PM Modi to visit Philippines, to participate in the ASEAN-India and East Asia Summits
Philippines: PM Modi to participate in Special Celebrations of the 50th anniversary of ASEAN, Regional Comprehensive Economic Partnership (RCEP) Leaders' Meeting
Philippines: PM to hold bilateral meeting with President of the Philippines HE Mr. Rodrigo Duterte & other ASEAN and East Asia Summit Leaders
PM Modi to visit the International Rice Research Institute (IRRI) and Mahavir Philippines Foundation Inc dduring his Philippines visit

ଫିଲିପାଇନ୍ସ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ନିମ୍ନରେ ପ୍ରଦାନ କରାଗଲା ।

“ନଭେମ୍ବର 12ତାରିଖରୁ ମୋର 3-ଦିନିଆ ମନିଲା ଗସ୍ତ ଆରମ୍ଭ ହେଉଛି । ଫିଲିପାଇନ୍ସକୁ ଏହା ମୋର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ, ଯେଉଁଠି ଆସିଆନ୍-ଇଣ୍ଡିଆ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ମୁଁ ଭାଗ ନେବି । ସେଥିରେ ମୋର ସାମିଲ ହେବା ଏସୀୟ ରାଷ୍ଟ୍ରର ସଦସ୍ୟମାନଙ୍କ ସହ ସମ୍ପର୍କ ସୁଦୃଢ଼ ପାଇଁ ଭାରତର ପ୍ରତିଶ୍ରୁତିବଦ୍ଧତା, ବିଶେଷକରି ଭାରତ-ପ୍ରଶାନ୍ତ ଅଚଂଳରେ, ସାଧାରଣ ଭାବେ, ମୋର ସରକାର ଏକ୍ଟ ଇଷ୍ଟ ନୀତି ଢାଞ୍ଚା ଭିତରେ ରହି କରୁଛି ।

ଏହି ସମ୍ମିଳନୀ ବ୍ୟତିରକେ, ମୁଁ ଆସିଆନର 50ତମ ବର୍ଷପୂର୍ତ୍ତିର ସ୍ୱତନ୍ତ୍ର ସମାରୋହ, ଆଞ୍ଚଳିକ ବିସ୍ତୃତ ଅର୍ଥନୀତିକ ଭାଗିଦାରୀ(ଆରସିଇଏପ୍) ନେତାଙ୍କ ବୈଠକ ଏବଂ ଆସିଆନ୍ ବିଜିନେସ୍ ଓ ଇନଭେଷ୍ଟମେଣ୍ଟ କର୍ମଶାଳାରେ ଯୋଗ ଦେବି ।

ଆସିଆନ୍ ବିଜିନେସ୍ ଓ ଇନଭେଷ୍ଟମେଣ୍ଟ ସମ୍ମିଳନୀ ଆସିଆନ୍ ସଦସ୍ୟ ରାଷ୍ଟ୍ର ସହ ଭାରତର ବାଣିଜ୍ୟ ସମ୍ବନ୍ଧକୁ ଅଧିକ ସୁଦୃଢ କରିବ ଓ ଏ ଦିଗରେ ଘନିଷ୍ଠ ସହଯୋଗକୁ ପ୍ରୋତ୍ସାହିତ କରିବ, ଯାହାକି ଆମର ମୋଟ ବ୍ୟାପାରର 10.85 % ।

ଫିଲିପାଇନ୍ସକୁ ମୋର ପ୍ରଥମ ଗସ୍ତବେଳେ, ମୁଁ ଫିଲିପାଇନ୍ସର ରାଷ୍ଟ୍ରପତି ମହାମହିମ ରଡ୍ରିଗୋ ଦୁତେର୍ତ୍ତେଙ୍କ ସହ ଦ୍ୱିପାକ୍ଷିକ ବୈଠକ ଆଶା କରୁଛି । ମୁଁ ମଧ୍ୟ ଆସିଆନ୍ ଓ ପୂର୍ବ ଏସିଆ ସମ୍ମିଳନୀର ନେତାମାନଙ୍କ ସହ ଆଲୋଚନା କରିବି ।

ମୁଁ ଫିଲିପାଇନ୍ସରେ ରହୁଥିବା ଭାରତୀୟ ସମୁଦାୟ ସହ ଯୋଡ଼ି ହେବା ନେଇ ଆଶାବାଦୀ ଅଛି । ମାନିଲା ରହଣୀ ସମୟରେ ମୁଁ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ (ଆଇଆରଆରଆଇ) ଏବଂ ମହାବୀର ଫିଲିପାଇନ୍ସ ଫାଉଣ୍ଡେସନ୍ ସଂସ୍ଥା(ଏମପିଏଫ୍ଆଇ)କୁ ମଧ୍ୟ ଗସ୍ତରେ ଯିବି ।

ବୈଜ୍ଞାନିକ ଗବେଷଣା ଓ ବିକାଶ ମାଧ୍ୟମରେ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ(ଆଇଆରଆରଆଇ) ଧାନ ବିହନର ଗୁଣବତ୍ତାକୁ ବିକଶିତ କରୁଛି ଓ ଖାଦ୍ୟ ଅଭାବ ଦୂର ପାଇଁ ଆନ୍ତର୍ଜାତିକ ସମୁଦାୟକୁ ସହାୟତା କରୁଛି । ବହୁ ସଂଖ୍ୟାରେ ଭାରତୀୟ ବୈଜ୍ଞାନିକମାନେ ଆଇଆରଆରଆଇରେ କାର୍ଯ୍ୟ କରୁଛନ୍ତି ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ନିଜର ଯୋଗଦାନ ଦେଉଛନ୍ତି । ବାରଣାସୀରେ ଆଇଆରଆରଆଇର ଏକ ଦକ୍ଷିଣ ଏସିଆ ଆଂଚଳିକ କେନ୍ଦ୍ର ସ୍ଥାପନ ପ୍ରସ୍ତାବକୁ ମୋ କ୍ୟାବିନେଟ୍ 2017 ଜୁଲାଇ 12ତାରିଖରେ ଅନୁମୋଦନ କରିଛି । ଫିଲିପାଇନ୍ସରେ ନିଜର ମୁଖ୍ୟାଳୟ ବାହାରେ ଆଇଆରଆରଆଇର ଏହା ପ୍ରଥମ ଗବେଷଣା କେନ୍ଦ୍ର । ଧାନର ଉତ୍ପାଦନ ବୃଦ୍ଧି, ଉତ୍ପାଦନ ଖର୍ଚ୍ଚ ହ୍ରାସ, ମୂଲ୍ୟ ସମ୍ବର୍ଦ୍ଧନ, ବିବିଧତା ଓ ଚାଷୀଙ୍କ ଦକ୍ଷତା ବୃଦ୍ଧିରେ ସହାୟତା ଏବଂ ଉପାର୍ଜନ ବୃଦ୍ଧିରେ ଏହି ବାରଣାସୀ କେନ୍ଦ୍ର ସହାୟକ ହେବ ।

ଆବଶ୍ୟକ ଅନୁଭବ କରୁଥିବା ଦିବ୍ୟାଙ୍ଗଙ୍କ ମଧ୍ୟରେ ମାଗଣା କୃତ୍ରିମ ଅଙ୍ଗ ‘ଜୟପୁର ପୁଟ୍’ ବିତରଣ ଗତିବିଧିକୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ମହାବୀର ଫିଲିପିନ୍ସ ଫାଉଣ୍ଡେସନ୍ ଇଙ୍କ (ଏମ୍ପିଏଫ୍ଆଇ)କୁ ଗସ୍ତରେ ଯିବି । 1989 ମସିହାରେ ନିଜର ସ୍ଥାପନା ପରଠାରୁ ଏମପିଏଫ୍ଆଇ ଫିଲିପାଇନ୍ସରେ ପ୍ରାୟ 15ହଜାର ଭିନ୍ନକ୍ଷମଙ୍କୁ ‘ଜୟପୁର ଫୁଟ୍’ ଲଗାଇ ସେମାନଙ୍କୁ ନୂଆ ଜୀବନ ଜୀଇଁବା ପାଇଁ ସକ୍ଷମ କରାଇଛି । ଏହି ମହାନ ମାନବୀୟ ଗତବିଧିକୁ ସମର୍ଥନ ଜଣାଇ ଫିଲିଫାଇନ୍ସ ଫାଉଣ୍ଡେସନକୁ ଭାରତ ସରକାର ଏକ ସାମାନ୍ୟ ଯୋଗଦାନ ଦେଉଛନ୍ତି ।

ମୁଁ ଦୃଢ଼ ନିଶ୍ଚିତ ଯେ ମାନିଲାକୁ ମୋର ଗସ୍ତ ଦ୍ୱାରା ଫିଲିପାଇନ୍ସ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ପ୍ରୋତ୍ସାହନ ମିଳିବ ଏବଂ ଆସିଆନ ଗୋଷ୍ଠୀ ସହ ଆମର ରାଜନୀତିକ-ସୁରକ୍ଷା, ଅର୍ଥନୀତିକ ଓ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ସମ୍ପର୍କ ସୁଦୃଢ଼ ହେବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Passenger vehicle sales jump 34.4% in July

Media Coverage

Passenger vehicle sales jump 34.4% in July
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Sachin Siwach on winning Gold in Men’s 60 kg Boxing
August 02, 2026

The Prime Minister, Shri Narendra Modi, has congratulated Sachin Siwach on winning the Gold medal in the Men’s 60 kg Boxing event at the Commonwealth Games 2026 in Glasgow.

The Prime Minister said that Sachin Siwach’s achievement will inspire several young boxers.

Shri Modi extended his best wishes to him for his future endeavours and expressed hope that he would continue to make India proud.

The Prime Minister wrote on X;

“Sachin Siwach strikes Gold at Glasgow!

Congrats to him for the success in the Men's 60 kg Boxing event. He will motivate several young boxers. All the best for his endeavours ahead. May he always make India proud.

#CWG2026”