ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଏପ୍ରିଲ, ୨୦୨୨ ପୂର୍ବାହ୍ନ ୧୦.୩୦ ରେ ୭ଲୋକ କଲ୍ୟାଣ ମାର୍ଗରେ ଶିବଗିରି ତୀର୍ଥଯାତ୍ରାର ୯୦ ତମ ବାର୍ଷିକୀ ପାଳନ ଏବଂ ବ୍ରହ୍ମା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ । ବର୍ଷବ୍ୟାପି ମିଳିତ ଉତ୍ସବ ପାଇଁ ସେ ଲୋଗୋ ମଧ୍ୟ ଉନ୍ମୋଚନ କରିବେ । ମହାନ ସମାଜ ସଂସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କ ଆଶୀର୍ବାଦ ଏବଂ ମାର୍ଗଦର୍ଶନରେ ଉଭୟ ଶିବଗିରି ତୀର୍ଥଯାତ୍ରା ଏବଂ ବ୍ରହ୍ମା ବିଦ୍ୟାଳୟ ଆରମ୍ଭ ହୋଇଥଲା ।

ପ୍ରତିବର୍ଷ ଡିସେମ୍ବର ୩୦ ରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ତିରୁବନନ୍ତପୁରମର ଶିବଗିରି ଠାରେ ତିନି ଦିନ ପାଇଁ ଶିବଗିରି ତୀର୍ଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଶ୍ରୀ ନାରାୟଣ ଗୁରୁଙ୍କ ଅନୁଯାୟୀ ତୀର୍ଥଯାତ୍ରାର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ବ୍ୟାପକ ଜ୍ଞାନ ସୃଷ୍ଟି ହେବା ଏବଂ ତୀର୍ଥଯାତ୍ରା ସେମାନଙ୍କର ସାମଗ୍ରିକ ବିକାଶ ଏବଂ ସମୃଦ୍ଧତାରେ ସାହାଯ୍ୟ କରିବା । ତୀର୍ଥଯାତ୍ରା, ଶିକ୍ଷା, ପରିଷ୍କାର ପରିଚ୍ଛନ୍ନତା, ଧର୍ମ, ହସ୍ତଶିଳ୍ପ, ବାଣିଜ୍ୟ ଏବଂ ବ୍ୟବସାୟ, କୃଷି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ସଂଗଠିତ ପ୍ରୟାସ ଭଳି ଆଠଟି ବିଷୟ ଉପରେ ଧ୍ୟାନ ଦେଇଥାଏ ।

୧୯୩୩ ମସିହାରେ ଅଳ୍ପ କିଛି ଭକ୍ତଙ୍କୁ ନେଇ ଏହି ତୀର୍ଥଯାତ୍ରା ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ଦକ୍ଷିଣ ଭାରତର ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇପାରିଛି । ଜାତି, ଧର୍ମ, ବର୍ଣ୍ଣ ଏବଂ ଭାଷା ର୍ନିବିଶେଷରେ ପ୍ରତିବର୍ଷ ବିଶ୍ୱର ଲକ୍ଷ ଲକ୍ଷ ଭକ୍ତ ଏହି ତୀର୍ଥଯାତ୍ରାରେ ଭାଗ ନେବାକୁ ଶିବଗିରି ଆସିଥାନ୍ତି ।

ସମସ୍ତ ଧର୍ମର ନୀତିକୁ ସମାନତା ଏବଂ ସମାନ ସମ୍ମାନ ସହିତ ଶିକ୍ଷା ଦେବା ପାଇଁ ଶ୍ରୀ ନାରାୟଣ ଗୁରୁ ମଧ୍ୟ ଏକ ସ୍ଥାନର କଳ୍ପନା କରିଥିଲେ । ଏହି ଦର୍ଶନକୁ ସାକାର କରିବା ପାଇଁ ଶିବଗିରିର ବ୍ରହ୍ମା ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ବ୍ରହ୍ମା ବିଦ୍ୟାଳୟ ଶ୍ରୀ ନାରାୟଣ ଗୁରୁଙ୍କ କାର୍ଯ୍ୟ ଏବଂ ବିଶ୍ୱର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଧର୍ମର ଶାସ୍ତ୍ର ସହିତ ଭାରତୀୟ ଦର୍ଶନ ଉପରେ ୭ ବର୍ଷିଆ ପାଠ୍ୟକ୍ରମ ପ୍ରଦାନ କରିଥାନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future