PM Modi, Japanese PM Abe to hold the 12th India-Japan Annual Summit
PM Modi, PM Abe to review 'Special Strategic and Global Partnership' betwen India and Japan
PM Modi, PM Abe of Japan to lay foundation stone for India’s first high-speed rail project between Ahmedabad and Mumbai

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଜାପାନ ପ୍ରଧାନମନ୍ତ୍ରୀ ମିଷ୍ଟର ଶିଂଜୋ ଆବେ ଆସନ୍ତା ସେପ୍ଟେମ୍ବର 13 ଓ 14 ତାରିଖ ଦୁଇଦିନ ଧରି ସରକାରୀ ଗସ୍ତରେ ଭାରତ ଆସୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଆବେ ସେପ୍ଟେମ୍ବର 14 ତାରିଖରେ ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଦ୍ୱାଦଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ପରସ୍ପରକୁ ଭେଟିବେ । ବୈଠକ ପରେ ଦୁଇ ରାଷ୍ଟ୍ରନେତା ଗଣମାଧ୍ୟମକୁ ସମ୍ବୋଧିତ କରିବେ ।

ଏହାପରେ ସେହିଦିନ ଭାରତ-ଜାପାନ ବ୍ୟାପାର ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଆବେଙ୍କ ମଧ୍ୟରେ ଏହା ଚତୁର୍ଥ ବାର୍ଷିକ ଶିଖର ବୈଠକ । ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ରଣନୀତିକ ଓ ବୈଶ୍ୱିକ ସହଭାଗୀତା ଫ୍ରେମୱାର୍କ ମଧ୍ୟରେ ଘଟୁଥିବା ବହୁମୁଖୀ ସହଯୋଗର ଅଗ୍ରଗତି ନେଇ ମିଳିତ ସମୀକ୍ଷା କରାଯିବ । ଏହି ଭାଗିଦାରୀତା କାର୍ଯ୍ୟକ୍ରମ ଅଧିନରେ ଆହୁରୀ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ବଢାଇବା ଲାଗି କେତେ କଣ ସମ୍ଭାବନା ରହିଛି ତାର ଭବିଷ୍ୟତ ରୂପରେଖ ପ୍ରସ୍ତୁତ ହେବ ।

ସେପ୍ଟେମ୍ବର 14 ତାରିଖରେ ଅହମଦାବାଦ-ମୁମ୍ବାଇ ମଧ୍ୟରେ ଭାରତର ପ୍ରଥମ ଅତି ଦୃତଗାମୀ ରେଳ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ହେବାକୁ ଥିବା ସମାରୋହରେ ମଧ୍ୟ ଦୁଇ ନେତା ଭାଗ ନେବେ । ପ୍ରସ୍ତାବିତ ରେଳ ପ୍ରକଳ୍ପ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ଅନେକାଂଶରେ ହ୍ରାସ କରିବ । ଅତି ଦୃତଗାମୀ ରେଳ ନେଟୱାର୍କ ପ୍ରତିଷ୍ଠା ଓ ପରିଚାଳନା କ୍ଷେତ୍ରରେ ଜାପାନ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଏବଂ ଏହାର ଶିଂକାନସେନ ବୁଲେଟ ଟ୍ରେନ ବିଶ୍ୱର ଦୃତଗାମୀ ଟ୍ରେନମାନଙ୍କ ମଧ୍ୟରେ ଅନ୍ୟତମ ।

ସେପ୍ଟେମ୍ବର 13 ତାରିଖ ଦିନ ଅହମଦାବାଦ ସହର ପକ୍ଷରୁ ପ୍ରଧାନମନ୍ତ୍ରୀ ଆବେଙ୍କୁ ଭବ୍ୟ ନାଗରୀକ ସମ୍ବର୍ଦ୍ଧନା ପ୍ରଦାନ କରାଯିବ, ଯେଉଁଥିରେ କି ଭାରତର ସାଂସ୍କୃତିକ ବିବିଧତାର ପ୍ରଦର୍ଶନ କରାଯିବ ।

ଗସ୍ତ କାଳରେ ଦୁଇ ପ୍ରଧାନମନ୍ତ୍ରୀ ସାବରମତୀ ନଦୀ କୂଳରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ସାବରମତୀ ଆଶ୍ରମ ପରିଦର୍ଶନରେ ଯିବେ । ତା’ପରେ ଦୁଇ ନେତା ଅହମଦାବାଦରେ ଥିବା ଷୋଡଶ ଶତାବ୍ଦୀର ପ୍ରସିଦ୍ଧ ମସଜିଦ୍ “ସିଦ୍ଦି ସହିଦ ନି ଜାଲି” ପରିଦର୍ଶନ କରିବେ । ଦୁଇ ନେତା ପରିଶେଷରେ ମହାତ୍ମା ମନ୍ଦିରରେ ବାପୁଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ସଂଗ୍ରହାଳୟ ଦାଣ୍ଡି କୁଟୀର ବୁଲି ଦେଖିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India stands tall in shaky world economy as Fitch lifts FY26 growth view to 7.5%

Media Coverage

India stands tall in shaky world economy as Fitch lifts FY26 growth view to 7.5%
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 14, 2026
March 14, 2026

Heartening Resolve Meets Bold Action: PM Modi's Transformative Push for a Developed Assam.