ସମାଜ, ପ୍ରଶାସନରେ ବିବର୍ତ୍ତନ ଆଣିବାରେ ଯୁବ ଷ୍ଟାର୍ଟ-ଅପ ଉଦ୍ୟୋଗୀଙ୍କ ଭୂମିକା ମହନୀୟ 

ଗ୍ରାମ୍ୟ ଅର୍ଥବ୍ୟବସ୍ଥାକୁ ସଜାଡିବା ଏବଂ ପ୍ରଶାସନିକ ସଂସ୍କାର ପାଇଁ ନବସୃଜନ, ପ୍ରଯୁକ୍ତି କୌଶଳ ଜରୁରୀ – ପ୍ରଧାନମନ୍ତ୍ରୀ 

ପ୍ରଶାସନରେ ପରିବର୍ତ୍ତନ ଓ ସଂସ୍କାର ଆଣିବା ଦିଗରେ ନବସୃଜନ ଓ ପ୍ରଯୁକ୍ତି କୌଶଳର ଭୂମିକା ଗୁରୁତ୍ୱପୂର୍ଣ୍ଣ  । ସମାଜରେ ଏସବୁ କୌଶଳକୁ ଆପଣେଇଲେ ହିଁ ଲୋକଙ୍କୁ ପ୍ରଶାସନର ଉତ୍ତମ ସୁଫଳ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  । ନିତି ଆୟୋଗଙ୍କ ପକ୍ଷରୁ ନୂଆଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରରେ ଗୁରୁବାର (17.8.2017) ଆୟୋଜିତ ଯୁବ ଉଦ୍ୟୋଗୀମାନଙ୍କ କାର୍ଯ୍ୟକ୍ରମ- ପରିବର୍ତ୍ତନର ଚାମ୍ପିୟନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି  । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୁବ ଉଦ୍ୟୋଗୀମାନଙ୍କ ସହ ଦୀର୍ଘ ସମୟ ଧରି ମତ ବିନିମୟ କରିଥିଲେ  ।

ସେ କହିଥିଲେ ଯେ, ଭାରତର ଗ୍ରାମ୍ୟ ଅର୍ଥବ୍ୟବସ୍ଥାକୁ ସଜାଡିବାକୁ ପଡ଼ିବ  । ଏଥିଲାଗି ଶାସନତନ୍ତ୍ରରେ ବିକେନ୍ଦ୍ରୀକରଣର ମହତ୍ୱପୂର୍ଣ୍ଣ ଭୂମିକା ରହିଛି  । ପ୍ରଶାସନର ପ୍ରତିଟି ସ୍ତରକୁ ଜୀବନ୍ତ ଓ ପ୍ରାଣବନ୍ତ କରିବା ଦିଗରେ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନେ ପରିବର୍ତ୍ତନର ଆଲୋକବର୍ତ୍ତିକା ସାଜି ପାରିବେ  । ଏବେ “ସଫ୍ଟ ଟେକ୍ଲୋଲଜି” ପ୍ରଶାସନକୁ ଲୋକଙ୍କର ନିକଟତର କରିପାରିଛି  । ବିଶେଷକରି ବିଭିନ୍ନ ପ୍ରକାରର ଆପ୍ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସମର୍ଥ ହୋଇଛି  ।

ଆଜିର ଏହି ଅଭିନବ କାର୍ଯ୍ୟକ୍ରମରେ 6ଟି ଯୁବ ଉଦ୍ୟୋଗୀ ଷ୍ଟାର୍ଟ-ଅପ ଟିମ୍ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗର ସମାବେଶରେ ନିଜ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ  । ପ୍ରଧାନମନ୍ତ୍ରୀଙ୍କ ଆଗରେ ଉପସ୍ଥାପିତ ହୋଇଥିବା ଏହି ରିପୋର୍ଟଗୁଡିକ ହେଲା - ସଫ୍ଟ ପାୱାର, ଅତୁଲ୍ୟ ଭାରତ-2, ଶିକ୍ଷା ଓ କୌଶଳ ବିକାଶ, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ, ଏକ ଶାଶ୍ୱତ ଭବିଷ୍ୟତର ସଶକ୍ତକରଣ, ଡିଜିଟାଲ ଇଣ୍ଡିଆ ଏବଂ 2022 ସୁଦ୍ଧା ନିଉ ଇଣ୍ଡିଆ ଗଠନ  ।

ଯୁବ ଉଦ୍ୟୋଗୀମାନଙ୍କର ଅଭିନବ ମତ, ପ୍ରସ୍ତାବ ଏବଂ ନବସୃଜନକୁ ନେଇ ପରିବେଷିତ ଏହି ଉପସ୍ଥାପନାଗୁଡିକୁ ପ୍ରଧାନମନ୍ତ୍ରୀ ବେଶ୍ ପସନ୍ଦ କରିଥିଲେ  । ସେ କହିଥିଲେ ଯେ, ଅତୀତରେ ସମାଜର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ନେତୃତ୍ୱରେ ଅନେକଗୁଡିଏ ସାମାଜିକ ପ୍ରୟାସ ଓ ପଦକ୍ଷେପ ଆରମ୍ଭ କରାଯାଇଥିଲା ଯାହାକି ସଂସ୍କାର ଆଣିବା ସହ ଲୋକଙ୍କ ଆଶା, ଆକାଂକ୍ଷା ଅନେକାଂଶରେ ପୂରଣ କରିଥିଲା  ।

ନୀତି ଆୟୋଗର “ପରିବର୍ତ୍ତନର ଚାମ୍ପିୟନ” ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମାଜ ଏବଂ ରାଷ୍ଟ୍ର କଲ୍ୟାଣ ସକାଶେ ବହୁବିଧ ଶକ୍ତି ଓ ସାମର୍ଥ୍ୟକୁ ଏକାଠି କରିବା ଦିଗରେ ଏହା ବେଶ୍ ସହାୟକ ହେବ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରୟାସ ଓ ଅଭିଯାନକୁ ଆଗକୁ ନେଇ ଏସବୁର ଆନୁଷ୍ଠାନୀକରଣ ଦିଗରେ ପଦକ୍ଷେପ ନିଆଯିବ  । ଆଜି ରିପୋର୍ଟ ଉପସ୍ଥାପନ କରିଥିବା ଯୁବ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନଙ୍କୁ ଯେତେ ସମ୍ଭବ ସଂପୃକ୍ତ ବିଭାଗ ଓ ମନ୍ତ୍ରଣାଳୟମାନଙ୍କ ସହ ଯୋଡିବା ପାଇଁ ଉଦ୍ୟମ କରାଯିବ  । ଏହାଦ୍ୱାରା ଷ୍ଟାର୍ଟ-ଅପ ମାନଙ୍କ ନବସୃଜନର କୌଶଳକୁ ପ୍ରଶାସନିକ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ  । ପଦ୍ମ ପୁରସ୍କାରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜରେ ଅନେକ ଉତ୍ତମ କାର୍ଯ୍ୟ କରୁଥିବା ଅଜଣା ଅଶୁଣା ହିରୋମାନଙ୍କର ପ୍ରୟାସ ଦେଶରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନସାଧାରଣଙ୍କର ଉନ୍ନତି ପାଇଁ ଭାରତ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ନୂଆ ନୂଆ ପଦକ୍ଷେପ ଓ ବିକାଶର ରାସ୍ତା ଖୋଜିବା ପାଇଁ ପ୍ରୟାସ କରୁଛନ୍ତି  । ଯୁବ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନେ ନିଜ ନିଜ ସାମର୍ଥ୍ୟ ଅନୁସାରେ ନବସୃଜନ ଭଳି ଅଭିଯାନକୁ ଆଗେଇ ନେବା ସହ ପ୍ରଶାସନକୁ ସକ୍ରୀୟ, ସଶକ୍ତ ଓ ଗତିଶୀଳ କରିବାରେ ବିଶେଷ ଅବଦାନ ରଖିପାରିବେ ବୋଲି ସେ କହିଥିଲେ  ।

କେତେକ ଛୋଟ ଛୋଟ ପରିବର୍ତ୍ତନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ଏଭଳି କିଛି ପଦକ୍ଷେପ ନେଇଛନ୍ତି ଯାହାକି ପ୍ରଶାସନରେ ସଂସ୍କାର ଆଣିପାରିଛି  । ଏବେ କୌଣସି ଦସ୍ତାବିଜରେ ସରକାରୀ ଅଧିକାରୀଙ୍କ ଆଟେଷ୍ଟେସନକୁ ବନ୍ଦ କରାଯାଇ ହିତାଧିକାରୀଙ୍କୁ ଆତ୍ମ ପ୍ରମାଣନର ସୁବିଧା ଦିଆଯାଇଛି  । ଗ୍ରୁପ ସି ଓ ଡି ଚାକିରୀ କ୍ଷେତ୍ରରେ ସାକ୍ଷାତକାର ପରୀକ୍ଷା ଉଚ୍ଛେଦ କରାଯାଇଛି  । ଏହା ଅନେକାଂଶରେ ଭ୍ରଷ୍ଟାଚାରକୁ ରୋକିପାରିଛି  ।

ଏହି ମତବିନିମୟ କାଳରେ ପ୍ରଧାନମନ୍ତ୍ରୀ ଆମ ସମାଜରେ ଭଲ ଶିକ୍ଷକମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ  । ତେବେ ଆଜିର ଯୁଗରେ ଶିକ୍ଷାର ମାନ ବୃଦ୍ଧି ଲାଗି ଟେକ୍ନୋଲଜି ଏକ ବୃହତ ଭୂମିକା ଗ୍ରହଣ କରିପାରିବ  । ସଫ୍ଟ ପାୱାର ଉଚ୍ଚକୋଟୀର ଶିକ୍ଷା ପ୍ରଦାନକୁ ସରଳ ଓ ପରିବ୍ୟାପ୍ତ କରିପାରିବ  । ପ୍ରଧାନମନ୍ତ୍ରୀ ଯୁବ ଉଦ୍ୟୋଗୀମାନଙ୍କ ସହ ମତ ବିନିମୟ କାଳରେ ସେମାନଙ୍କ ସଂସ୍ଥାର କର୍ମଚାରୀମାନଙ୍କୁ ସାମାଜିକ କଲ୍ୟାଣ ଯୋଜନାଗୁଡିକ ସଂପର୍କରେ ସଚେତନ କରାଇବା ଲାଗି ପରାମର୍ଶ ଦେଇଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର କୋଟି କୋଟି ସାଧାରଣ ନାଗରିକମାନଙ୍କ ସାମୂହିକ ଉଦ୍ୟମ ବଳରେ ହିଁ ନିଉ ଇଣ୍ଡିଆ ବା ନୂଆ ଭାରତ ଗଠନ କରାଯାଇପାରିବ  । ଏହି ଜାତୀୟ ପ୍ରୟାସରେ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ  ।

ଆଜିକାର କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ର ମନ୍ତ୍ରୀ, ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ଅରବିନ୍ଦ ପାନାଗରିଆ, ବରିଷ୍ଠ ସରକାରୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ  । ନୀତି ଆୟୋଗର ସିଇଓ ଶ୍ରୀ ଅମିତାଭ କାନ୍ତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth