PM Modi calls for collective effort to completely eliminate the ‘treatable disease’ of leprosy from India
Mahatma Gandhi had an enduring concern for people afflicted with leprosy: PM
Effort to eliminate leprosy from this country under the National Leprosy Eradication Programme is a tribute to Mahatma Gandhi’s vision: PM

ଚିକିତ୍ସା ଦ୍ୱାରା ସମ୍ପୂର୍ଣ୍ଣ ଭଲ ହୋଇପାରୁଥିବା କୁଷ୍ଠବ୍ୟାଧିକୁ ଭାରତରୁ ସମୂଳେ ବିଲୋପ କରିବା ଦିଗରେ ସାମୂହିକ ପ୍ରୟାସ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି ।

କୁଷ୍ଠ ନିରାକରଣ ଦିବସ ଅବସରରେ ଏକ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କର ସାମାଜିକ-ଆର୍ଥିକ ଉନ୍ନତି ଏବଂ ଦେଶ ଗଠନ ତଥା ମୁଖ୍ୟସ୍ରୋତରେ ସେମାନଙ୍କ ଯୋଗଦାନ ପାଇଁ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ । ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ଅନୁସାରେ ଆମ ଦେଶର ଏହି ନାଗରିକମାନଙ୍କ ପାଇଁ ଏକ ମର୍ଯ୍ୟଦାପୂର୍ଣ୍ଣ ଜୀବନ ନିଶ୍ଚିତ କରିବା ଦିଗରେ ଆମମାନଙ୍କୁ ପ୍ରଚେଷ୍ଟା କରିବାକୁ ପଡିବ । ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ କୁଷ୍ଠରୋଗରେ ପୀଡିତ ବ୍ୟକ୍ତିମାନଙ୍କ ପାଇଁ ମହାତ୍ମା ଗାନ୍ଧୀ ସବୁ ସମୟରେ ଚିନ୍ତିତ ଥିଲେ । ସେମାନଙ୍କୁ କେବଳ ଆରୋଗ୍ୟ କରିବା ନେଇ ନୁହେଁ ବରଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଗାନ୍ଧିଜୀଙ୍କର ଅନ୍ତର୍ଦୃଷ୍ଟି ରହିଥିବା ସେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରୁ କୁଷ୍ଠବ୍ୟାଧି ବିଲୋପ କରିବାର ପ୍ରୟାସ ହେଉଛି ମହାତ୍ମା ଗାନ୍ଧୀଙ୍କ ଅନ୍ତର୍ଦୃଷ୍ଟିକୁ ସମ୍ମାନ ପ୍ରଦର୍ଶନ କରିବା । ସେ ମନେପକାଇଥିଲେ ଯେ ଏହି କାର୍ଯ୍ୟକ୍ରମ 1955ରେ ଆରମ୍ଭ ହୋଇଥିଲା । ଜାତୀୟ ସ୍ୱାସ୍ଥ୍ୟ ସମସ୍ୟା ଭାବେ କୁଷ୍ଠ ରୋଗ ଦୂରୀକରଣ ପାଇଁ ଜାତୀୟ ସ୍ତରରେ ପ୍ରତି 10,000 ଜନସଂଖ୍ୟାରେ 1 ରୁ କମ କୁଷ୍ଠରୋଗୀ ଚିହ୍ନଟ ହାର 2005ରେ ହାସଲ କରାଯାଇ ପାରିଥିବାର ସେ ସୂଚାଇଥିଲେ । ସେ କହିଥିଲେ ଯେ ଏହାପରେ ଯଦିଓ କୁଷ୍ଠରୋଗୀ ସନ୍ଧାନ କିଛିମାତ୍ରାରେ କମିଛି, ମାତ୍ର ରୋଗ ନିଦାନ ସମୟରେ ଅଙ୍ଗବିକୃତି ଦେଖାଯିବା ବୃଦ୍ଧିପାଇଛି । ସେ କହିଥିଲେ ଯେ ଏକ ଦେଶ ହିସାବରେ ଶେଷ ମାଇଲ ଅତିକ୍ରମ କରିବାରେ ଆମକୁ ଯେକୌଣସି ମତେ ପ୍ରୟାସ କରିବାକୁ ପଡିବ ଏବଂ ଏଥିସହିତ ଏହି ରୋଗ ସହିତ ଜଡିତ ସାମାଜିକ କଳଙ୍କକୁ ଦୂର କରିବା ପାଇଁ ଏକାଠି ମିଶି କାମ କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ଅନ୍ତର୍ଗତ ସମସ୍ତ ଜିଲ୍ଲା ବିଶେଷ କରି ଦୁର୍ଗମ ଅଂଚଳଗୁଡ଼ିକରେ କୁଷ୍ଠ ରୋଗର ପ୍ରାରମ୍ଭିକ ଚିହ୍ନଟ ପାଇଁ 2016ରେ ଏକ ତ୍ରିସ୍ତରୀୟ ପଦ୍ଧତି ପ୍ରସ୍ତୁତ କରାଯାଇଥିଲା । 2016ରେ ଏକ ସ୍ୱତନ୍ତ୍ର କୁଷ୍ଠ ରୋଗ ଅନୁସନ୍ଧାନ ଅଭିଯାନ ଚାଲୁ କରାଯାଇଥିଲା । ଏହାଦ୍ୱାରା 32,000ରୁ ଅଧିକ କୁଷ୍ଠରୋଗ ମାମଲା ଚିହ୍ନଟ ହୋଇ ଚିକିତ୍ସା କରାଯାଇଛି । ଏଥିସହିତ ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ରୋଗ ନହେବା ପାଇଁ ଔଷଧ ପ୍ରଦାନ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 23, 2026
June 23, 2026

Holistic Development under the Modi Government: Delivering Positive Transformation Across Every Sector