India is a youthful nation. 800 million people are below the age of 35: PM Modi
It is important for the youth of India to be connected with latest technology, says PM Modi
GST demonstrates the strength of democracy. The credit for implementation of GST goes to 125 crore people of India: PM

ଆଜି ଏକା ସଙ୍ଗେ ଅନେକ ପ୍ରକଳ୍ପ ପାଇଁ ଏହି କାର୍ଯ୍ୟକ୍ରମରେ ମୋତେ ସମ୍ମିଳିତ ହେବାର ଅବସର ମିଳିଛି । ଉତ୍ତରପ୍ରଦେଶରେ ସରକାରଙ୍କ ଦ୍ୱାରା ଯେଉଁ ଉଦ୍ଦୀପନା ଆଉ ଉତ୍ସାହର ସହିତ, ସ୍ପଷ୍ଟ ଦୃଷ୍ଟିକୋଣ ସହିତ ବିକାଶର ଧାରା ଚାଲୁଅଛି; ଦେଶର ପ୍ରତି କୋଣରେ ଉତ୍ତରପ୍ରଦେଶର ପ୍ରତି କ୍ଷଣର ଘଟଣାଗୁଡ଼ିକ ଆଡ଼କୁ ଲୋକଙ୍କ ଧ୍ୟାନ ରହିଛି, ବଡ଼ ଉତ୍ସୁକତା ରହିଛି । ଆଉ ଯୋଗୀଜୀଙ୍କ ନେତୃତ୍ୱରେ ଗୋଟିଏ ପରେ ଗୋଟିଏ ଯେଉଁ ପଦକ୍ଷେପ ନିଆ ଯାଉଛି, ପରିଶ୍ରମର ପରାକାଷ୍ଠାରେ, କେତେ ବର୍ଷର ଯେଉଁ ରୋଗ ରହିଛି, ଲମ୍ବା ସମୟ ଧରି ଯେଉଁ ଅବରୋଧ ରହିଛି; ତାହାକୁ ଦୂର କରି ଉତ୍ତରପ୍ରଦେଶକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାରେ ତାଙ୍କର ପ୍ରୟାସ, ଯୋଗୀଜୀଙ୍କୁ ତାଙ୍କ ଟିମ୍ କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଦେଉଛି; ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଆଜି ମୋତେ କିଛି ସମୟ ଔଷଧ ଗବେଷଣା ଅନୁଷ୍ଠାନ ରେ ବିତାଇବାର ସୁଯୋଗ ମିଳିଲା । ଆମର ବୈଜ୍ଞାନିକ ମାନବ ଜାତି ପାଇଁ ଏଭଳି ଔଷଧ ଯାହା ଶସ୍ତା ମଧ୍ୟ ହୋଇଥିବ, କାମରେ ଆସୁଥିବ ଏବଂ ପାର୍ଶ୍ଵ ପ୍ରତିକ୍ରିୟା ବିନା ତ୍ୱରିତ ଉପଚାର କରି ହେଉଥିବ, ତାହାର ଗବେଷଣାରେ ନିଜର ସମସ୍ତ ଜୀବନ ପରୀକ୍ଷାଗାରରେ ବିତାଉଛନ୍ତି । ବୈଜ୍ଞାନିକ ହେଉଛନ୍ତି ଗୋଟିଏ ପ୍ରକାରରେ ଆଧୁନିକ ଋଷି ଏବଂ ଆଧୁନିକ ଋଷି ଭଳି ସେ ନିଜର ଲକ୍ଷ୍ୟକୁ ସମର୍ପିତ ହୋଇ ମଣିଷକୁ କେଉଁ ପ୍ରକାର ଅସୁବିଧାରୁ ମୁକ୍ତ କରାଯିବ, ଶାରୀରିକ ପୀଡ଼ାରୁ ମୁକ୍ତ କରାଯିବ, ପରମ୍ପରାଗତ ଜ୍ଞାନ ବିଜ୍ଞାନକୁ ଆଧୁନିକ ସାଧନ ମାଧ୍ୟମରେ, ଆଧୁନିକ ବ୍ୟବସ୍ଥା ମାଧ୍ୟମରେ ଆଉ ଅଧିକ ସଠିକ୍ ଭାବେ କିଭଳି କରାଯାଇପାରିବ; ତାହା ଉପରେ ସେ କାମ କରୁଛନ୍ତି ।

ଆଜିର ମଣିଷ ସମ୍ମୁଖରେ ବିଶେଷ କରି ଚିକିତ୍ସା ଓ ଆରୋଗ୍ୟ କ୍ଷେତ୍ରରେ ଅନେକ ଆହ୍ୱାନ ରହିଛି । ଗୋଟିଏ ଔଷଧ ତିଆରି କରିବାରେ ବର୍ଷ ବର୍ଷ ବିତି ଯାଉଛି, ଶହ ଶହ ବୈଜ୍ଞାନିକ ଲାଗି ଯାଉଛନ୍ତି, କିନ୍ତୁ ତା’ପୂର୍ବରୁ ନୂଆ ନୂଆ ରୋଗ ଜନ୍ମ ନେଇ ଯାଉଛନ୍ତି । ଗୋଟିଏ ପ୍ରକାରରେ କହିବାକୁ ଗଲେ ଏକ ପ୍ରତିଯୋଗୀତା ଚାଲୁଅଛି । କିନ୍ତୁ ବିଜ୍ଞାନ ସାହାଯ୍ୟରେ, ଉଦ୍ଭାବନ ମାଧ୍ୟମରେ ଆମକୁ ଏହି ଦୋଷଗୁଡ଼ିକୁ ପରାସ୍ତ କରିବାର ଅଛି, ରୋଗଗୁଡ଼ିକୁ ପରାସ୍ତ କରିବାର ଅଛି ଏବଂ ଗରିବରୁ ଗରିବ ବ୍ୟକ୍ତିକୁ ଶସ୍ତାରୁ ଶସ୍ତା ଏବଂ ଭଲ କାମ କରୁଥିବା ଔଷଧ କିପରି ଉପଲବ୍ଧ ହେବ, ଏହି ଆହ୍ୱାନକୁ ଆମକୁ ସ୍ୱୀକାର କରି ବିଜୟୀ ହେବାର ଅଛି ।

ଆଜି ମୋତେ ଏହି ବୈଷୟିକ ବିଶ୍ୱବିଦ୍ୟାଳୟର ଭବନକୁ ମଧ୍ୟ ଲୋକାର୍ପଣ କରିବାର ସୁଯୋଗ ମିଳିଛି । ଡ଼କ୍ଟର ଏପିଜେ ଅବଦୁଲ୍ କଲାମଙ୍କ ସହିତ ଏହାର ନାମ ଯୋଡ଼ି ହୋଇଛି । ମୁଁ ମାନୁ ନାହିଁ ଯେ ବୈଷୟିକ ଜଗତ ପାଇଁ ଡ଼କ୍ଟର ଏପିଜେ ଅବଦୁଲ୍ କଲାମଙ୍କ ଠାରୁ ଅଧିକ ପ୍ରେରଣାଦାୟୀ ନାମ କିଛି ହୋଇପାରେ  । ବିଜ୍ଞାନ ସାର୍ବଜନୀନ କିନ୍ତୁ ବୈଷୟିକଜ୍ଞାନ ନିଶ୍ଚିତ ଭାବେ ସ୍ଥାନୀୟ । ଆଉ ଏହି ଠାରେ ହେଉଛି ଆମର କସଟି ପଥର । ବିଜ୍ଞାନର ସିଦ୍ଧାନ୍ତ ପ୍ରତିପାଦିତ ହୋଇ ଯାଇଛି । ବିଜ୍ଞାନର ଜ୍ଞାନ ଉପଲବ୍ଧ ହେଉଛି, କିନ୍ତୁ ଆମ ଯୁବ ପିଢିଙ୍କଠାରୁ ସେହି ଜିନିଷଗୁଡ଼ିକର ଆଶା ରହିଛି କି ଉପଲବ୍ଧ ସଂସାଧନ ମାଧ୍ୟମରେ ଯେବେ ଟେକ୍ନୋଲଜି ମାନବ ଜୀବନକୁ ବଡ଼ ପ୍ରଭାବିତ କରୁଅଛି, ସେତେବେଳେ ଆମେ ଟେକ୍ନୋଲଜିରେ କେଉଁ ପ୍ରକାରର ସଂଶୋଧନ କରିବା, କେଉଁ ପ୍ରକାରର ଆବିଷ୍କାର କରିବା, ଯାହା ଆମର ସାଧାରଣ ମାନବର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବ । ଆମେ ଦୁନିଆରେ ଗର୍ବ କରୁଛେ କି ଭାରତ, ଯାହା ପାଖରେ ଅଶୀ ହଜାର ନିୟୁତ ଯୁବକଙ୍କ ଫୌଜ ଅଛି, 35ରୁ କମ୍ ବୟସର ଯୁବକଙ୍କର ଏହା ହେଉଛି ଦେଶ, ତାଙ୍କ ପାଖରେ ବୁଦ୍ଧି ମଧ୍ୟ ଅଛି । ଯଦି ହାତରେ କଳା ଅଛି, ବିଜ୍ଞାନ ଅଧିଷ୍ଠାନ ଅଛି, ଆଉ ଟେକ୍ନୋଲଜିର ନବସୃଜନ ହେବ ତ ମୋ ଦେଶର ଯୁବକ ବିଶ୍ୱରେ ନିଜର କୀର୍ତ୍ତି ସ୍ଥାପିତ କରିବାର ସାମର୍ଥ୍ୟ ରଖିଛନ୍ତି । କିନ୍ତୁ ଆମେ ସେହି ଟେକ୍ନୋଲଜି ସାହାଯ୍ୟରେ ସେତେ ପ୍ରଗତି କରିପାରିବା ନାହିଁ । ଯାହା ବିଗତ ଶତାବ୍ଦୀ ଗୁଡ଼ିକରେ ବହୁତ ବଡ଼ ଭୂମିକା କରି ଯାଇଥିବ, କିନ୍ତୁ ଆଗାମୀ ଶତାବ୍ଦୀରେ ବୋଧହୁଏ ତାହା ଉପକାରୀ ହୋଇ ନ ପାରେ ମଧ୍ୟ । ଆଉ ଏଥି ପାଇଁ ଟେକ୍ନୋଲଜିକୁ ସମୟଠାରୁ ଆଗରେ ଚାଲିବାକୁ ପଡ଼ିଥାଏ, ତାକୁ ଦୂରକୁ ଦେଖିବାକୁ ପଡ଼ିଥାଏ । ଆଉ ଭାରତର ଯୁବକମାନଙ୍କ ମଧ୍ୟରେ ସେହି ସାମର୍ଥ୍ୟ ରହିଛି, ସେହି ସାମର୍ଥ୍ୟକୁ ନେଇ ଆମେ ଟେକ୍ନୋଲଜି କ୍ଷେତ୍ରରେ ନୂଆ ଶିଖରକୁ କିଭଳି ଅତିକ୍ରମ କରିପାରିବା ।

 

ଆଜି ମଧ୍ୟ ଆମ ଦେଶ ପ୍ରତିରକ୍ଷା ପାଇଁ, ସୁରକ୍ଷା ପାଇଁ, ଆମ ଫୌଜ ପାଇଁ ସବୁ ଛୋଟ ମୋଟ ଜିନିଷ ବିଦେଶରୁ ଆମେ ଆଣୁଛୁ । କ’ଣ ଆମେ ବହୁତ ଶୀଘ୍ର  ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରି ପାରିବା ନାହିଁ? କ’ଣ ଦେଶର ସୁରକ୍ଷା ପାଇଁ ଯେଉଁ ସଂସାଧନ ଗୁଡ଼ିକର ଆବଶ୍ୟକତା ରହିଛି, ଯେଉଁ ଟେକ୍ନୋଲଜିର ଆବଶ୍ୟକତା ରହିଛି, ଯେଉଁ ଉପକରଣର ଆବଶ୍ୟକତା ରହିଛି, ତାହାକୁ ଭାରତରେ ହିଁ ନୂଆ ନୂଆ ଆବିଷ୍କାର ସହିତ ଆମେ କାହିଁକି କରିବା ନାହିଁ । ସୁରକ୍ଷା କ୍ଷେତ୍ରରେ ଭାରତ କିଭଳି ଆତ୍ମନିର୍ଭରଶୀଳ ହେବ, ଏହି ସ୍ୱପ୍ନକୁ ନେଇ ଆମେ ଆଗକୁ ବଢ଼ୁଛୁ । ଆଉ ଏଥିପାଇଁ ଆମେ କେତେ ନୀତିଗତ ପରିବର୍ତ୍ତନ କରିଛୁ । ପ୍ରତିରକ୍ଷା କ୍ଷେତ୍ରରେ 100 ପ୍ରତିଶତ  ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶକୁ ଆମେ ଉନ୍ମୁକ୍ତ କରିଛୁ । ଆମେ ଭାରତର ବ୍ୟବସାୟୀମାନଙ୍କୁ ଭାଗିଦାରୀ ପାଇଁ ଉନ୍ମୁକ୍ତ କରିଛୁ । ଆମ ଭାରତ ସରକାର ଯେଉଁ ଜିନିଷ ବାହାରୁ ଆଣୁଛନ୍ତି, ଯଦି ହିନ୍ଦୁସ୍ଥାନରେ ତିଆରି ହେବାକୁ ଲାଗିବ ତ ତାହାକୁ ବିଶେଷ ପ୍ରୋତ୍ସାହନର ତାଲିକା ପ୍ରସ୍ତୁତ କରିଛନ୍ତି । ଆଉ ଏହି ସବୁ ସୁଯୋଗ ହେଉଛି ଟେକ୍ନୋଲଜି ସହିତ ଯୋଡ଼ି ହୋଇଥିବା ଯୁବ ପିଢି ପାଇଁ ।

ସେହିଭଳି ଅନ୍ୟ ଏକ କ୍ଷେତ୍ର ଅଛି । ଆଜି ଚିକିତ୍ସା ବିଜ୍ଞାନ ଗୋଟିଏ ପ୍ରକାରରେ ଟେକ୍ନୋଲଜି ପରିଚାଳିତ । ଏବେ ଡାକ୍ତର ସ୍ଥିର କରୁ ନାହାଁନ୍ତି ଯେ ଆପଣଙ୍କୁ କେଉଁ ରୋଗ ହୋଇଛି, ମେସିନ୍ ନିରୂପଣ ଓ ନିଦାନ କରୁଛି ଯେ ଆପଣ କେଉଁ ରୋଗରେ ପୀଡିତ । ଆପଣଙ୍କ ଶରୀରରେ କେଉଁଠାରେ କଷ୍ଟ ହେଉଛି, କେଉଁଠାରେ ଊଣା ଅଛି, କେଉଁ ଭଳି କଷ୍ଟ ହୋଇଛି, ତାହା ମେସିନ୍ ସ୍ଥିର କରୁଛି । ଆଉ ପରେ ଡାକ୍ତର ସେହି ମେସିନ୍ ରିପୋର୍ଟ ଆଧାରରେ ଆପଣଙ୍କ ପାଇଁ ଆରୋଗ୍ୟର ପଥ କ’ଣ ହେବ, କେଉଁ ପ୍ରକାରର ଔଷଧ ଆବଶ୍ୟକ ହେବ, ଅସ୍ତ୍ରୋପଚାର କରାଯିବ ନା କରାଯିବ ନାହିଁ; ତାହା ନିର୍ଣ୍ଣୟ କରିଥାଏ । କିନ୍ତୁ ଏହି ଚିକିତ୍ସା ଉପକରଣ, ତାହାର ନିର୍ମାଣ, ଭାରତ ହେଉଛି ଏତେ ବଡ଼ ଦେଶ, ତାହାର ଏତେ ବଡ଼ ଆବଶ୍ୟକତା ରହିଛି । ଆମର ଟେକ୍ନୋଲଜି କ୍ଷେତ୍ରର ଛାତ୍ର କାହିଁକି ଚିନ୍ତା କରିବେ ନାହିଁ ଯେ ଆମେ ସେହି ଷ୍ଟାର୍ଟ ଅପ୍ ଆରମ୍ଭ କରିବା, ଆମେ ସେହି ବିଷୟରେ ଅନୁସନ୍ଧାନ କରିବା, ଆମେ ଭାରତ ଭିତରେ ହିଁ ଆରୋଗ୍ୟ ଉପକରଣ/ଯନ୍ତ୍ରର ଆବଶ୍ୟକତା ରହିଛି ସେହି ଆବଶ୍ୟକତାକୁ ପୂରା କରିବା ପାଇଁ ନୂତନ ଅନୁସନ୍ଧାନ ସହିତ ନବନିର୍ମାଣ ଦିଗରେ ଯିବା ।

 

ମେକ୍ ଇନ୍ ଇଣ୍ଡିଆ ଏହି ପୂରା ପରିକଳ୍ପନା ହିନ୍ଦୁସ୍ଥାନର ଟେକ୍ନୋଲଜି ସହିତ ଯୋଡ଼ି ହୋଇଥିବା ଆମର ଯୁବକମାନଙ୍କୁ ଏକ ନୂଆ ସୁଯୋଗ ଦେବା ଲାଗି, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ମୁଦ୍ରା ଯୋଜନା, ହୁଏତ ଆର୍ଥିକ ବ୍ୟବସ୍ଥା କରିବାର ଅଛି, ହୁଏତ ବୈଷୟିକ ସମର୍ଥନର ବ୍ୟବସ୍ଥା ହେଉ, ହୁଏତ ମାନବ ସମ୍ବଳ ବିକାଶରେ ଦକ୍ଷତାକୁ ପ୍ରାଧାନ୍ୟ ଦେବାର ହେଉ, ହୁଏତ ବୈଷୟିକ ଜ୍ଞାନରେ ନୂତନ ଶିଖରକୁ ଅତିକ୍ରମ କରିବାର ହେଉ, ଗୋଟିଏ ପ୍ରକାରରେ ବ୍ୟାପକ ଦୃଷ୍ଟିକୋଣ ସହିତ ଦେଶକୁ, ଦେଶ ପାଖରେ ଯେଉଁ ବୈଷୟିକ ଜ୍ଞାନ ଅଛି, ଯିଏ  ବୈଷୟିକ ଭାବେ ଦକ୍ଷ, ଯାହା ଆମର ବିଶ୍ୱବିଦ୍ୟାଳୟ ପାଖରେ ଥିବ, ଆମର ଯୁବ ପିଢିଙ୍କ ପାଖରେ ଥିବ; ଏହି ସବୁକୁ ସନ୍ତୁଳିତ କରି, ସଙ୍କଳିତ କରି, ଦେଶକୁ ଏକ ନୂଆ ଶିଖରକୁ ନେଇ ଯିବାର ଅଛି । ଆଉ ଏହି ଦେଶ ଦେଖାଇଛି, ଯେବେ ବି ହିନ୍ଦୁସ୍ଥାନର ଯୁବ ଲୋକଙ୍କୁ ଅବସର ମିଳିଛି, ସେମାନେ ଆହ୍ୱାନକୁ ଅତିକ୍ରମ ମଧ୍ୟ କରିଛନ୍ତି ଏବଂ ନୂତନ କୀର୍ତ୍ତିମାନ ପ୍ରସ୍ଥାପିତ କରିଛନ୍ତି ।

ମଙ୍ଗଳକୁ ଯିବା ପାଇଁ ଦୁନିଆର ବଡ଼ ବଡ଼ ଦେଶ ପ୍ରୟାସ କଲେ । ପ୍ରଥମ ଚେଷ୍ଟାରେ ଦୁନିଆର କୌଣସି ଦେଶ ମଙ୍ଗଳ ଏବଂ କକ୍ଷପଥକୁ ଯାଇ ପାରି ନ ଥିଲେ । ହିନ୍ଦୁସ୍ଥାନ ଦୁନିଆର ପ୍ରଥମ ଦେଶ ଥିଲା ଯିଏ ପ୍ରଥମ ପ୍ରଚେଷ୍ଟାରେ ମଙ୍ଗଳ ଏବଂ କକ୍ଷପଥକୁ ଯାଇ ପାରିଥିଲା । ଆଉ ଦୁନିଆ ସେତେବେଳେ ଆଚମ୍ବିତ ହୋଇ ଯାଇଥିଲା ଯେ ଭାରତର ଯୁବ ବୈଜ୍ଞାନିକମାନେ ମଙ୍ଗଳ ଯାତ୍ରା ଏତେ ଶସ୍ତାରେ କଲେ । ଲକ୍ଷ୍ନୌରେ ଯଦି ଆପଣଙ୍କୁ ଟ୍ୟାକ୍ସିରେ ଯିବାର ଅଛି, ଅଟୋ ରିକ୍ସାରେ ଯିବାର ଅଛି ତ ଏକ କିଲୋମିଟରକୁ ୧୦ ଟଙ୍କା ତ ଲାଗୁ ଥିବ । ଆମେ ମଙ୍ଗଳରେ ପହଂଚି ଗଲେ, ଏକ କିଲୋମିଟରକୁ ମାତ୍ର ସାତ ଟଙ୍କା ଖର୍ଚ୍ଚ କଲେ । ଆଉ ଆମର ମଙ୍ଗଳକୁ ଯିବାର ଯେଉଁ ସମୁଦାୟ ବଜେଟ୍ ଥିଲା ତାହା ହଲିଉଡ଼ ଚଳଚିତ୍ରରେ ଯେଉଁ ଖର୍ଚ୍ଚ ହୋଇଥାଏ ତାହାଠାରୁ କମ ଖର୍ଚ୍ଚରେ ଆମ ଦେଶର ବୈଜ୍ଞାନିକ ମଙ୍ଗଳରେ ପହଂଚି ଗଲେ ।

ଏ ସାମର୍ଥ୍ୟ ରହିଛି ଆମ ଯୁବପିଢିଙ୍କ ଠାରେ, ଏ ସାମର୍ଥ୍ୟ ରହିଛି ଆମ ଦେଶର ପ୍ରତିଭାବାନ୍  ଯୁବକଙ୍କ ପାଖରେ, ବୈଷୟିକବିତଙ୍କ ଠାରେ, ବୈଜ୍ଞାନିକଙ୍କ ଠାରେ, ବିଗତ ଦିନରେ ଯେବେ ଭାରତ ଏକ ସଙ୍ଗରେ  104 ଟି ଉପଗ୍ରହ ଛାଡ଼ିଲା ଦୁନିଆ ପାଇଁ ଆଶ୍ଚର୍ଯ୍ୟ ଥିଲା କି ଏକା ସହିତ 104ଟି ଉପଗ୍ରହ ଛାଡ଼ିବାର କ୍ଷମତା ଏହି ଦେଶର ବୈଜ୍ଞାନିକଙ୍କ ଠାରେ ଅଛି । ଏହି ସାମର୍ଥ୍ୟକୁ ନେଇ ଆଗକୁ ବଢ଼ିବାର ଅଛି ଏବଂ ସେହି ଅର୍ଥରେ ଆଜି ଏହି ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ତା ସହିତ ଯୋଡ଼ି ହୋଇଥିବା ସବୁ ସେହି ସମ୍ବନ୍ଧୀୟ କଲେଜ ତାହାକୁ କିଭଳି ଆଗକୁ ବଢ଼ାଇବେ? ମୁଁ ଜାଣିଛି ଉତ୍ତରପ୍ରଦେଶରେ ଶିକ୍ଷା କ୍ଷେତ୍ରରେ କାମ କରିବା ହେଉଛି କେତେ କଠିନ । ଆମର ରାଜ୍ୟପାଳ ଶ୍ରୀମାନ ରାମ ନାୟକ ଜୀ କୁଳାଧିପତି ରୂପେ ବିଶ୍ୱବିଦ୍ୟାଳୟରେ ଅନୁଶାସନ କିଭଳି ଆସିବ, ବିଶ୍ୱବିଦ୍ୟାଳୟରେ ସମୟସୀମାରେ କାମ କିପରି ହେବ, ଏହାକୁ ନେଇ ବହୁତ ରାତି ପର୍ଯ୍ୟନ୍ତ କାମ କରୁଥିଲେ । ଉତ୍ତରପ୍ରଦେଶର 28ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ 24ଟି ବିଶ୍ୱବିଦ୍ୟାଳୟରେ ଏବେ ଠିକ୍ ସମୟରେ ପରୀକ୍ଷା ହେଉ, ଠିକ୍ ସମୟରେ ସମାବର୍ତନ ହେଉ, ଏହାକୁ କରାଇବାରେ ସଫଳ ହୋଇଛନ୍ତି । ଏହି ଅନୁଶାସନ ବହୁତ ଆବଶ୍ୟକ । କିନ୍ତୁ ରାମ ନାୟକଜୀ ବହୁତ ଗୁରୁତ୍ଵର ସହ କାମ କରିବାରେ ଅଭ୍ୟସ୍ତ ଯେଉଁ କାମକୁ ହାତକୁ ନିଅନ୍ତି ତାହାକୁ ଶେଷ କରି ଥାଆନ୍ତି ଆଉ ଏଥି ପାଇଁ ଉତ୍ତରପ୍ରଦେଶର ବିଶ୍ୱବିଦ୍ୟାଳୟରେ  ନିୟମ ଏବଂ କାନୁନ, ନିୟମ ପରମ୍ପରା, ଶୃଙ୍ଖଳିତ ବିଦ୍ୟାର୍ଥୀଙ୍କ ସମୟ ନଷ୍ଟ ନ ହେଉ ତା ଉପରେ ବଡ଼ ତୀକ୍ଷ୍ଣ ଦୃଷ୍ଟି ରଖି ତାହାକୁ ଆଗକୁ ବଢ଼ାଇବାର ପ୍ରୟାସ କରୁ ଅଛନ୍ତି । ଏବେ ଯୋଗୀଜୀଙ୍କ ସରକାର ଆସି ଯାଇଛି ତ ତାଙ୍କୁ ଅଧିକ ସୁବିଧା ହୋଇ ଯାଇଛି । କାମକୁ ଅଧିକ ସରଳତାର ସହିତ ବଢାଉଛନ୍ତି ।

 

ଆଜି ମୋ ପାଇଁ ଖୁସିର ଖବର ହେଉଛି କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କିଛି ପରିବାରକୁ ସେହି ଆବାସ ନିମନ୍ତେ ତାଙ୍କର କାର୍ଯ୍ୟଦେଶ ସମ୍ବନ୍ଧରେ ଏକ ପ୍ରମାଣ ପତ୍ର ଦିଆଯାଇଛି । 2022 ରେ ଭାରତ ସ୍ୱାଧୀନତାର 75 ବର୍ଷ ପାଳନ କରିବ । ସ୍ୱାଧୀନତାର ପ୍ରେମୀ ପାଗଳମାନେ ସ୍ୱପ୍ନ ଦେଖିଥିଲେ, ତେବେ ସେ ଫାଶୀ ଖୁଂଟରେ ଚଢ଼ିଥିଲେ । ଯୁବାବସ୍ଥା ଜେଲରେ କଟାଇଥିଲେ । ଗୋଟିଏ ସୁଖୀ ଓ ସମୃଦ୍ଧ ହିନ୍ଦୁସ୍ଥାନ ଦେଖିବାକୁ ଚାହୁଁ ଥିଲେ । ସ୍ୱାଧୀନ ହିନ୍ଦୁସ୍ଥାନ ଦେଖିବାକୁ ଚାହୁଁ ଥିଲେ । ସେମାନେ ନିଜର ସର୍ବସ୍ୱ ଅର୍ପଣ କରି ଦେଇଥିଲେ । 2022 ରେ ଭାରତ ସ୍ୱାଧୀନତାର 75 ବର୍ଷ ହେବ । କ’ଣ ଶହେ ପଚିଶ କୋଟି ଦେଶବାସୀଙ୍କ ଦାୟିତ୍ୱ ନୁହେଁ କି ଦେଶର ସ୍ୱାଧୀନତାର ପ୍ରେମୀ ପାଗଳ ମାନଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ଆମେ ହିନ୍ଦୁସ୍ଥାନକୁ ନୂତନ ଶୀଖରକୁ ନେଇ ଯିବା । କ’ଣ ଶହେ ପଚିଶ କୋଟି ଦେଶବାସୀ ମିଶି ଦେଶକୁ ଆଗକୁ ନେଇ ପାରିବେ ନାହିଁ? ମୋର ଏହା ଆତ୍ମ ବିଶ୍ୱାସ ଯେ ଶହେ ପଚିଶ କୋଟି ଦେଶବାସୀଙ୍କଠାରେ ସେହି ସାମର୍ଥ୍ୟ ଅଛି ଯେ ହିନ୍ଦୁସ୍ଥାନକୁ ନୂତନ ଶିଖରକୁ ନେଇ ଯାଇ ପାରିବେ । ଆମେ ସ୍ୱପ୍ନ ଗୁନ୍ଥିଛୁ ଯେ 2022ରେ ଯେବେ ସ୍ୱାଧୀନତାର 75 ବର୍ଷ ହେବ, ହିନ୍ଦୁସ୍ଥାନର ଗରିବରୁ ଗରିବ ପାଖରେ ରହିବା ପାଇଁ ତା’ ନିଜର ଘର ହେଉ, ତାହାର ନିଜର ଛାତ ହେଉ ଏବଂ ଘର ମଧ୍ୟ ଏଭଳି ଯେଉଁଥିରେ ଶୌଚାଳୟ ଥିବ, ବିଜୁଳି ଥିବ, ପାଣି ଥିବ, ପାଖରେ ପିଲାଙ୍କ ପଢ଼ିବା ପାଇଁ ଶିକ୍ଷାର ବ୍ୟବସ୍ଥା ଥିବ ଏବଂ ସେହି ସ୍ୱପ୍ନକୁ ପୂରା କରିବା ପାଇଁ ସାରା ଦେଶରେ ଏକ ଅଭିଯାନ ଚଲାନ୍ତୁ ଗ୍ରାମୀଣ ଆବାସର, ସହରୀ ଆବାସର ଏବଂ ସେହି ଅନୁସାରେ କିଛି ମାଆ ମାନଙ୍କୁ ଆଜି ଆବାସ ମିଳିବ ତାଙ୍କୁ ଘର ମିଳିବ ସେଥି ପାଇଁ ଏକ ସମ୍ମତି ପତ୍ର ସରକାରଙ୍କ ତରଫରୁ ଦିଆ ଗଲା ଆଉ ଜଣେ ମାଆ କହୁଥିଲେ ଏବେ ଭଲ ହେଲା, କହିଲେ ମୋର ଘର ତିଆରି ହୋଇଯିବ, ପିଲାମାନଙ୍କର ବାହାଘର କରିବି ଆପଣଙ୍କୁ ବାହାଘରରେ ଆସିବା ପାଇଁ ଡାକିବି ତାଙ୍କର ଏତେ ଉତ୍ସାହ ଥିଲା । ସ୍ୱପ୍ନ ଯେତେବେଳେ ସତ ହେବାକୁ ଯାଏ, ସେତେବେଳେ ମଣିଷ କେଉଁ ଅବସ୍ଥାରେ ଥାଉ ନା କାହିଁକି କିଛି କରି ଯିବା ପାଇଁ ଉନ୍ମାଦନା ସୃଷ୍ଟି ହୋଇଥାଏ ତାହା ମୁଁ ସେହି ମାଆଙ୍କ କଥାରୁ ଦେଖିଛି । ଶବ୍ଦ ତାଙ୍କର ଥିଲା କିନ୍ତୁ ସେହି ଭାବ ବଡ଼ ପ୍ରେରଣା ଦେଉଥିଲା ।

ଆଜି ବିଜୁଳି ଶକ୍ତି ଏହା ବିକାଶ ପାଇଁ ହେଉଛି ବହୁତ ମହତ୍ୱପୁର୍ଣ୍ଣ, ଟେକ୍ନୋଲଜି ଜୀବନର, ଜୀବନରେ ଉର୍ଜ୍ଜାର ନିଜର ଏକ ସାମର୍ଥ୍ୟ ଅଛି । ନବୀକରଣୀୟ ଶକ୍ତି ଦ୍ୱାରା, ସୌର ଶକ୍ତି ଦ୍ୱାରା, ଦେଶରେ ଏକ ନୂଆ ଉର୍ଜ୍ଜା ବିପ୍ଳବ ଆଣିବାର ପ୍ରୟାସ ଚାଲୁ ରହିଛି । ଏଲଇଡି ବଲବ୍ ଘରେ ଘରେ ପହଂଚାଇ ବିଜୁଳି ବଂଚାଇବାର ଏକ ବହୁତ ବଡ଼ ଅଭିଯାନ ଚାଲୁ ରହିଛି । ପାଖାପାଖି 22 କୋଟିରୁ ଅଧିକ ଏଲଇଡିର ବଲବ୍  ବିଗତ ଏକ ବର୍ଷ ମଧ୍ୟରେ ଘରେ ଲାଗିଯାଇଛି ଆଉ ସେହି କାରଣରୁ ଅଧିକ ବିଜୁଳି ମଧ୍ୟ ସେଥିରୁ ମିଳୁଛି, କିନ୍ତୁ ଖର୍ଚ୍ଚ ଏଲଇଡି ବଲବ୍ କାରଣରୁ, ଯେଉଁ ପରିବାରରେ ଏଲଇଡି ବଲବ୍ର ଉପଯୋଗ ହେଉଛି ସେଥିରେ ଯେଉଁ ବିଜୁଳି ବିଲ୍ ସଂଚୟ ହେଉଛି, ତାହା ପାଖାପାଖି 12ରୁ 13 ହଜାର କୋଟି ଟଙ୍କାର ସଂଚୟ ହେଉଛି । ଏହା ସାଧାରଣ ମଣିଷର ପଇସା ବଂଚୁ ଅଛି । ଆଜି 400 କେଭି ଟ୍ରାନ୍ସମିସନ୍ ଲାଇନର ଏଠି ମୁଁ ଲୋକାର୍ପଣ କରୁଛି । ଏଯେଉଁ ମଧ୍ୟ ଭାଗ କାନପୁର ପର୍ଯ୍ୟନ୍ତ ସଂମ୍ପୂର୍ଣ୍ଣ ଉନ୍ନାଓ ସମେତ ସମସ୍ତ, ସେଠାରେ ଏକ ଗୁଣାତ୍ମକ ବିଜୁଳି, ଯାହା ଏଠାକାର ଔଦ୍ୟୋଗିକ ଜୀବନକୁ ସାହାଯ୍ୟ କରିବ, ଯାହା ଏଠାକାର ଘରେ ଯେଉଁ ବିଜୁଳି ଦରକାର ସେ ସାହାଯ୍ୟ ମିଳିବ । ଆଉ ଆପଣଙ୍କ ଏଠି ବିଜୁଳି ପରିବଣ୍ଟନରେ ମଧ୍ୟ ଭିଆଇପି କୋଟା ରହୁଥିଲା ମୁଁ ଶୁଣିଛି । କିଛି ଜିଲ୍ଳାରେ ବଡ଼ ଭିଆଇପି ରହୁଥିଲେ ସେଠାରେ ଗୋଟିଏ ପ୍ରକାରରେ ବିଜୁଳି ରହୁଥିଲା ଏବଂ କିଛି ଜିଲ୍ଳା ଏଭଳି ଥିଲା ଏହା.... ମୁଁ ଯୋଗୀଜୀଙ୍କୁ ସାଧୁବାଦ ଜଣାଉଛି, ଅଭିନନ୍ଦନ ଜଣାଉଛି ତାଙ୍କୁ ଯେ ସେ ସମସ୍ତ 75 ଜିଲ୍ଳାକୁ ସମାନ ଭାବରେ ବିଜୁଳି ବ୍ୟବହାରେ ସହାଯ୍ୟ କରିବାର ନିର୍ଣ୍ଣୟ ନେଲେ । ଶାସନର ଏହା ହେଉଛି କାମ । କିଛି ଲୋକଙ୍କୁ ବିଶେଷ ଲାଭ, ଆଉ କିଛି ଲୋକଙ୍କୁ କିଛି ନାହିଁ । ଏହାକୁ ଶେଷ କରିବାରେ କେତେ ଅସୁବିଧା ଆସେ, ମୁଁ ଜାଣିଛି କିନ୍ତୁ ମୋର ବିଶ୍ୱାସ ଯୋଗୀଜୀ ଏହା କରି ଦେଖାଇବେ, ସେ ଏହା ନିଷ୍ପତ୍ତି କରିଛନ୍ତି ପରିଣାମ ଆଣି ଦେଖାଇବେ ।

 

 

ଭାଇ ଓ ଭଉଣୀମାନେ, ବିକାଶର ନୂତନ ଶିଖର ଅତିକ୍ରମ କରିବା ପାଇଁ ଦେଶ ପ୍ରୟାସ କରୁଅଛି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିକାଶର ନୂତନ ଶିଖରକୁ ଅତିକ୍ରମ କରିବାକୁ ହେବ । ଶହେ ପଚିଶ କୋଟିର ଦେଶ, ଏହି ଶହେ ପଚିଶ କୋଟି ଦେଶବାସୀଙ୍କର ଶକ୍ତି ଆଜି ସାରା ବିଶ୍ୱ ଏହା ମାନୁଛି ଯେ ଦୁନିଆର ବଡ଼ ଅର୍ଥବ୍ୟବସ୍ଥାରେ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢିବାବାଲା କୌଣସି ଦେଶ ଅଛି ତ ସେହି ଦେଶର ନାମ ହେଉଛି ହିନ୍ଦୁସ୍ଥାନ । ସାରା ବିଶ୍ୱ ଆଜି ଭାରତକୁ ଗୌରବର ସହ ଦେଖୁଛି । ଏବେ ଆମେ ସବୁ ଶହେ ପଚିଶ କୋଟି ଦେଶବାସୀ ମିଶି ନିଷ୍ପତି କରିବା, ଆମେ ଉତ୍ତର ପ୍ରଦେଶର ନାଗରିକ ମିଶି ନିଷ୍ପତ୍ତି କରିବା, ଆପଣ ଦେଖିବେ ପରିବର୍ତ୍ତନ କିଭଳି ଆସୁଛି ।

ଜୁଲାଇ ପହିଲାରୁ ବସ୍ତୁ ଓ ସେବା କର (ଜିଏସଟି) ବ୍ୟବସ୍ଥାର ଶୁଭାରମ୍ଭ ହେଉଛି । ଏହି ଦେଶ ପାଇଁ ଏହା ବଡ଼ ଗର୍ବର କଥା । ଏହି ଦେଶର ସମସ୍ତ ରାଜନୈତିକ ଦଳ, ଏହି ଦେଶର ସମସ୍ତ ରାଜନୈତିକ ନେତା, କେତେ ବି ବିରୋଧ କାହିଁକି ନ ହୋଇଥାଉ - ଏହି ଦେଶର ସମସ୍ତ ରାଜ୍ୟ ସରକାର, କେନ୍ଦ୍ର ସରକାର ମିଶି ଏଭଳି ଏକ ଐତିହାସିକ କାମ କରିବାକୁ ଯାଉଛନ୍ତି ଯାହା 1 ଜୁଲାଇରୁ ଦେଶର ଅର୍ଥ ବ୍ୟବସ୍ଥାରେ ଗୋଟିଏ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଏହା ନିଜକୁ ନିଜେ ହେଉଛି ବହୁତ ବଡ଼ ସିଦ୍ଧି । ଭାରତର ସଙ୍ଘୀୟ ବ୍ୟବସ୍ଥାର ହେଉଛି ସିଦ୍ଧି । ଭାରତର ରାଜନୈତିକ ଦଳ ଗୁଡିକର ପରିପକ୍ୱତାର ହେଉଛି ସିଦ୍ଧି । ଦଳଠାରୁ ଉର୍ଦ୍ଧ୍ଵ ହେଉଛି ଦେଶ, ଏହା ହିନ୍ଦୁସ୍ଥାନର ସମସ୍ତ ରାଜନୈତିକ ଦଳ ଦେଖାଇ ଦେଇଛନ୍ତି । ମୁଁ ସମସ୍ତ ରାଜନୈତିକ ଦଳଙ୍କ ପ୍ରତି କୃତଜ୍ଞ, ମୁଁ ସମସ୍ତ ରାଜ୍ୟ ସରକାରଙ୍କ ପ୍ରତି କୃତଜ୍ଞ, ମୁଁ ସମସ୍ତ ବିଧାନସଭାଙ୍କ ପ୍ରତି କୃତଜ୍ଞ, ଲୋକସଭା, ରାଜ୍ୟସଭା ପ୍ରତି କୃତଜ୍ଞ । ସମସ୍ତେ ମିଳିମିଶି ଏହି ଜିଏସଟି ଲାଗୁ କରିବା ପାଇଁ ସଫଳତା ପୂର୍ବକ ପ୍ରୟାସ କଲେ । ଏବେ ମୋର ବିଶ୍ୱାସ ହେଉଛି ଯେ, 1 ଜୁଲାଇ ପରେ ନାଗରିକଙ୍କ ସହଯୋଗରେ, ବିଶେଷ କରି ଛୋଟ ମୋଟ ବ୍ୟବସାୟୀଙ୍କ ସହଯୋଗରେ, ଆମେ ସଫଳତା ପୂର୍ବକ ଜିଏସଟିରେ ଆଗକୁ ବଢିବା ସେତେବେଳେ ଦୁନିଆ ପାଇଁ ବହୁତ ବଡ଼ ଆଶ୍ଚର୍ଯ୍ୟ ହେବ ଯେ ଏତେ ବଡ଼ଦେଶ ଏହି ପ୍ରକାରରେ ପରିବର୍ତ୍ତନ କରି ପାରୁଛି । ଭାରତୀୟ ଲୋକତାନ୍ତ୍ରିକ ଶକ୍ତିର ପରିଚୟ ହେବ ଏହି ଦୁନିଆକୁ ଯେ - ଏହି ଦେଶର ସମସ୍ତ ଦଳ, ସବୁ ଭିନ୍ନ ଭିନ୍ନ ବିଚାର ଧାରା ରଖିବାବାଲା ଦଳ ଦେଶ ହିତରେ କାନ୍ଧରେ କାନ୍ଧ ମିଳାଇ କେତେ ବଡ଼ ନିଷ୍ପତ୍ତି କରୁଛନ୍ତି । ଏହା ଦୁନିଆ ସାମ୍ନାରେ ଏକ ଆଶ୍ଚର୍ଯ୍ୟ ଭଳି ଦେଖାଯିବ । ଏହା ହେଉଛି  ଭାରତୀୟ ଲୋକତନ୍ତ୍ରର ଶକ୍ତି, ଭାରତ ଲୋକତନ୍ତ୍ରର ପରିପକ୍ୱତାର ପରିଚୟଭାରତର  ଲୋକତନ୍ତ୍ରରେ ରାଜନୈତିକ ଦଳ ଗୁଡିକର, ନେତୃତ୍ୱର ପରିପକ୍ୱତାର ଶକ୍ତି ଯେ ଏହା ସମ୍ଭବ ହୋଇଛି ଆଉ ଏଥି ପାଇଁ ଏହାର ଶ୍ରେୟ ନା ମୋଦୀଙ୍କୁ ଯାଉଛି ନା ଗୋଟିଏ ସରକାରଙ୍କୁ ଯାଉଛି । ଏହା ଶହେ ପଚିଶ କୋଟି ଦେଶବାସୀଙ୍କୁ ଯାଉଛି । ଭାରତର ପରିପକ୍ୱ ଲୋକତନ୍ତ୍ରକୁ ଯାଉଛି । ଦେଶର ସମସ୍ତ ରାଜନୈତିକ ଦଳଙ୍କୁ ଯାଉଛି, ଦେଶର ସମସ୍ତ ବିଧାନସଭାକୁ ଯାଉଛି, ଲୋକସଭା ଏବଂ ରାଜ୍ୟସଭାକୁ ଯାଉଛି ।

 

ଏବେ ଏତେ ବଡ଼ କାମ ହୋଇଛି । ଆମେ ତାକୁ ବୁଝିବା, କଷ୍ଟ ଅଛି ତ, ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଏହି କଷ୍ଟଗୁଡିକୁ ଦୂର କରିବା ପାଇଁ ସଂପୂର୍ଣ୍ଣ ପ୍ରୟାସ ଜାରି ରହିବ, କିନ୍ତୁ ଗୋଟିଏ ସଫଳ ଯାତ୍ରା ଆଉ ଅଧିକ ଭଲ ଭାବରେ ସଫଳ ହେଉ ଏଥିପାଇଁ 1 ଜୁଲାଇରୁ ଦେଶର ସମସ୍ତ ବିଶେଷକରି ବ୍ୟବସାୟୀ ଗୋଷ୍ଠୀ, ଜିଏସଟି କୁ ନିଜ କାନ୍ଧରେ ଉଠାନ୍ତୁ, ଦୁଇ ପାଦ ଆଗକୁ ଚାଲନ୍ତୁ ଏବଂ ସରଳତା ପୂର୍ବକ ତାକୁ ଅତିକ୍ରମ କରିବାରେ ଦେଶର ନେତୃତ୍ୱ ଏହି ଆମର ବ୍ୟବସାୟୀ ଆରମ୍ଭ କରନ୍ତୁ ଏବଂ କରିବେ ଏଭଳି  ମୋର ବିଶ୍ୱାସ ଅଛି ।

ଏହି ଏକ ଆଶା ସହିତ, ମୁଁ ଆପଣ ସମସ୍ତଙ୍କୁ ଏହି ପରିସରରେ ପଢିଲାବାଲା, ଏହି କ୍ୟାମ୍ପସ ସହିତ ଯୋଡି ହୋଇଥିବା ସମସ୍ତ ଯୁବକଙ୍କୁ ହୃଦୟର ସହିତ ବହୁତ ବହୁତ ଶୁଭକାମନା ଜଣାଉଛି, ସଫଳତା ପାଇଁ ବହୁତ ବହୁତ ଅଭିବାଦନ ଜଣାଉଛି ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PSBs post record ₹1.98 trillion net profit in FY26 amid robust growth

Media Coverage

PSBs post record ₹1.98 trillion net profit in FY26 amid robust growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, emphasising on the harmony of strength and capability
May 13, 2026
Prime Minister recalls the 1998 Nuclear tests as a defining moment in our nation’s resolve

The Prime Minister, Shri Narendra Modi today recalled the historic Nuclear tests conducted by India in Pokhran in May 1998, describing them as a defining moment in our nation's resolve. “After the May 11 tests, the entire world brought pressure to bear on India, but we demonstrated that no power can bend India”, Shri Modi remarked.

The Prime Minister shared a Sanskrit verse-

“एवं परस्परापेक्षा शक्तिशक्तिमतोः स्थिता ।

न शिवेन विना शक्तिर्न शक्त्या विना शिवः।।”

The Prime Minister wrote on X;

“1998 में इसी दिन भारत ने जो परमाणु परीक्षण किए थे, उनसे दुनिया को पता चला कि हमारे देश की इच्छाशक्ति कितनी अटल है! 11 मई के टेस्ट के बाद पूरी दुनिया का दबाव भारत पर था, लेकिन हमने दिखाया कि कोई भी ताकत भारत को झुका नहीं सकती।

एवं परस्परापेक्षा शक्तिशक्तिमतोः स्थिता ।

न शिवेन विना शक्तिर्न शक्त्या विना शिवः।।”