ପ୍ରଥମ ଥର ପାଇଁ, ବ୍ଲକ୍ ଚେନ୍ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ପୁରସ୍କାର ବିଜେତାମାନେ ଡିଜିଟାଲ୍ ସାର୍ଟିଫିକେଟ୍ ପାଇବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୪ ଜାନୁୟାରୀ ୨୦୨୨ ରେ ମଧ୍ୟାହ୍ନ ୧୨ ଟା ସମୟରେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମ୍‍ଆରବିପି) ପ୍ରାପ୍ତ ପିଲାଙ୍କ ସହ ଆଲୋଚନା କରିବେ । ବ୍ଲକ୍ ଚେନ୍ ଜ୍ଞାନକୌଶଳ ବ୍ୟବହାର କରି ୨୦୨୨ ଏବଂ ୨୦୨୧ ବର୍ଷ ପାଇଁ ପିଏମ୍‍ଆରବିପି ପୁରସ୍କାର ପ୍ରାପ୍ତ ପିଲାଙ୍କୁ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ପୁରସ୍କାର ପ୍ରାପ୍ତ ପିଲାଙ୍କୁ ପ୍ରମାଣପତ୍ର ଦେବା ପାଇଁ ଏହି ଜ୍ଞାନକୌଶଳ ପ୍ରଥମ ଥର ପାଇଁ ବ୍ୟବହୃତ ହେଉଛି ।

ଭାରତ ସରକାର ପିଲାମାନଙ୍କୁ ନବସୃଜନ, ସାମାଜିକ ସେବା, ଶିକ୍ଷା, କ୍ରୀଡା, କଳା ଏବଂ ସଂସ୍କୃତି ଏବଂ ସାହସିକତା ଭଳି ଛଅଟି ବିଭାଗରେ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ପିଏମ୍‍ଆରବିପି ପୁରସ୍କାର ପ୍ରଦାନ କରୁଛନ୍ତି । ଚଳିତ ବର୍ଷ ପିଏମ୍‍ଆରବିପି-୨୦୨୨ ପାଇଁ ବାଲ ଶକ୍ତି ପୁରସ୍କାରର ବିଭିନ୍ନ ବର୍ଗରେ ସମଗ୍ର ଦେଶରୁ ୨୯ ଜଣ ପିଲାଙ୍କୁ ଚୟନ କରାଯାଇଛି ।  ପୁରସ୍କାର ପ୍ରାପ୍ତ ପିଲାମାନେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଭାଗ ନେଇଥାନ୍ତି । ପିଏମ୍‍ଆରବିପି ର ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ପିଲାଙ୍କୁ ଏକ ପଦକ, ନଗଦ ଏକ ଲକ୍ଷ ଟଙ୍କା ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ । ପିଏମ୍‍ଆରବିପି ୨୦୨୨ ବିଜେତାଙ୍କ ନଗଦ ପୁରସ୍କାର ରାଶି ସେମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi