ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅମର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
“ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଡଃ ରାଜେନ୍ଦ୍ର ପ୍ରସାଦ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସେ ଅସହଯୋଗ ଆନ୍ଦୋଳନ ଭଳି ତୃଣମୂଳସ୍ତରୀୟ ଆନ୍ଦୋଳନରେ ଭାଗ ନେଇଥିଲେ ଏବଂ ସମ୍ବିଧାନ ପ୍ରଣୟନ ସଭାର ସଭାପତି ଭାବେ ବଳିଷ୍ଠ ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ।
ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ତାଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନ ଦେଶ ଗଠନର ପ୍ରାରମ୍ଭିକ ସମୟରେ ଅତ୍ୟନ୍ତ ମୂଲ୍ୟବାନ ଥିଲା ।
ଅନେକ ଭାରତୀୟ ପିଢ଼ି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଅସାଧାରଣ ସେବା ଦ୍ୱାରା ଅନୁପ୍ରାଣିତ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Remembering Dr. Rajendra Prasad on his Jayanti. pic.twitter.com/4uPv8aGAjf
— Narendra Modi (@narendramodi) December 3, 2017


