ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ସାଧାରଣତନ୍ତ୍ରର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ ବାର୍ତାଳାପ କରିଛନ୍ତି ଏବଂ ଆଜି ଶ୍ରୀଲଙ୍କାରେ ସନ୍ତ୍ରାସବାଦ ଆକ୍ରମଣରେ ପ୍ରାଣ ହରାଇଥିବା ୧୫୦ ନିରୀହ ବ୍ୟକ୍ତିଙ୍କ ପାଇଁ ନିଜ ତରଫରୁ ତଥା ସମସ୍ତ ଭାରତୀୟମାନଙ୍କ ତରଫରୁ ଶୋକବାର୍ତା ଜଣାଇଛନ୍ତି ।

ଧାର୍ମିକ ପର୍ବ ସମୟରେ ଧାର୍ମିକ ସ୍ଥଳୀ ସହ ବିଭିନ୍ନ ସ୍ଥାନରେ ଏହି କ୍ରମିକ ସନ୍ତ୍ରାସବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ ନିନ୍ଦା କରିଛନ୍ତି । ଏହି ଆକ୍ରମଣକୁ ଭୀରୁ ଏବଂ ବର୍ବରୋଚିତ ବୋଲି ଅଭିହିତ କରି ସେ ସୂଚାଇ ଦେଇଥିଲେ ଯେ ଏହି ଆକ୍ରମଣ ଆମକୁ ଆଉ ଥରେ ଗୁରତର ସହ ମନେ ପକାଇ ଦେଉଛି କି ଆମ ଅଞ୍ଚଳ ଏବଂ ସମଗ୍ର ବିଶ୍ୱ ପାଇଁ ସନ୍ତ୍ରାସବାଦ ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନରେ ପରିଣତ ହୋଇଛି ।

ସନ୍ତ୍ରାସବାଦ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ପାଇଁ ଶ୍ରୀଲଙ୍କା ସୁରକ୍ଷା ବ୍ୟବସ୍ଥାକୁ ସମସ୍ତ ପ୍ରକାରର ସମ୍ଭାବ୍ୟ ସହଯୋଗ ପ୍ରଦାନ କରିବା ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ସେ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ସେମାନଙ୍କର ଚିକିତ୍ସା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 16, 2026
March 16, 2026

Thoughtful Strength: Balancing Security, Growth, and Autonomy Under PM Modi's Leadership