ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର 15 ଅଗଷ୍ଟ ପାର୍କସ୍ଥିତ ଲାଲକିଲ୍ଲା ମୈଦାନରେ ଆଜି ଅନୁଷ୍ଠିତ ଦଶହରା ସମାରୋହରେ ଯୋଗ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଲବ-କୁଶ ରାମଲୀଳା କମିଟି ପକ୍ଷରୁ ଆୟୋଜିତ ରାମଲୀଳା ଦେଖିଥିଲେ । ସମାରୋହରେ ସତ୍ୟ ଉପରେ ଅସତ୍ୟର ବିଜୟ ସ୍ୱରୂପ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦ ପୋଡି କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉପଭୋଗ କରିଥିଲେ ।

ଏହି ସମାବେଶରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ମଧ୍ୟ ଯୋଗ ଦେଇଥିଲେ ।



