ଜାତୀୟ ରାଜଧାନୀରେ ୭୧ ବର୍ଷ ପରେ ଆୟୋଜିତ ସମ୍ମେଳନରେ ମରାଠୀ ସାହିତ୍ୟର କାଳଜୟୀ ପ୍ରାସଙ୍ଗିକତାର ଉତ୍ସବ ପାଳନ କରାଯିବା ସହ ସମସାମୟିକ ପ୍ରବଚନରେ ଏହାର ଭୂମିକା ଅନ୍ୱେଷଣ କରାଯିବ

ସରକାର ନିକଟରେ ମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି । ଏହାକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟର ଉତ୍ସବ ପାଳନ କରିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଫେବୃଆରୀ ପ୍ରାୟ ୪:୩୦ ସମୟରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ୯୮ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମେଳନର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧନ କରିବେ ।

ଏହି ସମ୍ମେଳନ ୨୧ ରୁ ୨୩ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ୟାନେଲ୍ ଆଲୋଚନା, ପୁସ୍ତକ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଶିଷ୍ଟ ସାହିତ୍ୟିକମାନଙ୍କ ସହ ଭାବ ବିନିମୟ ପର୍ଯ୍ୟାୟ ଆୟୋଜିତ ହେବ । ଏହି ସମ୍ମେଳନରେ ମରାଠୀ ସାହିତ୍ୟର କାଳଜୟୀ ପ୍ରାସଙ୍ଗିକତାର ଉତ୍ସବ ପାଳନ କରାଯିବା ସହିତ ସମସାମୟିକ ପ୍ରବଚନରେ ଏହାର ଭୂମିକା ଅନ୍ୱେଷଣ, ଭାଷା ସଂରକ୍ଷଣ, ଅନୁବାଦ ଏବଂ ସାହିତ୍ୟିକ କାର୍ଯ୍ୟ ଉପରେ ଡିଜିଟାଲାଇଜେସନ୍‌ର ପ୍ରଭାବ ଆଦି ବିଷୟ ଉପରେ ଗୁରୁତ୍ୱ ଦିଆଯିବ ।

ଜାତୀୟ ରାଜଧାନୀରେ ୭୧ ବର୍ଷ ପରେ ଜାତୀୟ ଆୟୋଜିତ ହେବାକୁ ଥିବା ଏହି ମରାଠୀ ସାହିତ୍ୟ ସମ୍ମେଳନରେ ପୁନେରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ସାଙ୍କେତିକ ସାହିତ୍ୟିକ ଟ୍ରେନ ଯାତ୍ରା ମଧ୍ୟ ସାମିଲ ଅଛି, ଯେଉଁଥିରେ ୧୨୦୦ ଅଂଶଗ୍ରହଣକାରୀ ରହିବେ, ଯାହା ସାହିତ୍ୟର ଏକୀକୃତ ଭାବନା ପ୍ରଦର୍ଶନ କରିବ । ଏହାଛଡା ଏଥିରେ ୨୬୦୦ ରୁ ଅଧିକ କବିତା ଉପସ୍ଥାପନା କରାଯିବା ସହ ୫୦ଟି ପୁସ୍ତକ ଉନ୍ମୋଚନ ଏବଂ ୧୦୦ଟି ବୁକ୍ ଷ୍ଟଲ ପ୍ରଦର୍ଶିତ ହେବ । ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବିଦ୍ୱାନ, ଲେଖକ, କବି ଏବଂ ସାହିତ୍ୟ ପ୍ରେମୀମାନେ ଏଥିରେ ଅଂଶଗ୍ରହଣ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance