ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ଜୁନ୍ ଦିନ ପୂର୍ବାହ୍ନ ୧୦:୩୦ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ - ୨୦୨୨ ର ଉଦଘାଟନ କରିବେ । ଏହି ଅବସରରେ ତାଙ୍କର ସମ୍ବୋଧନ ପରେ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 

ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ – ୨୦୨୨ ଦୁଇ ଦିନିଆ କାର୍ଯ୍ୟକ୍ରମ ଜୁନ୍‍ ୯ ଏବଂ ୧୦ ରେ ହେବ । ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆଇଆରଏସି) ଦ୍ୱାରା ଏହା ଆୟୋଜିତ ହେଉଛି । ବିଆଇଆରଏସି ସ୍ଥାପନର ଦଶ ବର୍ଷ ପୂର୍ତ୍ତି ଅବସରରେ ଏହା ଅନୁଷ୍ଠିତ ହେଉଛି । ଏକ୍ସପୋର ବିଷୟବସ୍ତୁ ହେଉଛି " ବାୟୋଟେକ ଷ୍ଟାର୍ଟଅପ୍ ଇନୋଭେସନ୍ସ: ଆତ୍ମ ନିର୍ଭର ଭାରତ ଅଭିମୁଖେ”।

ଉଦ୍ୟୋଗୀ, ନିବେଶକ, ଶିଳ୍ପପତି, ବୈଜ୍ଞାନିକ, ଅନୁସନ୍ଧାନକାରୀ, ବାୟୋ-ଇନକ୍ୟୁବେଟର, ଉତ୍ପାଦକ, ନିୟାମକ, ସରକାରୀ ଅଧିକାରୀ ଇତ୍ୟାଦିଙ୍କୁ ସଂଯୋଗ କରିବା ପାଇଁ ଏହି ଏକ୍ସପୋ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଏକ୍ସପୋରେ ପ୍ରାୟ ୩୦୦ ଷ୍ଟଲ୍ ପ୍ରତିଷ୍ଠା ହେବ ଏବଂ ବିଭିନ୍ନ କ୍ଷେତ୍ରରେ ଜୈବ ପ୍ରଯୁକ୍ତିବିଦ୍ୟା ଯେପରିକି ସ୍ୱାସ୍ଥ୍ୟସେବା, ଜେନୋମିକ୍ସ, ବାୟୋଫାର୍ମା, କୃଷି, ଶିଳ୍ପ ବାୟୋଟେକ୍ନୋଲୋଜି, ବର୍ଜ୍ୟବସ୍ତୁରୁ ସମ୍ପଦ, ସ୍ୱଚ୍ଛ ଶକ୍ତି ଆଦି ପ୍ରଦର୍ଶିତ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 31, 2026
May 31, 2026

India’s Golden Chapter: Maritime Might, Digital Revolution & Nari Shakti Under PM Modi