A temporary setback doesn’t mean success is not waiting. In fact, a setback may mean the best is yet to come: PM Modi
Can we mark a space where no technology is permitted? This way, we won’t get distracted by technology: PM Modi
Be confident about your preparation. Do not enter the exam hall with any sort of pressure: PM Modi to students

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା 2020’ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀସ୍ଥିତ ତାଲକଟୋରା ଷ୍ଟାଡିୟମଠାରେ ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା କାର୍ଯ୍ୟକ୍ରମରେ 50 ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମଧ୍ୟ ଅଂଶଗ୍ରହଣ କରିଥିଲେ । 90 ମିନିଟ୍ ଧରି ଚାଲିଥିବା ଏହି ଆଲୋଚନାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରସଙ୍ଗର ଗୁରୁତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ମାର୍ଗଦର୍ଶନ ଚାହିଁଥିଲେ । ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାରା ଦେଶର ବିଭିନ୍ନ ଭାଗ ସମେତ ବିଦେଶରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଏ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ବିଦ୍ୟାର୍ଥୀଙ୍କୁ ଏକ ସମୃଦ୍ଧ ନୂଆବର୍ଷ ଏବଂ ଏକ ନୂଆ ଦଶନ୍ଧିର ଶୁଭେଚ୍ଛା ଜଣାଇଥିଲେ । ଦଶନ୍ଧିର ଗୁରୁତ୍ୱ ସମ୍ପର୍କରେ ବର୍ଣ୍ଣନା କରି ସେ କହିଛନ୍ତି, ଏବେ ଦେଶର ବିଦ୍ୟାଳୟଗୁଡ଼ିକରେ ଅନ୍ତିମ ବର୍ଷରେ ପାଦ ଥାପିଥିବା ପିଲାମାନଙ୍କ ନିକଟରୁ ଚଳିତ ଦଶନ୍ଧିର ବଳକା ସମୟ ବହୁ ଆଶା ଓ ଆକାଂକ୍ଷା ରଖିଛି ।

ସେ କହିଲେ, “ଏହି ଦଶନ୍ଧିରେ ଦେଶ ଯାହା କିଛି କରୁ ନା କାହିଁକି, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଥିବା ପିଲାମାନଙ୍କୁ ଏବେ ଏକ ମହାନ ଭୂମିକା ତୁଲାଇବାକୁ ପଡ଼ିବ । ଦେଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ, ନୂଆ ଆଶା ହାସଲ ପାଇଁ ଏବେ ସବୁକିଛି ଏହି ନୂଆ ପିଢ଼ିଙ୍କ ଉପରେ ନିର୍ଭର କରୁଛି ।”

ଆଲୋଚନା ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଲେ, ସେ ଯୋଗ ଦେଉଥିବା କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରୁ ପରୀକ୍ଷା ପେ ଚର୍ଚ୍ଚା ତାଙ୍କ ହୃଦୟର ସବୁଠୁ ନିକଟତର ।

“ପ୍ରଧାନମନ୍ତ୍ରୀ ଭାବେ ଜଣକୁ ବହୁ ପ୍ରକାରର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିଥାଏ । ଏସବୁ ଆଲୋଚନାରୁ ଅନେକ କିଛି ଶିଖିବାକୁ ମିଳିଥାଏ । ସେଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଏକ ନୂଆ ଅଭିଜ୍ଞତା ଦେଇଥାଏ । କିନ୍ତୁ ମୋତେ ଯଦି କେହି ପଚାରିବ, କେଉଁ କାର୍ଯ୍ୟକ୍ରମ ମୋ ହୃଦୟକୁ ଛୁଇଁଛି, ତେବେ ମୁଁ କହିବି ତାହା ହେଉଛି ପରୀକ୍ଷା ପେ ଚର୍ଚ୍ଚା । ମୁଁ ହାକାଥନରେ ଯୋଗଦେବାକୁ ମଧ୍ୟ ଭଲ ପାଏ । ସେମାନେ ଭାରତର ଶକ୍ତି ଓ ପ୍ରତିଭାକୁ ପ୍ରଦର୍ଶନ କରିଥାନ୍ତି” ବୋଲି ସେ କହିଲେ ।

ନିରୁତ୍ସାହ ଓ ମୁଡ୍ ପରିବର୍ତ୍ତନ ସହ ମୁକାବିଲା

ପଢ଼ା ବେଳେ ଆଗ୍ରହ କମୁଥିବା ନେଇ ଏକ ଛାତ୍ର କରିଥିବା ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଲେ, ଅଧିକାଂଶ ସମୟରେ ବିଦ୍ୟାର୍ଥୀମାନେ ବିଭିନ୍ନ ବାହ୍ୟ କାରଣରୁ ନିରୁତ୍ସାହିତ ହୋଇଥାନ୍ତି ଏବଂ ସେମାନେ ନିଜ ଆଶାକୁ ଅଧିକ ପ୍ରଧାନ୍ୟ ଦେଇଥାନ୍ତି ।

ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ କହିଲେ, ନିରୁତ୍ସାହିତ ହେବାର କାରଣକୁ ଖୋଜି ବାହାର କର ଏବଂ ଏହାକୁ କିଭଳି ମୁକାବିଲା କରାଯିବ ସେନେଇ ଚିନ୍ତା କର । ସେ ଏଥିପାଇଁ ନିକଟରେ ଘଟିଥିବା ଚନ୍ଦ୍ରାୟନ ସମସ୍ୟା ଓ ଇସ୍ରୋଙ୍କୁ ତାଙ୍କ ଗସ୍ତର ଉଦାହରଣ ଦେଇଥିଲେ ।

“ପ୍ରେରଣା ଓ ନିରୁତ୍ସାହ ବେଶ୍ ସାଧାରଣ । ପ୍ରତ୍ୟେକ ଏହି ଅନୁଭବ ଦେଇ ଗତି କରିଥାନ୍ତି । ଏ ପ୍ରସଙ୍ଗ ସ୍ୱରୂପ ମୁଁ ଚନ୍ଦ୍ରାୟନ ସମୟରେ ମୋର ଇସ୍ରୋ ଗସ୍ତ ଏବଂ ଆମର କଠିନ ପରିଶ୍ରମୀ ବୈଜ୍ଞାନିକଙ୍କ ସହ ବିତାଇଥିବା ସମୟକୁ ଭୁଲିପାରିବି ନାହିଁ ।”

ସେ କହିଲେ, “ଆମେ ବିଫଳତାକୁ ଝୁଣ୍ଟି ପଡ଼ିବା ବା ହାରିଯିବା ବୋଲି ଭାବିନା ଅନୁଚିତ । ଆମେ ଜୀବନର ପ୍ରତ୍ୟେକ ଦିଗରେ ଉତ୍ସାହୀ ହେବା ଉଚିତ । ଏକ ସାମୟିକ ପଛଘୁଞ୍ଚା ଅର୍ଥ ନୁହେଁ ଯେ ଆମେ ଜୀବନରେ ସଫଳତା ପାଇପାରିବା ନାହିଁ । ଏକ ବିଫଳତାର ଅର୍ଥ ହେଉଛି ଆଗକୁ ଶ୍ରେଷ୍ଠ ରହିଛି । ଆମେ ଆମର ଚାପଗ୍ରସ୍ତ ସ୍ଥିତିକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଏକ ପାଦରେ ପରିବର୍ତ୍ତନ କରିବା ଆବଶ୍ୟକ ।”

2001ରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଳେ କିଭଳି ଏକ କଷ୍ଟକର ପରିସ୍ଥିତିରୁ କ୍ରିକେଟର ରାହୁଲ ଦ୍ରାବିଡ଼ ଓ ଭିଭିଏସ୍ ଲକ୍ଷ୍ମଣ ଭାରତ ପାଇଁ ବିଜୟ ଆଣିଥିଲେ, ପ୍ରଧାନମନ୍ତ୍ରୀ ତାହାର ଉଦାହରଣ ଦେଇଥିଲେ ।

ଏହାଛଡ଼ା କିଭଳି ଭାରତୀୟ ବୋଲର ଅନିଲ କୁମ୍ବଲେ ନିଜର କ୍ଷତ ସତ୍ତ୍ୱେ ଭାରତ ପାଇଁ ଗୌରବ ଆଣିବାକୁ ବୋଲିଂ କରିଥିଲେ ସେ ତାହା ବର୍ଣ୍ଣନା କରିଥିଲେ ।

“ଏହା ହିଁ ସକାରାତ୍ମକ ପ୍ରେରଣାର ଶକ୍ତି” ବୋଲି ସେ କହିଥିଲେ ।

ପାଠପଢ଼ା ବାହାର କାର୍ଯ୍ୟକଳାପ ଓ ପାଠପଢ଼ା ମଧ୍ୟରେ ସନ୍ତୁଳନ:

କିଭଳି ପାଠପଢ଼ା ଓ ବାହ୍ୟ କାର୍ଯ୍ୟକଳାପ ମଧ୍ୟରେ ସନ୍ତୁଳନ ଅଣାଯାଇପାରିବ ବୋଲି ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଲେ, ଏକ ବିଦ୍ୟାର୍ଥୀ ଜୀବନରେ ପାଠପଢ଼ା ସହ ଜଡ଼ିତ ବାହ୍ୟ କାର୍ଯ୍ୟକଳାପକୁ ଅଣଦେଖା କରାଯାଇପାରିବ ନାହିଁ ।

ସେ କହିଲେ, “ପାଠପଢ଼ା ବାହାର କାର୍ଯ୍ୟକଳାପ ବିନା ଜଣେ ଛାତ୍ର ରୋବୋଟ ସହ ସମାନ ।”

କିନ୍ତୁ ସେ କହିଲେ ଯେ ପାଠପଢ଼ା ଓ ବାହ୍ୟ କାର୍ଯ୍ୟକଳାପକୁ ସନ୍ତୁଳନ ରଖିବା ପାଇଁ ବିଦ୍ୟାର୍ଥୀଙ୍କୁ ଏକ ଉତ୍ତମ ତଥା ଯଥାର୍ଥ ସମୟ ପରିଚାଳନା ଆବଶ୍ୟକ ।

“ବର୍ତ୍ତମାନ ସମୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ମୁଁ ଆଶା କରୁଛି ଯେ ଯୁବଗୋଷ୍ଠୀ ଏହାକୁ ବ୍ୟବହାର କରି ନିଜର ଅଭ୍ୟାସ ଓ କାର୍ଯ୍ୟକଳାପକୁ ଆଗ୍ରହ ଓ ଉପଯୁକ୍ତ ଉତ୍ସାହ ସହ କରିପାରିବେ।”

ତେବେ ପିଲାମାନଙ୍କ ପାଠପଢ଼ା ବାହାର ଆଗ୍ରହକୁ ଏକ ଫେସନ ଷ୍ଟେଟମେଣ୍ଟରେ ପରିଣତ ନ କରିବାକୁ ସେ ପିତାମାତାମାନଙ୍କୁ ଚେତାଇ ଦେଇଥିଲେ ।

“ଯେତେବେଳେ ପିଲାମାନଙ୍କ ଆଗ୍ରହ ପିତାମାତାଙ୍କ ଫେସନ ଷ୍ଟେଟମେଣ୍ଟରେ ପରିଣତ ହୁଏ, ତାହା ଭଲ ନୁହେଁ । ପାଠପଢ଼ା ବାହାର କାର୍ଯ୍ୟକଳାପକୁ ଗ୍ଲାମରରେ ପରିଣତ ହେବା ଅନୁଚିତ” ବୋଲି ସେ କହିଲେ ।

ସ୍କୋର ସବୁ କିଛି କି ?

କିଭଳି ପରୀକ୍ଷାରେ ଅଧିକ ନମ୍ବର ସ୍କୋର କରାଯାଇପାରିବ ଓ ଏହା ସବୁକିଛି ନିର୍ଦ୍ଧାରଣ କରୁଛି କି ବୋଲି ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଲେ, “ଆମର ଶିକ୍ଷା ବ୍ୟବସ୍ଥା ବିଭିନ୍ନ ପରୀକ୍ଷାରେ ଆମର ପ୍ରଦର୍ଶନ ଆଧାରରେ ଆମର ସଫଳତା ନିର୍ଦ୍ଧାରଣ କରିଥାଏ । ଯଦିଓ ଆମେ ଉତ୍ତମ ମାର୍କ ରଖିବାକୁ ଗୁରୁତ୍ୱ ଦେଇଥାଉ, ଏଥିପାଇଁ ଆମ ପିତାମାତା ମଧ୍ୟ ପ୍ରୋତ୍ସାହିତ କରିଥାନ୍ତି ।”

ଆଜି ବିଭିନ୍ନ ପ୍ରକାର ସୁଯୋଗ ରହିଛି ବୋଲି କହି ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି, ସଫଳତା ଓ ବିଫଳତା ସବୁକିଛି ପରୀକ୍ଷା ନିର୍ଦ୍ଧାରଣ କରିଥାଏ ବୋଲି ଥିବା ଭାବନାରୁ ବାହାରକୁ ଆସ ।

“ମାର୍କ ଜୀବନ ନୁହେଁ । ସେହିପରି ପରୀକ୍ଷା ସାରା ଜୀବନକୁ ନିର୍ଦ୍ଧାରଣ କରି ନ ଥାଏ । ଏହା ଆମ ବାଟରେ ଏକ ପାଦ, ଜୀବନରେ ଏକ ପ୍ରମୁଖ ପାଦ । କିନ୍ତୁ ଏହା ସବୁକିଛି ବୋଲି ନ କହିବାକୁ ମୁଁ ପିତାମାତାଙ୍କୁ ପ୍ରାର୍ଥନା କରୁଛି । ଯଦି ଏହା ନ ହୁଏ, ତେବେ ତୁମେ ସବୁକିଛି ହରାଇ ଦେଲ ବୋଲି ଭାବିବା ଅନୁଚିତ । ତୁମେ ଯେ କୌଣସି କ୍ଷେତ୍ରକୁ ଯାଇପାରିବ । ସେଠାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି” ବୋଲି ସେ କହିଲେ ।

ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ପରୀକ୍ଷା ଜୀବନ ନୁହେଁ । ତୁମମାନଙ୍କୁ ଏହି ଚିନ୍ତାଧାରାରୁ ବାହାରିବାକୁ ପଡ଼ିବ ।

ଶିକ୍ଷାରେ ଟେକ୍ନୋଲୋଜିର ଗୁରୁତ୍ୱ:

ଟେକ୍ନୋଲୋଜିର ଗୁରୁତ୍ୱ ଏବଂ ଶିକ୍ଷାରେ ଏହାର ବ୍ୟବହାର ସମ୍ପର୍କରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଲେ, ଛାତ୍ରଛାତ୍ରୀମାନେ ସଦ୍ୟତମ ଟେକ୍ନୋଲୋଜି ଦ୍ୱାରା ନିଜକୁ ଅପଡେଟ କରିବା ଉଚିତ, ତେବେ ଏହାର ଅପବ୍ୟବହାରର କୁପରିଣାମ ନେଇ ଯତ୍ନଶୀଳ ରହିବା ଉଚିତ ବୋଲି ମଧ୍ୟ ଅନୁରୋଧ କରିଥିଲେ ।

“ଟେକ୍ନୋଲୋଜିର ଭୟ ଭଲ ନୁହେଁ । ଟେକ୍ନୋଲୋଜି ଏକ ବନ୍ଧୁ ଅଟେ । ଟେକ୍ନୋଲୋଜି ସମ୍ପର୍କରେ ସମ୍ୟକ ଜ୍ଞାନ ଆହରଣ ଯଥେଷ୍ଟ ନୁହେଁ । ଏହାର ବ୍ୟବହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଟେକ୍ନୋଲୋଜି ଆମ ଦୈନନ୍ଦିନ ଜୀବନର ଏକ ଅଂଶ କିନ୍ତୁ ଆମେ ଏହାକୁ ଅପବ୍ୟବହାର କଲେ, ଏହା ଆମର ମୂଲ୍ୟବାନ ସମୟ ଓ ସମ୍ବଳକୁ ନଷ୍ଟ କରିଥାଏ” ବୋଲି ସେ କହିଲେ ।

ଅଧିକାର ବନାମ କର୍ତ୍ତବ୍ୟ:

ଏକ ବିଦ୍ୟାର୍ଥୀର ଅଧିକାର କ’ଣ ଏବଂ କିଭଳି ନାଗରିକମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯାଇପାରିବ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଲେ ଯେ ଏକ ବ୍ୟକ୍ତିର ଅଧିକାର ତା’ର କର୍ତ୍ତବ୍ୟ ଦ୍ୱାରା ପରିବେଷ୍ଟିତ ।

ଜଣେ ଶିକ୍ଷକଙ୍କ ଉଦାହରଣ ଦେଇ ସେ କହିଲେ, ଯଦି ଶିକ୍ଷକ ନିଜର କର୍ତ୍ତବ୍ୟ ଠିକ୍ ଭାବେ କରିବେ, ତେବେ ତାହାହେଲେ ସେ ବିଦ୍ୟାର୍ଥୀମାନଙ୍କ ଅଧିକାରକୁ ପୂରଣ କରୁଛନ୍ତି ।

ଜାତିର ପିତାଙ୍କ ଉକ୍ତିକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଲେ, “ମହାତ୍ମା ଗାନ୍ଧି କହିଥିଲେ ଯେ ଦୁନିଆରେ କୌଣସି ମୌଳିକ ଅଧିକାର ନାହିଁ, କିନ୍ତୁ ମୌଳିକ କର୍ତ୍ତବ୍ୟ ରହିଛି ।”

“ସ୍ୱାଧୀନତାର ଶହେ ବର୍ଷ ପରେ 2047 ବେଳର ଭାରତ ବିକାଶରେ ପ୍ରମୁଖ ଭୂମିକା ତୁଲାଇବାକୁ ଯାଉଥିବା ବିଦ୍ୟାର୍ଥୀଙ୍କ ସହ ଆଜି ମୁଁ କଥା ହେଉଛି । ମୁଁ ଆଶା କରୁଛି ଯେ ଏହି ପିଢ଼ି ଆମ ସମ୍ବିଧାନର ମୌଳିକ କର୍ତ୍ତବ୍ୟକୁ ପାଳନ କରିବେ ।”

କିଭଳି ପିତାମାତା ଓ ଶିକ୍ଷକଙ୍କ ଚାପ ଓ ଆଶା ସହ ମୁକାବିଲା କରାଯିବ ?

କିଭଳି ପିତାମାତା ଓ ଶିକ୍ଷକଙ୍କ ଚାପ ଓ ଆଶାର ମୁକାବିଲା କରାଯାଇପାରିବ, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀଙ୍କ ଉପରେ ଚାପ ନ ଦେବାକୁ ପିତାମାତାଙ୍କୁ ଅନୁରୋଧ କରିଥିଲେ ।

“ପିଲାମାନଙ୍କୁ ଚାପରେ ନୁହଁ ପ୍ରବର୍ତ୍ତାଇବା ଦ୍ୱାରା ଆଗାମୀ ବାଟ ବାହାରିବ । ପିଲାମାନଙ୍କୁ ପ୍ରେରଣା ଦିଅ, ଯାହାକି ସେମାନଙ୍କ ଭିତରର ସମ୍ଭାବନାକୁ ବିକଶିତ କରିବ ।”

ପଢ଼ିବା ପାଇଁ ସର୍ବୋତ୍କୃଷ୍ଟ ସମୟ ଏବଂ ବୋର୍ଡ ପରୀକ୍ଷା

ପାଠପଢ଼ା ପାଇଁ କେଉଁଟା ସର୍ବୋତ୍କୃଷ୍ଟ ସମୟ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପାଠପଢ଼ା ତୁଳନାରେ ପର୍ଯ୍ୟାପ୍ତ ବିଶ୍ରାମ ହେଉଛି ଗୁରୁତ୍ୱପୂର୍ଣ୍ଣ ।

ସେ କହିଲେ, “ଯେଭଳି ବର୍ଷା ପରେ ଆକାଶ ନିର୍ମଳ ଥାଏ, ସକାଳେ ମସ୍ତିଷ୍କ ତାଜା ରହିଥାଏ । ଜଣେ ନିଜ ହିସାବରେ ଏହି ରୁଟିନକୁ ଅନୁସରଣ କରିବା ଉଚିତ ।”

ପରୀକ୍ଷା ସମୟରେ ହଠାତ୍ ମୁଣ୍ଡରୁ ସବୁ ଉଭାନ ହୋଇଯିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତିକୁ ଜୋରଦାର କରିବାକୁ ପରାମର୍ଶ ଦେଇଥିଲେ ।

“ମୁଁ ବିଦ୍ୟାର୍ଥୀମାନଙ୍କୁ ଅନୁରୋଧ କରିବି ଯେ ସେମାନଙ୍କ ପ୍ରସ୍ତୁତି ନେଇ ଆତ୍ମବିଶ୍ୱାସ ରଖନ୍ତୁ । କୌଣସି ଚାପ ରଖି ପରୀକ୍ଷା ହଲରେ ପଶନ୍ତୁ ନାହିଁ । ଅନ୍ୟମାନେ କ’ଣ କରୁଛନ୍ତି, ସେଥିପ୍ରତି ଚିନ୍ତା କରିବାର କାରଣ ନାହିଁ । ନିଜ ଉପରେ ଭରସା ରଖ ଏବଂ ଯାହା ପ୍ରସ୍ତୁତି କରିଛ, ତା’କୁ ଅନୁସରଣ କର” ବୋଲି ସେ କହିଲେ ।

ଭବିଷ୍ୟତ କ୍ୟାରିୟର ବିକଳ୍ପ

ଭବିଷ୍ୟତ କ୍ୟାରିୟର ବିକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଲେ ଯେ ନିଜ ହୃଦୟକୁ ଶୁଣ ଏବଂ ଜାତି ତଥା ଏହାର ବିକାଶ ପାଇଁ ଉତ୍ସାହର ସହ କାମ କର ।

“କ୍ୟାରିୟର ବେଶ୍ ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ କିଛି ଦାୟିତ୍ୱ ନେବା ଉଚିତ । ଦାୟିତ୍ୱକୁ ତୁଲାଇବା ସମୟରେ ଆମେମାନେ ସବୁବେଳେ ଜାତି ପାଇଁ ଅବଦାନ ରଖିବା” ବୋଲି ସେ କହିଲେ ।

ପ୍ରଧାନମନ୍ତ୍ରୀଙ୍କ ତୃତୀୟ ସଂସ୍କରଣ ଆଲୋଚନା କାର୍ଯ୍ୟକ୍ରମ “ପରୀକ୍ଷା ପେ ଚର୍ଚ୍ଚା 2020” ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ‘କ୍ଷୁଦ୍ର ପ୍ରବନ୍ଧ’ ଅନଲାଇନ୍ ପ୍ରତିଯୋଗିତା ଶୁଭାରମ୍ଭ ହୋଇଥିଲା । 2019 ଡିସେମ୍ବର 2ରୁ 2019 ଡିସେମ୍ବର 23 ମଧ୍ୟରେ 3 ଲକ୍ଷରୁ ଅଧିକ ପିଲା ଏହି ପ୍ରତିଯୋଗିତା ପାଇଁ ଅନଲାଇନରେ ଆବେଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ 2.6 ଲକ୍ଷ ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିଥିଲେ । 1.03 ଲକ୍ଷ ବିଦ୍ୟାର୍ଥୀ 2019 ପ୍ରତିଯୋଗିତାରେ ଭାଗ ନେଇଥିଲେ । ବଛାବଛା ବିଜେତାମାନେ ପରୀକ୍ଷା ପେ ଚର୍ଚ୍ଚା 2020ରେ ଯୋଗଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ ।

ପରୀକ୍ଷା ସମ୍ବନ୍ଧରେ ସିବିଏସ୍ଇ ଓ କେଭିଏସ୍ ସ୍କୁଲ ବିଦ୍ୟାର୍ଥୀଙ୍କ ମଧ୍ୟରେ ଏକ ଚିତ୍ରକଳା ଓ ପୋଷ୍ଟର ମେକିଂ ପ୍ରତିଯୋଗିତା ହୋଇଥିଲା ଏବଂ ପ୍ରାୟ 725ଟି ପୋଷ୍ଟର ଓ ପେଣ୍ଟିଂ ଗ୍ରହଣ ହୋଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ 50ଟି ଚୟନ କରାଯାଇ ପରୀକ୍ଷା ପେ ଚର୍ଚ୍ଚା 2020ରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପ୍ରଦର୍ଶିତ କରାଯାଇଥିଲା ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi