Deep rooted ties between India and Uganda since thousands of years and both the countries have stood the test of time: PM Modi
Training, Capacity building, technology and infrastructure are the key sectors of India-Uganda cooperation: PM Modi
PM Modi announces two lines of credit worth $200 million for Uganda
I thank President Museveni for giving me the opportunity to address the Ugandan Parliament: PM Modi

ମହାମହିମ ରାଷ୍ଟ୍ରପତି ମୁସେଭେନୀ,

ସମ୍ମାନୀୟ ପ୍ରତିନିଧି ମଣ୍ଡଳୀ,

ଗଣମାଧ୍ୟମର ବନ୍ଧୁଗଣ,

ଏହା ମୋର ସୌଭାଗ୍ୟ ଯେ ଦୁଇ ଦଶନ୍ଧି ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଦ୍ୱିପାକ୍ଷୀକ ଯାତ୍ରା ପାଇଁ ମୋର ଉଗାଣ୍ଡା ଆସିବାର ହେଲା । ରାଷ୍ଟ୍ରପତି ମୁସେଭେନୀ ହେଉଛନ୍ତି ଭାରତର ବହୁତ ପୁରାତନ ବନ୍ଧୁ । ମୁଁ ମଧ୍ୟ ତାଙ୍କ ସହିତ ଅନେକ ଦିନରୁ ପରିଚିତ । 2007ରେ ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏଠାକୁ ଆସିଥିଲି, ସେ ସମୟର ଯାତ୍ରାର ମଧୁର ସ୍ମୃତି ଆଜି ମଧ୍ୟ ମୋ ମାନସ ପଟରେ ଉଜ୍ଜୀବିତ ରହିଛି ଏବଂ ଆଜି ରାଷ୍ଟ୍ରପତିଙ୍କ ଉଦାର ଶବ୍ଦ, ଏବଂ ଆମର ଆଡମ୍ବରପୂର୍ଣ୍ଣ ସ୍ୱାଗତ-ସତ୍କାର ଏବଂ ସମ୍ମାନ ପାଇଁ ମୁଁ ତାଙ୍କୁ ହୃଦୟର ସହିତ ଜ୍ଞୃତଜ୍ଞତା ଜ୍ଞାପନ କରୁଛି  ।

ବନ୍ଧୁଗଣ,

ଭାରତ ଏବଂ ଉଗାଣ୍ଡା ମଧ୍ୟରେ ଯୁଗ ଯୁଗ ଧରି ପୁରାତନ ତଥା ଐତିହାସିକ ସଂପର୍କ ଏବେବି ମଜବୁତ ରହିଛି । ଉଗାଣ୍ଡା ସର୍ବଦା ଆମ ହୃଦୟର ଅତି ନିକଟରେ ରହିଛି ଏବଂ ରହିବ ମଧ୍ୟ । ଉଗାଣ୍ଡାର ଅର୍ଥନୈତିକ ପ୍ରଗତି ଏବଂ ରାଷ୍ଟ୍ରୀୟ ବିକାଶର ପ୍ରୟାସରେ ଭାରତ ସର୍ବଦା ସାଙ୍ଗରେ ରହିଆସିଛି । ପ୍ରଶିକ୍ଷଣ, ଦକ୍ଷତା ବିକାଶ, ପ୍ରଯୁକ୍ତି ବିଦ୍ୟା, ଭିତ୍ତିଭୂମି ଆଦି ଆମ ସହଯୋଗର ପ୍ରମୁଖ କ୍ଷେତ୍ର ରହିଆସିଛି । ଭବିଷ୍ୟତରେ ମଧ୍ୟ ଆମେ ଉଗାଣ୍ଡାର ଆବଶ୍ୟକତା ଏବଂ ପ୍ରାଥମିକତା ଅନୁଯାୟୀ ସହଯୋଗ ଜାରିରଖିବୁ ।

ଉଗାଣ୍ଡାର ଜନସାଧାରଣଙ୍କ ପ୍ରତି ଆମ ବନ୍ଧୁତ୍ୱର ଭାବନା ସ୍ୱରୂପ ଭାରତ ସରକାର ଉଗାଣ୍ଡା କ୍ୟାନସର ଇନଷ୍ଟିଟ୍ୟୁଟ, କାମ୍ପାଲାକୁ ଏକ ଅତ୍ୟାଧୁନିକ କ୍ୟାନସର ଚିକିତ୍ସା ମେସିନ ଉପହାର ଭାବେ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ । ଏହା ଜାଣି ମୁଁ ଅତ୍ୟନ୍ତ ଖୁସି ଯେ ଏହି ମେସିନ ଆମ ଉଗାଣ୍ଡା ବନ୍ଧୁମାନଙ୍କ ସହିତ ପୂର୍ବ ଆଫ୍ରିକା ଦେଶଗୁଡିକର ବନ୍ଧୁମାନଙ୍କର ଆବଶ୍ୟକତାକୁ ପୂରା କରିପାରିବ । ଉଗାଣ୍ଡାରେଶକ୍ତି ଭିତ୍ତିଭୂମିର ଏବଂ କୃଷି ତଥା ଡାଏରୀ କ୍ଷେତ୍ରର ବିକାଶ ପାଇଁ ଆମେ ପ୍ରାୟ 200 ନିୟୁତ ଡଲାରରଦୁଇସ୍ତରୀୟ ଋଣ ସହାୟତା ପ୍ରସ୍ତାବକୁ ଅନୁମୋଦନ କରିଛୁ  । ସାମରିକ ପ୍ରଶିକ୍ଷଣରେ ଆମ ସହଯୋଗର ଲମ୍ବା ଇତିହାସ ରହିଛି । ଆମେ ଏହି ସହଯୋଗକୁ ଆହୁରୀ ଅଧିକ ମଜବୁତ କରିବା ପାଇଁ ପ୍ରସ୍ତୁତ । ଆମେ ଉଗାଣ୍ଡା ସେନା ପାଇଁ ଆହୁରୀ ଅଧିକ ବେସାମରିକ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଯାନବାହନ ଏବଂ ଆମ୍ବୁଲାନ୍ସ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଛୁ । ବାଣିଜ୍ୟ ଏବଂ ପୁଞ୍ଜି ନିବେଶ କ୍ଷେତ୍ରରେ ଆମ ସଂପର୍କ ଆହୁରି ମଜବୁତ ହେଉଛି । କାଲି ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଦୁଇ ଦେଶର ପ୍ରମୁଖ ବାଣିଜ୍ୟ ନେତୃମଣ୍ଡଳୀଙ୍କ ସହିତ ଆଲୋଚନା କରି ଏହି ସଂପର୍କକୁ ଆହୁରି ଅଧିକ ମଜବୁତ କରିବା ପାଇଁ ସୁଯୋଗ ମୋତେ ମିଳିବ  ।

ବନ୍ଧୁଗଣ,

ଉଗାଣ୍ଡାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ପ୍ରତି ରାଷ୍ଟ୍ରପତିଙ୍କ ଶ୍ରଦ୍ଧା ପାଇଁ ମୁଁ ତାଙ୍କୁହୃଦୟର ସହିତ ଜ୍ଞୃତଜ୍ଞତା ଜ୍ଞାପନ କରୁଛି । ଗୋଟିଏ କଠିନ ସମୟ ପରେ, ରାଷ୍ଟ୍ରପତିଙ୍କ କୁଶଳ ଏବଂ ମଜବୁତ ନେତୃତ୍ୱରେ ଆଜି ଭାରତୀୟ ବଂଶୋଦ୍ଭବ ଉଗାଣ୍ଡାର ସାମାଜିକ ଏବଂ ଅର୍ଥନୈତିକ ଜୀବନରେ ଭରପୂର ସହଯୋଗ କରୁଛନ୍ତି । ମୁଁ ଅତ୍ୟନ୍ତ ଖୁସି ଯେ ଆଜି ସଂଧ୍ୟାରେ ଭାରତୀୟ ବଂଶୋଦ୍ଭବମାନଙ୍କ ସହିତ ମୋର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନିଜେ ଉପସ୍ଥିତ ରହିବେ । ତାଙ୍କର ଏହି ସ୍ୱତନ୍ତ୍ର ଉପସ୍ଥିତି ପାଇଁ ମୁଁ ଭାରତ ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଉଛି । କାଲି ଦିନରେ ମୋତେ ଉଗାଣ୍ଡାର ସଂସଦକୁ ସମ୍ବୋଧିତ କରିବାର ସୌଭାଗ୍ୟ ମଧ୍ୟ ମିଳିବ, ଏହି ସୌଭାଗ୍ୟ ପ୍ରାପ୍ତ କରିଥବା ଭାରତୀୟ ପ୍ରଧାମନ୍ତ୍ରୀଙ୍କ ମଧ୍ୟରେ ମୁଁ  ହେଉଛି ପ୍ରଥମ । ଏହି ବିଶେଷ ସମ୍ମାନ ପାଇଁ ମୁଁ ରାଷ୍ଟ୍ରପତିଙ୍କୁଏବଂ ଉଗାଣ୍ଡା ସଂସଦକୁ ହୃଦୟର ସହିତ ଜ୍ଞୃତଜ୍ଞତା ଜ୍ଞାପନ କରୁଛି  ।

ବନ୍ଧୁଗଣ,

ଭାରତ ଏବଂ ଉଗାଣ୍ଡା, ଦୁଇଟି ହେଉଛି ଯୁବ ପ୍ରଧାନ ଦେଶ । ଦୁଇ ଦେଶର ସରକାରଙ୍କ ଆଶାଆକାଂକ୍ଷାକୁ ପୂରଣ କରିବାର ଉତ୍ତରଦାୟୀତ୍ୱ ଯୁବଗୋଷ୍ଠିଙ୍କର ରହିଛି ଏବଂ ଏହି ପ୍ରୟାସରେ ଆମେ ପରସ୍ପର ସହିତ ସହଯୋଗ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରତିଶୃତିବଦ୍ଧ । 125 କୋଟି ଭାରତୀୟଙ୍କ ତରଫରୁ ଉଗାଣ୍ଡାର ଜନସାଧାରଣଙ୍କର ପ୍ରଗତି ଏବଂ ସମୃଦ୍ଧି ପାଇଁ ହାର୍ଦ୍ଦିକ ଶୁଭକାମନା ଜଣାଉଛି  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi