ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ କୁଶୀନଗର, ଉତ୍ତରପ୍ରଦେଶରେ ସ୍ଥିତ ମହାପରିନିର୍ବାଣ ସ୍ତୁପରେ ପୂଜାର୍ଚ୍ଚନା କରିଥିଲେ । ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ, ନେପାଳ ଗସ୍ତ କରିଥିଲେ ଓ ମାୟାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଉବାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଲୁମ୍ବିନୀ ମଠ କ୍ଷେତ୍ରରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ଶିଳାନ୍ୟାସ ସମାରୋହରେ ଭାଗ ନେଇଥିଲେ । ଆନ୍ତର୍ଜାତିକ ସମ୍ମେଳନ କେନ୍ଦ୍ର ଓ ଲୁମ୍ବିନୀ ସ୍ଥିତ ଧ୍ୟାନ ହଲରେ ଆୟୋଜିତ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ମଧ୍ୟ ଶ୍ରୀ ମୋଦୀ ଭାଗ ନେଇଥିଲେ ।

କୁଶୀନଗରରେ ମୌଳିକ ଭିତ୍ତିଭୂମି ବିକାଶ ପାଇଁ ସରକାର ବିବିଧ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“କୁଶୀନଗରରେ ମହାପରିନିର୍ବାଣ ସ୍ତୁପରେ ପ୍ରାର୍ଥନା କଲି । ଅଧିକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଯେପରି ଏଠାକୁ ଆସିପାରିବେ ସେଥିପାଇଁ ଆମ ସରକାର କୁଶୀନଗରର ଭିତ୍ତିଭୂମି ବିକାଶ ଦିଗରେ ବହୁ ପଦକ୍ଷେପ ନେଉଛି ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India