Relations between India and Far East are not new but ages old: PM Modi
India was the first country which opened its consulate in Vladivostok: PM Modi
PM Modi announces line of credit worth US $ 1 Billion for the development of Far East

ମହାମହିମ ରାଷ୍ଟ୍ରପତି ପୁତିନ,

ରାଷ୍ଟ୍ରପତି ବଟ୍ଟୁଲଗା,

ପ୍ରଧାନମନ୍ତ୍ରୀ ଆବେ,

ପ୍ରଧାନମନ୍ତ୍ରୀ ମହାଥିର,

ବନ୍ଧୁଗଣ,

ନମସ୍କାର

ଦୋବ୍ରି ଦେନ!

ଭ୍ଲାଡିଭୋଷ୍ଟକର ଶାନ୍ତ ଓ ପ୍ରକାଶମୟ ବାତାବରଣରେ ଆପଣଙ୍କ ସହିତ ଆଲୋଚନା କରିବା ଏକ ସୁଖଦ ଅନୁଭବ । ସକାଳର ଆଲୋକ ଏଠାଦେଇ ବିଶ୍ୱକୁ ପ୍ରକାଶିତ କରିଥାଏ ଏବଂ ସମଗ୍ର ବିଶ୍ୱକୁ ଉର୍ଜାବାନ କରିଥାଏ । ମୋର ପୁରା ବିଶ୍ୱାସ କି ଆଜି ଆମର ଏହି ମନ୍ଥନ କେବଳ ସୁଦୂର ପ୍ରାଚ୍ୟ ନୁହେଁ ବରଂ ସମଗ୍ର ମାନବ ଜାତିର କଲ୍ୟାଣର ପ୍ରୟାସକୁ ଏକ ନୂତନ ଉର୍ଜା ଏବଂ ନୂତନ ଗତି ପ୍ରଦାନ କରିବ । ଏହି ମହତ୍ୱପୂର୍ଣ୍ଣ ଅବସରରେ ମୋତେ ଏକ ଅଂଶବିଶେଷ କରିଥିବାରୁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପୁତିନଙ୍କ ପାଖରେ କୃତଜ୍ଞ । ରାଷ୍ଟ୍ରପତି ମୋତେ ଏହି ନିମନ୍ତ୍ରଣ ଭାରତରେ ସାଧାରଣ ନିର୍ବାଚନ ହେବା ପୂର୍ବରୁ ଦେଇ ଦେଇଥିଲେ । 130 କୋଟି ଭାରତବାସୀ ମୋ ଉପରେ ବିଶ୍ୱାସ ପ୍ରକଟ କରିଥିଲେ ଏବଂ ଆପଣଙ୍କ ନିମନ୍ତ୍ରଣ ଦ୍ୱାରା ସେମାନଙ୍କ ବିଶ୍ୱାସ ଉପରେ ମୋହର ଲାଗି ଯାଇଥିଲା । ଦୁଇ ବର୍ଷ ପୂର୍ବରୁ ରାଷ୍ଟ୍ରପତି ପୁତିନ ମୋତେ ସେଣ୍ଟ ପିଟର୍ସବର୍ଗ ଆର୍ଥିକ ମଞ୍ଚକୁ ଆମନ୍ତ୍ରିତ କରିଥିଲେ । ୟୁରୋପର ଫ୍ରଣ୍ଟିୟରରୁ ପ୍ୟାସିଫିକର ଗେଟୱେ ପର୍ଯ୍ୟନ୍ତ ମୋର ମଧ୍ୟ ଏକପ୍ରକାରର ଟ୍ରାନ୍ସ-ସାଇବେରିଆନ ଯାତ୍ରା ହୋଇଗଲା । ଭ୍ଲାଡିଭୋଷ୍ଟକ ୟୁରୋସିଆ ଏବଂ ପ୍ୟାସିଫିକର ସଙ୍ଗମ । ଏହା ଆର୍କିଟିକ ଏବଂ ଉତ୍ତର ସମୁଦ୍ର ରୁଟ ପାଇଁ ଅବସର ଖୋଲୁଛି । ରୁଷର ପାଖାପାଖି ତିନି ଚତୁର୍ଥାଂଶ ଭୂଭାଗ ହେଉଛି ଏସିଆ । ସୁଦୂର ପ୍ରାଚ୍ୟ ଏହି ମହାନ ଦେଶର ଏସିଆନ ପରିଚୟକୁ ସୁଦୃଢ଼ କରିଥାଏ । ଏହି କ୍ଷେତ୍ରର ଆକାର ଭାରତଠାରୁ ପାଖାପାଖି ଦୁଇ ଗୁଣ, ଏହାର ଜନସଂଖ୍ୟା ମାତ୍ର 6 ମିଲିଅନ ମାତ୍ର ଏହି ଅଂଚଳ ପ୍ରାକୃତିକ ସମ୍ପଦ ଓ ତୈଳ ଓ ଗ୍ୟାସ ପରି ପ୍ରାକୃତିକ ସମ୍ବଳରେ ସମୃଦ୍ଧ । ଏଠାକାର ଜନସାଧାରଣ ସେମାନଙ୍କ କଠିନ ପରିଶ୍ରମ, ସାହସ ଏବଂ ନବାଚାର ମାଧ୍ୟମରେ ପ୍ରକୃତିର ଆହ୍ୱାନ ଉପରେ ବିଜୟ ପାଇଛନ୍ତି । କେବଳ ଏହା ନୁହେଁ କଳା, ବିଜ୍ଞାନ, ସାହିତ୍ୟ. କ୍ରୀଡା, ଶିଳ୍ପ ଏବଂ ଦୁଃସାହସିକ ଗତିବିଧିର ଏପରି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ସୁଦୂର ପ୍ରାଚ୍ୟର ଜନସାଧାରଣ, ଭ୍ଲାଡିଭୋଷ୍ଟକର ଜନସାଧାରଣ ସଫଳତା ହାସଲ କରିନାହାନ୍ତି । ଏଥିସହିତ ସେମାନେ ରୁଷ ଏବଂ ସେମାନଙ୍କ ବନ୍ଧୁମାନଙ୍କ ପାଇଁ ମଧ୍ୟ ଅନେକ ଅବସର ସୃଷ୍ଟି କରିଛନ୍ତି । ବରଫାବୃତ୍ତ ଭୂମିକୁ ଫୁଲର ଶଯ୍ୟାରେ ବଦଳାଇ ଏକ ସୁନେଲି ଭବିଷ୍ୟତର ଆଧାର ପ୍ରସ୍ତୁତ କରିଛନ୍ତି । ଗତକାଲି ରାଷ୍ଟ୍ରପତି ପୁତିନଙ୍କ ସହିତ ମୁଁ ‘ଷ୍ଟ୍ରୀଟ ଅଫ ଦ ଫାର ଇଷ୍ଟ’ ପ୍ରଦର୍ଶନୀ ଦେଖିଥିଲି । ଏଠାକାର ବିବିଧତା, ଲୋକମାନଙ୍କର ପ୍ରତିଭା ଓ ପ୍ରଯୁକ୍ତିବିଦ୍ୟାର ବିକାଶ ମୋତେ ଅନେକ ପ୍ରଭାବିତ କରିଛି । ଏମାନଙ୍କ ମଧ୍ୟରେ ପ୍ରଗତି ଓ ସହଯୋଗର ଅପାର ସମ୍ଭାବନା ମୁଁ ଅନୁଭବ କରିଛି ।

ବନ୍ଧୁଗଣ,

ଭାରତ ଓ ସୁଦୂର ପ୍ରାଚ୍ୟ ମଧ୍ୟରେ ସମ୍ପର୍କ ଆଜିର ନୁହେଁ । ଏହା ବହୁତ ପୁରୁଣା । ଭାରତ ହେଉଛି ପ୍ରଥମ ଦେଶ ଯିଏକି ଭ୍ଲାଡିଭୋଷ୍ଟକରେ ଏହାର ବାଣିଜ୍ୟିକ ଦୂତାବାସ ଖୋଲିଛି । ସେତେବେଳେ ଓ ଏହା ପୂର୍ବରୁ ମଧ୍ୟ ଭାରତ ଓ ରୁଷ ମଧ୍ୟରେ ଅନେକ ଭରସା ଥିଲା । ସୋଭିଏତ ରୁଷ ସମୟରେ ମଧ୍ୟ ଯେତବେଳେ ଅନ୍ୟ ବିଦେଶୀମାନଙ୍କୁ ଏଠାକୁ ଆସିବା ନେଇ ପ୍ରତିବନ୍ଧକ ଥିଲା, ଭ୍ଲାଡିଭୋଷ୍ଟକ ଭାରତୀୟ ନାଗରିକମାନଙ୍କ ପାଇଁ ଖୋଲା ଥିଲା । ରକ୍ଷା ଓ ବିକାଶର ଅନେକ ସାମଗ୍ରୀ ଭ୍ଲାଡିଭୋଷ୍ଟକ ଜରିଆରେ ଭାରତରେ ପହଂଚୁଥିଲା ଏବଂ ଆଜି ଏହି ଭାଗିଦାରୀତାର ବୃକ୍ଷ ଏହାର ଚେରକୁ ଆହୁରି ଗଭୀର କରୁଛି । ଦୁଇ ଦେଶର ଜନସାଧାରଣଙ୍କ ପାଇଁ ସୁଖ-ସମୃଦ୍ଧିର ସାହାରା ହେଉଛି । ଭାରତ ଏଠାରେ ଶକ୍ତି କ୍ଷେତ୍ର ଏବଂ ଅନ୍ୟ ପ୍ରାକୃତିକ ସମ୍ବଳ ଯେପରିକି ହୀରା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ନିବେଶ କରିଛି । ସାଖାଲିନର ତୈଳ କ୍ଷେତ୍ର ଭାରତୀୟ ନିବେଶର ସଫଳତା କ୍ଷେତ୍ରର ଏକ ପ୍ରକୃଷ୍ଟ ଉଦାହରଣ ।

ବନ୍ଧୁଗଣ,

ରାଷ୍ଟ୍ରପତି ପୁତିନଙ୍କ ପ୍ରସ୍ତାବ ଏବଂ ତାଙ୍କ ପରିକଳ୍ପନା କେବଳ ଏହି କ୍ଷେତ୍ର ପାଇଁ ନୁହେଁ ବରଂ ଭାରତ ପରି ରୁଷର ଭାଗିଦାରୀତା ପାଇଁ ଅଦ୍ଭୁତପୂର୍ବ ଅବସର ନେଇ ଆସିଛି । ସେ ରୁଷର ସୁଦୂର ପ୍ରାଚ୍ୟର ବିକାଶକୁ ଏକବିଂଶ ଶତାବ୍ଦୀ ପାଇଁ ଜାତୀୟ ପ୍ରମୁଖତା ଭାବେ ଘୋଷଣା କରିଛନ୍ତି । ତାଙ୍କର ସାମଗ୍ରୀକ କାର୍ଯ୍ୟଧାରା ଏଠାରେ ଜୀବନର ସମଗ୍ର ଦିଗକୁ, ଅର୍ଥନୀତି ହେଉ, ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ କିମ୍ବା କ୍ରୀଡା, ସଂସ୍କୃତି ହେଉ, ଯୋଗାଯୋଗ ହେଉ, ବାଣିଜ୍ୟ ହେଉ କିମ୍ବା ପରମ୍ପରା, ସବୁକିଛିକୁ ଉନ୍ନତ କରିବା ପାଇଁ ପ୍ରୟାସ କରିଛି । ଏକପକ୍ଷରେ ସେ ନିବେଶର ରାସ୍ତା ଖୋଲା ରଖିଛନ୍ତି ଏବଂ ଅନ୍ୟପକ୍ଷରେ ସାମାଜିକ ସ୍ତରରେ ମଧ୍ୟ ସମାନ ପରିମାଣର ଧ୍ୟାନ ଦେଇଛନ୍ତି । ମୁଁ ସ୍ୱୟଂ ତାଙ୍କ ଏହି ପରିକଳ୍ପନା ଦ୍ୱାରା ପ୍ରଭାବିତ ହୋଇଛି ଏବଂ ଏହାକୁ ସେୟାର ମଧ୍ୟ କରିଥାଏ । ଭାରତ ତାଙ୍କର ଏହି ଅନ୍ତର୍ଦ୍ଦୁଷ୍ଟି ସମ୍ପନ୍ନ ଯାତ୍ରାରେ ପାଦକୁ ପାଦ ମିଳାଇ ରୁଷ ସହିତ ଚାଲିବାକୁ ଚାହେଁ । ମୁଁ ନିଜର ଅନୁଭବ ଆଧାରରେ କହିପାରେ ଯେ ସୁଦୂର ପ୍ରାଚ୍ୟ ଓ ଭ୍ଲାଡିଭୋଷ୍ଟକର ଦ୍ରୂତ, ସନ୍ତୁଳିତ ଏବଂ ସାମଗ୍ରୀକ ବିକାଶ ପାଇଁ ରାଷ୍ଟ୍ରପତି ପୁତିନଙ୍କ ପରିକଳ୍ପନା ନିଶ୍ଚିତ ଭାବେ ସଫଳ ହେବ । କାରଣ ଏହା ବାସ୍ତବବାଦୀ ଏବଂ ଏହା ପଛରେ ରହିଛି ଏହାର ମୂଲ୍ୟବାନ ସମ୍ବଳ ଏବଂ ଲୋକମାନଙ୍କ ଅସୀମ ପ୍ରତିଭା । ତାଙ୍କ ପରିକଳ୍ପନାରେ ଏହି ଅଂଚଳ ପାଇଁ ଓ ଏଠାକାର ଲୋକମାନଙ୍କ ପାଇଁ ସମ୍ମାନ ଓ ଭଲପାଇବାର ଝଲକ ଦେଖିବାକୁ ମିଳିଥାଏ । ଭାରତରେ ମଧ୍ୟ ଆମେ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସର ମନ୍ତ୍ର ସହିତ ଏକ ନୂତନ ଭାରତର ନିର୍ମାଣରେ ଜଡିତ ଅଛୁ । 2024 ପର୍ଯ୍ୟନ୍ତ ଭାରତକୁ 5 ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିବର୍ତ୍ତନ କରିବାର ସଂକଳ୍ପକୁ ସିଦ୍ଧ କରିବାର ପ୍ରୟାସରେ ଲାଗିଛୁ । ଦ୍ରୂତ ଗତିରେ ବଢ଼ୁଥିବା ଭାରତ ଏବଂ ଏହାର ପ୍ରତିଭାଙ୍କ କାରଣରୁ ଭାଗିଦାରିତା ‘ଏକ ଆଉ ଏକ ମିଶି 11’ରେ ପରିଣତ ହେବାର ଐତିହାସିକ ସୁଯୋଗ ରହିଛି ।

ବନ୍ଧୁଗଣ,

ଏହି ମୋଟିଭେସନ ଫଳରେ ପ୍ରାଚ୍ୟ ଅର୍ଥନୈତିକ ମଞ୍ଚରେ ଆମର ଅଂଶଗ୍ରହଣ ପାଇଁ ଅଦ୍ଭୁତପୂର୍ବ ପ୍ରସ୍ତୁତି ହୋଇଛି । ଅନେକ ମନ୍ତ୍ରୀ, ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପାଖାପାଖି 150 ବ୍ୟାବସାୟିକ ନେତା ଏଠାକୁ ଆସିଛନ୍ତି । ସେମାନେ ରାଷ୍ଟ୍ରପତିଙ୍କ ବିଶେଷ ଦୂତ, ସୁଦୂର ପ୍ରାଚ୍ୟର ସମସ୍ତ 11 ଗଭର୍ଣ୍ଣର ଏବଂ ସେମାନଙ୍କ ବ୍ୟାବସାୟିକ ନେତାମାନଙ୍କୁ ଭେଟିଛନ୍ତି । ରୁଷର ମନ୍ତ୍ରୀ ଓ ସୁଦୂର ପ୍ରାଚ୍ୟର ବ୍ୟବସାୟିକ ନେତୃବୃନ୍ଦ ମଧ୍ୟ ଭାରତ ଆସନ୍ତୁ । ଏହା ପ୍ରକାଶ କରିବା ଅବସରରେ ମୁଁ ଖୁବ ଆନନ୍ଦିତ ଯେ ଆମର ଏହି ପ୍ରୟାସ ଦ୍ୱାରା ଭଲ ପରିଣାମ ଆସୁଛି । ଶକ୍ତିରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷାରୁ ଆରମ୍ଭ କରି ଦକ୍ଷତା ବିକାଶ, ଖଣି ଖୋଦନରୁ ଆରମ୍ଭ କରି ଟିମ୍ବର, ଅନେକ କ୍ଷେତ୍ରରେ ପାଖାପାଖି 50 ରାଜିନାମା ହୋଇଛି । ଏହାଦ୍ୱାରା ଅନେକ ବିଲିଅନ ଡଲାରର ବ୍ୟବସାୟର ନିବେଶର ଆଶା ରହିଛି ।

ବନ୍ଧୁଗଣ,

ସୁଦୂର ପ୍ରାଚ୍ୟର ବିକାଶରେ ଅଧିକ ଯୋଗଦାନ ପ୍ରଦାନ କରିବା ପାଇଁ ଭାରତ 1 ବିଲିଅନ ଡଲାରର ଲାଇନ ଅଫ କ୍ରେଡିଟ ପ୍ରଦାନ କରିବ । ଏହା ହେଉଛି ପ୍ରଥମ ସୁଯୋଗ ଯେତବେଳେ କି ଆମେ କୌଣସି ଦେଶର କ୍ଷେତ୍ର ବିଶେଷକୁ ଲାଇନ ଅଫ କ୍ରେଡିଟ ପ୍ରଦାନ କରୁଛି । ମୋ ସରକାରଙ୍କ ଆକ୍ଟ ଇଷ୍ଟ ନୀତି ପୂର୍ବ ଏସିଆକୁ ସକାରାତ୍ମକ ଭାବେ ସଂଶ୍ଳିଷ୍ଟ କରିଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଆଜିର ଏହି ଘୋଷଣା ଆକ୍ଟ ଫର ଇଷ୍ଟର ଟେକ ଅଫ ବିନ୍ଦୁ ସାବ୍ୟସ୍ତ ହେବ । ଏହି ପଦକ୍ଷେପ ଆମର ଅର୍ଥନୈତିକ କୁଟନୀତିରେ ଏକ ନୂତନ ଦିଗ ଯୋଡିଛି । ବନ୍ଧୁ ରାଷ୍ଟ୍ରମାନଙ୍କ ବିକାଶରେ ଆମେ ସେମାନଙ୍କ ପ୍ରାଥମିକତାକୁ ହିସାବ କରି ସକାରାତ୍ମକ ଭାଗିଦାର ହେବୁ ।

ବନ୍ଧୁଗଣ,

ଭାରତର ପ୍ରାଚୀନ ସଭ୍ୟତାର ମୂଲ୍ୟବୋଧ ଆମକୁ ଶିଖାଇଛି କି ପ୍ରକୃତିରୁ ଆମେ ସେତିକି ନେବୁ ଯେତିକି ଆମର ଆବଶ୍ୟକ । ପ୍ରାକୃତିକ ସମ୍ବଳର ସମ୍ବର୍ଦ୍ଧନରେ ଆମେ ବିଶ୍ୱାସ କରୁ । ପ୍ରକୃତି ସହିତ ଆମର ତାଳମେଳ ବର୍ଷ ବର୍ଷ ଧରି ଆମ ଅସ୍ତିତ୍ୱର ବିକାଶର ପ୍ରମୁଖ ଅଂଶବିଶେଷ ଭାବେ ରହିଆସିଛି ।

ବନ୍ଧୁଗଣ,

ଯେଉଁ ଦେଶମାନଙ୍କରେ ଭାରତୀୟ ସମ୍ପ୍ରଦାୟ ରହିଛନ୍ତି, ସେଠାକାର ନେତୃବୃନ୍ଦ ଯେତବେଳେ ମୋତେ ଭେଟନ୍ତି ଭାରତୀୟମାନଙ୍କ ଶ୍ରମ, ସଚ୍ଚୋଟତା, ଅନୁଶାସନ ଏବଂ ନିଷ୍ଠାକୁ ଭରପୁର ପ୍ରଶଂସା କରନ୍ତି । ଭାରତୀୟ କମ୍ପାନୀ, ବ୍ୟବସାୟୀ ସମଗ୍ର ବିଶ୍ୱରେ ଅନେକ କ୍ଷେତ୍ରରେ ବିକାଶରେ ଯୋଗଦାନ କରିଛନ୍ତି, ସମ୍ପଦ ସୃଷ୍ଟି କରିବାର କାମ କରିଛନ୍ତି । ଏଥିସହିତ ଭାରତୀୟମାନେ ଏବଂ ଆମର କମ୍ପାନୀମାନେ ସ୍ଥାନୀୟ ସମ୍ବେଦନଶୀଳତା ଏବଂ ସଂସ୍କୃତିକୁ ସବୁବେଳେ ଆଦର କରିଛନ୍ତି । ମୋର ସମ୍ପୂର୍ଣ୍ଣ ଭରସା ରହିଛି କି ଭାରତୀୟମାନେ ବୃତ୍ତି, ପରିଶ୍ରମ, ପ୍ରତିଭା ଏବଂ ପ୍ରାଚ୍ୟ ପାଇଁ ବୃତ୍ତିଗତ କାର୍ଯ୍ୟଧାରାରେ ଦ୍ରୂତ ବିକାଶ ଆଣିବେ । ପ୍ରାଚ୍ୟ ଆର୍ଥିକ ମଞ୍ଚରେ ଭାରତର ଅଂଶଗ୍ରହଣ ନେଇ ଯେଉଁ ଉତ୍ତମ ପରିଣାମ ଆସିଛି ତାହାକୁ ଆଗକୁ ବଢ଼ାଇବା ପାଇଁ ସୁଦୂର ପ୍ରାଚ୍ୟର ସମସ୍ତ 11 ଗଭର୍ଣ୍ଣରଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ପ୍ରଦାନ କରୁଛି ।

ବନ୍ଧୁଗଣ,

ମୁଁ ଏବଂ ରାଷ୍ଟ୍ରପତି ପୁତିନ ଭାରତ-ରୁଷ ସହଯୋଗ ପାଇଁ ଅଭିଳାଷାପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିଛୁ । ଆମ ସମ୍ପର୍କରେ ଆମେ ନୂତନ ଦିଗ ଯୋଗ କରିଛୁ । ଏହାକୁ ବିବିଧତା ପ୍ରଦାନ କରିଛୁ । ସମ୍ପର୍କକୁ ସରକାରୀ କ୍ଷେତ୍ରରୁ ବାହାରକୁ ଆଣି ଘରୋଇ ଶିଳ୍ପ ମଧ୍ୟରେ ସହଯୋଗ ପର୍ଯ୍ୟନ୍ତ ପହଂଚାଇଛୁ । ଏହାକୁ ରାଜଧାନୀରୁ ବାହାର କରି ରାଜ୍ୟ ଏବଂ ଅଂଚଳ ପର୍ଯ୍ୟନ୍ତ ନେଇଯାଇଛୁ । ଆମେ ସବୁକ୍ଷେତ୍ରରେ ସହଯୋଗକୁ ଆମର ସ୍ୱତନ୍ତ୍ର ଓ ବିଶେଷ ରଣନୈତିକ ଭାଗିଦାରୀର ଢ଼ାଂଚାରେ ବୃଦ୍ଧି କରିଛୁ ତଥା ପକାଇଛୁ । ଆମେ ମିଳିତ ଭାବେ ମହାକାଶର ଦୂରତା ମଧ୍ୟ ଅତିକ୍ରମ କରିବୁ ଓ ସମୁଦ୍ରର ଗଭୀରତାରୁ ସମୃଦ୍ଧି ବାହାର କରି ଆଣିବୁ ।

ବନ୍ଧୁଗଣ,

ଭାରତ-ପ୍ରଶାନ୍ତ ମହାସାଗର ଅଂଚଳରେ ସହଯୋଗର ନୂତନ ଅଧ୍ୟାୟ ଆମେ ଆରମ୍ଭ କରିବାକୁ ଯାଉଛୁ । ଭ୍ଲାଡିଭୋଷ୍ଟକ ଓ ଚେନ୍ନାଇ ମଧ୍ୟରେ ଯେତବେଳେ ଜାହାଜ ଚାଲିବାକୁ ଆରମ୍ଭ କରିବ, ଯେତବେଳେ ଭ୍ଲାଡିଭୋଷ୍ଟକ ଉତ୍ତର ପୂର୍ବ ଏସିଆ ବଜାରରେ ଭାରତର ସ୍ପ୍ରିଙ୍ଗବୋର୍ଡର ନିର୍ମାଣ ହେବ, ସେତବେଳେ ଭାରତ-ରୁଷ ମଧ୍ୟରେ ଭାଗିଦାରିତା ଅଧିକ ଗଭୀର ହେବ, ଆହୁରି ବ୍ୟାପକ ହେବ । ସେତବେଳେ ସୁଦୂର ପ୍ରାଚ୍ୟରେ ଏକପକ୍ଷରେ ୟୁରୋସିୟନ ୟୁନିଅନ ଏବଂ ଅନ୍ୟପକ୍ଷରେ ଓପନ, ଫ୍ରି ଏବଂ ସାମଗ୍ରୀକ ଇଣ୍ଡୋ-ପ୍ୟାସିଫିକର ସଙ୍ଗମ ସୃଷ୍ଟିହେବ । ଏହି କ୍ଷେତ୍ରରେ ଆମର ସମ୍ପର୍କର ମଜଭୁତ ଆଧାର ହେବ-ନିୟମ ଆଧାରିତ ଆଦେଶ, ସାର୍ବଭୌମ୍ୟତା ଓ ଆଂଚଳିକ ସମନ୍ୱୟ ପାଇଁ ସମ୍ମାନ ଏବଂ ଆଭ୍ୟନ୍ତରୀଣ ବିଷୟରେ ଦଖଲ ।

 

ବନ୍ଧୁଗଣ,

ପ୍ରସିଦ୍ଧ ଦାର୍ଶନିକ ଓ ଲେଖକ ଟଲଷ୍ଟୟ ଭାରତର ବେଦରେ ଥିବା ଅପାର ଜ୍ଞାନ ଦ୍ୱାରା ଅନେକ ପ୍ରଭାବିତ ଥିଲେ ଏବଂ ଏହି ବେଦବାକ୍ୟ ତ ତାଙ୍କୁ ବହୁତ ପସନ୍ଦ ଥିଲା । ଏକମ ସତ ବିପ୍ରଃ ବହୁଧା ବଦନ୍ତି । ସେ ନିଜ ଶବ୍ଦରେ ଏହାକୁ ଏପରି କହିଥିଲେ-

ଯାହା ସବୁ ରହିଛି ତାହା ଏକ । ଜନସାଧାରଣ ଏହି ଏକକୁ  ବିବିଧ ନାମରେ ଡାକିଥା’ନ୍ତି ।

ଚଳିତ ବର୍ଷ ସମଗ୍ର ବିଶ୍ୱ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମଜୟନ୍ତୀ ପାଳନ କରୁଛି । ଟଲଷ୍ଟୟ ଓ ଗାନ୍ଧୀ ପରସ୍ପର ଉପରେ ଗଭୀର ପ୍ରଭାବ ଛାଡିଥିଲେ । ଆସନ୍ତୁ ଭାରତ ଓ ରୁଷ ମଧ୍ୟରେ ପ୍ରେରଣାର ଏହି ଭାଗିଦାରୀକୁ ଆହୁରି ଅଧିକ ମଜଭୁତ କରିବା । ପରସ୍ପରର ଉନ୍ନତିରେ ଆହୁରି ଅଧିକ ଭାଗିଦାର ହେବା । ପରସ୍ପରର ଆବଂଟିତ ପରିକଳ୍ପନା ଏବଂ ବିଶ୍ୱକୁ ସ୍ଥିର ଏବଂ ସୁରକ୍ଷିତ କରିବା ପାଇଁ ଆଗାମୀ ଭବିଷ୍ୟତ ଦିଗରେ ମିଳିତ ଭାବେ କାମ କରିବା । ଏହାଫଳରେ ଆମ ଭାଗିଦାରୀ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ । ମୁଁ ଯେତେବେଳେ ରୁଷ ଆସେ ସେତେବେଳେ ଏଠାରେ ଭାରତ ପାଇଁ ପ୍ରେମ, ମୈତ୍ରୀଭାବ ଓ ସମ୍ମାନ ଦେଖିଛି । ଆଜି ମଧ୍ୟ ସେହି ଭାବନାର ଅମୂଲ୍ୟ ଉପହାର ଓ ଗଭୀର ସହଯୋଗର ସଂକଳ୍ପ ଏଠାରୁ ନେଇକରି ଯାଉଛି । ମୁଁ ମୋର ମିତ୍ର ରାଷ୍ଟ୍ରପତି ପୁତିନଙ୍କୁ ବିଶେଷ ଧନ୍ୟବାଦ ପ୍ରଦାନ କରିବାକୁ ଚାହିଁବି । ଆମେ ଯେତେବେଳେ ବି ପରସ୍ପରକୁ ଭେଟୁ ତେବେ ଖୋଲା ହୃଦୟରେ ଅନେକ ସମୟ ନେଇ ମିଶୁ । ଗତକାଲି ତାଙ୍କର ସମସ୍ତ କାର୍ଯ୍ୟବ୍ୟସ୍ତତା ସତ୍ୱେ ମୋ ସହିତ ଭିନ୍ନ ଭିନ୍ନ ସ୍ଥାନମାନଙ୍କରେ କେତେ ଘଣ୍ଟା ବିତାଇଥିଲେ ଏବଂ ରାତି ଗୋଟାଏ ପର୍ଯ୍ୟନ୍ତ ଆମେ ଏକା ସାଙ୍ଗରେ ରହିଥିଲୁ । କେବଳ ମୋ ପାଇଁ ନୁହେଁ ବରଂ ଭାରତ ପ୍ରତି ତାଙ୍କ ମନରେ ଯେଉଁ ପ୍ରେମ ଅଛି ତାହା ସେଥିରେ ଝଲକୁଥିଲା । ମୋତେ ଏଠାକାର ଓ ଭାରତର ଆଉ ଏକ ସାଂସ୍କୃତିକ ସମାନତା ଦେଖାଯାଉଛି । ମୋର ଘରୋଇ ରାଜ୍ୟ ଗୁଜୁରାଟରେ ବାଏ-ବାଏ ସ୍ଥାନରେ ବାଏ-ବାଏ କହନ୍ତି ନାହିଁ, ବାଏ-ବାଏ ସ୍ଥାନରେ ଆବଜୋ କହିଥା’ନ୍ତି ଯାହାର ଅର୍ଥ ହେଉଛି-ଆପଣ ପୁଣି ଶୀଘ୍ର ଆସନ୍ତୁ । ଏଠାରେ କହନ୍ତି-ଦାସଭିଦାନିଆ ।

ତେଣୁ ମୁଁ ସମସ୍ତଙ୍କୁ କହେ-ଆବଜୋ, ଦାସଭିଦାନିଆ,

ଅନେକ-ଅନେକ ଧନ୍ୟବାଦ !

ସ୍ପାସିବୋ ବୋଲଶୋଇ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves Continuation of Pradhan Mantri Gram Sadak Yojana-III till March 2028
April 18, 2026

The Union Cabinet, chaired by the Prime Minister Shri Narendra Modi, today has given its approval for the continuation of Pradhan Mantri Gram Sadak Yojana-III (PMGSY-III) beyond March 2025 upto March 2028. It involves consolidation of Through Routes and Major Rural Links connecting habitations to Gramin Agricultural Markets (GrAMs), Higher Secondary Schools and Hospitals. The revised outlay of the scheme will be Rs.83,977 crore.

The Cabinet further, amongst other things, approved the following:

  • Extension of timeline till March 2028 for completion of roads and bridges in plain areas and roads in hilly areas.
  • Extension of timeline till March 2029 for completion of bridges in hilly areas.
  • Works sanctioned before 31.03.2025 but un-awarded till now may be taken up for tender/award.
  • Long Span Bridges (LSBs) (161 Nos. with estimated cost of Rs.961 crore) pending for sanction but lying on the alignment of already sanctioned roads may be sanctioned and tendered/awarded.
  • Revision of outlay to Rs. 83,977 crore from original outlay of Rs.80,250 crore.

Benefits:

The extension of the timeline of PMGSY-III will enable the full realization of its intended socio-economic benefits by ensuring completion of targeted upgradation of rural roads. It will significantly boost the rural economy and trade by enhancing market access for agricultural and non-farm products, reducing transportation time and costs, and thereby improving rural incomes. Improved connectivity will facilitate better access to education and healthcare institutions, ensuring timely delivery of essential services, particularly in remote and underserved areas.

The continued implementation will also generate substantial employment opportunities, both directly through construction activities and indirectly by promoting rural enterprises and services. Overall, the extension will contribute to inclusive and sustainable development by bridging the rural-urban divide and advancing the vision of Viksit Bharat 2047.