ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଆନ୍ତର୍ଜାତିକ ଷ୍ଟାଟ୍ଅପ୍ ସମ୍ମିଳନୀ ‘ପ୍ରାରମ୍ଭ’କୁ ଆସନ୍ତା ଜାନୁୟାରୀ 16ତାରିଖ ଦିନ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଅପରାହ୍ନ 5ଟା ସମୟରେ ଉଦ୍ଘାଟନ କରିବେ । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ଏହା ଚଳିତ ଜାନୁୟାରୀ 15 ଏବଂ 16ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ଗତ 2018 ମସିହା ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଠମାଣ୍ଡୁଠାରେ ଅନୁଷ୍ଠିତ ଚତୁର୍ଥ ବିମ୍ଷ୍ଟେକ୍ ସମ୍ମିଳନୀରେ ଭାରତ ବିମ୍ଷ୍ଟେଟ୍ ଷ୍ଟାଟଅପ ସିମ୍ମଳନୀର ଆୟୋଜନ କରିବ ବୋଲି ଘୋଷଣା କରିଥିଲେ । ଗତ 2016 ମସିହା ଜାନୁୟାରୀ 16ତାରିଖ ଦିନ ପ୍ରଧାନମନ୍ତ୍ରୀ ଷ୍ଟାଟ୍ଅପ ଇଣ୍ଡିଆ ଇନିସିଏଟିଭର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମର 5ବର୍ଷ ପୂର୍ତି ଅବସରରେ ଏହି ବିମ୍ଷ୍ଟେଟ ଷ୍ଟାର୍ଟଅପ୍ ସମ୍ମିଳନୀ ‘ପ୍ରାରମ୍ଭ’ ଆୟୋଜିତ ହେଉଛି । ଏଥିରେ 25ଟିରୁ ଅଧିକ ଦେଶର 200ରୁ ଅଧିକ ବିଶ୍ୱସ୍ତରୀୟ ବକ୍ତା ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ଏହା ସର୍ବବୃହତ୍ ସମ୍ମିଳନୀ । ଏଥିରେ 24ଟି ଅଧିବେଶନରେ ‘ଷ୍ଟାର୍ଟଅପ୍ ଇକୋ ସିଷ୍ଟମ’କୁ ବିଶ୍ୱବ୍ୟାପୀ ସୁଦୁଢ କରିବାକୁ ବହୁପକ୍ଷୀୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ ।
Published By : Admin |
January 14, 2021 | 16:45 IST
Login or Register to add your comment
PM Modi shares Sanskrit Subhashitam emphasising the importance of Farmers
December 23, 2025
The Prime Minister, Shri Narendra Modi, shared a Sanskrit Subhashitam-
“सुवर्ण-रौप्य-माणिक्य-वसनैरपि पूरिताः।
तथापि प्रार्थयन्त्येव कृषकान् भक्ततृष्णया।।”
The Subhashitam conveys that even when possessing gold, silver, rubies, and fine clothes, people still have to depend on farmers for food.
The Prime Minister wrote on X;
“सुवर्ण-रौप्य-माणिक्य-वसनैरपि पूरिताः।
तथापि प्रार्थयन्त्येव कृषकान् भक्ततृष्णया।।"
सुवर्ण-रौप्य-माणिक्य-वसनैरपि पूरिताः।
— Narendra Modi (@narendramodi) December 23, 2025
तथापि प्रार्थयन्त्येव कृषकान् भक्ततृष्णया।। pic.twitter.com/C3DXH9O0a7


