ପ୍ରଧାନମନ୍ତ୍ରୀ  ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଉତରପ୍ରଦେଶର ୬ଲକ୍ଷ ହିତାଧିକାରୀଙ୍କୁ ପ୍ରାୟ 2ହଜାର 691କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଧାନ କରିବେ । ଆସନ୍ତାକାଲି ଦିନ 12ଟା ବେଳେ ଭିଡିଓ କନ୍‌ଫରେନ୍ସି ଜରିଆରେ ଏହି ସହାୟତା ପ୍ରଦାନ କରାଯିବ । କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହି ସହାୟତା ମଧ୍ୟରେ 5ଲକ୍ଷ 30ହଜାର ହିତାଧିକାରୀଙ୍କ ପ୍ରଥମ କିସ୍ତି ଓ ପି.ଏମ.ଏ.ୱାଇ.ଜି ଅଧୀନରେ ପ୍ରଥମକିସ୍ତି ଦେଇ ସାରିଥିବା 80ହଜାର ହିତାଧିକାରୀଙ୍କୁ  ଦ୍ୱିତୀୟ କିସ୍ତି ସହାୟତା ଅର୍ନ୍ତଭୁକ୍ତ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗ୍ରାମୀଣ

ଆଗାମୀ 2022 ମସିହା ସୁଦ୍ଧା ସମସ୍ତଙ୍କୁ ଘର ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନଭିତ୍ତିରେ ପିଏମଏୱା-ଜି ନାମକ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ 20 ନଭେମ୍ବର 2016ମସିହାରେ ଆରମ୍ଭ କରାଯାଇଥିଲା । ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଏକ କୋଟି 26ଲକ୍ଷ ଘର ନିର୍ମାଣ କରାଯାଇସାଇଲାଣି । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ସମତଳ ଅଞ୍ଚଳରେ ସମ୍ପୂର୍ଣ୍ଣ ଖର୍ଚ୍ଚ 1ଲକ୍ଷ 20ହଜାର ଓ ଉତ୍ତରପୂର୍ବାଞ୍ଚଳ, ଅଗାମ୍ୟ ଅଞ୍ଚଳ,  ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଂଚଳ , ବାମପନ୍ଥୀ ଉଗ୍ରବାଦ  ପ୍ରଭାବିତ ଜିଲ୍ଲା ଓ ପାର୍ବତ୍ୟ ରାଜ୍ୟଗୁଡିକ ହିତାଧିକାରୀଙ୍କୁ 1ଲକ୍ଷ 30ହଜାର ଟଙ୍କା ପ୍ରଦାନ କରାଯାଇଥାଏ ।

            ଏହି ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ଅର୍ଥ ଛାଡି ଅଣକୁଶଳୀ ଶ୍ରମିକ ମଜୁରୀ ବାବଦ ଅର୍ଥ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (MNREGS)ରୁ ଏବଂ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ (SBM-G), MNREGS । ସେହିଭଳି କାର୍ଯ୍ୟକ୍ରମରୁ 12ହଜାର ଟଙ୍କା ଶୌଚାଳୟ ତିଆରି ନିମନ୍ତେ ପ୍ରଦାନ କରିବାକୁ ବ୍ୟବସ୍ଥା ରହିଛି । ଏହା ବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଗ୍ୟାଓ ଓ ବିଜୁଳି ସଂଯୋଗ, ଜନଜୀବନ ମିଶନ ଅଧୀନରେ ନିରାପଦ ପାନୀୟ ଜଳ ଯୋଗାଣ ଇତ୍ୟାଦି ପ୍ରଦାନ କରାଯାଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived