PM Modi interacts with a group of over 70 Additional Secretaries and Joint Secretaries
Combination of development and good governance is essential for the welfare and satisfaction of citizens: PM Modi
Good governance should be a priority for the officers, says PM
World is looking towards India with positive expectations. A successful India is vital for a global balance: PM Modi

ଦେଶର ସବୁଠାରୁ ପଛୁଆ ଶହେ ଜିଲ୍ଲାର ବିକାଶ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ 

ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟରତ 70 ଜଣ ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟିବା ସହ ମତ ଆଦାନପ୍ରଦାନ କରିଥିଲେ । ଏହା ପାଞ୍ଚ ପର୍ଯ୍ୟାୟ  ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମତ ବିନିମୟ କାର୍ଯ୍ୟକ୍ରମ ।

ମତ ବିନିମୟ ବେଳେ ଅଧିକାରୀମାନେ ଡିଜିଟାଲ ଓ ସ୍ମାର୍ଟ ପ୍ରଶାସନ, ପ୍ରଶାସନିକ ପ୍ରକ୍ରିୟା ଓ ଉତ୍ତରଦାୟିତ୍ଵ, ସ୍ଵଚ୍ଛତା, କୃଷକଙ୍କ ଆୟ ଦ୍ଵିଗୁଣ କରିବା, ଦକ୍ଷତା ବିକାଶ, ସ୍ଵଚ୍ଛ ଭାରତ, ଉପଭୋକ୍ତା ଅଧିକାର, ପରିବେଶ ସୁରକ୍ଷା ଏବଂ 2022 ମସିହା ସୁଦ୍ଧା ନୂଆ ଭାରତ ଗଠନ ପ୍ରସଙ୍ଗରେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନ କଲ୍ୟାଣ ଓ ସନ୍ତୁଷ୍ଟି ପାଇଁ ବିକାଶ ଓ ଉତ୍ତମ ପ୍ରଶାସନର ସମଷ୍ଟି ଆବଶ୍ୟକ। ସେ କହିଲେ ଯେ, ଅଧିକାରୀମାନେ ଉତ୍ତମ ପ୍ରଶାସନକୁ ଅଗ୍ରାଧିକାର ଦେବା ଉଚିତ। ସରକାରଙ୍କ ସମସ୍ତ ବିଭାଗ ସର୍ବୋକ୍ରୃଷ୍ଟ ପରିଣାମ ହାସଲ ପାଇଁ ଐକ୍ୟବଦ୍ଧ, ସମନ୍ୱିତ ଓ ସୁସଂହତ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ଵ ଦେଇଥିଲେ। ସମସ୍ତ ଅଧିକାରୀ କୌଣସି ନିଷ୍ପତ୍ତି ନେବା ସମୟରେ ଗରିବ ଓ ସାଧାରଣ ଲୋକଙ୍କ କଥା ମନେ ରଖିବା ଉଚିତ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଯେ, ବିଶ୍ଵ ସକାରାତ୍ମକ ଆଶାରେ ଭାରତକୁ ଅନାଇ ରହିଛି। ବିଶ୍ଵରେ ସନ୍ତୁଳନ ରକ୍ଷା କରିବାକୁ ଏକ ସଫଳ ଭାରତର ଆବଶ୍ୟକତା ଥିବା ସମସ୍ତେ ଅନୁଭବ କରୁଛନ୍ତି। ଦେଶର ସାଧାରଣ ନାଗରିକଙ୍କ ନିକଟରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଏକ ଦୃଢ଼  ଅନ୍ତର୍ପ୍ରବାହ ରହିଛି। ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷା ଓ କ୍ରୀଡ଼ାରେ ସୀମିତ ସମ୍ବଳକୁ ଆଧାର କରି ସମାଜର ନିମ୍ନସ୍ତରର ଗରିବ ଯୁବକମାନେ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରୁଛନ୍ତି । ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକ୍ଷେତ୍ରର ପ୍ରଥମ ତିନି ବର୍ଷ ଯେପରି ସାହାସର ସହ କାର୍ଯ୍ୟ କରୁଥିଲେ ଠିକ୍ ସେହିପରି ଯୁବକମାନଙ୍କ ସ୍ଵୟଂପ୍ରବୃତ୍ତ ଦକ୍ଷତାକୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଯେ, ଦେଶର ହିତ ପାଇଁ ଅଧିକାରୀମାନେ ସେମାନଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସକାଶେ ଏହା ଉତ୍ତମ ସୁଯୋଗ । ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଶିଥିଳତା ଦୂର କରି ସୁସଂହତ ଯୋଗାଯୋଗ ବ୍ୟବସ୍ଥା ସୃଷ୍ଟି ଉପରେ ସେ ଗୁରୁତ୍ଵ ଦେଇଥିଲେ। ଦ୍ରୁତ ଏବଂ ଦକ୍ଷ ନିଷ୍ପତ୍ତି ନେବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ। ସେ କହିଲେ ଯେ, ଭଲ ଉଦ୍ଦେଶ୍ୟରେ ସ୍ଵଚ୍ଛ ନିଷ୍ପତ୍ତିକୁ ସର୍ବଦା କେନ୍ଦ୍ର ସରକାର ପ୍ରୋତ୍ସାହିତ କରିବେ। ଦେଶର ସବୁଠାରୁ ପଛୁଆ ଶହେ ଜିଲ୍ଲାକୁ ଗୁରୁତ୍ଵ ଦେବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯ’ଦ୍ୱାରା କି ସେହି ଜିଲ୍ଲାଗୁଡ଼ିକ ବିକାଶର ବିଭିନ୍ନ ସ୍ତରରେ ଜାତୀୟ ହାର ସହ ସମାନ ହୋଇପାରିବେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2026 proposes seven high-speed rail corridors linking growth cities

Media Coverage

Budget 2026 proposes seven high-speed rail corridors linking growth cities
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits Dera Sachkhand Ballan
February 01, 2026

The Prime Minister, Shri Narendra Modi visited Dera Sachkhand Ballan, in Punjab, today. Shri Modi stated that it was a very special feeling to be at Dera Sachkhand Ballan on the Jayanti of Shri Guru Ravidass Maharaj Ji.

Shri Modi posted on X:

"It was a very special feeling to be at Dera Sachkhand Ballan on the Jayanti of Shri Guru Ravidass Maharaj Ji.”

“ਸ੍ਰੀ ਗੁਰੂ ਰਵਿਦਾਸ ਮਹਾਰਾਜ ਜੀ ਦੀ ਜਯੰਤੀ 'ਤੇ ਡੇਰਾ ਸੱਚਖੰਡ ਬੱਲਾਂ ਵਿਖੇ ਆਉਣਾ ਬਹੁਤ ਹੀ ਖ਼ਾਸ ਅਹਿਸਾਸ ਸੀ।”