It is vital to identify the “last people in the line” so that benefits of governance can reach them: PM Modi
Social justice is an important governance objective and requires close coordination and constant monitoring: PM
Rural sanitation coverage has increased from less than 40 per cent to about 85 per cent in four years: PM Modi
Niti Aayog meet: Prime Minister Modi calls for efforts towards water conservation and water management on a war footing

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗ ପରିଚାଳନା ପରିଷଦର ଚତୁର୍ଥ ବୈଠକରେ ଉଦ୍ଯାପନୀ ଅଭିଭାଷଣ ରଖିଥିଲେ ।

ମୁଖ୍ୟମନ୍ତ୍ରୀମାନଙ୍କ ଗଠନମୂଳକ ଆଲୋଚନା ଏବଂ ପରାମର୍ଶକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ଏବଂ ଉପସ୍ଥିତ ପ୍ରତିନିଧିମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଏସବୁ ପରାମର୍ଶଗୁଡ଼ିକ ବିଷୟରେ ଆଗାମୀ ଦିନରେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଗୁରୁତ୍ୱର ସହ ବିଚାର କରାଯିବ । ଆସନ୍ତା ତିନି ମାସ ମଧ୍ୟରେ ରାଜ୍ୟଗୁଡ଼ିକ ଦ୍ୱାରା ଦିଆଯାଇଥିବା ପରାମର୍ଶର କାର୍ଯ୍ୟକାରୀ ଦିଗ ପ୍ରତି ଧ୍ୟାନ ଦେବା ଲାଗି ସେ ନୀତି ଆୟୋଗକୁ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ଯେ ନୀତି ଆୟୋଗଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା 115ଟି ଅଭିଳାଷୀ ଜିଲ୍ଲା ଭଳି ରାଜ୍ୟଗୁଡ଼ିକ ନିଜସ୍ୱ ସ୍ତରରେ ମୋଟ ବ୍ଲକଗୁଡ଼ିକ ମଧ୍ୟରୁ 20 ପ୍ରତିଶତ ବ୍ଲକକୁ ଅଭିଳାଷୀ ବ୍ଲକ ଭାବେ ଚିହ୍ନଟ କରି ନିଜସ୍ୱ ପରିମାପକ  ଧାର୍ଯ୍ୟ କରିବା ଆବଶ୍ୟକ ।

ପରିବେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ଦ୍ୱାରା ଉତ୍ଥାପନ କରାଯାଇଥିବା ପ୍ରସଙ୍ଗ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁରାଜ୍ୟ ସେମାନଙ୍କ ସରକାରୀ କୋଠା, ସରକାରୀ କାର୍ଯ୍ୟାଳୟ ଏବଂ ଷ୍ଟ୍ରିଟ ଲାଇଟରେ ଏଲଇଡି ବଲ୍ବର ଉପଯୋଗ କରିବା ଉଚିତ । ଏହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବା ଆବଶ୍ୟକ ।

ଜଳ ସଂରକ୍ଷଣ, କୃଷି, ମନରେଗା ଆଦି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ପରାମର୍ଶର ସେ ପ୍ରଶଂସା କରିଥିଲେ ।

ଉଭୟ ଫସଲ ବୁଣିବା ଏବଂ କାଟିବା ପର୍ଯ୍ୟାୟ ସମେତ “କୃଷି ଏବଂ ମନରେଗା” ଆଦି ଦୁଇଟି ବିଷୟରେ ସମନ୍ୱିତ ନୀତି ଓ ଆଭିମୁଖ୍ୟ ଗ୍ରହଣ ସହିତ ଆବଶ୍ୟକ ସୁପାରିସ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସେ ମଧ୍ୟପ୍ରଦେଶ, ବିହାର, ସିକିମ, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଧାଡ଼ିର ସବା ଶେଷରେ ବସିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ,ଯାହାଦ୍ୱାରା ସରକାରୀ ଯୋଜନାର ଲାଭ ସେମାନଙ୍କ ନିକଟରେ ପହଂଚିପାରିବ । ସେହିପରି ସେ କହିଥିଲେ ଯେ ସାମାଜିକ ନ୍ୟାୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଲକ୍ଷ୍ୟ । ସେ କହିଥିଲେ ଯେ ଏହି ଉଦାର ଲକ୍ଷ୍ୟ ହାସଲ ପାଇଁ ନିବିଡ଼ ସମନ୍ୱୟ ଏବଂ ନିରନ୍ତର ଅନୁଧ୍ୟାନର ଆବଶ୍ୟକତା ରହିଛି ।

ଅଗଷ୍ଟ 15, 2018 ସୁଦ୍ଧା 115ଟି ଅଭିଳାଷୀ ଜିଲ୍ଲାର 45,000 ଅତିରିକ୍ତ ଗ୍ରାମରେ 7ଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ସାମଗ୍ରୀକ ପ୍ରସାର ଲାଗି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାର ସେ ପ୍ରଶଂସା କରିଥିଲେ ।

କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶୀ ନୀତି ସବକା ସାଥସବକା ବିକାଶ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକ ଆଉ କିଛି ଲୋକ କିମ୍ବା କିଛି ଅଂଚଳରେ ସୀମିତ ହୋଇ ରହିନାହିଁ । ଏହା ଏକ ସମାନ୍ତରାଳ ମାର୍ଗରେ ବିନା ବାଛବିଚାରରେ ପ୍ରତ୍ୟେକଙ୍କ ନିକଟରେ ପହଁଚିପାରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସବୁ ଗ୍ରାମକୁ ବର୍ତ୍ତମାନ ବିଦ୍ୟୁତ ସଂଯୋଗ ହୋଇପାରିଛି ଏବଂ ସୌଭାଗ୍ୟ ଯୋଜନାରେ 4 କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି । ସେ କହିଥିଲେ ଯେ ଗ୍ରାମୀଣ ପରିମଳ ପ୍ରସାର ପୂର୍ବରୁ ମାତ୍ର 40 ପ୍ରତିଶତରୁ କମ ଥିବା ବେଳେ ଗତ 4 ବର୍ଷ ମଧ୍ୟରେ ଏହା 85 ପ୍ରତିଶତକୁ ବୃଦ୍ଧି ପାଇଛି । ସେ କହିଥିଲେ ଯେ ଜନଧନ ଯୋଜନା ସମ୍ପର୍କ କାର୍ଯ୍ୟକାରୀ ହେବା ପରେ ଦେଶର ସବୁ ନାଗରିକ ବ୍ୟାଙ୍କ ସହ ଯୋଡ଼ି ହୋଇଯିବେ । ସେହିପରି ସେ କହିଥିଲେ ଉଜ୍ଜ୍ୱଳା ଯୋଜନା ଅଧୀନରେ ରୋଷେଇ ଗ୍ୟାସ ଯୋଗାଣ ଏବଂ ମିଶନ ଇନ୍ଦ୍ରଧନୁଷ ଜରିଆରେ ସାମୂହିକ ଟିକାକରଣ ସଫଳ ହୋଇଛି । ସେ କହିଥିଲେ କେନ୍ଦ୍ର ସରକାର 2022 ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି ।

ଗରିବଙ୍କ କଲ୍ୟାଣ ପାଇଁ ଯୋଜନାର 100 ପ୍ରତିଶତ କାର୍ଯ୍ୟକାରୀତା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀମାନେ ପ୍ରୟାସ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଲୋକମାନଙ୍କ ଜୀବନରେ ଅଭ୍ୟାସଗତ ପରିବର୍ତ୍ତନ ଆଣିପାରିବ । ଏହି ପରିପ୍ରେକ୍ଷୀରେ ସେ ନିମ ପ୍ରଲେପିତ ୟୁରିଆ, ଉଜ୍ଜ୍ୱଳା ଯୋଜନା,ଜନଧନ ଏକାଉଂଟ ଏବଂ ରୂପେ ଡେବିଟ କାର୍ଡ ବିଷୟରେ ଉଲ୍ଲେଖ କରିଥିଲେ । ଏହି ଯୋଜନାଗୁଡ଼ିକ ଲୋକମାନଙ୍କ ଜୀବନରେ କିପରି ପରିବର୍ତ୍ତନ ଆଣିଛି ତାହା ସେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଗତ 4 ବର୍ଷ ମଧ୍ୟରେ 7.7କୋଟି ଶୌଚାଳୟ ନିର୍ମାଣ କରାଯାଇଛି । ଅକ୍ଟୋବର 2, 2019, ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ସୁଦ୍ଧା ଶତପ୍ରତିଶତ ପରିମଳ ବିସ୍ତାର ହାସଲ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ସେ ଉପସ୍ଥିତ ପଦାଧିକାରୀମାନଙ୍କୁ  ଆହ୍ୱାନ କରିଥିଲେ ।

ଯୁଦ୍ଧକାଳୀନ ଭିତ୍ତିରେ ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନା ପାଇଁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅର୍ଥବ୍ୟବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ 5 ଟ୍ରିଲିଅନ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ବିଶ୍ୱ ଆଶା କରୁଛି । ଫଳାଫଳ ଆଧାରିତ ଆବଂଟନ ଏବଂ ବ୍ୟୟ ସଂଶୋଧନ ଲାଗି ଅର୍ଥ ଆୟୋଗଙ୍କୁ ନୂଆ ନୂଆ ପରାମର୍ଶ ଦେବା ପାଇଁ ସେ ରାଜ୍ୟଗୁଡ଼ିକୁ ଉତ୍ସାହିତ କରିଥିଲେ ।

ରାଜ୍ୟଗୁଡ଼ିକ ବର୍ତ୍ତମାନ ନିବେଶକ ସମ୍ମିଳନୀ ଆୟୋଜନ କରୁଥିବା ଜାଣି ସେ ଖୁସିବ୍ୟକ୍ତ କରିଥିଲେ । ରାଜ୍ୟଗୁଡ଼ିକ ରପ୍ତାନି ପ୍ରତି ଧ୍ୟାନ ଦେବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ । “ବ୍ୟବସାୟିକ ସୁଗମତା”କୁ ପ୍ରୋତ୍ସାହିତ କରିବା ଲାଗି ସେ ରାଜ୍ୟଗୁଡ଼ିକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ବ୍ୟବସାୟିକ ସୁଗମତାକୁ ଆହୁରି ତ୍ୱରାନ୍ୱିତ କରିବା ସକାଶେ ନୀତି ଆୟୋଗ ସବୁ ରାଜ୍ୟକୁ ନେଇ ଏକ ବୈଠକ ଆୟୋଜନ କରିବା ଉଚିତ । “ସହଜ ଜୀବନଧାରଣ” ବର୍ତ୍ତମାନ ସମୟରେ ସାଧାରଣ ଜନତାଙ୍କ ଆବଶ୍ୟକତା ଏବଂ ରାଜ୍ୟଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ।

କୃଷି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରରେ କର୍ପୋରେଟ ନିବେଶ ଅତି ନିମ୍ନରେ ରହିଛି । ଶୀତଳଭଣ୍ଡାର, ପରିବହନ, ମୂଲ୍ୟ ଯୋଗାଣ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ କର୍ପୋରେଟ ନିବେଶ ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକ ନୀତି ପ୍ରଣୟନ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ସଫଳତା ପୂର୍ବକ ନିଲାମ ହୋଇସାରିଥିବା କୋଲ ବ୍ଲକଗୁଡ଼ିକ ଯଥାଶୀଘ୍ର ଉତ୍ପାଦନ ଆରମ୍ଭ କରିବା ଆବଶ୍ୟକ । ଏହି ଦିଗରେ ପଦକ୍ଷେପ ନେବା ଲାଗି ସେ ରାଜ୍ୟଗୁଡ଼ିକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଜିଲ୍ଲା ଖଣିଜ ପାଣ୍ଠି ବ୍ୟାପକ ଭାବେ ଗରିବ ଏବଂ ଆଦିବାସୀଙ୍କୁ ସହାୟତା କରିପାରିବ ।

ସମ୍ବଳର ଉତ୍ତମ ଉପଯୋଗ ଏବଂ ଅର୍ଥ ସଂଚୟକୁ ଦୃଷ୍ଟିରେ ରଖି ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକସଙ୍ଗେ କରିବା ଲାଗି ବ୍ୟାପକ ବିତର୍କ ଏବଂ ପରାମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।

ଶେଷରେ, ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ପରାମର୍ଶ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । 


Click here for Opening Remarks

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”