ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୮ ନଭେମ୍ବର ୨୦୨୧ ରେ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରର ପ୍ରଥମ ବିଶ୍ୱ ନବସୃଜ୍‍ ସମ୍ମିଳନୀକୁ ଉଦଘାଟନ କରିବେ ।

ଏହା ହେଉଛି ଏକ ସ୍ୱତନ୍ତ୍ର ପଦକ୍ଷେପ ଯାହାକି ସରକାର, ଶିଳ୍ପଜଗତ, ଶିକ୍ଷାବିତ୍‍, ନିବେଶକ ଏବଂ ଗବେଷଣାକାରୀଙ୍କ ସହିତ ପ୍ରମୁଖ ଭାରତୀୟ ତଥା ଆନ୍ତର୍ଜାତୀୟ ହିତାଧିକାରୀଙ୍କୁ ଏକତ୍ର କରିବାକୁ ଲକ୍ଷ୍ୟ ରଖିଛି ଯାହା ଭାରତର ଫାର୍ମାସ୍ୟୁଟିକାଲ୍ସ ଶିଳ୍ପରେ ଏକ ନୂତନତ୍ୱର ପ୍ରତିପାଦନ କରିବା ପାଇଁ ପ୍ରାଥମିକତା ଉପରେ ଆଲୋଚନା ଏବଂ ରଣନୀତି ପ୍ରସ୍ତୁତ କରିବ । ଏହା ଭାରତୀୟ ଫାର୍ମା ଶିଳ୍ପର ସୁଯୋଗକୁ ମଧ୍ୟ ଆଗକୁ ଆଣିବ ଯାହାର ବୃହତ ଅଭିବୃଦ୍ଧିର ସମ୍ଭାବନା ରହିଛି ।

ଏହି ଦୁଇ ଦିନିଆ ସମ୍ମିଳନୀରେ ୧୨ ଟି ଅଧିବେଶନ ଏବଂ ୪୦ ରୁ ଅଧିକ ଜାତୀୟ ତଥା ଆନ୍ତର୍ଜାତୀୟ ବକ୍ତା ପରିବେଶ ନିୟାମକ, ନବସୃଜନ ପାଇଁ ଅର୍ଥ, ଶିଳ୍ପ-ଶିକ୍ଷାବିତ୍‍ ସହଯୋଗ ଏବଂ ନବସୃଜନ ଭିତ୍ତିଭୂମି ସହିତ ବିଭିନ୍ନ ବିଷୟ ଉପରେ ବିଚାର କରିବେ ।

ଏହା ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଜନ୍ ହପକିନ୍ସ ଇନଷ୍ଟିଚ୍ୟୁଟ୍‌, ଆଇଆଇଏମ୍ ଅହମ୍ମଦାବାଦ ଏବଂ ଅନ୍ୟାନ୍ୟ ଘରୋଇ ତଥା ବିଶ୍ୱସ୍ତରୀୟ ପ୍ରତିଷ୍ଠିତ ଫାର୍ମା ଶିଳ୍ପ ଅନୁଷ୍ଠାନର ଅଧିକାରୀ, ନିବେଶକ ଓ ଗବେଷକ ଏବଂ ଅନ୍ୟ ଅଗ୍ରଣୀ ସଦସ୍ୟଙ୍କ ଅଂଶଗ୍ରହଣର ସାକ୍ଷୀ ହେବ ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ମଧ୍ୟ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 28, 2026
April 28, 2026

From Orchids to Expressways: PM Modi’s Blueprint for a Self-Reliant, Connected & Proud India