ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବୁଧାବିର ଯୁବରାଜ ତଥା ୟୁଏଇ ସଶସ୍ତ୍ର ସେନା ଉପମୁଖ୍ୟ ମହାମହିମ୍ ଶେଖ ମହମ୍ମଦ ବିନ୍ ଜାୟେଦ ଆଲ ନାହ୍ୟାନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ଉଭୟ ନେତା କୋଭିଡ ବୈଶ୍ୱିକ ମହାମାରୀର ପ୍ରଭାବ ସମ୍ପର୍କରେ ଆଲୋଚନା କରିବା ସହ ଏପରି ସ୍ୱାସ୍ଥ୍ୟ ସମସ୍ୟା ସତ୍ୱେ ଭାରତ-ୟୁଏଇ ମଧ୍ୟରେ ସହଯୋଗ ନେଇ କୌଣସି ପ୍ରତିବନ୍ଧକ ଆସି ନ ଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । କୋଭିଡ ପରବର୍ତ୍ତୀ ଦିନରେ ମଧ୍ୟ ଉଭୟ ଦେଶ ପାରସ୍ପରିକ ସହଯୋଗ ଓ କଥାବାର୍ତ୍ତା ଜାରି ରଖିବାକୁ ଉଭୟ ରାଜି ହୋଇଥିଲେ । ଏହି ପରିପ୍ରେକ୍ଷୀରେ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗର ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ ।

ୟୁଏଇରୁ ଭାରତୀୟମାନଙ୍କ ସୁବିଧା ଅସୁବିଧା ନେଇ କୋଭିଡ୍ କାଳେରେ ସ୍ୱତନ୍ତ୍ର ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତଭାବେ ପ୍ରଶଂସା କରିଥିଲେ ।

ଉଭୟ ନେତା କୋଭିଡ ସମସ୍ୟା ଖୁବ୍ ଶୀଘ୍ର ଦୂର ହେବା ନେଇ ମତବ୍ୟକ୍ତ କରିବା ସହ ନିକଟ ଭବିଷ୍ୟତରେ ଉଭୟଙ୍କ ସାକ୍ଷାତ ହେବ ବୋଲି ଆଶାପୋଷଣ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi