Extraordinary transformation in India-Bangladesh relationship is a clear recognition of your strong and decisive leadership: PM Modi
Your decision to honour Indian soldiers who laid down their lives in 1971 war has deeply touched people of India: PM to Bangladesh PM
India has always stood for the prosperity of Bangladesh and its people: PM Modi
India will continue to be a willing partner in meeting the energy needs of Bangladesh: PM Modi
Agreement to open new Border Haats will empower border communities through trade and contribute to their livelihoods: PM
Bangabandu Sheikh Mujibur Rahman was a dear friend of India and a towering leader: PM Modi

ମହାମହିମ, ପ୍ରଧାନମନ୍ତ୍ରୀ ଶେଖ୍ ହସିନା,

ଗଣମାଧ୍ୟମର ପ୍ରତିନିଧିଗଣ,

ଭାରତରେ ମହାମହିମ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ସ୍ୱାଗତ କରି ବାସ୍ତବରେ ଅତ୍ୟନ୍ତ ଖୁସି ଲାଗୁଛି ।

ମହାମହିମ, ଆପଣଙ୍କ ଭାରତ ଗସ୍ତ ଶୁଭ ସମୟରେ ପୋୟଲା ବୈଶାଖୀର ଠିକ୍ ଆଗମନ ପୂର୍ବରୁ ହୋଇଛି । ମୁଁ ଏହି ସୁଯୋଗରେ ଆପଣ ଓ ବାଂଲାଦେଶର ଲୋକମାନଙ୍କୁ ଶୁଭୋ ନବା ବର୍ଷୋର କାମନା ଜଣାଉଛି । ଆପଣଙ୍କ ଗସ୍ତ ଆମର ଲୋକ ଓ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱର ଆଉ ଏକ ସୁନେଲୀ ଅଧ୍ୟାୟ(ସୁବର୍ଣ୍ଣ ଯୁଗ) । ଆମ ସମ୍ପର୍କରେ ଅସାଧାରଣ ପରିବର୍ତ୍ତନ ଓ ଭାଗିଦାରୀର ଉପଲବ୍ଧୀ ଆପଣଙ୍କ ଦୃଢ଼ ଓ ନିର୍ଣ୍ଣାୟକ ନେତୃତ୍ୱର ସ୍ପଷ୍ଟ ପରିଚୟ ଦେଉଛି । 1971 ମୁକ୍ତି ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଯବାନଙ୍କ ପ୍ରତି ସମ୍ମାନ ଦେବାର ଆପଣଙ୍କ ନିଷ୍ପତ୍ତି ଭାରତୀୟ ଲୋକଙ୍କୁ ଗଭୀର ଭାବେ ଛୁଇଁପାରିଛି । ପ୍ରତ୍ୟେକ ଭାରତୀୟ ଜାଣି ଗର୍ବ କରେ ଯେ ଭାରତୀୟ ସୈନିକ ଓ ବୀର ମୁକ୍ତି ଯୋଦ୍ଧାମାନେ ଆତଙ୍କବାଦର ଶାସନରୁ ବାଂଲାଦେଶକୁ ମୁକ୍ତ କରିବା ପାଇଁ ଏକାଠି ଲଢ଼ିଥିଲେ ।

ବନ୍ଧୁଗଣ

ଏବେ, ମହାମହିମ ଶେଖ୍ ହସିନା ଓ ମୁଁ ଆମର ଭାଗିଦାରୀର ସମସ୍ତ ଦିଗ ଉପରେ ଫଳପ୍ରଦ ଓ ବିସ୍ତୃତ ଆଲୋଚନା କରିଛୁ । ଆମ ସହଭାଗିତାର ଏଜେଣ୍ଡା ଉଦ୍ଦେଶ୍ୟପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଉପରେ ପୂର୍ବଭଳି କେନ୍ଦ୍ରିତ ରହିବା ପାଇଁ ଆମେ ସହମତ ହୋଇଛୁ । ଆମେ ବିଶେଷକରି ଆମର ସମ୍ପର୍କକୁ ଆଗେଇ ନେବା ପାଇଁ ନୂଆ ମାର୍ଗ ଓ ସୁଯୋଗ ଉପରେ ଧ୍ୟାନକେନ୍ଦ୍ରିତ କରିଛୁ । ଆମେ ନୂଆ କ୍ଷେତ୍ର, ବିଶେଷକରି ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଭାଗିତା ସ୍ଥାପନ କରିବାକୁ ଚାହୁଁଛୁ ଯାହା ଆମର ଉଭୟ ସମାଜର ଯୁବବର୍ଗଙ୍କୁ ଗଭୀର ଭାବେ ଯୋଡ଼ି ରଖିବ । ଏଥିରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତବିଦ୍ୟା, ସାଇବର ସୁରକ୍ଷା, ମହାକାଶ ଗବେଷଣା, ବେସାମରିକ ପରମାଣୁ ଶକ୍ତି ଓ ଅନ୍ୟାନ୍ୟ ଅଂଚଳ ସାମିଲ ଅଛି ।

ବନ୍ଧୁଗଣ

ଭାରତ ସର୍ବଦା ବାଂଲାଦେଶ ଓ ତା’ର ଲୋକଙ୍କ ସମୃଦ୍ଧି ପାଇଁ ଛିଡ଼ା ହୋଇଛି । ଆମେ ବାଂଲାଦେଶର ଦୀର୍ଘକାଳୀନ ଓ ବିଶ୍ୱସନୀୟ ବିକାଶ ସହଯୋଗୀ । ଭାରତ ଓ ବାଂଲାଦେଶ ଏହା ନିର୍ଦ୍ଧାରିତ କରୁଛନ୍ତି ଯେ ଆମ ସମ୍ପର୍କର ଫଳ ନିଶ୍ଚିତ ଭାବେ ଆମ ଲୋକଙ୍କ ପାଇ ଲାଭଦାୟକ ହେବ । ଏହି ପରିପ୍ରେକ୍ଷୀରେ ମୁଁ ଖୁସିର ସହ ବାଂଲାଦେଶର ପ୍ରାଥମିକତା କ୍ଷେତ୍ରର ପ୍ରକଳ୍ପ କାର୍ଯ୍ୟାନ୍ୱୟନ ନିମନ୍ତେ 4.5ବିଲିୟନ ଡଲାର ରିହାତିଯୁକ୍ତ ଋଣ ଘୋଷଣା କରୁଛି । ଏହା ଦ୍ୱାରା ଗତ 6ବର୍ଷ ମଧ୍ୟରେ ବାଂଲାଦେଶରେ ଆମର ସମ୍ବଳ ଆବଂଟନ 8 ବିଲିୟନରୁ ଅଧିକ ହୋଇଛି । ଶକ୍ତି ସୁରକ୍ଷା ହେଉଛି ଆମ ବିକାଶ ଭାଗିଦାରୀତାର ଏକ ପ୍ରମୁଖ ଦିଗ । ଆଉ ଆମର ଶକ୍ତି ଭାଗିଦାରୀ ବୃଦ୍ଧି ପାଇବାରେ ଲାଗିଛି । ଆମେ ଭାରତରୁ ବାଂଲାଦେଶକୁ ଯାଉଥିବା 600 ମେଗାୱାଟର ବିଦ୍ୟୁତ ସହ ଅତିରିକ୍ତ 60 ମେଗାୱାଟ ବିଦ୍ୟୁତ  ସାମିଲ କରିଛୁ । ପ୍ରଚଳିତ ଆନ୍ତଃ ସଂଯୋଗ ଦ୍ୱାରା ଅତିରିକ୍ତ 500 ମେଗାୱାଟ୍ ବିଦ୍ୟୁତ ସରବରାହ ହେଉଛି । ନୁମାଲିଗଡ଼ରୁ ପାର୍ବତୀପୁରକୁ ଡିଜେଲ୍ ତୈଳ ପାଇପଲାଇନ ନିମନ୍ତେ ଅର୍ଥ ଯୋଗାଇ ଦେବାକୁ ଆମେ ରାଜି ହୋଇଛୁ । ବାଂଲାଦେଶକୁ ହାଇସ୍ପିଡ୍ ଡିଜେଲ୍ ଯୋଗାଣ ପାଇଁ ଆମ କମ୍ପାନୀ ଦୀର୍ଘକାଳୀନ ଚୁକ୍ତିନାମା କ୍ଷେତ୍ରରେ ପ୍ରବେଶ କରିଛନ୍ତି । ପାଇପଲାଇନ ନିର୍ମାଣ ସରିବା ପର୍ଯ୍ୟନ୍ତ ନିୟମିତ ଯୋଗାଣ ପାଇଁ ଏକ ସମୟସାରଣୀ ନିମନ୍ତେ ଆମେ ସହମତ ହୋଇଛୁ । ଆମେ ଉଭୟ ଦେଶର ଘରୋଇ କ୍ଷେତ୍ରକୁ ଏଥିରେ ପ୍ରବେଶ ପାଇଁ ପ୍ରୋତ୍ସାହିତ କରୁଛୁ । ଆଗାମୀ ଦିନରେ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ବାଂଲାଦେଶର ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଅନେକ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରୁଛୁ । ବାଂଲାଦେଶର ଶକ୍ତି ଆବଶ୍ୟକତା ପୂରଣ ଓ 2021 ସୁଦ୍ଧା ସମସ୍ତଙ୍କୁ ବିଦ୍ୟୁତ ଯୋଗାଣ ସଫଳତା ହାସଲ ନିମନ୍ତେ ଭାରତ ସର୍ବଦା ଇଚ୍ଛୁକ ଭାଗିଦାର ହୋଇ ରହିବ ।

ବନ୍ଧୁଗଣ,

ଦ୍ୱିପାକ୍ଷିକ ବିକାଶ ଭାଗିଦାରୀ, ଉପ-ଆଞ୍ଚଳିକ ଆର୍ଥିକ ପରିଯୋଜନାର ସଫଳତା ଏବଂ ବୃହତ ଆଂଚଳିକ ଆର୍ଥିକ ସମୃଦ୍ଧି ପାଇଁ ଯୋଗାଯୋଗ ମହତ୍ୱପୂର୍ଣ୍ଣ । ଆଜି, ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀଙ୍କ ସହ ଆମେ ଆମର ବର୍ଦ୍ଧିତ ଯୋଗାଯୋଗ ପାଇଁ କେତେକ ନୂଆ ଲିଙ୍କ୍ ଯୋଡ଼ିଛୁ । କୋଲକାତା ଓ ଖୁଲ୍ନା, ରାଧିକାପୁର-ବିରୋଲ ମଧ୍ୟରେ ବସ ଓ ଟ୍ରେନ ସେବା ଆଜିଠୁ କାର୍ଯ୍ୟକ୍ଷମ ହୋଇଛି । ଆନ୍ତଃ ଜଳପଥ ମାର୍ଗକୁ ଅନୁକୂଳ କରାଯାଉଛି । ଏବଂ ଉପକୂଳ ଜାହାଜ ଚଳାଚଳ ଚୁକ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି । ବି.ବି.ଆଇ.ଏନ୍ ମୋଟର ଯାନ ଚୁକ୍ତିନାମାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଆମେ ପଦକ୍ଷେପ ନେଉଛୁ । ଏହା ଉପ-ଆଞ୍ଚଳିକ ଏକତ୍ରୀକରଣର ଏକ ନୂଆ ଯୁଗରେ ପ୍ରବେଶ କରାଇବ ।

ବନ୍ଧୁଗଣ

ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ମୁଁ ଆମର ବାଣିଜ୍ୟିକ ଗତିବିଧିର ବିବିଧ ଆବଶ୍ୟକତାକୁ ଚିହ୍ନଟ କରିଛୁ । ନା କେବଳ ଆମ ଦୁଇ ଅର୍ଥବ୍ୟବସ୍ଥା ମଧ୍ୟରେ ବ୍ୟାପକ ବାଣିଜ୍ୟ ଭାଗିଦାରୀ ସ୍ଥାପନ ନୁହେଁ ବରଂ ବୃହତର ଆଂଚଳିକ ଫାଇଦା ମଧ୍ୟ ଏଥିରେ ରହିଛି । ତେଣୁ ଏହି ପ୍ରୟାସର ପ୍ରମୁଖ ଅଂଶ ଦୁଇ ଦେଶର ବାଣିଜ୍ୟ ଓ ଶିଳ୍ପ ଦ୍ୱାରା ହେବା ଉଚିତ୍ । ପ୍ରଧାନମନ୍ତ୍ରୀଙ୍କ ସହ ଆସିଥିବା ଉଚ୍ଚକ୍ଷମତାସମ୍ପନ୍ନ ବ୍ୟବସାୟିକ ପ୍ରତିନିଧିଙ୍କୁ ସ୍ୱାଗତ କରି ଆମେ ଖୁସି ।  ନୂଆ ସୀମାନ୍ତ ହାଟମାନ ଖୋଲିବାକୁ ଆମେ ସହମତ ହୋଇଛୁ । ଏହା ମାଧ୍ୟମରେ ବାଣିଜ୍ୟ ଓ ସେମାନଙ୍କ ଜୀବନଜୀବିକାରେ ଯୋଗଦାନ କରିହେବ ।

ବନ୍ଧୁଗଣ

ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ମୁଁ ଆମର ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ପଦକ୍ଷେପର ସଫଳତାକୁ ଉଲ୍ଲେଖ କରିଛୁ । ଭାରତରେ 1500 ବାଂଲାଦେଶୀ ପ୍ରଶାସନିକ କର୍ମଚାରୀଙ୍କ ପ୍ରଶିକ୍ଷଣ ପ୍ରାୟତଃ ଶେଷ ହେବା ଉପରେ । ଆମେ ସମାନ ଶୈଳୀରେ ଆମର ନ୍ୟାୟିକ ଏକାଡେମୀଗୁଡ଼ିକରେ ବାଂଲାଦେଶର 1500 ବିଚାର ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ଯାଉଛୁ ।

ବନ୍ଧୁଗଣ

ଆମର ଭାଗିଦାରୀ ଆମ ଲୋକଙ୍କ ପାଇଁ ସମୃଦ୍ଧି ଆଣୁଥିବାବେଳେ ଏହା ମଧ୍ୟ ସେମାନଙ୍କୁ ଉଗ୍ରବାଦ ଓ ଆତଙ୍କବାଦ ଶକ୍ତିଙ୍କଠାରୁ ସୁରକ୍ଷା ଦେବାର କାର୍ଯ୍ୟ କରୁଛି । ସେମାନଙ୍କର ପ୍ରସାର କେବଳ ଭାରତ ଓ ବାଂଲାଦେଶରେ ନୁହେଁ, ବରଂ ସମଗ୍ର ଅଂଚଳ ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରିଛି । ଆତଙ୍କବାଦର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଦୃଢ଼ ସଂକଳ୍ପ ଆମ ପାଇଁ ସବୁଠୁ ବଡ଼ ସମ୍ମାନ । ଆତଙ୍କବାଦ ପ୍ରତି ତାଙ୍କ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତି ଆମ ସମସ୍ତଙ୍କ ପାଇଁ ପ୍ରେରଣା ।  ଆମ ଲୋକମାନଙ୍କ ପାଇଁ ଓ ଅଂଚଳ ପାଇଁ ଶାନ୍ତି, ସୁରକ୍ଷା ଓ ବିକାଶ ଆମ ଭାଗିଦାରୀର କେନ୍ଦ୍ର ରହିବ ବୋଲି ଆମେ ସହମତ ହୋଇଛୁ । ଆଜି ଆମେ ନିଜର ସଶସ୍ତ୍ର ବଳ ମଧ୍ୟରେ ନିବିଡ଼ ସହଯୋଗ ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରି ଏକ ଦୀର୍ଘ ଅଧୁରା ପଦକ୍ଷେପକୁ ପୂରଣ କରିଛୁ । ବାଂଲାଦେଶର ପ୍ରତିରକ୍ଷା ସମ୍ବନ୍ଧୀୟ କ୍ରୟ ନିମନ୍ତେ 500 ନିୟୁତ ଆମେରିକୀୟ ଡଲାର ଋଣ ସହାୟତା ଘୋଷଣା କରି ମୁଁ ଖୁସି । ଏହି ଋଣକୁ ଲାଗୁ କରିବାରେ ଆମେ ବାଂଲାଦେଶର ଆବଶ୍ୟକତା ଓ ପ୍ରାଥମିକତାକୁ ମାର୍ଗଦର୍ଶନ କରିବୁ ।

ବନ୍ଧୁଗଣ,

ଆମ ଦୁଇ ଦେଶ ସବୁଠୁ ଦୀର୍ଘତମ ଭୂ-ସୀମାର ଅଂଶବିଶେଷ । 2015 ଜୁନ୍ରେ ମୋର ଢ଼ାକ୍କା ଗସ୍ତ ସମୟରେ ଆମେ ଭୂ-ସୀମା ଚୁକ୍ତିର ନିର୍ଯ୍ୟାସ ବାହାର କରିଥିଲୁ । ଏହାର କାର୍ଯ୍ୟାନ୍ୱୟନ ଏବେ ଚାଲିଛି । ଆମର ମିଳିତ ଭୂମି ସୀମା ସହ ଆମର ମିଳିତ ନଦୀ ମଧ୍ୟ ରହିଛି । ଏହା ଆମର ଲୋକଙ୍କୁ ସ୍ଥାୟିତ୍ୱ ଓ ଜୀବନଜୀବିକା ଯୋଗାଇଛି । ଆଉ ସବୁଠୁ ଯିଏ ଆକର୍ଷଣ କରିଛି ତାହା ହେଉଛି ତିସ୍ତା । ଏହା ଭାରତ ପାଇଁ, ବାଂଲାଦେଶ ପାଇଁ ଓ ଭାରତ-ବାଂଲାଦେଶ ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଁ ଖୁସି ଯେ ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ଆଜି ମୋର ସମ୍ମାନିତ ଅତିଥି । ମୁଁ ଜାଣେ ବାଂଲାଦେଶ ପ୍ରତି ତାଙ୍କର ଭାବନା ମଧ୍ୟ ମୋ ଭଳି ଉଚ୍ଛ୍ଵସିତ । ଆମର ପ୍ରତିଶ୍ରୁତିବଦ୍ଧତା ଓ ନିରନ୍ତର ପ୍ରୟାସ ପାଇଁ ମୁଁ ଆପଣଙ୍କୁ ଓ ବାଂଲାଦେଶର ଲୋକଙ୍କୁ ଆଶ୍ୱସ୍ତ କରୁଛି । ମୁଁ ଦୃଢ଼ ବିଶ୍ୱାସ ଅଛି ଯେ କେବଳ ମୋ’ ସରକାର ଓ ମହାମହିମ ଶେଖ୍ ହସିନା ଆପଣଙ୍କ ସରକାର ହିଁ ତିସ୍ତା ଜଳ ବଣ୍ଟନର ଶୀଘ ସମାଧାନ ବାହାର କରିପାରିବେ ।

ବନ୍ଧୁଗଣ

ବଙ୍ଗବନ୍ଧୁ ଶେଖ୍ ମୁଜିବର ରହମନ ଭାରତର ପ୍ରିୟ ବନ୍ଧୁ ଥିଲେ ଓ ଜଣେ ବିଶାଳ ନେତା ଥିଲେ । ବାଂଲାଦେଶର ପିତାଙ୍କ ପ୍ରତି ଆମର ସମ୍ମାନ ଓ ଗଭୀର ପ୍ରଶଂସା ଭାବେ ଆମେ ରାଜଧାନୀର ଏକ ପ୍ରମୁଖ ସଡ଼କର ନାମ ତାଙ୍କ ନାଁରେ ନାମିତ କରିଛୁ । ଆମେ ମିଳିତ ଭାବେ ତାଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ସହମତି ଜଣାଇଛୁ ଓ 2020ରେ ବଙ୍ଗବନ୍ଧୁଙ୍କ ଜନ୍ମ ଶତାବ୍ଦୀ ବର୍ଷରେ ରିଲିଜ୍ ହେବ । ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ ମୁଁ ବଙ୍ଗବନ୍ଧୁଙ୍କ ‘ଅସମାପ୍ତ ସ୍ମୃତି’ର ହିନ୍ଦି ଅନୁବାଦକୁ ଉନ୍ମୋଚନ କରିବାର ସମ୍ମାନ ଲାଭ କରିଛି । ବାଂଲାଦେଶ ଗଠନ ପାଇଁ ତାଙ୍କର ଜୀବନୀ, ସଂଗ୍ରାମ ଓ ଯୋଗଦାନ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ । 2021ରେ ବାଂଲାଦେଶ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ବର୍ଷର ସ୍ମରଣରେ ଆମେ ମିଳିତ ଭାବେ ବାଂଲାଦେଶ ମୁକ୍ତି ସଂଗ୍ରାମ ଯୁଦ୍ଧ ଉପରେ ଏକ ଡକୁମେଣ୍ଟାରି ଫିଲ୍ମ ବା ପ୍ରାମାଣିକ ଚିତ୍ର ନିର୍ମାଣ ପାଇଁ ସହମତ ହୋଇଛୁ ।

ମହାମହିମ,

ଆପଣ ଏବେ ସଫଳତାର ସହ ବଙ୍ଗବନ୍ଧୁଙ୍କ ଆଭିମୁଖ୍ୟ ଓ ଉତ୍ତରାଧିକାରକୁ ଆଗେଇ ନେଉଛନ୍ତି । ବାଂଲାଦେଶ ଉଚ୍ଚ ଅଭିବୃଦ୍ଧି ଓ ବିକାଶ ଦିଗରେ ଆଗକୁ ବଢ଼ୁଛି । ବାଂଲାଦେଶ ସହ ଆମର ସମ୍ପର୍କକୁ ନେଇ ଆମେ ଭାରତରେ ଆନନ୍ଦିତ ଅଛୁ । ସମ୍ପର୍କ ଯାହା ରକ୍ତରେ ଗଢ଼ା ଓ ସମ୍ପର୍କୀୟଙ୍କ ପିଢ଼ି । ସମ୍ବନ୍ଧ ଯାହା ଆମର ଲୋକଙ୍କ ପାଇଁ ଉତ୍ତମ ଓ ସୁରକ୍ଷିତ ଭବିଷ୍ୟ ଚାହୁଁଛି । ଏହି ଶବ୍ଦ ସହ, ମହାମହିମ, ମୁଁ ପୁଣିଥରେ ଆପଣ ଓ ଆପଣଙ୍କ ପ୍ରତିନିଧି ଦଳକୁ ଭାରତରେ ସ୍ୱାଗତ କରୁଛୁ ।

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"