ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ହୈମବତୀ ନନ୍ଦନ ବହୁଗୁଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଡାକ ଟିକେଟ ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶ୍ରୀ ବହୁଗୁଣା ଗଣତାନ୍ତ୍ରିକ ମୂଲ୍ୟବୋଧର ଜଣେ ପ୍ରତିବଦ୍ଧ ନେତା ଥିଲେ । ସେ କହିଥିଲେ ଯେ, ମହାତ୍ମା ଗାନ୍ଧୀ, ଆଚାର୍ଯ୍ୟ ବୋନୋବା ଭାଭେ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ରାମ ମନୋହର ଲୋହିଆ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ପରି ଅନେକ ନେତାଙ୍କ ଆଦର୍ଶରେ ଶ୍ରୀ ବହୁଗୁଣା ଅନୁପ୍ରେରିତ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ ଯେ, ଶିକ୍ଷା ଏବଂ ଦେଶର ପାହାଡିଆ ଅଞ୍ଚଳର ବିକାଶ କ୍ଷେତ୍ରରେ ଶ୍ରୀ ବହୁଗୁଣାଙ୍କ ଅବଦାନ ଅତୁଳନୀୟ ।

ଏହି ସମାରୋହରେ କେନ୍ଦ୍ର ଯୋଗାଯୋଗ (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନୋଜ ସିହ୍ନା ଉପସ୍ଥିତ ଥିଲେ । ଶ୍ରୀ ହୈମାବତୀ ବହୁଗୁଣାଙ୍କ ପରିବାର ସଦସ୍ୟଙ୍କ ସହିତ ଶ୍ରୀ ବିଜୟ ବହୁଗୁଣା ଏବଂ ଡଃ ରୀତା ବହୁଗୁଣା ମଧ୍ୟ ଉପସ୍ଥିତ ଥିଲେ ।


