Target of New India can be achieved only by making it a people's movement: PM Modi
Universities should be centres of innovation, says the Prime Minister
Mahatma Gandhi is a source of inspiration, as we work towards an Open Defecation Free India: PM

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ମତବ୍ୟକ୍ତ କରିଥିଲେ ଯେ ସମସ୍ତ ରାଜ୍ୟପାଳମାନେ ସମ୍ବିଧାନର ପବିତ୍ରତାକୁ ବଜାୟ ରଖିବା ସହିତ ସମାଜରେ ପରିବର୍ତ୍ତନ ଆଣିବାରେ ଉତ୍ପ୍ରେରକ ପ୍ରତିନିଧି ଭାବେ କାର୍ଯ୍ୟ କରିପାରିବେ । ନୂତନ ଭାରତ 2022 ର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଏହାକୁ ଲୋକ ଆନ୍ଦୋଳନ କରିପାରିଲେ ଯାଇ ଲକ୍ଷ୍ୟ ହାସଲ ହୋଇପାରିବ ।

ଏହି କ୍ଷେତ୍ରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବା ଲାଗି ସେ ରାଜ୍ୟପାଳମାନଙ୍କୁ ଉତ୍ସାହିତ କରିଥିଲେ । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ହକାଥନ୍ ଆୟୋଜନ କରାଯାଇଥିଲା, ଏଥିରେ ଛାତ୍ରଛାତ୍ରୀ ଯୋଗ ଦେଇ ବିଭିନ୍ନ ସମସ୍ୟାର ପ୍ରଯୁକ୍ତି ମାଧ୍ୟମରେ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । ଏ ସମ୍ପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ନବୋନ୍ମେଷ ବା ନବସୃଜନର କେନ୍ଦ୍ରସ୍ଥଳୀ ହେବା ଉଚିତ ।

ସେହିପରି ପ୍ରତି ରାଜ୍ୟର ଯୁବପିଢ଼ି ନିଶ୍ଚିତ ଭାବେ କ୍ରୀଡ଼ା ପ୍ରତି ଲକ୍ଷ୍ୟବଦ୍ଧ ହେବା ଉଚିତ । ସ୍ୱଚ୍ଛତା ହାସଲ ଦିଗରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପ୍ରସ୍ତୁତ କଲା ଭଳି କାର୍ଯ୍ୟ କରି ନେତୃତ୍ୱ ନେବା ଲାଗି ସେ ରାଜ୍ୟପାଳମାନଙ୍କୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଆସନ୍ତା 2019ରେ ପାଳନ କରାଯିବ । ଆମେ ଏକ ଖୋଲା ମଳମୁକ୍ତ ଭାରତ ଗଠନ ଦିଗରେ କାର୍ଯ୍ୟ କରୁଥିବାରୁ ଏହା ଆମ ପାଇଁ ପ୍ରେରଣାର ଉତ୍ସ ହେବ । ପ୍ରଧାନମନ୍ତ୍ରୀ କହିଥିଲେ ପାର୍ବଣ ଏବଂ ବାର୍ଷିକୀ ମହାନ ପ୍ରେରଣା ଦେଇଥାଏ ଏବଂ ପରିବର୍ତ୍ତନ ଲାଗି କାର୍ଯ୍ୟ କରିବା ଦିଗରେ ଶକ୍ତି ପ୍ରଦାନ କରିଥାଏ । ସେ କହିଥିଲେ ଯେ ନଭେମ୍ବର 26 ସମ୍ବିଧାନ ଦିବସ ଏବଂ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଡିସେମ୍ବର 6 ତାରିଖ ମଧ୍ୟରେ ମୁଦ୍ରା ଯୋଜନାରେ ଆଦିବାସୀ, ଦଳିତ ଏବଂ ମହିଳାମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବା ଲାଗି ରାଜ୍ୟପାଳମାନେ ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କରିପାରିବେ ।

ସୌର ଶକ୍ତି, ଡିବିଟି ଏବଂ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ କିରାସିନି ମୁକ୍ତ କରିବା ଦିଗରେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଉତ୍ତମ କାର୍ଯ୍ୟଶୈଳୀ ଅନ୍ୟ ରାଜ୍ୟମାନଙ୍କ ସହ ବିନିମୟ କରିବା ଲାଗି ପ୍ରଧାନମନ୍ତ୍ରୀ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକର ଉପରାଜ୍ୟପାଳମାନଙ୍କୁ ଆହ୍ୱାନ ଜଣାଇଥିଲେ । ସେ କହିଥିଲେ ଏହି ଉପଲବ୍ଧୀ ସମସ୍ତ କେନ୍ଦ୍ରଶାସିତ ଅଂଚଳରେ ଦ୍ରୁତଗତିରେ ପ୍ରସାର ଲାଭ କରିବା ଉଚିତ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Domestic air passenger traffic to rise by 3-6 pc in this fiscal: ICRA

Media Coverage

Domestic air passenger traffic to rise by 3-6 pc in this fiscal: ICRA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 24, 2026
July 24, 2026

Aatmanirbhar in Action — Space, Missiles, EVs & Livelihoods Under PM Modi’s Watch