The values and principles of democracy and rule of law are common to both our nations: PM Modi
Both India and Australia recognize the central value of education and innovation in the prosperity of our societies: PM Modi
Would like to thank Prime Minister for Australia's decision to join the International Solar Alliance: PM
India and Australia have made major strides in our bilateral relations in recent years: PM Modi

ମହାମହିମ

ପ୍ରଧାନମନ୍ତ୍ରୀ ମାଲକମ୍ ଟାର୍ଣ୍ଣବୁଲ୍,

ଗଣମାଧ୍ୟମର ପ୍ରତିନିଧିଗଣ,

ମହାମହିମ,

ଆପଣଙ୍କ ପ୍ରଥମ ଭାରତ ଗସ୍ତରେ ଆପଣଙ୍କୁ ସ୍ୱାଗତ କରି ଆନନ୍ଦିତ । ଗତ ମାସରେ ଆମେ ବର୍ଡର-ଗାଭାସ୍କର ଟ୍ରଫିର ଏକ ରୋମାଞ୍ଚଭରା ସମାପନ ଦେଖିଛେ । 2014 ମସିହାରେ ଅଷ୍ଟ୍ରେଲିଆ ସଂସଦରେ ମୋର ଭାଷଣରେ ମୁଁ ମହାନ୍ ବ୍ରାଡମ୍ୟାନ୍ ଓ ତେନ୍ଦୁଲକରଙ୍କ ସମ୍ପର୍କରେ କହିଥିଲି । ଆଜି ଭାରତର ବିରାଟ କୋହଲି ଓ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ କ୍ରିକେଟରେ ଯୁବ ବିଗ୍ରେଡକୁ ରୂପ ଦେଉଛନ୍ତି । ମୋର ଆଶା ଯେ ଆପଣଙ୍କ ଭାରତ ଗସ୍ତ ଷ୍ଟିଭେନ୍ ସ୍ମିଥଙ୍କ ବ୍ୟାଟିଂ ଭଳି ଅନ୍ୟ ଜଣେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଭାବେ ଫଳପ୍ରଦ ହେବ ।

ମହାମହିମ

ଜି-20 ସମ୍ମିଳନୀବେଳେ ଆମର ବୈଠକ ମୋର ସ୍ପଷ୍ଟ ଭାବେ ମନେଅଛି । ସେମାନେ ସର୍ବଦା ସଂଯୋଜନାର ଦୃଢ଼ ଭବନା ଓ ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଛନ୍ତି । ଆମର ସମ୍ପର୍କକୁ ଆଗେଇ ନେବା ପାଇଁ ଆପଣଙ୍କ ସକ୍ରିୟ ଆଗ୍ରହକୁ ମୁଁ ବିଶେଷଭାବେ ପ୍ରଶଂସା କରୁଛି । ଆମର ସହଯୋଗର ଯାତ୍ରା ନିୟମ ଅନୁସାରେ ସୁଦୃଢ଼ ରହିଛି । ଆପଣଙ୍କ ନେତୃତ୍ୱରେ, ଆମର ସମ୍ପର୍କ ନୂଆ ମାଇଲଖୁଣ୍ଟକୁ ଛୁଇଁଛି । ଏବଂ ଆପଣଙ୍କ ଗସ୍ତ ଆମର ସାମରିକ ଭାଗିଦାରୀର ନୂଆ ପ୍ରାଥମିକତାକୁ ରୂପ ଦେବାର ସୁଯୋଗ ସୃଷ୍ଟି କରିଛି ।

ମହାମହିମ

ଭାରତ ମହାସାଗରର ଜଳ ଆମର ମିଳିତ ଇତିହାସକୁ ସ୍ମରଣ କରାଉଛି । ଏହା ଆମର ସମ୍ପର୍କର ଲକ୍ଷ୍ୟସ୍ଥଳ ପାଇଁ ଏକ ସୂଚକ ମଧ୍ୟ । ଗଣତନ୍ତ୍ରର ମୂଲ୍ୟବୋଧ ଓ ନୀତି ଏବଂ ଆଇନର ଶାସନ ମଧ୍ୟ ଆମ ଦୁଇ ଦେଶ ପାଇଁ ସମାନ । ଆଜି ଆମର ସମ୍ପର୍କରେ ସୁଯୋଗର ବିଶାଳ ସମ୍ଭାବନା ଭାରତର 125 କୋଟି ଲୋକଙ୍କ ଆର୍ଥିକ ସମୃଦ୍ଧି ଓ ଅଷ୍ଟ୍ରେଲିଆର ସାମର୍ଥ୍ୟ ଓ ଶକ୍ତି ଦ୍ୱାରା ସୁଦୃଢ଼ ଭାବେ ପରିଭାଷିତ ।

ବନ୍ଧୁଗଣ,

ଆଜି ଆମର ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ଓ ମୁଁ ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ପ୍ରଗତିର ସମୀକ୍ଷା କରିଥିଲୁ । ଆମର ବିସ୍ତୃତ ଆର୍ଥିକ ସହଯୋଗ ରାଜିନାମାର ପରବର୍ତ୍ତି ପର୍ଯ୍ୟାୟ ଆଲୋଚନା ଆରମ୍ଭ ପାଇଁ ନିଷ୍ପତ୍ତି ସହ ଆମର ଭାଗିଦାରକୁ ଅଧିକ ସୁଦୃଢ଼ କରିବା ଭଳି ଅନେକ ପଦକ୍ଷେପ ନିଆଯାଇଛି । ହାଲୁକା ଭାବେ କହିବାକୁ ନିଶ୍ଚିତ ଭାବେ ମୁଁ ଖୁସି ଯେ ଆମର ନିଷ୍ପତ୍ତି ଡି.ଆର.ଏସ୍ ସମୀକ୍ଷା ବ୍ୟବସ୍ଥା ଭଳି ନୁହେଁ ।

ବନ୍ଧୁଗଣ

ଭାରତ ଓ ଅଷ୍ଟ୍ରେଲିଆ ଉଭୟ ସମାଜର ସମୃଦ୍ଧିରେ ଶିକ୍ଷା ଓ ନବସୃଜନର କେନ୍ଦ୍ରୀୟ ମୂଲ୍ୟବୋଧକୁ ଜାଣିଛନ୍ତି । ଏହା ଆଶ୍ଚର୍ଯ୍ୟର କଥା ବି ନୁହେଁ । ତେଣୁ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆମର ସହଯୋଗ ଆମ ସମ୍ପର୍କର ଏକ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଦିଗ । ପ୍ରଧାନମନ୍ତ୍ରୀ ଓ  ମୁଁ ଏବେ ନାନୋ ଓ ବାୟୋଟେକ୍ନୋଲଜି ଆଧାରିତ ଟେରି-ଡେକିନ୍ ଗବେଷଣା କେନ୍ଦ୍ରର ଉଦ୍ଘାଟନ କରିଛୁ । ଯାହା ଆମର ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହଯୋଗର ଏକ ଉତ୍କୃଷ୍ଟ ଉଦାହରଣ । ପ୍ରାୟ 100 ନିୟୁତ ଡଲାରର ଅଷ୍ଟ୍ରେଲିଆ-ଭାରତ ଗବେଷଣା ପାଣ୍ଠିରେ ନାନୋ ଜ୍ଞାନକୌଶଳ, ସ୍ମାର୍ଟ ସିଟି, ଭିତ୍ତିଭୂମି, କୃଷି ଓ ରୋଗ ନିୟନ୍ତ୍ରଣ ଉପରେ ଧ୍ୟାନକେନ୍ଦ୍ରିତ ହେବ । ଆମର ମିଳିତ ଉଦ୍ୟମରେ ବିକଶିତ ଭିଟାମିନ୍ ଏ ବିଶିଷ୍ଟ କଦଳୀ ଏବେ ପରୀକ୍ଷା ପର୍ଯ୍ୟାୟରେ ଉପନୀତ ହୋଇଛି । ଆମର ବୈଜ୍ଞାନିକମାନେ ମଧ୍ୟ ଡାଲିର ଅଧିକ ପୁଷ୍ଟିକର ଓ କଠିନ କିସମର ବିକାଶରେ ସହଯୋଗ କରୁଛନ୍ତି । ଏହି ଘଟଣା ଆମର ବୈଜ୍ଞାନିକମାନଙ୍କ ସହଯୋଗର ମାତ୍ର ଦୁଇଟି ଉଦାହରଣ ଯେଉଁଥିରେ ଠୋସ୍ ପ୍ରମାଣ ଓ ପରିଣାମ ରହିଛି । ଯାହା ଆମର ଚାଷୀ ସମେତ ଲକ୍ଷାଧିକ ଲୋକଙ୍କ ଜୀବନରେ ସୁଧାର ଆଣିବ । ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଭାଇସ୍ ଚାନ୍ସଲର ଓ ଧନ୍ଦାମୂଳକ ପ୍ରଶିକ୍ଷଣ ସଂସ୍ଥାନର ମୁଖ୍ୟଙ୍କ ବଡ଼ ପ୍ରତିନିଧିମଣ୍ଡଳୀକୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଏହି ଗସ୍ତ ସମୟରେ ଅନେକ ସଂସ୍ଥାନ ମଧ୍ୟରେ ଚୁକ୍ତି ହୋଇଛି । ଛାତ୍ରଛାତ୍ରୀଙ୍କ ଆଦାନପ୍ରଦାନ ଦ୍ୱିପାକ୍ଷିକ ଶିକ୍ଷା ସହଯୋଗର ଏକ ମହତ୍ୱପୂର୍ଣ୍ଣ କାରକ । ଅଷ୍ଟ୍ରେଲିଆ 60ହଜାରରୁ ଉର୍ଦ୍ଧ୍ଵ ଭାରତୀୟ ଛାତ୍ରଛାତ୍ରୀଙ୍କ ଘର ପାଲଟିଛି । ଭାରତକୁ ପଢ଼ିବା ପାଇଁ ଆସୁଥିବା ଅଷ୍ଟ୍ରେଲିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତର ଯୁବବର୍ଗଙ୍କ ଆକାଂକ୍ଷା ଅନୁସାରେ ଭାରତରେ ବିଶ୍ୱସ୍ତରୀୟ ଶିକ୍ଷା ସଂସ୍ଥାନ ସ୍ଥାପନ କରିବା ମୋ’ ସରକାରର ଏକ ଉଦ୍ଦେଶ୍ୟ । ଏହି ଲକ୍ଷ୍ୟରେ ସାମିଲ ଓ ଯୋଗଦାନ କିଭଳି ଭାବେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟଗୁଡ଼ିକ ଦେଇପାରିବେ, ସେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଟାର୍ଣ୍ଣବୁଲ୍ ଓ ମୁଁ ଆଲୋଚନା କରିଛୁ ।

ବନ୍ଧୁଗଣ,

ଆମର ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ଓ ସମୃଦ୍ଧି ନିଶ୍ଚିତ ଭାବେ ପରିବେଶ ପ୍ରତି ଅନୁକୂଳ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଓ ମୁଁ ଦୃଢ଼ ବିଶ୍ୱାସ ରଖିଛୁ । ଆମେ ଖୁସି ଯେ ଅକ୍ଷୟ ଶକ୍ତି ସମେତ ଶକ୍ତିର ଅନ୍ୟ ସ୍ୱରୂପଗୁଡିକର ବିକାଶ ନେଇ ଆମର ଆଲୋଚନା ଓ ସହଯୋଗିତା ଏବେ ଉର୍ଦ୍ଧ୍ଵମୁଖୀ  ରହିଛି । ଆନ୍ତର୍ଜାତିକ ସୌର ମେଂଟରେ ସାମିଲ ହେବା ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଏହଂ ଦ୍ୱିପାକ୍ଷିକ ସମର୍ଥନ ସହ ଅଷ୍ଟ୍ରେଲିଆ ସଂସଦରେ ଆଇନ ଗୃହୀତ କରାଇ ଭାରତକୁ ୟୁରାନିୟମ ରପ୍ତାନୀ ପାଇଁ ଅଷ୍ଟ୍ରେଲିଆ ଏବେ ପ୍ରସ୍ତୁତ ଅଛି ।

ବନ୍ଧୁଗଣ

ପ୍ରଧାନମନ୍ତ୍ରୀ ଓ ମୁଁ ସ୍ୱୀକାର କରୁଛୁ ଯେ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାରେ ଆମର ଭବିଷ୍ୟତ ଗଭୀର ଭାବେ ଜଡିତ । ତେଣୁ ଆମେ ଏକ ସୁରକ୍ଷିତ ଓ ଶାସନ ଆଧାରିତ ଭାରତ-ପ୍ରଶାନ୍ତ କ୍ଷେତ୍ରର ଆବଶ୍ୟକତା ଉପରେ ସହମତ । ଆମେ ଆହୁରି ମଧ୍ୟ ଜାଣିଛୁ ଯେ ଏହି ଜଗତୀକରଣ ବିଶ୍ୱରେ, ଆତଙ୍କବାଦ ଓ ସାଇବର ସୁରକ୍ଷା ଭଳି ଚ୍ୟାଲେଞ୍ଜ ଆମର କ୍ଷେତ୍ରର ସୀମା ବାହାରକୁ ଟପିଗଲାଣି । ତେଣୁ ଜଗତୀକରଣ ରଣନୀତି ଓ ସମାଧାନର ଆବଶ୍ୟକତା ରହିଛି । ଏଥିପାଇଁ ଆଂଚଳିକ ଓ ଜଗତୀକରଣ ପ୍ରସଙ୍ଗରେ ଆମେ ଉଭୟ ଚିନ୍ତା ବ୍ୟକ୍ତ କରିବା ସହ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବୁଝିବା ଶକ୍ତି ଓ ଅର୍ନ୍ତଦୃଷ୍ଟି ଆମର ସହଯୋଗର ଏକ ନୂଆ ଦିଗକୁ ରେଖାଙ୍କିତ କରୁଛି । ରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଆମର ସହଯୋଗ ନୂଆ ଶିଖରରେ ପହଂଚିଛି । ଆମର ସାମୁଦ୍ରିକ ସୁରକ୍ଷା ଅଭ୍ୟାସ ଓ ଆଦାନପ୍ରଦାନ ଫଳପ୍ରଦ ରହିଛି । ଆତଙ୍କବାଦ ଓ ସୀମାପାର ଅପରାଧରେ ଆମର ଦ୍ୱିପାକ୍ଷିକ ବ୍ୟବସ୍ଥା ଭଲ ଭାବେ କାର୍ଯ୍ୟ କରୁଛି । ମୁଁ ବିଶେଷ ଭାବେ ଖୁସି ଯେ ଏହି ଗସ୍ତବେଳେ ଆମେ ସୁରକ୍ଷା ସହଯୋଗ କ୍ଷେତ୍ରରେ ଏମ୍ଓୟୁ ସ୍ୱାକ୍ଷର କରିବାକୁ ସକ୍ଷମ ହୋଇଛୁ । ଆମ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ସନ୍ତୁଳନର ଭାବନା ବଜାୟ ରଖିବା ପାଇଁ ସୁଦୃଢ଼ ଆଂଚଳିକ ସଂସ୍ଥାନର ଆବଶ୍ୟକ ରହିଛି ବୋଲି ଆମେ ସହମତ । ତେଣୁ ଆମେ ଉଭୟ ସମାନ ସ୍ୱାର୍ଥ ପାଇଁ ପୂର୍ବ ଏସିଆ ସମ୍ମିଳନୀର ସଦସ୍ୟ ଓ ଭାରତ ମହାସାଗର ତଟୀୟ ରାଷ୍ଟ୍ରଗୁଡ଼ିକ ସହ ମିଶି ସହଯୋଗ କରିବା ନିମନ୍ତେ ସକ୍ରିୟ ଭାବେ କାମ କରିବୁ ।

 

ବନ୍ଧୁଗଣ

ଆମ ଭାଗିଦାରୀର ଏକ ପ୍ରମୁଖ ସୁଦୃଢ଼ ସ୍ତମ୍ଭ ହେଉଛି ଆମ ସମାଜ ଭିତରେ ସମ୍ପର୍କ । ଅଷ୍ଟ୍ରେଲିଆରେ ପ୍ରାୟ 50ଲକ୍ଷ ଭାରତୀୟ ବଂଶୋଦ୍ଭବଙ୍କ ଘର ରହିଛି । ସେମାନଙ୍କର ସମୃଦ୍ଧି ଓ ଜୀବନ୍ତ ସଂସ୍କୃତି ଆମ ଭାଗିଦାରକୁ ସମୃଦ୍ଧ କରିଛି । ଗତବର୍ଷ ଅଷ୍ଟ୍ରେଲିଆର କେତେକ ସହରରେ ଭାରତର ଏକ ବହୁତ ବଡ଼ ସଫଳ ସମାରୋହ ‘କନଫ୍ଳୁଏନ୍ସ’ (ସଙ୍ଗମ) ଆୟୋଜିତ ହୋଇଥିଲା । ଅଷ୍ଟ୍ରେଲିଆ ସରକାରଙ୍କ ଦ୍ୱାରା ପର୍ବପର୍ବାଣୀ ପାଇଁ ସମସ୍ତ ସହାୟତା ଓ ସମର୍ଥିନ ନିମନ୍ତେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।

ମହାମହିମ

ବିଗତ ବର୍ଷଗୁଡ଼ିକରେ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କରେ ଅଧିକ ପ୍ରଗତି କରିଛନ୍ତି । ଭବିଷ୍ୟତ ବର୍ଷଗୁଡ଼ିକରେ ଆମେ ଉଭୟ ଦେଶ ପାଇଁ ପ୍ରତିଶ୍ରୁତି ଓ ସୁଯୋଗ ଦେଖୁଛୁ । ଆମର ସମାଜର ସୁରକ୍ଷା ଓ କଲ୍ୟାଣ ପାଇଁ ଆମର ସୁଦୃଢ଼ ଓ ଜୀବନ ରଣନୀତିକ ଭାଗିଦାରୀ ମହତ୍ୱପୂର୍ଣ୍ଣ । ଏହା ମଧ୍ୟ ଆମ ଅଚଂଳରେ ଶାନ୍ତି, ସ୍ଥିରତା ଓ ସୁରକ୍ଷା ପାଇଁ ଏହା ଏକ ପ୍ରମୁଖ କାରକ । ଏହି ଶବ୍ଦ ସହ, ମହାମହିମ ମୁଁ ପୁଣିଥରେ ଭାରତରେ ଆପଣଙ୍କୁ ସ୍ୱାଗତ କରୁଛି ଓ ଆପଣଙ୍କ ଫଳପ୍ରଦ ଓ ଫଳପ୍ରସୂ ରହଣି କାମନା କରୁଛି ।

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Queen Maxima praises India's digital public infrastructure during 3-day visit focused on country's financial health

Media Coverage

Queen Maxima praises India's digital public infrastructure during 3-day visit focused on country's financial health
NM on the go

Nm on the go

Always be the first to hear from the PM. Get the App Now!
...
PM chairs 52nd PRAGATI Meeting
June 24, 2026
PM reviews four key infrastructure projects worth around ₹30,000 crore spanning four states across Road, Power, Industrial Corridor and Metro Rail sectors
PM emphasises use of PM GatiShakti National Master Plan and timely updation of project, utility and infrastructure data on the portal for efficient planning
PM asks Ministries and State Governments to resolve pending issues in a mission-mode manner and ensure close monitoring
PM reviews TB Mukt Bharat Abhiyan and emphasizes need to leverage latest digital technologies including AI
PM reviews grievances related to Cyber Crime and Digital Arrest and stresses timely action, coordinated response and e-Zero FIR registration mechanism

Prime Minister Shri Narendra Modi chaired the 52nd meeting of PRAGATI, the ICT-enabled, multi-modal platform aimed at fostering Pro-Active Governance and Timely Implementation, by seamlessly integrating efforts of the Central and State Governments, earlier today at Seva Teerth.

During the meeting, the Prime Minister reviewed four critical infrastructure projects across the Road, Power, Industrial Corridor and Metro Rail sectors, covering four States and costing around ₹30,000 crore. These projects, important for economic growth, regional connectivity, industrial development and public welfare, were reviewed with focus on timelines, inter-agency coordination, issue resolution and timely completion.

Prime Minister underlined that delays in infrastructure projects not only lead to cost escalation, but also deprive people and industries of timely benefits. He asked the concerned Ministries and State Governments to resolve pending issues in a mission-mode manner and ensure close monitoring at the highest level.

Prime Minister emphasised the use of PM GatiShakti National Master Plan for efficient planning and timely implementation of infrastructure projects. He also underlined the need for regular and timely updation of project details, utilities, infrastructure layers, clearances and other field-level information on the portal. He further emphasised that the platform must reflect the latest ground situation so that bottlenecks can be identified in advance, inter-agency coordination can be improved and decisions can be taken on the basis of reliable, real-time data.

Prime Minister reviewed TB Mukt Bharat Abhiyan and emphasised the need to leverage latest digital technologies including Artificial Intelligence. He suggested a team of NCC cadets and MY Bharat volunteers, for awareness, patient follow-up and community mobilisation.

Prime Minister also reviewed grievances related to Cyber Crime and Digital Arrest. He expressed concern over the rising misuse of digital platforms to defraud citizens and stressed that such matters require coordinated, sensitive and time-bound handling by all concerned agencies. He noted that citizens should not be made to run from one department or agency to another. He also emphasized the need for clear ownership, faster response, better coordination among law enforcement agencies, banks and digital platforms, and stronger public awareness campaigns.

Prime Minister observed that in cases involving cyber fraud, timely action is crucial to prevent financial loss and restore public confidence. He asked all stakeholders to work in close coordination to strengthen prevention, reporting, investigation and grievance redressal mechanisms. He also emphasised that States should work towards enabling e-Zero FIR mechanisms for faster registration and response in cyber fraud cases.