ଜର୍ମାନୀ, ସ୍ପେନ୍, ରୁଷ ଏବଂ ଫ୍ରାନ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୂର୍ଣ୍ଣ ବିବୃତି ନିମ୍ନରେ ଦିଆଗଲା
“ଚତୁର୍ଥ ଭାରତ-ଜର୍ମାନୀ ଆନ୍ତଃସରକାର ଆଲୋଚନା (ଆଇଜିସି) କାର୍ଯ୍ୟକ୍ରମ ଲାଗି ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ନିମନ୍ତ୍ରଣ କ୍ରମେ ମେ’ 29ରୁ 30 ତାରିଖ ପର୍ଯ୍ୟନ୍ତ ଜର୍ମାନୀ ଗସ୍ତରେ ଯିବି ।
ଭାରତ ଓ ଜର୍ମାନୀ ବୃହତ ଗଣତନ୍ତ୍ର, ପ୍ରମୁଖ ଅର୍ଥବ୍ୟବସ୍ଥା ଏବଂ ଆଂଚଳିକ ତଥା ଜାଗତିକ ବ୍ୟାପାରରେ ମହତ୍ୱପୂର୍ଣ୍ଣ ରାଷ୍ଟ୍ର । ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିଶ୍ୱ ଶାନ୍ତି ପାଇଁ ଏକ ଉନ୍ମୁକ୍ତ, ସମାବେଶୀ ତଥା ନିୟମ ଆଧାରିତ ପ୍ରତିବଦ୍ଧତା ଉପରେ ଆମର ରଣନୈତିକ ଭାଗିଦାରୀ ଆଧାରିତ । ଆମର ବିକାଶ କାର୍ଯ୍ୟକ୍ରମରେ ଜର୍ମାନୀ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏବଂ ଭାରତର ରୂପାନ୍ତରଣ ଲାଗି ମୋର ଲକ୍ଷ୍ୟ ସହିତ ଜର୍ମାନୀର ଦକ୍ଷତା ମେଳ ଖାଉଛି ।
ଜର୍ମାନୀର ବର୍ଲିନ୍ ନିକଟବର୍ତ୍ତୀ ମେସବର୍ଗରୁ ମୁଁ ମୋର ଗସ୍ତ ଆରମ୍ଭ କରିବି । ଏଠାରେ ଚାନ୍ସେଲର ମର୍କେଲ୍ ବହୁତ ଅନୁଗ୍ରହ କରି ବିଭିନ୍ନ ଆଂଚଳିକ ତଥା ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ମୋତେ ନିମନ୍ତ୍ରଣ କରିଛନ୍ତି ।
ମେ 30ରେ ଚାନ୍ସେଲର ମର୍କେଲ୍ ଏବଂ ମୁଁ ଚତୁର୍ଥ ଆନ୍ତଃସରକାର ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେଇ ଆମର ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିବୁ । ଆମେ ବାଣିଜ୍ୟ ଏବଂ ନିବେଶ, ସୁରକ୍ଷା ଏବଂ ଆତଙ୍କବାଦ ନିରୋଧ କାର୍ଯ୍ୟକ୍ରମ, ନବସୃଜନ ଏବଂ ବିଜ୍ଞାନ ଓ କାରିଗରୀ, ଦକ୍ଷତା ବିକାଶ, ସହରାଂଚଳ ଭିତ୍ତିଭୂମି, ରେଳବାଇ ଏବଂ ବିମାନ ଚଳାଚଳ, ସ୍ୱଚ୍ଛ ଶକ୍ତି, ବିକାଶ ସହଯୋଗ, ସ୍ୱାସ୍ଥ୍ୟ ଏବଂ ବୈକଳ୍ପିକ ଔଷଧ ଆଦି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦେଇ ଆମର ପାରସ୍ପରିକ ସହଯୋଗ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିବୁ ।
ଜର୍ମାନ ସଂଘୀୟ ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଡ.ଫ୍ରାଙ୍କ ୱାଲ୍ଟର ଷ୍ଟେନମେରଙ୍କୁ ମଧ୍ୟ ମୁଁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ବାଣିଜ୍ୟ, ପ୍ରଯୁକ୍ତି ଏବଂ ନିବେଶ କ୍ଷେତ୍ରରେ ଜର୍ମାନୀ ଆମର ଅଗ୍ରଣୀ ସହଯୋଗୀ । ବର୍ଲିନ୍ ଠାରେ ଚାନ୍ସେଲର ମର୍କେଲ୍ ଏବଂ ମୁଁ ଉଭୟ ଦେଶର ଶୀର୍ଷ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ସହିତ ଆଲୋଚନା କରିବୁ । ଆମର ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଏହି ଆଲୋଚନା ହେବ ।
ମୋର ବିଶ୍ୱାସ ଯେ ଏହି ଗସ୍ତ ଜର୍ମାନୀ ସହିତ ଆମର ଦ୍ୱିପାକ୍ଷିକ ସମ୍ପର୍କର ନୂତନ ଅଧ୍ୟାୟ ସୃଷ୍ଟି କରିବ ଏବଂ ଆମର ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବ । ଏହାପରେ ମୁଁ ମେ’ 30-31 ତାରିଖରେ ସ୍ପେନ୍ କୁ ସରକାରୀ ଗସ୍ତରେ ଯିବି । ପାଖାପାଖି ତିନି ଦଶନ୍ଧୀ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ପ୍ରଥମ ସ୍ପେନ୍ ଗସ୍ତ । ଏହି ଗସ୍ତ ସମୟରେ ମୁଁ ମହାମହିମ ରାଜା ଚତୁର୍ଥ ଫିଲିପ୍ ଙ୍କୁ ଭେଟିବାର ସମ୍ମାନ ଲାଭ କରିବି । ମେ 31 ତାରିଖରେ ରାଷ୍ଟ୍ରପତି ମାରିଆନୋ ରାଜୋୟଙ୍କ ସହ ହେବାକୁ ଥିବା ସାକ୍ଷାତ ଆଲୋଚନା ପାଇଁ ମୁଁ ବିଶେଷ ଆଗ୍ରହୀ । ଆତଙ୍କବାଦ ନିରୋଧ ଭଳି ଅନ୍ତର୍ଜାତୀୟ ପ୍ରସଙ୍ଗରେ ସହମତି ଏବଂ ଅର୍ଥନୈତିକ କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ନେଇ ଆମେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଆମ ଭିତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ବୃଦ୍ଧି କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ସମ୍ଭାବନା ରହିଛି । ଭାରତରେ ଭିତ୍ତିଭୂମି, ସ୍ମାର୍ଟସିଟି, ଡିଜିଟାଲ୍ ଅର୍ଥବ୍ୟବସ୍ଥା, ନବୀକରଣ ଶକ୍ତି, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିଭିନ୍ନ ପ୍ରକଳ୍ପରେ ସ୍ପେନ ଶିଳ୍ପଜଗତର ଯୋଗଦାନ ଲାଗି ଆମେ ଆଗ୍ରହୀ ।
ମୁଁ ଆମର ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଭାଗୀଦାର ହେବା ଲାଗି ସ୍ପେନୀୟ ଶିଳ୍ପ ଜଗତର ଶୀର୍ଷ ଅଧିକାରୀଙ୍କୁ ଭେଟି ସେମାନଙ୍କୁ ଆମନ୍ତ୍ରଣ ଜଣାଇବାର କାର୍ଯ୍ୟକ୍ରମ ରହିଛି ।
ଏହି ଗସ୍ତ ଅବସରରେ ପ୍ରଥମ ଥର ଲାଗି ଭାରତ-ସ୍ପେନ୍ ସିଇଓ ଫୋରମ୍ ର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଭାରତ-ସ୍ପେନ୍ ଅର୍ଥନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରାଯିବ ।
ଅଷ୍ଟାଦଶ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ଲାଗି ମେ 31 ରୁ 2 ଜୁନ୍ ପର୍ଯ୍ୟନ୍ତ ମୁଁ ରୁଷିଆର ସେଣ୍ଟପିଟର୍ସବର୍ଗ ଗସ୍ତ କରିବି ।
2016 ଅକ୍ଟୋବର ମାସରେ ଗୋଆରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଆମ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ଆଗେଇ ନେବା ଲାଗି ମୁଁ ଜୁନ୍ ପହିଲାରେ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବି । ଅର୍ଥବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେଇ ରାଷ୍ଟ୍ରପତି ପୁତିନ୍ ଓ ମୁଁ ଉଭୟ ଦେଶର ସିଇଓମାନଙ୍କ ସହ ଆଲୋଚନା କରିବୁ ।
ଏହା ପରଦିନ ମୁଁ ସେଣ୍ଟପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମ୍(ଏସପିଆଇଇଏଫ)ରେ ରାଷ୍ଟ୍ରପତି ପୁତିନ୍ ଙ୍କ ସହିତ ଆଲୋଚନା କରିବି । ଏହି ଫୋରମ୍ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ଲାଗି ମିଳିଥିବା ନିମନ୍ତ୍ରଣକୁ ମୁଁ ସାଦରେ ଗ୍ରହଣ କରିଛି । ଏଥର ଏସପିଆଇଇଏଫ ରେ ଭାରତ ଅତିଥି ରାଷ୍ଟ୍ର ଭାବେ ଯୋଗଦେଉଛି ।
ପ୍ରଥମ ଥର ଲାଗି ଏଭଳି ଏକ ବୈଠକରେ ଭାଗ ନେବାର ସୁଯୋଗ ମିଳିଥିବାରୁ ରୁଷର ବିଭିନ୍ନ ଅଂଚଳର ଗଭର୍ଣ୍ଣରଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳିବ । ଏହା ବିଭିନ୍ନ ରାଜ୍ୟ/ଅଂଚଳ ତଥା ବିବିଧ ହିତଧାରକମାନଙ୍କ ସହିତ ସକ୍ରିୟ ଭାଗିଦାରୀତା ଏବଂ ବିସ୍ତୃତ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବ ।
ଗସ୍ତର ଆରମ୍ଭରେ ମୁଁ ପିସ୍କାରୋଭସ୍କଏ ସମାଧିସ୍ଥଳକୁ ଯିବି ଏବଂ ସେଠାରେ ଲେନିନଗ୍ରାଡ୍ ଘେରାବନ୍ଦୀ ସମୟରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ମୋର ମଧ୍ୟ ବିଶ୍ୱପ୍ରସିଦ୍ଧ ଷ୍ଟେଟ୍ ହର୍ମିଟେଜ୍ ମ୍ୟୁଜିୟମ ଏବଂ ଇନଷ୍ଟିଟ୍ୟୁଟ୍ ଅଫ୍ ଓରିଏଂଟାଲ୍ ମନ୍ୟୁସ୍କ୍ରିପ୍ଟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।
ଆମ କୂଟନୈତିକ ସମ୍ପର୍କର 70ତମ ବର୍ଷ ପୂରଣ ହେବାକୁ ଯାଉଛି । ଆମର ଦ୍ୱିପାକ୍ଷିକ ସମ୍ପର୍କର ଏହି ସ୍ୱତନ୍ତ୍ର ବର୍ଷରେ ମୁଁ ସେଣ୍ଟପିଟର୍ସବର୍ଗ ଗସ୍ତ କରିବା ଲାଗି ଉତ୍ସାହୀ ରହିଛି । 2-3 ଜୁନ୍, 2017ରେ ମୋର ଫ୍ରାନ୍ସ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ମୁଁ ନବନିର୍ବାଚିତ ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ମିଃ. ଇମ୍ମାନୁଏଲ୍ ମାକ୍ରନ୍ ଙ୍କୁ ଜୁନ୍ 3 ତାରିଖରେ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଫ୍ରାନ୍ସ ଆମର ସବୁଠୁ ଗୁରତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାରମାନଙ୍କ ମଧ୍ୟରୁ ଅନ୍ୟତମ । ମୁଁ ରାଷ୍ଟ୍ରପତି ମାକ୍ରନ୍ ଙ୍କୁ ଭେଟି ଆପୋଷ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଆଗ୍ରହୀ ରହିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା, ବିଭିନ୍ନ ବହୁପକ୍ଷୀୟ ରପ୍ତାନୀ ନିୟନ୍ତ୍ରଣ ବ୍ୟବସ୍ଥାରେ ଭାରତର ସଦସ୍ୟତା, ଆତଙ୍କବାଦ ନିରୋଧ ସହଯୋଗ, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟରେ ସହଯୋଗ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହିତ ମୁଁ ଆଲୋଚନା କରିବି ।
ଫ୍ରାନ୍ସ ଆମର ନବମ ବୃହତମ ନିବେଶ ସହଯୋଗୀ ଏବଂ ପ୍ରତିରକ୍ଷା, ମହାକାଶ, ପରମାଣୁ ଏବଂ ନବୀକରଣଯୋଗ୍ୟ ଶକ୍ତି, ସହରାଂଚଳ ବିକାଶ ଏବଂ ରେଳବାଇ ଆଦି କ୍ଷେତ୍ରରେ ଆମର ବିକାଶ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାର । ଫ୍ରାନ୍ସ ସହିତ ରହିଥିବା ବହୁପକ୍ଷୀୟ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଏବଂ ଆଗେଇ ନେବା ଲାଗି ମୁଁ ପ୍ରତିବଦ୍ଧ ।
Published By : Admin |
May 28, 2017 | 16:46 IST
PM Modi to visit Germany, meet Chancellor Angela Merkel, hold the 4th India-Germany Intergovernmental Consultations
PM Modi to meet H.E. Dr. Frank-Walter Steinmeier, President of the Federal Republic of Germany
Shri Narendra Modi to pay historic visit to Spain – the first visit by an Indian Prime Minister in almost three decades
PM Modi to meet President Mariano Rajoy of Spain, take up bilateral issues for discussions
PM Modi to meet top CEOs of Spanish industry and encourage them to partner for #MakeInIndia initiative
PM Modi to hold bilateral level talks with Russian President Vladimir Putin, meet Governors from various Russian regions
PM Modi to address the St. Petersburg International Economic Forum with President Vladimir Putin
PM Modi to meet French President Mr. Emmanuel Macron, discuss important global issues including India’s permanent membership of UNSC
Login or Register to add your comment
Prime Minister shares Sanskrit Subhashitam emphasising on positive thoughts and constructive habits
August 31, 2026
The Prime Minister, Shri Narendra Modi today shared Sanskrit Subhashitam emphasising the importance of cultivating positive thoughts and constructive habits. It reminds us that sustained focus and repeated practice shape the tendencies of the mind and, ultimately, influence our actions and conduct:
“यद् यदेव प्रसक्तं हि वितर्कयति मानवः।
अभ्यासात् तेन तेनास्य नतिर्भवति चेतसः।। “
The Prime Minister posted on X:
यद् यदेव प्रसक्तं हि वितर्कयति मानवः।
अभ्यासात् तेन तेनास्य नतिर्भवति चेतसः।।
यद् यदेव प्रसक्तं हि वितर्कयति मानवः।
— Narendra Modi (@narendramodi) August 31, 2026
अभ्यासात् तेन तेनास्य नतिर्भवति चेतसः।। pic.twitter.com/rBhf0fYls0


