କନକ୍ଲେଭରେ ନେତୃତ୍ୱ ସମ୍ବନ୍ଧିତ ବିଭିନ୍ନ ପଦକ୍ଷେପ ଉପରେ ଚର୍ଚ୍ଚା ପାଇଁ ବିଭିନ୍ନ କ୍ଷେତ୍ରର ଲୋକ ଏକତ୍ର ହେବେ
ସୋଲ୍‌: ଗୁଜରାଟରେ ଗଢ଼ି ଉଠୁଥିବା ଏକ ନେତୃତ୍ୱ ସଂସ୍ଥାନ ଯାହାକି ଜନସେବକଙ୍କୁ ଜନହିତରେ ଅଗ୍ରସର ହେବାକୁ ସକ୍ଷମ କରାଇବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୧ ତାରିଖ ସକାଳ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସୋଲ୍ ଲିଡରସିପ୍ ସମ୍ମିଳନୀର ପ୍ରଥମ ସଂସ୍କରଣକୁ ଉଦଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ । ଭୁଟାନର ପ୍ରଧାନମନ୍ତ୍ରୀ ଦାଶୋ ସେରିଙ୍ଗ ତୋବଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେବେ ।

ଫେବୃଆରୀ ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ହେବାକୁ ଥିବା ସୋଲ୍ ଲିଡରସିପ୍ ସମ୍ମିଳନୀ ଏକ ମିଳିତ ମଞ୍ଚ ଭାବେ କାର୍ଯ୍ୟ କରିବ, ଯେଉଁଥିରେ କି ନେତାମାନେ ରାଜନୀତି, ଖେଳ, କଳା, ମିଡିଆ, ଆଧ୍ୟାତ୍ମିକ ଦୁନିଆ, ସାର୍ବଜନୀକ ନୀତି, ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ନିଜ ପ୍ରେରଣାପୂର୍ଣ୍ଣ ଜୀବନ ଯାତ୍ରା ସମ୍ପର୍କରେ ବିଚାର ବ୍ୟକ୍ତ କରିବେ ଏବଂ ନେତୃତ୍ୱ ସମ୍ବନ୍ଧିତ ପଦକ୍ଷେପ ଉପରେ ଚର୍ଚ୍ଚା କରିବେ । ସମ୍ମିଳନୀ ସହଯୋଗ ଓ ବିଚାର ନେତୃତ୍ୱର ଏକ ଇକୋ ସିଷ୍ଟମକୁ ଆଗକୁ ନେବ, ଯେଉଁଥିରେ ଯୁବା ଦର୍ଶକମାନଙ୍କୁ ପ୍ରେରିତ କରିବା ପାଇଁ ବିଫଳତା ଏବଂ ସଫଳତା ଉଭୟକୁ ଶିଖିବାର ସୁବିଧା ମିଳିବ ।

ଗୁଜରାଟରେ ଆଗାମୀ ଦିନରେ ଖୋଲିବାକୁ ଯାଉଥିବା ସ୍କୁଲ ଅଫ୍ ଅଲଟିମେଟ ଲିଡରସିପ୍ ଏକ ନେତୃତ୍ୱ ସଂସ୍ଥାନ ହେବ ଯାହାକି ଜନସେବକଙ୍କୁ ଜନହିତରେ ଅଗ୍ରସର ହେବାକୁ ସକ୍ଷମ କରାଇବ । ଏହାର ଉଦ୍ଦେଶ୍ୟ ଔପଚାରିକ ପ୍ରଶିକ୍ଷଣ ମାଧ୍ୟମରେ ଭାରତରେ ରାଜନୀତିକ ନେତୃତ୍ୱର ପରିଦୃଶ୍ୟକୁ ବ୍ୟାପକ କରିବା । ଏହି ପ୍ରକ୍ରିୟାରେ ଏଭଳି ଲୋକଙ୍କୁ ସାମିଲ କରାଯିବ ଯେଉଁମାନେ କି କେବଳ ବଂଶାନୁଗତ ରାଜନୀତି ନୁହେଁ, ବରଂ ସାର୍ବଜନୀକ ସେବା ପାଇଁ ଯୋଗ୍ୟତା, ପ୍ରତିବଦ୍ଧତା ଏବଂ ଉତ୍ସାହ ମାଧ୍ୟମରେ ଆଗକୁ ବଢ଼ିବେ । ସୋଲ ଆଜିର ଦୁନିଆରେ ନେତୃତ୍ୱ ପାଇଁ କଠିନ ଆହ୍ୱାନକୁ ମାର୍ଗନିଦର୍ଶନ କରିବା ପାଇଁ ଆବଶ୍ୟକ ତଥ୍ୟ, କୌଶଳ ଏବଂ ବିଶେଷଜ୍ଞତା ଆଣିପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the effort and dedication of India's Youth
August 04, 2026

The Prime Minister, Shri Narendra Modi, shared a Sanskrit Subhashitam applauding the effort and dedication of India's Youth:

"न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥"

Shri Modi said that through continuous effort and dedication, our talents are honed and refined, and our youth is imbibing these very qualities and bringing glory to India.

The Prime Minister posted on X:

निरंतर प्रयास और साधना से हमारी प्रतिभा और निखरती है। आज हमारे युवा इन्हीं गुणों को आत्मसात कर दुनियाभर में देश का नाम रोशन कर रहे हैं।

न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥