ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ବ୍ରାସିଲିଆଠାରେ ନଭେମ୍ବର 13, 2019ରେ ଚୀନ ରାଷ୍ଟ୍ରପତି ମିଷ୍ଟର ସି ଜିନପିଙ୍ଗଙ୍କୁ ଭେଟିଛନ୍ତି ।

ଚେନ୍ନାଇଠାରେ ଦ୍ୱିତୀୟ ଅନୌପଚାରିକ ବୈଠକରେ ତାଙ୍କୁ ଆତିଥ୍ୟ ପ୍ରଦାନ କରିଥିବାରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତର ଜନସାଧାରଣଙ୍କ ଭବ୍ୟ ସ୍ୱାଗତକୁ କେବେ ବି ଭୁଲି ପାରିବେ ନାହିଁ । ସେ 2020ରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଅନୌପଚାରିକ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ । ଏଥିପାଇଁ ସ୍ଥାନ ଓ ତାରିଖ କୁଟନୈତିକ ମାଧ୍ୟମରେ ସ୍ଥିର କରାଯିବ ।

ଚୀନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟବସାୟ ଓ ନିବେଶ ପ୍ରସଙ୍ଗରେ ସମ୍ପର୍କ ଜାରି ରଖିବାର ମହତ୍ୱ ଉପରେ ସହମତି ପ୍ରକାଶ କରିଥିଲେ । ସାଙ୍ଘାଇଠାରେ ଚୀନର ରପ୍ତାନୀ-ଆମଦାନୀ ପ୍ରଦର୍ଶନୀରେ ଭାରତର ଅଂଶଗ୍ରହଣ ଲାଗି ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ । ଦୁଇ ନେତା ବ୍ୟବସାୟ ଓ ଅର୍ଥବ୍ୟବସ୍ଥାକୁ ନେଇ ନୂତନ ଉଚ୍ଚସ୍ତରୀୟ ବ୍ୟବସ୍ଥା ଶୀଘ୍ର ବିକଶିତ କରିବା ନେଇ ସହମତି ପ୍ରକାଶ କରିଥିଲେ ।

 

ଆଗାମୀ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର 70ତମ ବାର୍ଷିକୀ ପାଳନର ପ୍ରସ୍ତୁତିକୁ ନେଇ ଉଭୟ ନେତା ସମୀକ୍ଷା କରିଥିଲେ । ଉଭୟ ନେତା କହିଲେ ଯେ ଏହାଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ସମ୍ବନ୍ଧ ଆହୁରି ସୁଦୃଢ଼ ହେବ ।

ଦୁଇ ନେତା କହିଲେ ଯେ ସୀମା ସହ ଜଡିତ ବିଷୟରେ ସ୍ଵତନ୍ତ୍ର ପ୍ରତିନିଧିମାନଙ୍କ ଆଉ ଏକ ବୈଠକ ହେବ । ଉଭୟ ନେତା ସୀମା କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାର ମହତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦୀ ଡବ୍ଲୁଟିଓ, ବ୍ରିକ୍ସ ଓ ଆରସିଇପି ଭଳି ବହୁପକ୍ଷୀୟ ବିଷୟରେ ବିଚାର ଆଦାନ ପ୍ରଦାନ କରିଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi