India and Turkey have nurtured deep and historical links. Ties of culture and language connect our societies for hundreds of years: PM
India and Turkey present enormous opportunity to expand and deepen commercial linkages between our countries: PM Modi
The constantly evolving threat from terrorism is our shared worry: PM Modi to President Erdogan of Turkey
The nations of the world need to work as one to disrupt the terrorist networks and their financing, says PM Modi

ମହାଭାଗ ରାଷ୍ଟ୍ରପତି ଏର୍ଦୋଗାନ ମହୋଦୟ ଏବଂ ସମ୍ମାନୀୟ ପ୍ରତିନିଧି ଦଳ ।

ଗଣମାଧ୍ୟମର ସଦସ୍ୟ ମାନେ ।

ରାଷ୍ଟ୍ରପତି ଏର୍ଦୋଗାନ ଏବଂ ତାଙ୍କ ପ୍ରତିନିଧି ଦଳର ଭାରତ ଗସ୍ତ ଅବସରରେ ମୁଁ ସେମାନଙ୍କୁ ସ୍ୱାଗତ କରି ଅତ୍ୟନ୍ତ ଆନନ୍ଦିତ । ମହାଭାଗ ନଭେମ୍ବର 2015 ରେ G-20 ସମ୍ମିଳନୀ ସମୟରେ ମୁଁ ତୁର୍କୀ ଗସ୍ତରେ ଯାଇଥିଲି ଏବଂ ଏହି ସ୍ମୃତିକୁ ମୁଁ ସବୁବେଳେ ମନେ ରଖିବି । ଆପଣଙ୍କ ସୁନ୍ଦର ଦେଶ ଗସ୍ତ ସମୟରେ ଆପଣ ମୋତେ ଯେଉଁ ଆଦର ଅଭ୍ୟର୍ଥନା ଓ ଶୁଭେଚ୍ଛା ପ୍ରଦାନ କରିଥିଲେ ସେହି ଭାବର ଆଦାନ ପ୍ରଦାନ ପାଇଁ ଆପଣଙ୍କ ଭାରତ ଗସ୍ତ ଆମକୁ ସୁଯୋଗ ପ୍ରଦାନ କରିଛି ।

ବନ୍ଧୁଗଣ,

ଭାରତ ଓ ତୁର୍କୀର ଜନସାଧାରଣ ପରସ୍ପର ନିବିଡତାର ସହ ଏବଂ ଐତିହାସିକ ଭାବେ ଜଡିତ । ଶହ ଶହ ବର୍ଷ ଧରି ଆମ ସମାଜ ସାଂସ୍କୃତିକ ଓ ଭାଷା ଗତ ଭାବେ ସଂପୃକ୍ତ । ରୁମି ତୁର୍କୀକୁ ତାଙ୍କ ନିବାସ ଭାବେ ସ୍ଥିର କରିଥିଲେ ଏବଂ ତାଙ୍କ ଉତ୍ତରଦାନ ସ୍ୱରୂପ ଭାରତରେ ସୁଫି ସଂସ୍କୃତିର ମଧ୍ୟ ସମୃଦ୍ଧି ଘଟିଛି । ବନ୍ଧୁଗଣ ଆଜି ଆମର ବିସ୍ତୃତ ଆଲୋଚନା ମଧ୍ୟରେ ରାଷ୍ଟ୍ରପତି ଏର୍ଦୋଗାନ ଏବଂ ମୁଁ ଆମର ବ୍ୟାପକ ସମ୍ପର୍କ ବିଶେଷ କରି ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ସମ୍ବନ୍ଧରେ ଆଲୋକପାତ କରିଥିଲୁ । ଆମ ଅଂଚଳରେ ବିକାଶକୁ ନେଇ ବିଭିନ୍ନ ଦିଗନ୍ତ ସମ୍ବନ୍ଧରେ ମଧ୍ୟ ଆମେ ଆଲୋଚନା କରିଥିଲୁ ।

ବନ୍ଧୁଗଣ,

ଭାରତ ଓ ତୁର୍କୀ ହେଉଛନ୍ତି ଦୁଇଟି ବୃହତ୍ତ ଅର୍ଥନୀତି । ରାଷ୍ଟ୍ରପତି ଏବଂ ମୁଁ ନିଶ୍ଚିତ୍ତ ଯେ ଆମ ଅର୍ଥନୀତିର ଶକ୍ତି ଦୁଇ ଦେଶ ମଧ୍ୟରେ ବାଣିଜିକ ସଂପୃକ୍ତିକୁ ବଢ଼ାଇବାରେ ବିରାଟ ସୁଯୋଗ ପ୍ରଦାନ କରେ । ମୁଁ ମଧ୍ୟ ଅନୁଭବ କରୁଛି ଯେ ଦୁଇ ସରକାରଙ୍କ ସ୍ତରରେ ସମସ୍ତ ବ୍ୟବସାୟିକ ସୁଯୋଗ ସମ୍ବନ୍ଧରେ ଆମେ ଦୀର୍ଘ ମିଆଦ ଭିତ୍ତିରେ ଏକ ରଣନୀତି ସହିତ ବିଚାର କରିବାକୁ ପଡିବ । ଆମର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 6 ବିଲିଅନ ଡଲାର ପାଖାପାଖି । ଏହା ଆମ ଦୁଇ ପକ୍ଷର ଅର୍ଥନୈତିକ ମିଶ୍ରଣକୁ ଉଚିତ ନ୍ୟାୟ ପ୍ରଦାନ କରୁନାହିଁ । ଉଭୟ ପକ୍ଷର ବ୍ୟବସାୟ ଏବଂ ଉଦ୍ୟୋଗ ନିଶ୍ଚିତ ଭାବେ ମିଳିତ ହୋଇ ଅନେକ କିଛି କରିପାରିବେ । ମୁଁ ଖୁସି ଯେ ଏକ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧି ଦଳ ରାଷ୍ଟ୍ରପତି ଏର୍ଦୋଗାନଙ୍କ ସହ ଆସିଛନ୍ତି । ଆମେ ଉଭୟ ତୁର୍କୀ ଏବଂ ଭାରତୀୟ ଉଦ୍ୟୋଗର କ୍ୟାପଟେନ ମାନଙ୍କୁ ଆଜି ସକାଳେ ସମ୍ବୋଧିତ କରିଥିଲୁ ।

ମୁଁ ନିଶ୍ଚିତ୍ତ ଯେ ତୁର୍କୀ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଦ୍ରୂତ ଗତିରେ ପ୍ରଗତି କରୁଥିବା ଭାରତରେ ବିବିଧ ଓ ବିଶେଷ ସୁଯୋଗର ଲାଭ ଉଠାଇବେ । ମୁଁ ମଧ୍ୟ ବିଶ୍ୱାସ କରେ ଯେ ଭାରତର ଭିତ୍ତିଭୂମି ଜନିତ ଆବଶ୍ୟକତା ଏବଂ ସ୍ମାର୍ଟ ସିଟି ବିକାଶକୁ ନେଇ ଆମ ଅନ୍ତର୍ଦ୍ଦୁଷ୍ଟି ତୁର୍କୀର ସାମର୍ଥ୍ୟ ସହ ତାଳ ଦେଇ ପାରିବ । ଭାରତର ବିକାଶମୂଳକ କାର୍ଯ୍ୟକ୍ରମ ଗୁଡ଼ିକରେ ତୁର୍କୀ କମ୍ପାନୀ ଗୁଡ଼ିକ ନିଜେ ହୁଅନ୍ତୁ କିମ୍ବା ଭାରତୀୟ କମ୍ପାନୀମାନଙ୍କ ସହିତ ମିଶି ହୁଅନ୍ତୁ, ଏ ନେଇ ଭାଗିଦାରିତା ବୃଦ୍ଧି କରିବାରେ ଆମେ ପ୍ରୋତ୍ସାହନ ପ୍ରଦାନ କରିବାକୁ ଚାହିଁବୁ ।

ଆଜି ଦୁଇ ଦେଶ ମଧ୍ୟରେ ଯେଉଁ ଚୁକ୍ତି ସ୍ୱାକ୍ଷରିତ ହେବ ଏବଂ ଆମ ଆଲୋଚନାର ବିଷୟ ଆଧାରରେ ଦୁଇ ଦେଶ ମଧ୍ୟରେ ଆନୁଷ୍ଠାନିକ ସହଯୋଗିତା ବୃଦ୍ଧି ହେବା ନେଇ ମୋର କୌଣସି ସନ୍ଦେହ ନାହିଁ ।

ବନ୍ଧୁଗଣ,

ଆମେ ଏକ ଏପରି ସମୟରେ ବାସ କରୁଛେ ଯେତବେଳେ ଆମ ସମାଜ ପ୍ରତିଦିନ ନୂତନ ଆହ୍ୱାନ ଓ ଧମକର ସମ୍ମୁଖୀନ ହେଉଛି । ବିଶ୍ୱ ସୁରକ୍ଷାକୁ ନେଇ କେତେକ ସ୍ଥିତାବସ୍ଥା ଏବଂ ସାମ୍ପ୍ରତିକ ସୃଷ୍ଟି ହୋଇଥିବା ପରିସ୍ଥିତି ଆମ ସମସ୍ତଙ୍କ ପାଇଁ ଅତି ଉଦବେଗର ବିଷୟ ହୋଇଛି ।

ନିର୍ଦ୍ଧିଷ୍ଟ ଭାବେ କହିବାକୁ ଗଲେ ସନ୍ତ୍ରାସବାଦକୁ ନେଇ ନିୟମିତ ଭାବେ ବୃଦ୍ଧି ପାଉଥିବା ବିପଦ ଆମ ପାଇଁ ଉଦବେଗର କାରଣ ହୋଇଛି । ରାଷ୍ଟ୍ରପତିଙ୍କ ସହ ବିସ୍ତୃତ ଭାବେ ମୁଁ ଏ ସଂକ୍ରାନ୍ତରେ ଆଲୋଚନା କରିଛି ।

କୌଣସି ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଯୁକ୍ତି ସନ୍ତ୍ରାସବାଦକୁ ବୈଧ କରି ପାରିବ ନାହିଁ ବୋଲି ଆମେ ବୁଝାମଣାରେ ପହଂଚିଛୁ । ତେଣୁ ସନ୍ତ୍ରାସବାଦୀ ଗୋଷ୍ଠୀଙ୍କୁ ବାଧା ଦେବା ପାଇଁ, ସେମାନଙ୍କ ଆର୍ଥିକ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଏବଂ ସୀମା ସେପାର ଆତଙ୍କବାଦକୁ ଦୂର କରିବା ପାଇଁ ସାରା ବିଶ୍ୱର ଦେଶ ସମୂହ ଏକତ୍ର ଭାବେ କାର୍ଯ୍ୟ କରିବା ଆବଶ୍ୟକ । ଏହି ଗୋଷ୍ଠୀକୁ ସୃଷ୍ଟି କରୁଥିବା, ସମର୍ଥନ ଓ ଶକ୍ତି ପ୍ରଦାନ କରୁଥିବା, ଆଶ୍ରୟ ପ୍ରଦାନ କରୁଥିବା ଏବଂ ଏମାନଙ୍କ ବିସ୍ତାରରେ ସହାୟକ ହେଉଥିବା ଓ ହିଂସା ଆଦର୍ଶବାଦକୁ ସମର୍ଥନ ପ୍ରଦାନ କରୁଥିବା ଗୋଷ୍ଠୀ ବିରୋଧରେ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ଏହି ବିପଦକୁ ଦୂର କରିବା ପାଇଁ ଦ୍ୱିପାକ୍ଷିକ ଭାବେ ଏବଂ ବହୁମୁଖୀ ଭାବେ ମିଳିତ ହୋଇ ଫଳପ୍ରଦ କାର୍ଯ୍ୟ କରିବା ପାଇଁ ରାଷ୍ଟ୍ରପତି ଏବଂ ମୁଁ ଉଭୟ ରାଜି ହୋଇଛୁ ।

ବନ୍ଧୁଗଣ,

ଆମେ ମଧ୍ୟ ସୁରକ୍ଷା ପରିଷଦର ସମ୍ପ୍ରସାରଣ ସମେତ ବ୍ୟାପକ ଭାବେ ଜାତିସଂଘର ସମ୍ପ୍ରସାରଣ ସମ୍ବନ୍ଧରେ ଆଲୋଚନା କରିଛୁ । ଏହାଫଳରେ ଏହି ଅନୁଷ୍ଠାନ ଅଧିକ ପ୍ରତିନିଧି ମୂଳକ, ଉତ୍ତରଦାୟିତ୍ୱ ସମ୍ପନ୍ନ ଏବଂ ଫଳପ୍ରଦ ହୋଇପାରିବ । ଆମେ ଉଭୟ ଚାହୁଁଛୁ ଯେ ଜାତିସଂଘର ନିରାପତ୍ତା ପରିଷଦ ବିତିଯାଇଥିବା ଶତାବ୍ଦୀକୁ ନୁହେଁ ବରଂ ଏକବିଂଶ ଶତାବ୍ଦୀର ବିଶ୍ୱକୁ ପ୍ରତିଫଳିତ କରୁ ।

ମହାଭାଗ,

ଭାରତରେ ମୁଁ ଆପଣଙ୍କୁ ପୁଣିଥରେ ସ୍ୱାଗତ କରୁଛି । ସମସ୍ତ ଫଳପ୍ରଦ ଆଲୋଚନା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ପ୍ରଦାନ କରୁଛି । ଆଜି ଆମେ ଗ୍ରହଣ କରିଥିବା ନିଷ୍ପତ୍ତି ଭାରତ-ତୁର୍କୀର ଭାଗିଦାରିତାକୁ ଏକ ଉଚ୍ଚସ୍ତରକୁ ଉନ୍ନିତ କରିବାରେ ସହାୟକ ହେବ । ଭାରତରେ ଆପଣଙ୍କ ରହଣି ଫଳପ୍ରଦ ହେଉ ବୋଲି ମୁଁ ଆଶା କରିବି ।

ଆପଣଙ୍କୁ ଧନ୍ୟବାଦ

ଅନେକ ଅନେକ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional