ଆପଣ ସମସ୍ତ କୃଷକ ସାଥୀଙ୍କ ସହିତ ଏହି ଆଲୋଚନା ନିଜକୁ ନିଜ ମଧ୍ୟରେ ଏକ ନୂତନ ଆଶା ସଂଚାର କରୁଛି, ନୂତନ ବିଶ୍ୱାସ ସୃଷ୍ଟି କରୁଛି। ଆଜି ଯେପରି ଆମର ମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ସିଂହ ତୋମର ମହାଶୟ କହୁଥିଲେ ଆଜି ହେଉଛି ଭଗବାନ ବସବେଶ୍ୱରଙ୍କ ଜୟନ୍ତୀ, ହେଉଛି ପର୍ଶୁରାମଙ୍କ ଜୟନ୍ତୀ ମଧ୍ୟ। ଆଜି ମଧ୍ୟ ହେଉଛି ପବିତ୍ର ଅକ୍ଷୟ ତୃତୀୟା ପର୍ବ। ଆଉ ମୋ ତରଫରୁ ଦେଶବାସୀଙ୍କୁ ଇଦ ମୁବାରକ୍‍।

କରୋନାର ଏହି ସମୟରେ ସମସ୍ତ ଦେଶବାସୀଙ୍କ ମନୋବଳ ବଢ଼ୁ, ଏହି ମହାମାରୀକୁ ପରାସ୍ତ କରିବାର ସଂକଳ୍ପ ଆହୁରି ଦୃଢ଼ ହେଉ, ଏହି କାମନା ସହିତ ଆପଣ ସମସ୍ତ କୃଷକ ଭାଇମାନଙ୍କ ସହିତ ମୋର ଯେଉଁ ଆଲୋଚନା ହୋଇଛି, ଏବେ ମୁଁ ତାହାକୁ ଆଗକୁ ବଢ଼ାଇବି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସହଯୋଗୀଗଣ, ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କର ଆଦରଣୀୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଏବଂ ସାରା ଦେଶର ମୋର କୃଷକ ଭାଇ ଏବଂ ଭଉଣୀମାନେ,

ଆଜି ବହୁତ ଆହ୍ୱାନପୂର୍ଣ୍ଣ ସମୟରେ ହିଁ ଆମେ ଏହି ଆଲୋଚନା କରୁଛେ। ଏହି କରୋନା ସମୟରେ ମଧ୍ୟ ଦେଶର କୃଷକମାନେ ଆମର କୃଷି କ୍ଷେତ୍ରରେ ନିଜର ଦାୟିତ୍ୱକୁ ତୁଲାଇବା ସହିତ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛନ୍ତି, ଆପଣ କୃଷି କ୍ଷେତ୍ରରେ ନୂଆ-ନୂଆ କୌଶଳ ବ୍ୟବହାର କରୁଛନ୍ତି। ଆପଣମାନଙ୍କର ପ୍ରୟାସକୁ ପିଏମ କିଷାନ ସମ୍ମାନ ନିଧିର ଆଉ ଏକ କିସ୍ତି ପୁଣି ସହାୟତା କରିବାକୁ ଯାଉଛି। ଆଜି ହେଉଛି ଅକ୍ଷୟ ତୃତୀୟାର ପବିତ୍ର ପର୍ବ, ହେଉଛି କୃଷିର ନୂତନ ଚକ୍ର ବା ଋତୁର ଶୁଭାରମ୍ଭର ସମୟ ଆଉ ଆଜି ହିଁ ପ୍ରାୟ 19 ହଜାର କୋଟି ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ହସ୍ତାନ୍ତର କରାଯାଇଛି। ଏହାର ଲାଭ ପ୍ରାୟ 10 କୋଟି କୃଷକଙ୍କୁ ମିଳିବ। ପଶ୍ଚିମବଙ୍ଗର କୃଷକମାନଙ୍କୁ ପ୍ରଥମ ଥର ପାଇଁ ଏହି ସୁବିଧାର ଲାଭ ମିଳିବା ଆରମ୍ଭ ହୋଇଛି। ଆଜି ବଙ୍ଗଳାର ଲକ୍ଷ-ଲକ୍ଷ କୃଷକମାନଙ୍କ ପାଖରେ ପ୍ରଥମ କିସ୍ତି ପହଂଚିଛି। ଧୀରେ-ଧୀରେ ଯେପରି ରାଜ୍ୟଗୁଡ଼ିକରୁ କୃଷକମାନଙ୍କର ନାମ କେନ୍ଦ୍ର ସରକାରଙ୍କୁ ମିଳିବ, ସେହିଭଳି ଭାବେ ହିତାଧିକାରୀ କୃଷକଙ୍କ ସଂଖ୍ୟା ଆହୁରି ବଢ଼ି ଚାଲିବ।

ସାଥୀଗଣ,

ପିଏମ କିଷାନ ସମ୍ମାନ ନିଧି ଦ୍ୱାରା ବିଶେଷ ଭାବେ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର କୃଷକମାନଙ୍କୁ ଅଧିକ ଲାଭ ମିଳୁଛି। ଆଜିର ଏହି କଠିନ ସମୟରେ ଏହି ରାଶି, ଏହି କୃଷକ ପରିବାରର ବହୁତ କାର୍ଯ୍ୟରେ ଆସୁଛି। ଏ ପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ଦେଶର ପ୍ରାୟ 11 କୋଟି ଟଙ୍କା କୃଷକମାନଙ୍କ ପାଖରେ ପାଖାପାଖି 1 ଲକ୍ଷ 35 ହଜାର କୋଟି ଟଙ୍କା ପହଂଚିସାରିଛି ଅର୍ଥାତ ଏକ ଲକ୍ଷ ପଚିଶ ହଜାର କୋଟିରୁ ଅଧିକ ଟଙ୍କା ସିଧାସଳଖ କୃଷକମାନଙ୍କ ଖାତାରେ, କୌଣସି ମଧ୍ୟସ୍ଥି ନାହାଁନ୍ତି । ଏଥିରୁ କେବଳ କରୋନା ସମୟରେ ହିଁ 60 ହଜାର କୋଟିରୁ ଅଧିକ ଟଙ୍କା ପହଂଚିଛି। ଆବଶ୍ୟକତା ସମୟରେ ଦେଶବାସୀଙ୍କ ପାଖରେ ସିଧାସଳଖ ସହାୟତା ପହଂଚୁ, ଦ୍ରୁତ ଗତିରେ ପହଂଚୁ, ଯେଉଁମାନଙ୍କର ଆବଶ୍ୟକତା ଅଛି, ସେମାନଙ୍କ ପାଖରେ ସମ୍ପୂର୍ଣ୍ଣ ପାରଦର୍ଶୀତାର ସହିତ ପହଂଚୁ, ଏହା ହେଉଛି ସରକାରଙ୍କ ନିରନ୍ତର ପ୍ରୟାସ।

ଭାଇ  ଭଉଣୀମାନେ,

ଦ୍ରୁତ ଗତିରେ, ସିଧାସଳଖ କୃଷକମାନଙ୍କ ପାଖକୁ ଲାଭ ପହଂଚାଇବାର ଏହି କାର୍ଯ୍ୟ ସରକାରୀଭାବେ ମଧ୍ୟ ବହୁତ ବ୍ୟାପକ ସ୍ତରରେ କ୍ରୟ କରାଯାଉଛି। କରୋନାର କଠିନ ପରିସ୍ଥିତି ମଧ୍ୟରେ ଯେଉଁଠାରେ କୃଷକମାନେ ଯେଉଁଠି କୃଷି ଏବଂ ଉଦ୍ୟାନକୃଷିରେ ରେକର୍ଡ ସ୍ତରର ଉତ୍ପାଦନ କରିଛନ୍ତି, ସେହିପରି ସରକାର ମଧ୍ୟ ପ୍ରତିବର୍ଷ ଏମଏସପି ଆଧାରରେ ଖରିଦର ନୂଆ-ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଥମେ ଧାନ ଏବଂ ଏବେ ଗହମର ରେକର୍ଡ ପରିମାଣରେ ସଂଗ୍ରହ କରାଯାଉଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଗତ ବର୍ଷ ତୁଳନାରେ ପ୍ରାୟ 10 ପ୍ରତିଶତରୁ ଅଧିକ ଗହମ ଏମଏସପି ଆଧାରରେ କ୍ରୟ କରାଯାଇଛି। ଏ ପର୍ଯ୍ୟନ୍ତ ଗହମର କ୍ରୟରେ ପ୍ରାୟ 58 ହଜାର କୋଟି ଟଙ୍କା ସିଧାସଳଖ କୃଷକମାନଙ୍କ ଖାତାରେ ପହଂଚିସାରିଛି। ସବୁଠାରୁ ବଡ଼ କଥା ହେଉଛି ଏହା ଯେ ଏବେ କୃଷକମାନଙ୍କର ଯେଉଁ ଉତ୍ପାଦ ମଣ୍ଡିରେ ବିକ୍ରି ହେଉଛି, ସେମାନଙ୍କୁ ଆଉ ନିଜ ଟଙ୍କା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁନାହିଁ, ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ। କୃଷକମାନଙ୍କର ନିଜର ଅଧିକାରର ପ୍ରାପ୍ୟ ବ୍ୟାଙ୍କ ଖାତାରେ ଜମା ହେଉଛି। ମୁଁ ଖୁସୀ ଯେ ପଞ୍ଜାବ ଏବଂ ହରିୟାଣାର ଲକ୍ଷ-ଲକ୍ଷ କୃଷକମାନେ ପ୍ରଥମ ଥର ପାଇଁ ସିଧାସଳଖ ହସ୍ତାନ୍ତରର ସୁବିଧା ସହିତ ସାମିଲ ହୋଇଛନ୍ତି। ଏ ପର୍ଯ୍ୟନ୍ତ ପଞ୍ଜାବର କୃଷକମାନଙ୍କର ବ୍ୟାଙ୍କ ଖାତାରେ ପ୍ରାୟ 18 ହଜାର କୋଟି ଟଙ୍କା ଏବଂ ହରିୟାଣାର କୃଷକମାନଙ୍କ ବ୍ୟାଙ୍କ ଖାତାରେ 9 ହଜାର କୋଟି ଟଙ୍କା ସିଧାସଳଖ ଜମା ହୋଇ ସାରିଛି। ନିଜର ସଂମ୍ପୂର୍ଣ୍ଣ ଅର୍ଥ ନିଜ ବ୍ୟାଙ୍କ ଖାତାରେ ଜମା ହେବା ଏହା ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଅନୁଭବ କରୁଛନ୍ତି ଏବଂ ଖୁସି ହୋଇ କହୁଛନ୍ତି ମଧ୍ୟ। ମୁଁ ସାମାଜିକ ଗଣମାଧ୍ୟମରେ ଏତେ ଭିଡ଼ିଓ ଦେଖିଛି, କୃଷକମାନଙ୍କର ବିଶେଷ କରି ପଞ୍ଜାବର କୃଷକମାନେ ସେମାନଙ୍କ ଖାତାରେ ପୂରା ଅର୍ଥ ପହଂଚିବା କଥାକୁ ଆନନ୍ଦରେ ଏବଂ ଆତ୍ମସନ୍ତୋଷର ସହ ଅଧିର ହୋଇ କହୁଛନ୍ତି।

ସାଥୀଗଣ,

ଚାଷବାସ କ୍ଷେତ୍ରରେ ନୂତନ ସମାଧାନ, ନୂତନ ବିକଳ୍ପ ଦେବାପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ହେଉଛି ସେଭଳି ଏକ ପ୍ରୟାସ। ଏହି ପ୍ରକାରର ଫସଲରେ ମଧ୍ୟ କମ୍‍ ଖର୍ଚ୍ଚ ହୋଇଥାଏ, ଏହା ମୃତିକା ଓ ମଣିଷର ସ୍ୱାସ୍ଥ୍ୟ ପାଇଁ ଲାଭବାନ ହୋଇଥାଏ ଏବଂ ଏହାର ଅଧିକ ମୂଲ୍ୟ ମଧ୍ୟ ମିଳିଥାଏ। କିଛି ସମୟ ପୂର୍ବରୁ ଏହି ପ୍ରକାରର ଚାଷବାସ ସହିତ ଜଡ଼ିତ ସାରା ଦେଶର କିଛି କୃଷକ ମୋ ସହିତ କଥା ହୋଇଛନ୍ତି। ସେମାନଙ୍କର ଉତ୍ସାହ, ସେମାନଙ୍କର ଅନୁଭବକୁ ଜାଣି ମୁଁ ବହୁତ ଉତ୍ସାହିତ ହୋଇଛି। ଆଜି ଗଙ୍ଗା ନଦୀର ଉଭୟ କୂଳରେ ପ୍ରାୟ 5 କିଲୋମିଟର ପରିସରରେ ବ୍ୟାପକ ସ୍ତରରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରାଯାଉଛି ଫଳରେ କ୍ଷେତରେ ବ୍ୟବହାର କରାଯାଉଥିବା ଯେଉଁ ରାସାୟନିକ ସାର, ତାହା ବର୍ଷା ଯୋଗୁଁ ପାଣିରେ ଧୋଇ ହୋଇ ଗଙ୍ଗା ନଦୀକୁ ଚାଲି ଯାଇଥାଏ, ଆଉ ଗଙ୍ଗା ଜଳ ପ୍ରଦୂଷିତ ନ ହେଉ, ଏଥିପାଇଁ ଗଙ୍ଗା ନଦୀର ଉଭୟ କୂଳରେ 5-5 କିଲୋମିଟର ପର୍ଯ୍ୟନ୍ତ ଅଂଚଳରେ ଜୈବିକ ଉତ୍ପାଦନ ଉପରେ ବିଶେଷ ଗୁରୁତ୍ୱ ଦିଆ ଯାଉଛି। ଏହି ଜୈବିକ ଉତ୍ପାଦ ନମାମୀ ଗଙ୍ଗେ ବ୍ରାଣ୍ଡ ସହିତ ବଜାରରେ ଉପଲବ୍ଧ କରାଯାଉଛି। ସେହିଭଳି ଭାବେ ଭାରତୀୟ ପ୍ରାକୃତିକ କୃଷି ପଦ୍ଧତିକୁ, ତାହାକୁ ମଧ୍ୟ ବ୍ୟାପକ ସ୍ତରରେ ପ୍ରୋତ୍ସାହିତ କରାଯାଉଛି। ଏହା ସହିତ ସରକାରଙ୍କର ଏହା ନିରନ୍ତର ପ୍ରୟାସ ରହିଛି ଯେ କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କୁ ବ୍ୟାଙ୍କରୁ ଶସ୍ତାରେ ଏବଂ ସହଜରେ ଋଣ ମିଳୁ। ଏଥିପାଇଁ ବିଗତ ଦେଢ଼ ବର୍ଷରେ କିଷାନ କ୍ରେଡିଟ କାର୍ଡ ଉପଲବ୍ଧ କରାଇବାର ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଛି। ଏହି ସମୟ ମଧ୍ୟରେ 2 କୋଟିରୁ ଅଧିକ କିଷାନ କ୍ରେଡିଟ କାର୍ଡ ଜାରି କରାଯାଇଛି। ଏହି କାର୍ଡରେ କୃଷକମାନେ 2 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ଋଣ ବ୍ୟାଙ୍କରୁ ନେଇଛନ୍ତି। ଏହାର ବହୁତ ବଡ଼ ଲାଭ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମାଛ ଚାଷ ସହିତ ଜଡ଼ିତ କୃଷକମାନଙ୍କୁ ମିଳିବା ଆରମ୍ଭ ହୋଇଛି। ଏହି ନିକଟରେ ହିଁ ସରକାର ଏକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ମୁଁ ଚାହିଁବି ଯେ ମୋର କୃଷକ ଭାଇ ଭଉଣୀମାନେ ସରକାରଙ୍କର ଏହି ନିଷ୍ପତି ଦ୍ୱାରା ଖୁସି ହେବେ, ସେମାନଙ୍କ ପାଇଁ ଏହା ବହୁତ ହିଁ ଲାଭଦାୟକ ହେବ। ସରକାର ନିଷ୍ପତି ନେଇଛନ୍ତି ଯେ କରୋନାକୁ ଦୃଷ୍ଟିରେ ରଖି କିଷାନ କ୍ରେଡିଟ କାର୍ଡରେ ଋଣ ସୁଝିବା ଏବଂ ନୂଆ ଋଣର ସମୟସୀମା ବୃଦ୍ଧି କରି ଦିଆଯାଇଛି। ଏଭଳି ସମସ୍ତ କୃଷକ ଯେଉଁମାନଙ୍କର ଋଣ ସୁଝିବା ବାକି ଅଛି, ସେମାନେ ଏବେ ଜୁନ 30 ତାରିଖ ପର୍ଯ୍ୟନ୍ତ ଋଣର ନବୀକରଣ କରି ପାରିବେ। ଏହି ବର୍ଦ୍ଧିତ ସମୟରେ ମଧ୍ୟ କୃଷକମାନଙ୍କୁ 4 ପ୍ରତିଶତ ସୁଧ ହାରରେ ଯେଉଁ ଋଣ ମିଳିଥାଏ, ଯେଉଁ ଲାଭ ମିଳିଥାଏ, ସେହି ଲାଭ ମଧ୍ୟ ଜାରି ରହିବ, ମିଳି ଚାଲିବ।

ସାଥୀଗଣ,

ଗାଁର, କୃଷକମାନଙ୍କର କରୋନା ବିରୋଧରେ ଭାରତର ଲଢ଼େଇରେ ବହୁତ ବଡ଼ ଯୋଗଦାନ ରହିଛି। ଏହା ହେଉଛି ଆପଣଙ୍କର ପରିଶ୍ରମର ପରିଣାମ ଯେ ଆଜି ଏହି କରୋନା କାଳରେ ଭାରତ ବିଶ୍ୱର ସର୍ବବୃହତ ମୁକ୍ତ ରାସନ ଯୋଜନା ଜାରି ରଖିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ବିଗତ ଆଠ ମାସ ପର୍ଯ୍ୟନ୍ତ ଗରିବମାନଙ୍କୁ ମାଗଣା ରାସନ ଦିଆଯାଇଥିଲା। ଚଳିତ ବର୍ଷ ମଇ ଏବଂ ଜୁନ ମାସରେ ଦେଶର 80 କୋଟିରୁ ଅଧିକ ସାଥୀମାନଙ୍କୁ ରାସନ ମିଳୁ, ଏହାର ବ୍ୟବସ୍ଥା କରାଯାଇଛି। ଏହା ଉପରେ ମଧ୍ୟ କେନ୍ଦ୍ର ସରକାର 26 ହଜାର କୋଟି ଟଙ୍କା, ଆମର ଗରିବମାନଙ୍କ ଘରେ ଚୂଲି ଜଳୁ, ଏଥିପାଇଁ ଖର୍ଚ୍ଚ କରୁଛନ୍ତି। ମୁଁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିବି ଯେ ଗରିବମାନଙ୍କୁ ଏହି ରାସନର ବିତରଣରେ କୌଣସି ଅସୁବିଧା ନ ଆସୁ, ଏହା ସୁନିଶ୍ଚିତ କରନ୍ତୁ।

ସାଥୀଗଣ,

100 ବର୍ଷ ପରେ ଆସିଥିବା ଏହି ଭୀଷଣ ମହାମାରୀ ପାଦ-ପାଦରେ ଦୁନିଆର ପରୀକ୍ଷା ନେଉଛି। ଆମ ସମ୍ମୁଖରେ ଏକ ଅଦୃଶ୍ୟ ଶତ୍ରୁ ରହିଛି ଆଉ ଏହି ଶତ୍ରୁ ହେଉଛି ବହୁରୂପୀ ମଧ୍ୟ ଏବଂ ଏହି ଶତ୍ରୁ ଯୋଗୁଁ, ଏହି କରୋନା ଭୂତାଣୁ ଯୋଗୁଁ ଆମେ ଆମର ବହୁତ ନିକଟ ସଂପର୍କୀୟଙ୍କୁ ହରାଇ ସାରିଛେ। ବିଗତ କିଛି ସମୟ ଧରି ଯେଉଁ କଷ୍ଟ ଦେଶବାସୀ ସହିଛନ୍ତି, ଅନେକ ଲୋକ ଯେଉଁ ବ୍ୟଥା ମଧ୍ୟଦେଇ ଗତି କରୁଛନ୍ତି, କଷ୍ଟ ମଧ୍ୟଦେଇ ଗତି କରୁଛନ୍ତି, ତାହା ମୁଁ ମଧ୍ୟ ସେହିପରି ହିଁ ଅନୁଭବ କରୁଛି। ଦେଶର ପ୍ରଧାନସେବକ ଭାବେ, ଆପଣଙ୍କର ପ୍ରତ୍ୟେକ ଭାବନାରେ ମୁଁ ହେଉଛି ସହଭାଗୀ। କରୋନାର ଦ୍ୱିତୀୟ ଲହରର ମୁକାବିଲା କରିବା ପାଇଁ, ସଂସାଧନ ସହିତ ଜଡ଼ିତ ଯେଉଁ ଅବରୋଧ ରହିଥିଲା, ସେଗୁଡ଼ିକୁ ଦ୍ରୁତ ଗତିରେ ଦୂର କରାଯାଉଛି। ଯୁଦ୍ଧକାଳୀନ ସ୍ତରରେ କାର୍ଯ୍ୟ କରିବାର ପ୍ରୟାସ କରାଯାଉଛି। ଆପଣମାନେ ଦେଖିଥିବେ, ସରକାରଙ୍କର ସମସ୍ତ ବିଭାଗ, ସମସ୍ତ ସଂସାଧନ, ଆମ ଦେଶର ସୁରକ୍ଷା ବାହିନୀ, ଆମର ବୈଜ୍ଞାନିକ, ସମସ୍ତେ ଦିନ ରାତି କୋଭିଡ଼ ଆହ୍ୱାନର ମୁକାବିଲା କରିବା ପାଇଁ ଏକଜୁଟ ହୋଇଛନ୍ତି। ଦେଶର ଭିନ୍ନ-ଭିନ୍ନ ଅଂଚଳରେ ଦ୍ରୁତ ଗତିରେ କୋଭିଡ଼ ଡାକ୍ତରଖାନାମାନ ନିର୍ମାଣ କରାଯାଉଛି, ନୂତନ ଟେକ୍ନୋଲୋଜି ଦ୍ୱାରା ଅକ୍ସିଜେନ ପ୍ଲାଂଟମାନ ପ୍ରତିଷ୍ଠା କରାଯାଉଛି। ଆମର ତିନୋଟି ଯାକ ସେନା- ବାୟୁସେନା, ନୌସେନା ଏବଂ ସ୍ଥଳ ସେନା ସମସ୍ତେ ସଂପୂର୍ଣ୍ଣ ଶକ୍ତି ଦେଇ ଏହି କାର୍ଯ୍ୟରେ ଲାଗିଛନ୍ତି। ଅକ୍ସିଜେନ ରେଳ(ଏକ୍ସପ୍ରେସ), ଏହା କରୋନା ବିରୁଦ୍ଧରେ ହେଉଥିବା ଏହି ଲଢ଼େଇକୁ ବହୁତ ବଡ଼ ଶକ୍ତି ଦେଇଛି। ଦେଶର ଦୂର-ଦୂରାନ୍ତ ଅଂଚଳରେ ଏହି ସ୍ୱତନ୍ତ୍ର ରେଳ, ଏହି ଅକ୍ସିଜେନ ରେଳ ଅମ୍ଳଜାନ ପହଂଚାଇବା କାର୍ଯ୍ୟରେ ଲାଗି ପଡ଼ିଛି। ଅକ୍ସିଜେନ ଟ୍ୟାଙ୍କର ନେଇ ଯାଉଥିବା ଟ୍ରକ ଡ୍ରାଇଭରମାନେ, ନ ଅଟକି କାର୍ଯ୍ୟ କରି ଚାଲିଛନ୍ତି। ଦେଶର ଡାକ୍ତରମାନେ ହୁଅନ୍ତୁ, ନର୍ସିଂ ଷ୍ଟାଫ୍‍ ହୁଅନ୍ତୁ, ସଫେଇ କର୍ମଚାରୀ ହୁଅନ୍ତୁ, ଆମ୍ବୁଲାନ୍ସର ଡ୍ରାଇଭରମାନେ ହୁଅନ୍ତୁ, ଲ୍ୟାବରେ କାର୍ଯ୍ୟ କରୁଥିବା ଲୋକମାନେ ହୁଅନ୍ତୁ, ନମୂନା ସଂଗ୍ରହ କରୁଥିବା ଲୋକ ହୁଅନ୍ତୁ, ପ୍ରତିଟି ଜୀବନକୁ ବଂଚାଇବା ପାଇଁ ଚବିଶ ଘଂଟା ଲାଗି ପଡ଼ିଛନ୍ତି। ଆଜି ଦେଶରେ ଜରୁରୀ ଔଷଧଗୁଡ଼ିକର ଆବଶ୍ୟକତା ପୂରଣ ମାତ୍ରାକୁ ବଢ଼ାଇବା ପାଇଁ ଯୁଦ୍ଧକାଳୀନ ଭାବେ କାର୍ଯ୍ୟ କରାଯାଉଛି। ସରକାର ଏବଂ ଦେଶର ଫାର୍ମା କ୍ଷେତ୍ର ବିଗତ କିଛି ଦିନରେ ଜରୁରୀ ଔଷଧଗୁଡ଼ିକର ଉତ୍ପାଦନ ବହୁ ଗୁଣାରେ ବଢ଼ାଇଛନ୍ତି। ବାହାରୁ ମଧ୍ୟ ଔଷଧ ସବୁ ମଗାଯାଉଛି। ଏହି ସଙ୍କଟ ସମୟରେ, ଔଷଧ ଏବଂ ଜରୁରୀ ସାମଗ୍ରୀଗୁଡ଼ିକର ଜମାଖୋରୀ ଏବଂ କଳାବଜାରୀରେ ମଧ୍ୟ କିଛି ଲୋକ ନିଜର ନିହିତ ସ୍ୱାର୍ଥ କାରଣରୁ ଲାଗି ପଡ଼ିଛନ୍ତି। ମୁଁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିବି ଯେ ଏଭଳି ଲୋକମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ହେଉଛି ମାନବିକତା ବିରୁଦ୍ଧରେ କାର୍ଯ୍ୟ। ଭାରତ ସାହସ ହରାଇବା ଭଳି ଦେଶ ନୁହେଁ। ନା ଭାରତ ସାହସ ହରାଇବ ଆଉ ନା କୌଣସି ଭାରତବାସୀ ସାହସ ହରାଇବେ। ଆମେ ଲଢ଼ିବା ଆଉ ଜିତିବା।

ସାଥୀଗଣ,

ଆଜିକାର ଏହି କାର୍ଯ୍ୟକ୍ରମରେ, ମୁଁ ଦେଶର ସମସ୍ତ କୃଷକଙ୍କୁ, ଗାଁରେ ରହୁଥିବା ସମସ୍ତ ଭାଇ ଭଉଣୀଙ୍କୁ କରୋନା ଠାରୁ ପୁଣି ସତର୍କ କରାଇ ଦେବାକୁ ଚାହୁଁଛି। ଏହି ସଂକ୍ରମଣ ଏବେ ଦ୍ରୁତ ଗତିରେ ଗାଁମାନଙ୍କରେ ମଧ୍ୟ ପହଂଚୁଛି। ଦେଶର ସମସ୍ତ ସରକାର ଏହା ସହିତ ମୁକାବିଲା କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ଏଥିରେ ଗାଁ ଲୋକମାନଙ୍କର ସଚେତନତା, ଆମର ପଂଚାୟତିରାଜ ସହିତ ଜଡ଼ିତ ଯେଉଁ ସବୁ ବ୍ୟବସ୍ଥାମାନ ରହିଛି, ସେଗୁଡ଼ିକର ସହଯୋଗ, ସେମାନଙ୍କର ଭାଗିଦାରୀ ହେଉଛି ସେତିକି ସେତିକି ହିଁ ଆବଶ୍ୟକ। ଆପଣମାନେ ଦେଶକୁ କେବେ ହେଲେ ନିରାଶ କରି ନାହାଁନ୍ତି, ଏଥର ମଧ୍ୟ ଆପଣମାନଙ୍କ ଠାରୁ ଏହି ଆଶା ରହିଛି। କରୋନାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ନିଜ ଉପରେ, ନିଜ ପରିବାର ଉପରେ, ସାମାଜିକ ସ୍ତରରେ ଯାହା ମଧ୍ୟ ଜରୁରୀ ପଦକ୍ଷେପ ନେବାର ଅଛି, ଆବଶ୍ୟକତା ରହିଛି, ସେଗୁଡ଼ିକୁ ଆମକୁ ହିଁ ତୁଲାଇବାକୁ ପଡ଼ିବ। କ୍ରମାଗତ ଭାବେ ମାସ୍କ ପରିଧାନ କରିବା ହେଉଛି ବହୁତ ଜରୁରୀ। ତାହା ମଧ୍ୟ ଏଭଳି ପିନ୍ଧିବାର ଅଛି କି ନାକ ଏବଂ ମୁହଁ ସଂମ୍ପୂର୍ଣ୍ଣ ଭାବେ ଘୋଡାଇ ହୋଇ ରହିବ। ଦ୍ୱିତୀୟ କଥା, ଆପଣଙ୍କୁ କୌଣସି ପ୍ରକାରର କାଶ, ଥଣ୍ଡା-ଶର୍ଦ୍ଦି, ଜ୍ୱର, ବାନ୍ତି-ପତଳା ଝାଡ଼ା, ଭଳି ଲକ୍ଷଣଗୁଡ଼ିକୁ ସାଧାରଣ ଭାବେ ନେବା ଉଚିତ ନୁହେଁ। ପ୍ରଥମେ ତ ନିଜକୁ ଅନ୍ୟମାନଙ୍କ ଠାରୁ ଯଥା ସମ୍ଭବ ଅଲଗା କରିବାକୁ ପଡ଼ିବ। ପୁଣି ଶୀଘ୍ରରୁ ଅତି ଶୀଘ୍ର କରୋନାର ପରୀକ୍ଷା କରିବାକୁ ପଡ଼ିବ। ଆଉ ଯେ ପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ ସେ ପର୍ଯ୍ୟନ୍ତ ଡାକ୍ତର ଯେଉଁ ଔଷଧ ଦେଇଛନ୍ତି, ତାକୁ ନିଶ୍ଚିତ ଭାବେ ଖାଇବା।

ସାଥୀଗଣ,

ସୁରକ୍ଷାର ଏକ ବହୁତ ବଡ଼ ମାଧ୍ୟମ ହେଉଛି, କରୋନା ଟିକା। କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାର ମିଶି ଏହି ନିରନ୍ତର ପ୍ରୟାସ କରୁଛନ୍ତି ଯେ ଅଧିକରୁ ଅଧିକ ଦେଶବାସୀଙ୍କୁ କରୋନାର ଦ୍ରୁତ ଗତିରେ ଟିକା ଦିଆଯାଉ। ସାରା ଦେଶରେ ଏପର୍ଯ୍ୟନ୍ତ ପ୍ରାୟ 18 କୋଟି ଟିକା ଦିଆଯାଇସାରିଛି। ସାରା ଦେଶର ସରକାରୀ ଡାକ୍ତରଖାନା ମାନଙ୍କରେ ମାଗଣା ଟିକାକରଣ କରାଯାଉଛି। ତେଣୁ ଯେତେବେଳେ ମଧ୍ୟ ଆପଣମାନଙ୍କର ପାଳି ଆସିବ ତେବେ ନିଶ୍ଚିତ ଭାବେ ଟିକା ନେଇଯିବେ। ଏହି ଟିକା ଆମକୁ କରୋନା ବିରୁଦ୍ଧରେ ସୁରକ୍ଷା କବଚ ପ୍ରଦାନ କରିବ, ଗୁରୁତର ରୋଗର ଆଶଙ୍କାକୁ କମ୍‍ କରିବ। ହଁ, ଟିକା ନେବା ପରେ ମଧ୍ୟ ମାସ୍କ ଏବଂ ଦୁଇ ଗଜର ଦୂରତାର ମନ୍ତ୍ରକୁ ଆମେ ଛାଡ଼ିବା ନାହିଁ। ଆଉ ଥରେ ପୁଣି ସମସ୍ତ କୃଷକ ସାଥୀମାନଙ୍କୁ ମୁଁ ବହୁତ-ବହୁତ ଶୁଭକାମନା ଜଣାଉଛି।

ବହୁତ-ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hosts Commonwealth Games 2026 medal winners
August 09, 2026

The Prime Minister, Shri Narendra Modi today hosted India’s outstanding medal winners from the Commonwealth Games 2026 at 7 Lok Kalyan Marg. Shri Modi interacted with the athletes and heard about their experiences from the Games.

The Prime Minister said that the athletes’ achievements are a source of immense pride for the entire country and will inspire many youngsters to take up sports.

Shri Modi posted on X:

Delighted to host our outstanding medal winners from the Commonwealth Games 2026 at 7, Lok Kalyan Marg. Heard about their experiences from the Games.

Each one of them has made our nation proud through their exceptional performances. Their success will motivate many youngsters.