଭାବେ କାର୍ଯ୍ୟ କରେ ।

ଏହାର 19 ବର୍ଷର ଯାତ୍ରା ମଧ୍ୟରେ ଅକ୍ଷୟ ପାତ୍ର ପ୍ରତିଷ୍ଠାନ 12ଟି ରାଜ୍ୟର 14,702 ବିଦ୍ୟାଳୟର 16.6 ଲକ୍ଷ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଛି । 2016ରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଉପସ୍ଥିତିରେ ଅକ୍ଷୟ ପାତ୍ର 2ଶହ କୋଟି ମିଲ ପ୍ରଦାନ କରାଯିବା ନେଇ ଏକ ସ୍ମାରକୀ କାର୍ଯ୍ୟକ୍ରମ ପାଳନ କରିଥିଲା ।

ଲକ୍ଷ ଲକ୍ଷ ପିଲାମାନଙ୍କୁ ଗୁଣାତ୍ମକ, ସ୍ୱାସ୍ଥ୍ୟକର ତଥା ପୃଷ୍ଟିକର ଖାଦ୍ୟ ପ୍ରଦାନ କରିବା ନେଇ ଏହି ପ୍ରତିଷ୍ଠାନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ଏମଏଚଆରଡି) ଏବଂ ରାଜ୍ୟ ସରକାରମାନଙ୍କ ସହ ମିଶି କାର୍ଯ୍ୟ କରିଥାଏ ।

ମଧ୍ୟାହ୍ନ ଭୋଜନ ଯୋଜନାକୁ ବିଶ୍ୱରେ ଏପରି ଧରଣର ଏକ ବୃହତ୍ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରାଯାଇଥାଏ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ବିଦ୍ୟାଳୟମାନଙ୍କରେ ନାମଲେଖା, ଉପସ୍ଥିତି ତଥା ପାଠ ପଢ଼ା ଜାରି ରଖିବା ନେଇ ପ୍ରୋତ୍ସାହନ ଏବଂ 6-14 ବର୍ଷ ବୟସ ବର୍ଗର ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ।

ନୂଆଦିଲ୍ଲୀରେ ‘Self4Society’ ଆପର ଶୁଭାରମ୍ଭ କରିବା ଅବସରରେ 2018 ଅକ୍ଟୋବର 24ରେ ପ୍ରଧାନମନ୍ତ୍ରୀ ଅକ୍ଷୟ ପାତ୍ର ପ୍ରତିଷ୍ଠାନ ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, “ଅକ୍ଷୟ ପାତ୍ର ହେଉଛି ଏକ ସାମାଜିକ ଷ୍ଟାର୍ଟ-ଅପ, ଯାହାକି ସ୍କୁଲ ପିଲାମାନଙ୍କୁ ଖାଦ୍ୟ ପ୍ରଦାନ କରିବା ନେଇ ଏକ ଆନ୍ଦୋଳନରେ ପରିଣତ ହୋଇଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived