ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟକାରୀତା ଲାଗି ଆଇସିଟି ଆଧାରିତ, ବହୁପକ୍ଷୀୟ ମଂଚ- ପ୍ରଗତିର ଆଜି 28ତମ ମତବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଗତି ମାଧ୍ୟମରେ ଆୟକର ସମ୍ବନ୍ଧୀୟ ଅଭିଯୋଗ ସମାଧାନର ସମୀକ୍ଷା କରିଥିଲେ । ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଥିଲେ ଯେ ସମସ୍ତ ପ୍ରଣାଳି ପ୍ରଯୁକ୍ତି ଆଧାରିତ ହେବା ଉଚିତ ଏବଂ ମାନବୀୟ ହସ୍ତକ୍ଷେପ ସର୍ବନିମ୍ନ ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଦଣ୍ଡିତ କରିବା ଦିଗରେ ହୋଇଥିବା ଅଗ୍ରଗତି ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଆୟକର ବିଭାଗ ଦ୍ୱାରା ଲୋକମାନଙ୍କ ସହାୟତା ନିମନ୍ତେ କରାଯାଇଥିବା ପ୍ରୟାସ ଏବଂ ଉଠାଯାଇଥିବା ପଦକ୍ଷେପର ଉଚିତ ଢଙ୍ଗରେ ସୂଚନା ଆୟକରଦାତାମାନଙ୍କୁ ଦିଆଯିବା ଉଚିତ ।

ବର୍ତ୍ତମାନ ସୁଦ୍ଧା ହୋଇଥିବା 27ଟି ପ୍ରଗତି ବୈଠକରେ 11.5ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ମୋଟ ନିବେଶ ଥିବା ପ୍ରକଳ୍ପର ସମ୍ପୂର୍ଣ୍ଣ ସମୀକ୍ଷା କରାଯାଇସାରିଛି । ବିଭିନ୍ନ କ୍ଷେତ୍ରରେ ସାଧାରଣ ଅଭିଯୋଗଗୁଡ଼ିକର ସମାଧାନର ମଧ୍ୟ ସମୀକ୍ଷା କରାଯାଇଛି ।

ଆଜି 28ତମ ବୈଠକରେ ପ୍ରଧାନମନ୍ତ୍ରୀ ରେଳ, ସଡ଼କ ଏବଂ ପେଟ୍ରୋଲିୟମ କ୍ଷେତ୍ରର 9ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପ ଗୁଡ଼ିକ ଆନ୍ଧ୍ର ପ୍ରଦେଶ, ଆସାମ, ଗୁଜରାଟ, ଦିଲ୍ଲୀ, ହରିୟାଣା, ତାମିଲନାଡ଼ୁ, ଓଡ଼ିଶା, କର୍ଣ୍ଣାଟକ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ରହିଛି ।

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଅଧୀନରେ ଆରମ୍ଭ କରାଯିବାକୁ ଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦିଗରେ ହୋଇଥିବା ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ । ସେ ପ୍ରଧାନମନ୍ତ୍ରୀ ଜନ ଔଷଧି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electronics output hits ₹13 lakh crore; Vaishnaw eyes No. 2 export spot

Media Coverage

India’s electronics output hits ₹13 lakh crore; Vaishnaw eyes No. 2 export spot
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.