Government is open to discuss all issues in Parliament: PM
Like the previous session, I urge the MPs to actively participate in all debates and discussions: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସଦର ଚଳିତ ଅଧିବେଶନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି କାରଣ ଏହା ହେବ ରାଜ୍ୟସଭାର 250ତମ ଅଧିବେଶନ ଏବଂ ଭାରତୀୟ ସମ୍ବିଧାନର 70ତମ ବାର୍ଷିକୀ ।

ଆଜି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ।

ଭାରତକୁ ପ୍ରଗତି ପଥରେ ଆଗେଇ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ରାଜ୍ୟସଭାକୁ ପ୍ରଶଂସା କରି ସେ କହିଥିଲେ, “ବନ୍ଧୁଗଣ, 2019 ପାଇଁ ଏହା ହେଉଛି ସଂସଦର ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ କାରଣ ଏହା ରାଜ୍ୟସଭାର 250ତମ ଅଧିବେଶନ, ଯାହାକି ଭାରତର ବିକାଶ ଓ ଉନ୍ନତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।”

ନଭେମ୍ବର 26ରେ ଭାରତ ଏହାର 70ତମ ସମ୍ବିଧାନ ଦିବସ ପାଳନ କରିବ । ଭାରତୀୟ ସମ୍ବିଧାନକୁ ନଭେମ୍ବର 26, 1949ରେ ପ୍ରଣୟନ କରାଯାଇଥିଲା ଏବଂ ଚଳିତ ବର୍ଷ ଏହାର 70 ବର୍ଷ ପୁରଣ ହେଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସମ୍ବିଧାନ ହେଉଛି ଏକ ମହାନ ତତ୍ତ୍ଵ ଯାହାକି ଭାରତର ଏକତା, ସଂହତି ଓ ବିବିଧତାକୁ ରକ୍ଷା କରିଥାଏ ।
“ନଭେମ୍ବର 26ରେ ସମ୍ବିଧାନ ପ୍ରଣୟନ ହେବାର 70 ବର୍ଷ ପୁରଣ ହେବା ଅବସରରେ ଆମେ 70ତମ ସମ୍ବିଧାନ ଦିବସ ପାଳନ କରିବା । ସମ୍ବିଧାନ ଦେଶର ଏକତା, ସଂହତି ଓ ବିବିଧତାକୁ ରକ୍ଷା କରିଥାଏ । ଏହା ମଧ୍ୟ ଭାରତର ସୌନ୍ଦର୍ଯ୍ୟକୁ ରକ୍ଷା କରେ । ଦେଶକୁ ପ୍ରଗତି ପଥରେ ନେଇଯିବା ପାଇଁ ଏହା ହେଉଛି ଏକ ଶକ୍ତି । ସଂସଦର ଚଳିତ ଅଧିବେଶନ ଆମ ସମ୍ବିଧାନର 70 ବର୍ଷ ପାଇଁ ଜନସାଧାରଣଙ୍କ ନିମନ୍ତେ ଏକ ସଚେତନତାର ଉତ୍ସ ହେବା ଉଚିତ ।”

ସେମାନଙ୍କ ଆଲୋଚନାରୁ ଶ୍ରେଷ୍ଠ ନିଷ୍କର୍ସ ପାଇବା ପାଇଁ ପୂର୍ବ ଅଧିବେଶନ ଭଳି ବିଭିନ୍ନ ଚର୍ଚ୍ଚାରେ ସକାରାତ୍ମକତାର ସହ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦମାନଙ୍କୁ ଅନୁରୋଧ କରିଥିଲେ ଯାହା ଫଳରେ କି ଦେଶର ପ୍ରଗତି ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ ।

“ଗତ କିଛି ଦିନ ମଧ୍ୟରେ ପ୍ରାୟ ସମସ୍ତ ଦଳର ନେତାମାନଙ୍କୁ ଭେଟିବାର ସୁଯୋଗ ଆମକୁ ମିଳିଛି। ଗତ ଅଧିବେଶନ, ଯାହାକି ସରକାର ଗଠନ ହେବାର ଠିକ ପରେ ପରେ ବସିଥିଲା, ଏହି ଅଧିବେଶନରେ ମଧ୍ୟ ସମସ୍ତ ସାଂସଦ ସକ୍ରିୟତା ଓ ସକାରାତ୍ମକତାର ସହ ଅଂଶଗ୍ରହଣ କରିବା ଉଚିତ ।

ଗତ ଅଧିବେଶନରେ ମଧ୍ୟ ଅଦ୍ଭୁତପୂର୍ବ ସଫଳତା ମିଳିଥିଲା । ସର୍ବସାଧାରଣରେ ମୋତେ ସ୍ୱୀକାର କରିବାକୁ ପଡୁଛି ଯେ ଏହି ସଫଳତା କେବଳ ସରକାରଙ୍କର ନୁହେଁ କିମ୍ବା ଶାସକ ଦଳର ନୁହେଁ, ବରଂ ସମଗ୍ର ସଂସଦର । ସମସ୍ତ ସଦସ୍ୟ ହେଉଛନ୍ତି ପ୍ରକୃତରେ ଏହି ସଫଳତାର ଅଧିକାରୀ ।

ମୁଁ ପୁଣିଥରେ ସାଂସଦମାନଙ୍କୁ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଆଶା କରୁଛି କି ଦେଶର ପ୍ରଗତି ପାଇଁ ଚଳିତ ଅଧିବେଶନରେ ମଧ୍ୟ ନୂତନ ଉତ୍ସାହର ସହିତ କାର୍ଯ୍ୟ କରିବେ ।

ସମସ୍ତ ବିଷୟରେ ଆମେ ଆଲୋଚନା ଚାହୁଁ ଏବଂ ସପକ୍ଷରେ ହେଉ କିମ୍ବା ବିପକ୍ଷରେ ହେଉ ଭଲ ବିତର୍କ ହେବା ଆବଶ୍ୟକ ଏବଂ ଦେଶର ପ୍ରଗତିପାଇଁ ଶ୍ରେଷ୍ଠ ସମାଧାନ ପନ୍ଥାକୁ ବ୍ୟବହାର କରିବା ଆବଶ୍ୟକ ।

ସମସ୍ତ ସଦସ୍ୟଙ୍କୁ ମୁଁ ଶୁଭକାମନା ଜଣାଉଛି ।”

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push