PM offers prayers at Dwarkadheesh Temple

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ଵାରିକାସ୍ଥିତ ଦ୍ୱାରିକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ନିଜର ଦୁଇ ଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଛନ୍ତି  ।

ପ୍ରଧାନମନ୍ତ୍ରୀ ଓଖା ଓ ଭେଟ୍ ଦ୍ୱାରିକା ମଧ୍ୟରେ ଏକ ସେତୁ ଏବଂ ଅନ୍ୟ ସଡ଼କ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଫଳକ ଉନ୍ମୋଚନ କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଆଜି ଦ୍ଵାରିକାରେ ଏକ ନୂତନ ଉତ୍ସାହ ଏବଂ ଉଦ୍ଦୀପନା ଦେଖିବାକୁ ପାଉଛନ୍ତି  । ସେ କହିଥିଲେ ଯେ ଆଜି ଯେଉଁ ସେତୁର ଶିଳାନ୍ୟାସ ହୋଇଛି ତାହା ଆମ ପ୍ରାଚୀନ ଐତିହ୍ୟକୁ ପୁଣିଥରେ ଯୋଡ଼ିବ । ଏହା ପର୍ଯ୍ୟଟନର ବିକାଶ କରିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟଟନର ବିକାଶ ପାଇଁ ପ୍ରୋତ୍ସାହନ ଗୁରୁତ୍ୱପୂର୍ଣ୍ଣ ।

କିଛି ବର୍ଷ ପୂର୍ବେ ଭେଟ୍ ଦ୍ଵାରିକାର ଲୋକମାନେ ଭିତ୍ତିଭୂମି ଅଭାବରୁ କିଭଳି ସମସ୍ୟା ଏବଂ ଆହ୍ୱାନର ସମ୍ମୁଖୀନ ହେଉଥିଲେ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ  ।

 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୃଥକୀକରଣ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ ନାହିଁ । ଯଦି ଆମେ ଗିର୍ ଅଞ୍ଚଳକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଚାହିଁବା, ତା’ହେଲେ ଆମକୁ ଦ୍ଵାରିକା ଭଳି ଅନ୍ୟ ସ୍ଥାନକୁ ଆସିବା ଲାଗି ମଧ୍ୟ ସେମାନଙ୍କୁ ଆକର୍ଷିତ କରିବା ଉଚିତ ।

ଭିତ୍ତିଭୂମି ନିର୍ମାଣ ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ନିଶ୍ଚିତ ଭାବେ ବୃଦ୍ଧି ପାଇବ ଏବଂ ଏହା ବିକାଶ ପରିବେଶରେ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆମେ ବନ୍ଦର ବିକଶିତ କରିବାକୁ ଚାହୁଁଛୁ ଏବଂ ବନ୍ଦର-ଆଧାରିତ ବିକାଶ ଚାହୁଁଛୁ  । ନୀଳ ଅର୍ଥବ୍ୟବସ୍ଥା ଭାରତର ଆହୁରି ଅଗ୍ରଗତି କରିପାରିବେ ବୋଲି ସେ ଉଲ୍ଲେଖ କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସରକାର ମତ୍ସ୍ୟଜୀବୀଙ୍କ ସଶକ୍ତିକରଣ ପାଇଁ ପଦକ୍ଷେପ ନେଉଛନ୍ତି । ସେ କହିଥିଲେ ଯେ କାଣ୍ଡଲା ବିମାନ ବନ୍ଦର କାରବାରରେ ଅଭୂତପୂର୍ବ ଅଭିବୃଦ୍ଧି ଦେଖିବାକୁ ମିଳିଛି କାରଣ ବନ୍ଦର ବିକାଶ ପାଇଁ ସମ୍ବଳର ବିନିଯୋଗ କରାଯାଇଛି । ସେ କହିଥିଲେ ଯେ ଆଲାଙ୍ଗକୁ ଜୀବନର ଏକ ନୂଆ ରାହା ମିଳିଛି ଏବଂ ଏଠାରେ କାମ କରୁଥିବା ଶ୍ରମିକଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନିଆଯାଉଛି  ।

 

 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଉପକୂଳ ସୁରକ୍ଷା ଉପକରଣର ଆଧୁନିକୀକରଣ କରୁଛନ୍ତି  । ଏଥିପାଇଁ ଦେବଭୂମି ଦ୍ଵାରିକାରେ ଏକ ସଂସ୍ଥାନ ପ୍ରତିଷ୍ଠା କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ ।

ଗତକାଲି ଜିଏସଟି ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଯେତେବେଳେ ସରକାରଙ୍କ ପ୍ରତି ଏକ ବିଶ୍ୱାସ ରହିଥାଏ ଏବଂ ଯେତେବେଳେ ମହତ ଉଦ୍ଦେଶ୍ୟ ନେଇ ନୀତି ନିର୍ଦ୍ଧାରଣ କରାଯାଇଥାଏ, ରାଷ୍ଟ୍ରର ସ୍ୱାର୍ଥ ପାଇଁ ଜନସାଧାରଣଙ୍କ ସମର୍ଥନ ମିଳିବା ସ୍ୱାଭାବିକ  ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବା ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ ସହଯୋଗ ନିମନ୍ତେ ସରକାର ଚାହୁଁଛନ୍ତି  ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ଦୃଷ୍ଟି ଏବେ ଭାରତ ଉପରେ କେନ୍ଦ୍ରିତ ରହିଛି, ଏବଂ ଲୋକମାନେ ଏଠାକୁ ନିବେଶ କରିବା ନିମନ୍ତେ ଆସୁଛନ୍ତି  । “ମୁଁ ଦେଖିପାରୁଛି ଯେ ଗୁଜରାଟ ସକ୍ରିୟ ଭାବେ ଭାରତର ବିକାଶରେ ଯୋଗଦାନ କରୁଛି ଏବଂ ଏଥିପାଇଁ ମୁଁ ଗୁଜରାଟ ସରକାରଙ୍କୁ ଅଭିନନ୍ଦନ ଜଣାଉଛି”,  ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 08, 2026
August 08, 2026

Infrastructure + Inclusion + Innovation: How PM Modi’s Agenda is Rewiring India’s Growth Engine