QuotePM Modi reviews progress of key infrastucture projects
QuoteThe highest ever average daily construction rate of 130 km achieved for rural roads under the Pradhan Mantri Gram Sadak Yojana
QuoteOver 4000 km of rural roads have been constructed using green technology in FY17
QuoteIndia building highways at fast pace: Over 26,000 km of 4 or 6 lane national highways built in FY17
QuotePutting Indian Railways on fast-track: 953 km of new lines laid in 2016-17, as against the target of 400 km
QuoteTrack electrification of over 2000 km & gauge conversion of over 1000 km achieved, 1500 unmanned level crossings eliminated in 2016-17
QuoteSagarmala: 415 projects have been identified with investment of Rs. 8 lakh crore
QuoteTowards a digitally connected India: 2187 mobile towers installed in districts affected by Left Wing Extremists in 2016-17

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାସ୍ତା, ରେଳ, ବିମାନବନ୍ଦର, ଡିଜିଟାଲ୍ ଏବଂ କୋଇଲା ଭଳି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି । ଦୀର୍ଘ ସାଢ଼େ 4 ଘଂଟା ଧରି ଚାଲିଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ନୀତି ଆୟୋଗ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ନୀତି ଆୟୋଗ ସିଇଓ ଏକ ଉପସ୍ଥାପନା ମାଧ୍ୟମରେ ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା କହିଥିଲେ । ରାସ୍ତା ଏବଂ ରେଳ ଯୋଗାଯୋଗ କ୍ଷେତ୍ରର ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଲାଗି ପ୍ରଧାନମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଗ୍ରାମାଂଚଳରେ ପ୍ରତିଦିନ ହାରାହାରି 130 କିମି ରାସ୍ତା ନିର୍ମାଣ କରାଯାଉଛି । ଏହା ଫଳରେ 2016-17 ବର୍ଷରେ ପିଏମଜିଏସୱାଇ ଅଧୀନରେ ଅତିରିକ୍ତ 47,400 କିମି ରାସ୍ତା ନିର୍ମାଣ କରାଯାଇଛି । ଏହାଦ୍ୱାରା 11,641 ଅତିରିକ୍ତ ବସତି ଅଂଚଳକୁ ଯୋଗାଯୋଗ ସମ୍ଭବ ହୋଇଛି ।

|

ସବୁଜ ଟେକ୍ନୋଲୋଜି ବ୍ୟବହାର କରି 4 ହଜାର କିମି ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି । ଏଥିରେ ବର୍ଜ୍ୟ ପ୍ଲାଷ୍ଟିକ, କୋଲ୍ଡ ମିକ୍ସ, ଜିଓ ଟେକ୍ସଟାଇଲ୍, ଫ୍ଲାଏ ଆସ୍, ଆଇରନ୍ ଏବଂ କପର ସ୍ଲାଗ୍ ଭଳି ଅଣପାରମ୍ପରିକ ସାମଗ୍ରୀ ବ୍ୟବହାର କରାଯାଇଛି । ଗ୍ରାମୀଣ ରାସ୍ତା ନିର୍ମାଣ କାର୍ଯ୍ୟକୁ ଭଲ ଭାବେ ତଦାରଖ କରିବା ଏବଂ ରାସ୍ତାର ମାନ ଭଲ ରଖିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ସେ "ମେରୀ ସଡକ୍ ଆପ୍' ଭଳି ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ । ରାସ୍ତା ନିର୍ମାଣରେ ନୂଆ ଟେକ୍ନୋଲୋଜି ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଭିତ୍ତିଭୂମି ବିକାଶରେ ବିଶ୍ୱସ୍ତରୀୟ ଟେକ୍ନୋଲୋଜିର ବ୍ୟବହାର ଲାଗି ପ୍ରଧାନମନ୍ତ୍ରୀ ନୀତି ଆୟୋଗକୁ ପରାମର୍ଶ ଦେଇଥିଲେ ।

2017 ଆର୍ଥିକ ବର୍ଷରେ 4 ରୁ 6 ଲେନ୍ ବିଶିଷ୍ଟ 26 ହଜାର କିମି ରାସ୍ତା ନିର୍ମାଣ କରାଯାଇଛି । ଧୀରେ ଧୀରେ ଏଥିରେ ସୁଧାର ଆସିବାରେ ଲାଗିଛି ।

2016-17 ଆର୍ଥିକ ବର୍ଷରେ 953 କିମି ନୂଆ ରେଳ ଲାଇନ୍ ନିର୍ମାଣ କରାଯାଇଛି । ଏହା ଧାର୍ଯ୍ୟ ଲକ୍ଷ୍ୟ 400 କିମି ଠାରୁ ବହୁ ଅଧିକ । ସେହିପରି 2 ହଜାର କିମି ରେଳ ଲାଇନରେ ବିଦ୍ୟୁତିକରଣ କରାଯାଇଛି ଏବଂ ହଜାର କିମି ରେଳ ଲାଇନରେ ଗଜ୍ ପରିବର୍ତ୍ତନ ହୋଇଛି । 2016-17 ଆର୍ଥିକ ବର୍ଷରେ 15 ଶହ ମାନବବିହୀନ ଲେଭଲ୍ କ୍ରସିଂ ଉଚ୍ଛେଦ କରାଯାଇଛି । 115ଟି ଷ୍ଟେସନରେ ୱାଇଫାଇ ଓ 34 ହଜାର ବାୟୋଟଏଲେଟ୍ ନିର୍ମାଣ କରାଯାଇଛି । ରେଳ ଷ୍ଟେସନର ଉନ୍ନତିକରଣ, ଅଣଭଡ଼ା ରାଜସ୍ୱ ଆଦାୟ ବଢ଼ାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

 

|

ପୂର୍ବବର୍ତ୍ତୀ ପାରିପାଶ୍ୱିର୍କ ଏକ୍ସପ୍ରେସ୍ ୱେ, ଚାରଧାମ୍ ପ୍ରକଳ୍ପ, କ୍ୱାଜିଗନ୍ଦ-ବାନିହଲ୍ ଟନେଲ୍, ଚେନାବ ରେଳବାଇ ବ୍ରିଜ୍ ଭଳି ପ୍ରକଳ୍ପର ମଧ୍ୟ ସମୀକ୍ଷା କରାଯାଇଥିଲା । ବିମାନ ଚଳାଚଳ କ୍ଷେତ୍ରରେ ଆଂଚଳିକ ଯୋଗାଯୋଗ ସ୍କିମ୍ ଅଧୀନରେ 31ଟି ଅସଂରକ୍ଷିତ ଲକ୍ଷ୍ୟସ୍ଥଳୀ ସମେତ 43ଟି ଆଂଚଳିକ କ୍ଷେତ୍ରକୁ ବିମାନ ସେବା ପହଂଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି ।

ବନ୍ଦର କ୍ଷେତ୍ରରେ ସାଗରମାଳା ପ୍ରକଳ୍ପ ଅଧୀନରେ 415ଟି ପ୍ରକଳ୍ପ ଚିହ୍ନଟ କରାଯାଇଛି । ଏଠାରେ 8 ଲକ୍ଷ କୋଟି ଟଙ୍କା ନିବେଶ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା 1.37 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି । କାର୍ଗୋର ସ୍ୱଚ୍ଛତା ଏବଂ ଜାହାଜଗୁଡ଼ିକ ଚଳାଚଳ ସମୟ ଉପରେ ଗୁରୁତ୍ୱ ଦେବା ଲାଗି ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ବୃହତ୍ତ ବନ୍ଦରଗୁଡ଼ିକରେ ସର୍ବାଧିକ ବାର୍ଷିକ 100.4 ମେଟ୍ରିକ୍ ଟନ୍ ଅତିରିକ୍ତ କ୍ଷମତା ସଂଯୋଗ କରାଯାଇଛି । ବୃହତ୍ତ ବନ୍ଦରଗୁଡ଼ିର ଜମି ରେକର୍ଡର ଡିଜିଟାଇଜେସନ କରାଯିବା ସହ 193ଟି ବତିଘରେ ସୌର ଶକ୍ତି ସଂଚାଳିତ ଲାଇଟ୍ ସଂଯୋଗ କରାଯାଇଛି ।

2016-17 ଆର୍ଥିକ ବର୍ଷରେ ଡିଜିଟାଲ୍ ଭିତିଭୂମି କ୍ଷେତ୍ରରେ 2187 ମୋବାଇଲ ଟାୱାର ନିର୍ମାଣ କରାଯାଇଛି । ମାଓ ଉପଦ୍ରୁତ ଅଂଚଳରେ ଅଧିକ ଟାୱାର ନିର୍ମାଣ ହୋଇଛି । ନ୍ୟାସନାଲ୍ ଅପ୍ଟିକାଲ୍ ଫାଇବର ନେଟ୍ୱାର୍କର ଅଗ୍ରଗତି ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

ପଂଚାୟତଗୁଡ଼ିକୁ ଯୋଡ଼ୁଥିବା ଡିଜିଟାଲ୍ ଯୋଗାଯୋଗ ନେଟ୍ୱାର୍କକୁ ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

କୋଇଲା ଲିଙ୍କେଜଗୁଡ଼ିକୁ ସୁବ୍ୟବସ୍ଥିତ କରିବା ଯୋଗୁ 2016-17 ଆର୍ଥିକ ବର୍ଷରେ 25ଶହ କୋଟି ଟଙ୍କାର ରାଜସ୍ୱ ସଂଚୟ ହୋଇପାରିଛି । କୋଇଲା ଆମଦାନୀ କମାଇବା ଏବଂ ଗ୍ୟାସିଫିକେସନ୍ ଟେକ୍ନୋଲୋଜି ଉପରେ ଅଧିକ ଗୁରୁତ୍ୱ ଦେବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Indian economy 'resilient' despite 'fragile' global growth outlook: RBI Bulletin

Media Coverage

Indian economy 'resilient' despite 'fragile' global growth outlook: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
Haryana Chief Minister meets Prime Minister
May 21, 2025

The Chief Minister of Haryana, Shri Nayab Singh Saini met the Prime Minister, Shri Narendra Modi today.

The Prime Minister’s Office handle posted on X:

“Chief Minister of Haryana, Shri @NayabSainiBJP, met Prime Minister @narendramodi. @cmohry”