ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ ।

ଉଭୟ ନେତା ଏହାପରେ ମିର୍ଜାପୁର ଅଭିମୁଖେ ଯାତ୍ରା କରିବେ । ବାରଣାସୀ ଫେରିବା ପୂର୍ବରୁ ସେଠାରେ ସେମାନେ ଏକ ସୌରଶକ୍ତି କେନ୍ଦ୍ର ଉଦ୍ଘାଟନ କରିବେ ।

ବାରଣାସୀଠାରେ ଉଭୟ ନେତା ଦୀନ ଦୟାଲ ହସ୍ତକଳା ସଙ୍କୁଳ ପରିଦର୍ଶନ କରିବେ । ସେଠାରେ ସେମାନେ ଶିଳ୍ପୀମାନଙ୍କ ସହ ମତ ବିନିମୟ କରିବେ ଏବଂ ସେମାନଙ୍କ କଳାକୃତି ଦେଖିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକରୋଂ ଏହାପରେ ବାରଣାସୀର ପ୍ରସିଦ୍ଧ ଅଶୀ ଘାଟ ଯିବେ । ସେଠାରୁ ସେମାନେ ଏକ ନୌକା ଯୋଗେ ଗଙ୍ଗାବିହାର କରି ଐତିହାସିକ ଦଶାଶ୍ଵମେଧ ଘାଟଠାରେ ପହଞ୍ଚିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଏହାପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ଭୋଜି ସଭାର ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

ଅପରାହ୍ନରେ ବାରଣାସୀର ମଦୁଆଦିହ ରେଳଷ୍ଟେସନଠାରୁ ପାଟନା ପର୍ଯ୍ୟନ୍ତ ଯାତ୍ରା କରିବାକୁ ଥିବା ଏକ ଟ୍ରେନର ଶୁଭାରମ୍ଭ କରିବେ । ଏହାପରେ ସେ କେତେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବାରଣାସୀର ଡିଏଲଡବ୍ଲ୍ୟୁ ମଇଦାନଠାରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The quiet foundations for India’s next growth phase

Media Coverage

The quiet foundations for India’s next growth phase
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 30, 2025
December 30, 2025

PM Modi’s Decisive Leadership Transforming Reforms into Tangible Growth, Collective Strength & National Pride