We have extensive cooperation with SCO nations. We want to deepen the focus on connectivity: PM
Terrorism is a major threat to humanity: PM Narendra Modi at SCO Summit
SCO can devote attention towards climate change: PM Modi

ମହାମହିମ ରାଷ୍ଟ୍ରପତି ନୁରସୁଲତାନ ନାଜରବାୟେଭ,
ଏସସିଓର ମାନ୍ୟବର ସଦସ୍ୟ ନେତୃବୃନ୍ଦ ଓ ପର୍ଯ୍ୟବେକ୍ଷକମାନେ,
ଏସସିଓର ମହାସଚିବ,
ଜାତିସଂଘ ମହାସଚିବ,
ଆନ୍ତର୍ଜାତୀକ ସଂଗଠନର ମୁଖ୍ୟମାନେ,
ମହାମହିମ,

ମହିଳା ଓ ଭଦ୍ରମଣ୍ଡଳୀ,

ସର୍ବପ୍ରଥମେ ମୁଁ, ସାଙ୍ଘାଇ ସହଯୋଗ ସଂଗଠନର ସଫଳ ନେତୃତ୍ୱ ପାଇଁ ରାଷ୍ଟ୍ରପତି ନାଜରବାୟେଭଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଆମର ଆତିଥ୍ୟ ସତ୍କାର ପାଇଁ ତଥା ଏହି ଶିଖର ବୈଠକର ଭବ୍ୟ ଆୟୋଜନ ପାଇଁ ମଧ୍ୟ ମୁଁ ରାଷ୍ଟ୍ରପତି ନାଜରବାୟେଭଙ୍କୁ ଅଭିନନ୍ଦନ ଜଣାଉଛି ।

 ମହାମହିମ,

କ୍ଷେତ୍ରୀୟ ତଥା ବିଶ୍ୱ ପରିପ୍ରେକ୍ଷୀରେ, ସାଙ୍ଘାଇ ସହଯୋଗ ସଂଗଠନ, ଶାନ୍ତି ତଥା ସୁରକ୍ଷାର ହେଉଛି ଏକ ମୁଖ୍ୟ ସ୍ତମ୍ଭ । ଭାରତ 12 ବର୍ଷର ପର୍ଯ୍ୟବେକ୍ଷକ ରାଷ୍ଟ୍ର ପରେ ଆଜି ଏସସିଓର ସଦସ୍ୟତା ଗ୍ରହଣ କରିବ । ଆମର ସଦସ୍ୟତା ପାଇଁ ସମର୍ଥନ ନିମନ୍ତେ, ମୁଁ ଏସସିଓର ସମସ୍ତ ରାଷ୍ଟ୍ରଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି । ସଦସ୍ୟତାର ସଂପ୍ରସାରଣ ପରେ ଏସସିଓ ବିଶ୍ୱର ପାଖାପାଖି 42% ଜନସଂଖ୍ୟା, 20% ଜିଡିପି ତଥା 22% ଭୂଭାଗକୁ ପ୍ରତିନିଧିତ୍ୱ କରିବ । ଅତଏବ ଏସସିଓର ପ୍ରଗତି ହେଉଛି ବିଶ୍ୱର ବିଶାଳ ଜନମାନସ ତଥା ଭୂଭାଗର ଉନ୍ନତି ।

ମହାମହିମ,

ଏହା ଠିକ୍ ଯେ ଆଜି ଆମକୁ ସଦସ୍ୟତା ମିଳୁଅଛି, କିନ୍ତୁ ଆପଣ ସମସ୍ତ ଦେଶ ସହିତ ଆମର ସମ୍ବନ୍ଧ ହେଉଛି ଐତିହାସିକ । ପରସ୍ପର ବିଶ୍ୱାସ ତଥା ସଦ୍ଭାବନା ହେଉଛି ଆମର ରାଜନୈତିକ ତଥା ଆର୍ଥିକ ସହଯୋଗର ମୁଖ୍ୟ ଆଧାରଶିଳା । ଏସସିଓ ଦେଶମାନଙ୍କ ସହିତ ଆମର ସହଭାଗିତାର ଅନେକ ପରିସର ରହିଛି । ଉର୍ଜା, ଶିକ୍ଷା, କୃଷି, ସୁରକ୍ଷା, ଖଣିଜ ସମ୍ବନ୍ଧୀୟ, ଦକ୍ଷତା ବିକାଶ, ବିକାଶରେ ସହଭାଗିତା, ବାଣିଜ୍ୟ ତଥା ନିବେଶ ହେଉଛି ତାହାର ପ୍ରମୁଖ ସଂଚାଳକ । ଏସସିଓରେ ଭାରତର ସଦସ୍ୟତା ନିଶ୍ଚୟ ଆମର ସହଯୋଗକୁ ନୂତନ ଶିଖରକୁ ନେଇଯିବ ।

ମହାମହିମ,

ଏସସିଓର ଦେଶଗୁଡ଼ିକ ସହିତ ଯୋଗାଯୋଗ ହେଉଛି ଭାରତର ପ୍ରାଥମିକତା ଏବଂ ଆମେ ତାହାର ଭରପୁର ସମର୍ଥନ କରୁଛୁ । ଆମେ ଚାହୁଁଛୁ କି ଯୋଗାଯୋଗ ଆମ ଦେଶମାନଙ୍କର ଆଗାମୀ ପିଢି ତଥା ସମାଜ ମଧ୍ୟରେ ସହଯୋଗ ତଥା ବିଶ୍ୱାସର ମାର୍ଗ ପ୍ରଶସ୍ତ କରୁ । ଏଥିପାଇଁ ଯୋଗାଯୋଗର ପଦକ୍ଷେପ ଅଥବା ପରିଯୋଜନା ଗୁଡ଼ିକର ସଫଳତା ଏବଂ ସ୍ୱୀକୃତି ପାଇଁ ସାର୍ବଭୌମତା ତଥା କ୍ଷେତ୍ରୀୟ ଅଖଣ୍ଡତାର ଆଦର ଆବଶ୍ୟକ, ତଥା ଏମାନଙ୍କର ସମାବେଶନ ତଥା ସ୍ଥିରତା ଆବଶ୍ୟକ । ଅନ୍ତରାଷ୍ଟ୍ରୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର ତଥା ଚାବାହାର ବୁଝାମଣା ସହିତ ଆମେ ଯୋଡ଼ିହେବା ଏବଂ ଆସ୍କାବାଦ ଚୁକ୍ତିରେ ଯୋଗ ଦେବାର ଆମର ନିର୍ଣ୍ଣୟ, ଭାରତକୁ ଏହି କ୍ଷେତ୍ର ସହିତ ଅଧିକ ଘନିଷ୍ଠ ଭାବେ ଯୋଡ଼ିବ ।

ମହାମହିମ,

ଆତଙ୍କବାଦ ମାନବ ଅଧିକାର ତଥା ମାନବିକ ମୂଲ୍ୟବୋଧଗୁଡ଼ିକର ସବୁଠାରୁ ବଡ଼ ଉଲ୍ଲଙ୍ଘନକାରୀ ମଧ୍ୟରୁ ଗୋଟିଏ । ଅତଏବ ଆତଙ୍କବାଦ ତଥା ଅତିବାଦ ବିରୁଦ୍ଧରେ ସଙ୍ଘର୍ଷ ଏସସିଓର ସହଯୋଗର ହେଉଛି ଏକ ପ୍ରମୁଖ ଭାଗ । ପ୍ରସଙ୍ଗ ହୁଏତ କଠୋରପନ୍ଥୀ କଥା ହେଉ, ଆତଙ୍କବାଦୀର ନିଯୁକ୍ତିର ହେଉ, ତା’ର ପ୍ରଶିକ୍ଷଣର ହେଉ, ଅଥବା ଆର୍ଥିକ ସହାୟତା ସଂକ୍ରାନ୍ତରେ ହେଉ, ଯେ ପର୍ଯ୍ୟନ୍ତ ଆମେ ସମସ୍ତ ଦେଶ ମିଳିମିଶି ଏହି ଦିଗରେ ସମ୍ମିଳିତ ତଥା ସଶକ୍ତ ଉଦ୍ୟମ କରିବା ନାହିଁ, ସେ ପର୍ଯ୍ୟନ୍ତ ଏହି ସମସ୍ୟାଗୁଡ଼ିକର ସମାଧାନ ଅସମ୍ଭବ । ଏହି ସନ୍ଦର୍ଭରେ ଏସସିଓ ଦ୍ୱାରା କରାଯାଇଥିବା ସୁଦୃଢ଼ ପ୍ରୟାସ ହେଉଛି ଅତ୍ୟନ୍ତ ପ୍ରଶଂସନୀୟ । ମୋର ପୂରା ବିଶ୍ୱାସ ଯେ ଭାରତ-ଏସସିଓ ସହଯୋଗ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇକୁ ଏକ ନୂତନ ଦିଗ ତଥା ଶକ୍ତି ପ୍ରଦାନ କରିବ । କ୍ଷେତ୍ରୀୟ ପରିପ୍ରେକ୍ଷୀରେ ଆଫଗାନିସ୍ଥାନରେ ଶାନ୍ତି ତଥା ସ୍ଥିରତା ମଧ୍ୟ ଏସସିଓର ପ୍ରୟାସରୁ ଲାଭ ଉଠାଇପାରିବେ । ବୈଶ୍ୱିକ ସନ୍ଦର୍ଭରେ ପରିବେଶ ପରିବର୍ତ୍ତନର ସମସ୍ୟା ଉପରେ ମଧ୍ୟ ଏସସିଓ ନିଜର ଧ୍ୟାନ କେନ୍ଦ୍ରିତ କରି ପାରେ । ଏହି ସନ୍ଦର୍ଭରେ, ଅସ୍ତାନା ଏକ୍ସପୋ-2017 ରେ “ଫ୍ୟୁଚର୍ ଏନର୍ଜି” ବା “ଭବିଷ୍ୟତର ଶକ୍ତି” କୁ ବିଷୟବସ୍ତୁ ଭାବେ ବଛା ଯାଇଥିବାରୁ, ମୁଁ କାଜାଖସ୍ତାନକୁ ଏବଂ ରାଷ୍ଟ୍ରପତି ମହୋଦୟଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ।

ମହାମହିମ, ମହିଳା ଓ ଭଦ୍ରମଣ୍ଡଳୀ,

ଆଜି ଏସସିଓର ଯାତ୍ରାରେ ଆମର ସାମୁହିକ ଉପସ୍ଥିତି ଏକ ଐତିହାସିକ ମିଳନ । ଭାରତ ଏସସିଓ ସହିତ ଏକ ସକ୍ରିୟ ତଥା ସକାରାତ୍ମକ ସହଭାଗିତା ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ତଥା ଦୃଢ଼ପ୍ରତିବଦ୍ଧ । ମୁଁ ଆଉ ଥରେ ପୁଣି ରାଷ୍ଟ୍ରପତି ନାଜରବାୟେଭଙ୍କୁ ଏହି ଶିଖର ବୈଠକର ସଫଳ ଆୟୋଜନ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ତା’ ସହିତ ରାଷ୍ଟ୍ରପତି ଜି. ଜିନପିଙ୍ଗଙ୍କୁ ଚୀନରେ ଆଗାମୀ ଏସସିଓ ଶିଖର ବୈଠକର ଅଧ୍ୟକ୍ଷତା ପାଇଁ ମୁଁ ବହୁତ ବହୁତ ସଫଳତା ଓ ଶୁଭକାମନା ଜଣାଉଛି ।

ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi