ମହାମହିମ ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ,

ବିଶିଷ୍ଟ ପ୍ରତିନିଧିବୃନ୍ଦ,

ଗଣମାଧ୍ୟମ ପ୍ରତିନିଧିଗଣ,

ସର୍ବ ପ୍ରଥମେ ମୁଁ ପ୍ରଧାନମନ୍ତ୍ରୀ ଲି’ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି । ତାଙ୍କର ଆତିଥ୍ୟ ଏବଂ ସୌହାର୍ଦ୍ଦ୍ୟ ପାଇଁ ମୁଁତାଙ୍କୁ ଧନ୍ୟବାଦ ଜଣାଉଛି । ଭାରତ ସହ ସଂପର୍କକୁ ମଜଭୁତ କରିବା ସକାଶେ ତାଙ୍କର ଶତତ ପ୍ରଚେଷ୍ଟା ପାଇଁ ମଧ୍ୟଧନ୍ୟବାଦ ଜ୍ଞାପନ କରୁଛି । ପୁଣି ବ୍ୟକ୍ତିଗତ ସ୍ତରରେ ବନ୍ଧୁତା ପାଇଁ ତାଙ୍କର ପ୍ରୟାସ ଲାଗି ସାଧୁବାଦ ଜଣାଉଛି ।

ଭାରତ–ସିଙ୍ଗାପୁର ମଧ୍ୟରେ ସଂପର୍କ ବାସ୍ତବତା ଦୃଷ୍ଟିକୋଣରୁ ସାମରିକ ବୁଝାମଣାର କଷଟି ପଥରରେ ପରଖାଯାଇସାରିଛି । ଆମ ସଂପର୍କରେ କୌଣସି ପ୍ରକାର ଅସ୍ୱାଭାବିକତା ନାହିଁ । ବରଂ, ସେଥିରେ ଉଷ୍ମତା, ସୌହାର୍ଦ୍ଦ୍ୟତଥା ବିଶ୍ୱାସ ଭରି ରହିଛି । ଆଜି ଆମ ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ପ୍ରଧାନମନ୍ତ୍ରୀ ଲି ଏବଂ ମୁଁଉଭୟ ମିଳିତ  ଭାବେ ଆମର ଦ୍ୱିପାକ୍ଷିକ ସଂପର୍କକୁ ପ୍ରଗତି ପଥରେ ଆଗେଇ ନେବା ଘେନି ସମୀକ୍ଷା ଏବଂଭବିଷ୍ୟତ ପାଇଁ ଏହାର ମାର୍ଗଚିତ୍ର/ରୋଡମ୍ୟାପ୍ ପ୍ରସ୍ତୁତ କରିବା ସକାଶେ ବିସ୍ତୃତ ଆଲୋଚନା କରିଛୁ ।

ଦୁଇ ଦେଶ ମଧ୍ୟରେ ବ୍ୟାପକ ଆର୍ଥିକ ସହଯୋଗ ରାଜିନାମାର ଦ୍ୱିତୀୟ ସମୀକ୍ଷା ବୈଠକ ସଂପୂର୍ଣ୍ଣ ହୋଇଥିବାରୁ ମୁଁବିଶେଷ ଭାବେ ଖୁସି । ପୁଣି ଆମେ ଦୁହେଁ ଏହି ପ୍ରସଙ୍ଗ ଉପରେ ସହମତ ହୋଇଛୁ ଯେ ଦ୍ୱିତୀୟ ସମୀକ୍ଷା ବୈଠକସଂପୂର୍ଣ୍ଣ କରିବା ଆମର ଲକ୍ଷ୍ୟ ନୁହେଁ । ଏହା କେବଳ ଅୟମାରମ୍ଭ ମାତ୍ର । ଆମ ଦୁଇ ଦେଶର ଅଧିକାରୀମାନେ ଖୁବ୍ଶୀଘ୍ର ଏହି ରାଜିନାମାକୁ ଆହୁରି ଉନ୍ନତ କରି ଆଗକୁ ଆଗେଇ ନେବା ଦିଗରେ ଆଲୋଚନା ଆରମ୍ଭ କରିବେ ।

ଭାରତ ପାଇଁ ସିଙ୍ଗାପୁର ହେଉଛି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶର ଏକ ମହତ୍ତ୍ୱପୂର୍ଣ୍ଣ ସ୍ରୋତର ଉତ୍ସ । ଏବଂ ଭାରତପକ୍ଷରୁ ବିଦେଶରେ କରାଯାଉଥିବା ନିବେଶ ପାଇଁ ସିଙ୍ଗାପୁର ହେଉଛି ଶୀର୍ଷ ଲକ୍ଷ୍ୟସ୍ଥଳୀ । ମୁଁ ଅତ୍ୟନ୍ତ ଆନନ୍ଦିତ ଯେଭାରତୀୟ କମ୍ପାନୀମାନେ ସିଙ୍ଗାପୁରକୁ “ଆସିଆନ୍” କ୍ଷେତ୍ର ଏବଂ ଅନ୍ୟ ରାଷ୍ଟ୍ରମାନଙ୍କରେ କାର୍ଯ୍ୟ କରିବା ସକାଶେଏକ ସ୍ପ୍ରିଙ୍ଗ୍ ବୋର୍ଡ଼ ଭାବେ ଉପଯୋଗ କରିଆସୁଛନ୍ତି । ସିଙ୍ଗାପୁରର କମ୍ପାନୀମାନଙ୍କ ଦ୍ୱାରା ଭାରତରେ ନିବେଶଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତର ଉନ୍ନତି ସିଙ୍ଗାପୁରକୁ ଏହାର ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରଗତି ସାଧିତକରିବାରେ ଅତୁଳନୀୟ ସହଯୋଗ ପ୍ରଦାନ କରିଆସୁଛି । ଗତକାଲି ସନ୍ଧ୍ୟାରେ ସିଙ୍ଗାପୁରର ଅନେକ ଗୁରୁତ୍ୱପୂର୍ଣ୍ଣକମ୍ପାନୀର ସିଇଓମାନଙ୍କ ସହ ଏକ ଗୋଲ ଟେବୁଲ ଆଲୋଚନା ବେଳେ ସେମାନଙ୍କ ମନରେ ଭାରତ ପ୍ରତି ଥିବାବିଶ୍ୱାସ ଦେଖି ମୁଁ ଖୁବ୍ ଆନନ୍ଦ ଅନୁଭବ କରିଥିଲି ।

ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ବିମାନ ଚଳାଚଳ ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଉଭୟ ପକ୍ଷଖୁବ୍ ଶୀଘ୍ର ଦ୍ୱିପାକ୍ଷିକ ବିମାନ ସେବା ରାଜିନାମାର ସମୀକ୍ଷା ଆରମ୍ଭ କରିବାକୁ ଯାଉଛନ୍ତି ।

ଆମେ ଉଭୟେ ନିଜ ନିଜର ଡ଼ିଜିଟାଲ ସହଭାଗୀତା ଆରମ୍ଭ ହୋଇଥିବାରୁ ବେଶ୍ ପ୍ରସନ୍ନତା ପ୍ରକଟ କରୁଛୁ । ଏହାଉଭୟ ପକ୍ଷଙ୍କ ସକାଶେ ଅସୀମ ସମ୍ଭାବନା ସୃଷ୍ଟି କରିବା ସହ ପ୍ରାକୃତିକ ଭାଗିଦାରୀର କ୍ଷେତ୍ର ହୋଇପାରିବ ।ରୁପେଭୀମ ଏବଂ ୟୁପିଆଇ–ଆଧାରିତ ରେମିଟାନ୍ସ ଆପ୍ ସଂପର୍କରେ ସିଙ୍ଗାପୁରରେ ଗତକାଲି ସନ୍ଧ୍ୟାରେଆନ୍ତର୍ଜାତୀୟ ଡ଼ିଜିଟାଲ ଇଣ୍ଡିଆର ଶୁଭାରମ୍ଭ କରାଯାଇଛି ଯାହା ଆମର ସହଭାଗୀତାର ନୂତନତାର ଭାବନାକୁପରିପ୍ରକାଶ କରୁଛି । ଡିଜିଟାଲ ଇଣ୍ଡିଆ ଅଧୀନରେ ଭାରତରେ ଆମେ ଏକ ଡ଼ାଟା ସେଣ୍ଟର ନୀତି ପ୍ରବର୍ତ୍ତନକରିବାକୁ ଯାଉଛୁ ।

ଆଜି ମୁଁ ନାନ୍ୟାଙ୍ଗ୍ ଟେକ୍ନୋଲଜିକାଲ ୟୁନିଭର୍ସିଟିରେ ଅନେକଗୁଡ଼ିଏ ରାଜିନାମା ସ୍ୱାକ୍ଷରିତ ହେବା କାର୍ଯ୍ୟକ୍ରମରେଉପସ୍ଥିତ ରହିବି । ଏହିସବୁ ରାଜିନାମା ଉଚ୍ଚଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନ କ୍ଷେତ୍ରରେ ଆମରସହଯୋଗୀତାକୁ ଆହୁରି ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ରାଜିନାମା ସ୍ୱାକ୍ଷରିତ ହେଉଛି । କୌଶଳ ବିକାଶ,ଯୋଜନା ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଆମର ସହଯୋଗୀତାରେ ବିଶେଷ ପ୍ରଗତି ପରିଲକ୍ଷିତ ହୋଇଛି ।

ଆମେ ଏବେ ଭାରତର 115ଟି ଅଭିଳାଷୀ ଜିଲ୍ଲାରେ ପାନୀୟ ଜଳ ଉପଲବ୍ଧ କରିବା ସକାଶେ ନୂଆ କାର୍ଯ୍ୟକ୍ରମଆରମ୍ଭ କରିଛୁ । ଆଜି ଏବଂ ଗତକାଲି ଆମେ ଯେଉଁ ରାଜିନାମାରେ ସ୍ୱାକ୍ଷର କରିଛୁ ସେସବୁ ଏହି ସହଯୋଗକୁ ଏକନୂତନ ଶୀର୍ଷରେ ପହଞ୍ଚାଇବ । ଏହା ଗ୍ରାମୀଣ କ୍ଷେତ୍ର ସହିତ ଭାରତର ଯୁବବର୍ଗଙ୍କ ସକାଶେ ଅତ୍ୟନ୍ତ ଲାଭପ୍ରଦସାବ୍ୟସ୍ତ ହୋଇପାରିବ ।

ଆମେ ଆମର ସାମରିକ ସହଭାଗୀତାରେ ପ୍ରତିରକ୍ଷା ଓ ନିରାପତ୍ତାର ମହତ୍ତ୍ୱ ଉପରେ ଗୁରୁତ୍ୱ ଆରୋପ କରିଛୁ ।ଏହି କ୍ଷେତ୍ରରେ ଲଗାତାର ବୃଦ୍ଧି ଘଟୁଛି ଯାହାକୁ କି ଆମେ ସ୍ୱାଗତ କରୁଛୁ । SIMBEX ର 25 ବର୍ଷ ପୂରଣହୋଇଥିବାରୁ ମୁଁ ଭାରତ ଏବଂ ସିଙ୍ଗାପୁରର ନୌସେନାଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ଖୁବ୍ ଶୀଘ୍ର ଆମେ ତ୍ରିପାକ୍ଷିକନୌସମରାଭ୍ୟାସ ଆରମ୍ଭ କରିବାକୁ ଯାଉଛୁ । ବାରମ୍ବାର ହେଉଥିବା ଏହି ଅଭ୍ୟାସ ତଥା ନୌସୈନିକସହଯୋଗକୁ ଦୃଷ୍ଟିରେ ରଖି ଉଭୟ ରାଷ୍ଟ୍ରର ନୌସେନାଙ୍କ ମଧ୍ୟରେ ଲଜିଷ୍ଟିକ୍ସ ରାଜିନାମା ସମ୍ପନ୍ନ ହୋଇଛି ଓ ଏହାକୁମୁଁ ସ୍ୱାଗତ କରୁଛି ।

ଆଗାମୀ ଦିନରେ ମୁଁ ସାଇବର ନିରାପତ୍ତା ଏବଂ ମୌଳବାଦ ଓ ଆତଙ୍କବାଦର ମୁକାବିଲା ଦୁଇ ଦେଶ ମଧ୍ୟରେସହଯୋଗର ଏକ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର ହେବ । ଏହାକୁ ଆମ ଉଭୟ ରାଷ୍ଟ୍ରଙ୍କ ସକାଶେ ସବୁଠାରୁ ବଡ଼ ବିପଦ ବୋଲିମୁଁ ବିଶ୍ୱାସ କରେ । ପ୍ରଧାନମନ୍ତ୍ରୀ ଲି ଏବଂ ମୁଁ ବୈଶ୍ୱିକ ଏବଂ କ୍ଷେତ୍ରୀୟ ସମସ୍ୟାବଳୀ ଉପରେ ଆମର ମତ ପୋଷଣକରିବା ସହ ଭାବ ବିନିମୟ କରିଛୁ । ଆମେ ଦୁହେଁ ସାମୁଦ୍ରିକ ସୁରକ୍ଷା ଉପରେ ସୈଦ୍ଧାନ୍ତିକ ବିଚାରକୁ ପୁନଃପ୍ରକଟକରିଛୁ ଏବଂ ସାର୍ବଜନୀନ ନିୟମାବଳୀ ପ୍ରତି ଆମର ପ୍ରତିବଦ୍ଧତା ପ୍ରକଟ କରିଛୁ ।

ଆମେ ଉନ୍ମୁକ୍ତ, ସ୍ଥିର ଏବଂ ଯଥାର୍ଥ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ବ୍ୟବସ୍ଥା ଜାରି ରହିବା ଦିଗରେ ଆବଶ୍ୟକତାଅନୁସାରେ ସହମତ ବ୍ୟକ୍ତ କରିଛୁ ।

ମୁଁ ଆସିଆନ ନେତୃତ୍ୱାଧୀନ ସଂସ୍ଥାନମାନଙ୍କ ମାଧ୍ୟମରେ ଆସିଆନ ଏକତାର ମହତ୍ତ୍ୱ, ଏହାର କେନ୍ଦ୍ରୀୟ ତଥାକ୍ଷେତ୍ରୀୟ ସ୍ଥିରତା ବୃଦ୍ଧ ଉପରେ ଗୁରୁତ୍ୱ ପ୍ରଦାନ କରେ । ମୁଁ ଆରସିଇପି ରାଜିନାମା ଯଥାଶୀଘ୍ର ସ୍ୱାକ୍ଷରିତ ହେବାଉପରେ ଭାରତର ଦୃଢ଼ ପ୍ରତିବଦ୍ଧତା ପ୍ରକଟ କରୁଛି । ଏହାର ଉଚିତ, ସନ୍ତୁଳିତ ଏବଂ ବ୍ୟାପକ ରାଜିନାମାକାର୍ଯ୍ୟକାରୀ ହେବା ଘେନି ଆଶା ପ୍ରକଟ କରୁଛି ।

ଆଜି ସନ୍ଧ୍ୟାରେ ସାଙ୍ଗ୍ରି–ଲା ଆଲୋଚନାରେ ମୁଁ ଭାରତ–ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସମୃଦ୍ଧି ପ୍ରତିଭାରତର ଦୃଷ୍ଟିକୋଣକୁ ବ୍ୟକ୍ତ କରିବାକୁ ଚାହେଁ । ସାଙ୍ଗ୍ରି–ଲା ଆଲୋଚନାକୁ ଆମନ୍ତ୍ରଣ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀଲି’ ଙ୍କୁ ଧନ୍ୟବାଦ ଜଣାଉଛି ।

ପ୍ରଧାନମନ୍ତ୍ରୀ ଲି ଏବଂ ତାଙ୍କର ସମସ୍ତ ଟିମକୁ ସଫଳତାପୂର୍ବକ ନେତୃତ୍ୱ ପରିବର୍ତ୍ତନ ସକାଶେ ମୁଁ ନିଜର ଶୁଭକାମନାଜ୍ଞାପନ କରୁଛି । ମୁଁ ଜାଣେ ଯେ ସିଙ୍ଗାପୁରର ନୂତନ ନେତା ଦେଶର ସୁପ୍ରସିଦ୍ଧ ପରମ୍ପରାକୁ କାଏମ ରଖିବେ ଏବଂଏହି ମହାନ ଦେଶକୁ ଜନସେବାର ଭାବନା ଓ ପରମ୍ପରା ସହ ଆଗକୁ ଆଗେଇନେବେ ।

ଧନ୍ୟବାଦ ।

ଅନେକ ଅନେକ ଧନ୍ୟବାଦ ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure