#MannKiBaat: PM Modi expresses concern over floods in several parts of country, urges for faster relief operations
#MannKiBaat: Technology can help in accurate weather forecast and preparedness, says PM Modi
#MannKiBaat: #GST is Good and Simple Tax, can be case study for economists worldwide, says PM Modi
#MannKiBaat: PM Modi appreciates Centre-State cooperation in smooth rollout of #GST
#GST demonstrates the collective strength of our country, says PM Modi during #MannKiBaat
August is the month of revolution for India, cannot forget those who fought for freedom: PM Modi during #MannKiBaat
Mahatma Gandhi’s clarion call for ‘do or die’ instilled confidence among people to fight for freedom: PM during #MannKiBaat
By 2022, let us resolve to free the country from evils like dirt, poverty, terrorism, casteism & communalism: PM during #MannKiBaat
Let us pledge that in 2022, when we mark 75 years of independence, we would take the country t greater heights: PM during #MannKiBaat
Festivals spread the spirit of love, affection & brotherhood in society: PM Modi during #MannKiBaat
Women of our country are shining; they are excelling in every field: PM Modi during #MannKiBaat

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ମନୁଷ୍ୟର ମନ ଏପରି ଗଢ଼ା ଯେ ବର୍ଷାକାଳ ତାକୁ ବଡ଼ ଆକର୍ଷଣୀୟ ଲାଗେ । ପଶୁପକ୍ଷୀ, ବୃକ୍ଷଲତା, ପ୍ରକୃତି ସମସ୍ତେ ବର୍ଷାକାଳର ଆଗମନରେ ପ୍ରଫୁଲ୍ଲିତ ହୋଇଉଠନ୍ତି । କିନ୍ତୁ ବେଳେବେଳେ ବର୍ଷା ଯେତେବେଳେ ବିକଟାଳ ରୂପ ଧାରଣ କରେ, ସେତେବେଳେ ତା'ର ବିନାଶକାରୀ ଶକ୍ତିର ପରିଚୟ ମିଳେ । ପ୍ରକୃତି ଆମକୁ ଜୀବନ ଦିଏ, ଆମର ପ୍ରତିପୋଷଣ କରେ କିନ୍ତୁ ବେଳେବେଳେ ବନ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପଦଗୁଡ଼ିକର କରାଳ ରୂପ ବହୁତ ବିନାଶର କାରଣ ହୋଇଥାଏ । ପରିବର୍ତ୍ତିତ ଋତୁଚକ୍ର ଆଉ ପରିବେଶର ଯେଉଁ ପରିବର୍ତ୍ତନ ହେଉଛି ତା'ର ବହୁତ ନକାରାତ୍ମକ ପ୍ରଭାବ ପଡ଼ୁଛି । ଗତ କିଛିଦିନ ଭିତରେ ଭାରତର କେତେକ ସ୍ଥାନରେ ବିଶେଷକରି ଆସାମ, ଉତ୍ତର-ପୂର୍ବ କ୍ଷେତ୍ର, ଗୁଜରାଟ, ରାଜସ୍ଥାନ ତଥା ବଙ୍ଗଳାର କେତେକ ଭାଗରେ ଅତିବୃଷ୍ଟି ଯୋଗୁଁ ପ୍ରାକୃତିକ ବିପଦ ଦେଖାଦେଇଛି । ବନ୍ୟା ପ୍ରଭାବିତ ଅଂଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟର ସମ୍ପୂର୍ଣ୍ଣ ତଦାରଖ କରାଯାଉଛି । ବ୍ୟାପକ ସ୍ତରରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । କେତେକ ସ୍ଥାନରେ ମୋ ମନ୍ତ୍ରୀମଣ୍ଡଳର ସହକର୍ମୀମାନେ ମଧ୍ୟ ପହଞ୍ଚୁଛନ୍ତି । ରାଜ୍ୟ ସରକାରମାନେ ମଧ୍ୟ ନିଜ ନିଜ ବ୍ୟବସ୍ଥା ଅନୁସାରେ ବନ୍ୟାପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି । ସାମାଜିକ ସଂଗଠନ, ସାଂସ୍କୃତିକ ସଂଗଠନ ତଥା ସେବାଭାବରେ ପ୍ରେରିତ ନାଗରିକମାନେ ମଧ୍ୟ ଏ ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଯଥେଷ୍ଟ ଉଦ୍ୟମ କରୁଛନ୍ତି । ଭାରତ ସରକାରଙ୍କ ତରଫରୁ ସ୍ଥଳସେନା ଓ ବାୟୁସେନାର ଯବାନମାନେ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର କର୍ମୀ, ଅର୍ଦ୍ଧସାମରିକ ବାହିନୀ ସମସ୍ତେ ବିପନ୍ନମାନଙ୍କର ସେବା ପାଇଁ ଆପ୍ରାଣ ଉଦ୍ୟମ କରିଥାନ୍ତି । ବନ୍ୟା ଯୋଗୁଁ ଜନଜୀବନ ବଡ଼ ଅସ୍ତବ୍ୟସ୍ତ ହୋଇଯାଏ । ଫସଲ, ପଶୁଧନ, ଭିତ୍ତିଭୂମି, ରାସ୍ତା, ବିଦ୍ୟୁତ ବ୍ୟବସ୍ଥା, ସଂଚାରତନ୍ତ୍ର ସବୁକିଛି ପ୍ରଭାବିତ ହୋଇଥାଏ । ବିଶେଷକରି ଆମର ଚାଷୀଭାଇମାନଙ୍କର ଫସଲ, ଜମିବାଡ଼ି ବହୁତ କିଛି କ୍ଷତି ହୋଇଥାଏ । ସେଥିପାଇଁ ବୀମା କମ୍ପାନୀମାନଙ୍କୁ ବିଶେଷକରି ଫସଲ ବୀମା କମ୍ପାନୀମାନଙ୍କୁ ସକ୍ରିୟ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ଯାହାଫଳରେ କୃଷକମାନଙ୍କର କ୍ଷତିପୂରଣ ଦାବିର ଫଏସଲା ତୁରନ୍ତ ହୋଇପାରିବ । ବନ୍ୟା ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସପ୍ତାହର ସବୁଦିନ 24 ଘଣ୍ଟିଆ ହେଲ୍ପ-ଲାଇନ ନମ୍ବର - 1078 ନିରବଚ୍ଛିନ୍ନ ଭାବେ କାମ କରୁଛି । ଲୋକମାନେ ମଧ୍ୟ ସେମାନଙ୍କର ଅସୁବିଧା ଜଣାଉଛନ୍ତି । ବର୍ଷାଋତୁ ପୂର୍ବରୁ ସବୁ କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ (Mock Drill) କରି ପୁରା ସରକାରୀ ତନ୍ତ୍ରକୁ ସଜାଗ କରାଯାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ଟିମ୍ ମାନଙ୍କୁ କାମରେ ଲଗାଯାଇଛି । ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ମିତ୍ର ନିଯୁକ୍ତ କରି ସେମାନେ କ'ଣ କରିବେ – କ'ଣ ନ କରିବେ ସେ ବିଷୟରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା, ସ୍ୱେଚ୍ଛାସେବକ ସ୍ଥିର କରିବା, ଗୋଟିଏ ଜନସଂଗଠନ ଗଠନ କରି ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ପଦକ୍ଷେପ ନିଆଯାଉଛି । ପାଣିପାଗ ପୂର୍ବାନୁମାନ ପାଇଁ ଏବେ ପ୍ରଯୁକ୍ତି କୌଶଳ ବା ଟେକ୍ନୋଲଜି ବହୁତ ଆଗେଇଗଲାଣି । ମହାକାଶ ବିଜ୍ଞାନର ମଧ୍ୟ ବହୁତ ବଡ଼ ଅବଦାନ ରହିଛି, ଫଳରେ ପୂର୍ବାନୁମାନ ପ୍ରାୟତଃ ସଠିକ୍ ହୋଇପାରୁଛି । ଧୀରେ ଧୀରେ ଆମେମାନେ ମଧ୍ୟ ଆମର ସ୍ୱଭାବରେ ପରିବର୍ତ୍ତନ କରିବା ଦରକାର, ଯାହାଫଳରେ ଋତୁର ପୂର୍ବାଭାଷ ଅନୁସାରେ ଆମେ ଆମର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିପାରିବା ଏବଂ କ୍ଷତିରୁ ରକ୍ଷା ପାଇପାରିବା ।

ମୁଁ ଯେତେବେଳେ "ମନ୍ କି ବାତ୍” ପାଇଁ ପ୍ରସ୍ତୁତ ହେଉଛି – ମୁଁ ଦେଖୁଛି ଦେଶର ନାଗରିକମାନେ ମୋ'ଠାରୁ ଅଧିକ ପ୍ରସ୍ତୁତି କରୁଛନ୍ତି । ଏଥର ତ ବସ୍ତୁ ଓ ସେବା କର - GSTକୁ ନେଇ ଅନେକ ଚିଠି ଆସିଛି, ଅନେକ ଫୋନ କଲ ଆସିଛି । ଏବେବି ଲୋକମାନେ GST ବିଷୟରେ ଜିଜ୍ଞାସା କରୁଛନ୍ତି ଆଉ ଖୁସିବ୍ୟକ୍ତ କରୁଛନ୍ତି । ଗୋଟିଏ ଫୋନକଲ୍ ମୁଁ ଆପଣମାନଙ୍କୁ ଶୁଣାଉଛି –

"ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ଗୁରଗାଓଁରୁ ନୀତୁ ଗର୍ଗ କହୁଛି । ମୁଁ Chartered Accountants Day ରେ ଆପଣଙ୍କ ଭାଷଣ ଶୁଣିଛି ଆଉ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହିଭଳି ଭାବରେ ଗତମାସ ଆଜିର ତାରିଖରେ Goods and Services Tax - GST ର ପ୍ରଚଳନ ହୋଇଛି । ୟା' ଭିତରେ ମାସଟିଏ ସମ୍ପୂର୍ଣ୍ଣ ହୋଇଛି - ଆପଣ କହିପାରିବେ କି ସରକାର ଯେମିତି ଆଶା କରିଥିଲେ ସେମିତି ଫଳାଫଳ ଆସୁଛି କି ନାହିଁ? ମୁଁ ଏ ବିଷୟରେ ଆପଣଙ୍କ ମତାମତ ଜାଣିବାକୁ ଚାହୁଁଛି । ଧନ୍ୟବାଦ ।''

GST ପ୍ରଚଳନ ହେବାର ପ୍ରାୟ ଏକମାସ ବିତିଛି ତଥା ତା'ର ଲାଭ ଅନୁଭୂତ ହେଲାଣି । ଆଉ ଯେତେବେଳେ ଜଣେ ଗରିବ ଲୋକ ମୋତେ ଚିଠି ଲେଖି ଜଣାଉଛି ଯେ GST ଯୋଗୁଁ ଗରିବର ଆବଶ୍ୟକ ସାମଗ୍ରୀର ଦାମ କମ୍ ହୋଇଛି, ଜିନିଷ ଶସ୍ତା ହୋଇଛି – ସେତେବେଳେ ମତେ ବହୁତ ଖୁସି ମିଳୁଛି – ସନ୍ତୋଷ ମିଳୁଛି । ଯେତେବେଳେ ଉତ୍ତର-ପୂର୍ବାଞ୍ଚଳ, ଦୂର ଦୂରାନ୍ତର ପାହାଡ଼ ଜଙ୍ଗଲରେ ବାସ କରୁଥିବା କୌଣସି ବ୍ୟକ୍ତି ଲେଖୁଛି ଯେ, ପ୍ରଥମେ ପ୍ରଥମେ ଡର ଲାଗୁଥିଲା କେଜାଣି କ'ଣ ହେବ କିନ୍ତୁ ଏବେ ତାକୁ ବୁଝିବାକୁ ଚେଷ୍ଟାକରି ଜାଣୁଛି ଯେ ପୂର୍ବ ଅପେକ୍ଷା କାମ ସହଜ ହୋଇଗଲା, ସେତେବେଳେ ଖୁସି ଲାଗେ । ବ୍ୟବସାୟ ଆହୁରି ସହଜ ହୋଇଯାଇଛି ଏବଂ ସବୁଠୁଁ ବଡ଼ କଥା ହେଲା ଗ୍ରାହକମାନଙ୍କର ବ୍ୟବସାୟୀମାନଙ୍କ ଉପରେ ଭରସା ବଢ଼ିଛି । ଏବେ ମୁଁ ଦେଖୁଥିଲି - ପରିବହନ ବିଶେଷ କରି ମାଲ ପରିବହନ କ୍ଷେତ୍ରରେ GSTର କିଭଳି ପ୍ରଭାବ ପଡ଼ିଛି । ଟ୍ରକଗୁଡ଼ିକର ଗମନାଗମନ କେତେଦୂର ବଢ଼ିଛି । ଦୂରସ୍ଥାନକୁ ପରିବହନ ସମୟ କେତେ କମିଛି । ଜାତୀୟ ରାଜପଥଗୁଡ଼ିକ ବାଧାମୁକ୍ତ ହୋଇଛି । ଟ୍ରକଗୁଡ଼ିକର ଗତି ବଢ଼ିବା ଦ୍ୱାରା ପ୍ରଦୂଷଣ ମଧ୍ୟ କମ୍ ହୋଇଛି । ମାଲ ତଥା ପଣ୍ୟଦ୍ରବ୍ୟ ବହୁତ ଶୀଘ୍ର ପହଞ୍ଚି ପାରୁଛି । ଏ ସମସ୍ତ ସୁବିଧା ତ ହୋଇଛି – ତା' ସଙ୍ଗେ ସଙ୍ଗେ ଆର୍ଥିକ ପ୍ରଗତି ମଧ୍ୟ ସବଳ ହୋଇଛି । ପୂର୍ବରୁ ଅଲଗା ଅଲଗା କର ସଂରଚନା ଥିବାରୁ ପରିବହନ ତଥା ମାଲ ପରିବହନ କ୍ଷେତ୍ରରେ ସର୍ବାଧିକ ସମ୍ବଳ କାଗଜପତ୍ର କାମ କରିବାରେ ଲାଗୁଥିଲା ତଥା ସେମାନଙ୍କୁ ପ୍ରତ୍ୟେକ ରାଜ୍ୟରେ ନିଜର ଗୋଦାମଘର ରଖିବାକୁ ପଡ଼ୁଥିଲା । GST - ଯାହାକୁ ମୁଁ Good and Simple Tax “ଭଲ ଓ ସରଳ ଟିକସ” ବୋଲି କହୁଛି – ସତରେ ବହୁତ କମ ସମୟ ଭିତରେ ଆମ ଅର୍ଥବ୍ୟବସ୍ଥା ଉପରେ ତା'ର ଏକ ସକାରାତ୍ମକ ପ୍ରଭାବ ପଡ଼ିଛି । ଯେତେ ନିର୍ବିଘ୍ନରେ ଆଉ ଯେତେ ବେଗରେ ପରିବର୍ତ୍ତନ ହୋଇଛି, ନୂଆ ପଞ୍ଜିକରଣ ହୋଇଛି ତାଦ୍ୱାରା ଦେଶରେ ଏକ ନୂତନ ବିଶ୍ୱାସ ସୃଷ୍ଟି ହୋଇଛି । କେବେ ନା କେବେ ଅର୍ଥନୀତି ବିଶେଷଜ୍ଞମାନେ, ପରିଚାଳନା ବିଶେଷଜ୍ଞ ତଥା ବୈଷୟିକ ବିଦ୍ୱାନମାନେ ଭାରତର GST ପ୍ରୟୋଗ ଉପରେ ଗବେଷଣା କରି ଏହାକୁ ବିଶ୍ୱ ସମକ୍ଷରେ ଏକ ଆଦର୍ଶ ଭାବେ ନିଶ୍ଚୟ ଉପସ୍ଥାପିତ କରିବେ । ପୃଥିବୀର ଅନେକ ବିଶ୍ୱବିଦ୍ୟାଳୟ ପାଇଁ ନିଶ୍ଚୟ ଗୋଟିଏ Case Study ହେବ । କାରଣ ଏତେ ବଡ଼ ଆକାରରେ ଗୋଟିଏ ପରିବର୍ତ୍ତନ ଏତେ କୋଟି ଜନତାଙ୍କୁ ନେଇ ଏଡ଼େ ବିଶାଳ ଦେଶରେ ସଫଳତା ପୂର୍ବକ ଲାଗୁ କରିବା ନିଶ୍ଚିତ ଭାବରେ ଏକ ବହୁତ ବଡ଼ କୃତିତ୍ୱ । ବିଶ୍ୱ ନିଶ୍ଚିତ ଭାବେ ଏହାର ଅଧ୍ୟୟନ କରିବ । GST ଲାଗୁ ହୋଇଛି – ସମସ୍ତ ରାଜ୍ୟର ଏଥିରେ ଭାଗିଦାରୀ ଅଛି । ସବୁ ରାଜ୍ୟର ଦାୟିତ୍ୱ ମଧ୍ୟ ରହିଛି । ସମସ୍ତ ନିଷ୍ପତ୍ତି ରାଜ୍ୟମାନେ ଏବଂ କେନ୍ଦ୍ର ସରକାର ସର୍ବସମ୍ମତିରେ ଗ୍ରହଣ କରିଛନ୍ତି । ସେଥିପାଇଁ ସବୁ ସରକାରଙ୍କର ପ୍ରାଥମିକତା ଥିଲା ଯେ GST ଯୋଗୁଁ ଗରିବର ଥାଳି ଉପରେ କୌଣସି ବୋଝ ନ ପଡ଼ୁ । GST App ଦେଖିଲେ ଆପଣ ଠିକ ଭାବେ ଜାଣିପାରିବେ ଯେ GST ଲାଗୁହେବା ପୂର୍ବରୁ ଯେଉଁ ଜିନିଷର ଯେତେ ଦାମ୍ ଥିଲା, ନୂଆ ବ୍ୟବସ୍ଥାରେ ତା'ର ଦାମ୍ କେତେ ହେବ । ଏ ସମସ୍ତ ଆପଣଙ୍କ ମୋବାଇଲ ଫୋନ୍ ରେ ଆପଣ ଜାଣିପାରିବେ । “ଏକ ରାଷ୍ଟ୍ର, ଏକ କର” (One Nation One Tax) କେତେବଡ଼ ସ୍ୱପ୍ନ ଆଜି ସାକାର ହେଲା । GST ବିଷୟରେ ମୁଁ ଅନୁଧ୍ୟାନ କରିଛି – ଯେଉଁଭଳି ଭାବରେ ତହସିଲ ଅଫିସଠାରୁ ଆରମ୍ଭ କରି ଭାରତ ସରକାରରେ ଥିବା ଅଧିକାରୀମାନେ ପରିଶ୍ରମ କରିଛନ୍ତି, ଯେପରି ସମର୍ପିତ ହୋଇ କାମ କରିଛନ୍ତି, ସରକାର ଏବଂ ବ୍ୟବସାୟୀମାନଙ୍କ ମଧ୍ୟରେ, ସରକାର ଏବଂ ଗ୍ରାହକମାନଙ୍କ ମଧ୍ୟରେ ଯେଉଁ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିପାରିଛନ୍ତି – ବିଶ୍ୱାସ ବଢ଼ାଇବା କ୍ଷେତ୍ରରେ ତା'ର ଗୁରୁତ୍ୱପୂର୍ଣ୍ଣ ଅବାଦନ ରହିଛି । ଏ କ୍ଷେତ୍ରରେ କାର୍ଯ୍ୟ କରିଥିବା ସମସ୍ତ ମନ୍ତ୍ରଣାଳୟ, ସମସ୍ତ ବିଭାଗ ତଥା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ସମସ୍ତ କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । GST ଭାରତର ସାମୁହିକ ଶକ୍ତିର ସଫଳତାର ଏକ ବହୁତ ବଡ଼ ଉଦାହରଣ । ଏହା ଏକ ଐତିହାସିକ ଉପଲବ୍ଧି । ଏହା ଖାଲି ଏକ “କର ସଂସ୍କାର” ନୁହେଁ – ଗୋଟିଏ ନୂତନ ସଚ୍ଚୋଟତାର ସଂସ୍କୃତିକୁ ବଳିଷ୍ଠ କରିବାର ଅର୍ଥବ୍ୟବସ୍ଥା । ଗୋଟିଏ ଦୃଷ୍ଟିରୁ ଏହାକୁ ଏକ ସାମାଜିକ ସଂସ୍କାରର ଅଭିଯାନ ବୋଲି କୁହାଯାଇପାରେ । ଏତେବଡ଼ ଗୋଟିଏ ପ୍ରୟାସକୁ ଏତେ ସହଜରେ ସଫଳ କରିଥିବାରୁ ମୁଁ ପୁଣିଥରେ ମୋର କୋଟି କୋଟି ଦେଶବାସୀଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ ମାସ ବିପ୍ଲବର ମାସ । ଆମେ ପିଲାଦିନରୁ ଅତି ସହଜ ଭାବେ ଏକଥାକୁ ଶୁଣି ଆସୁଛେ । ଏହାର କାରଣ 1 ଅଗଷ୍ଟ 1920ରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା । 1942 ମସିହା ଅଗଷ୍ଟ ମାସ 9 ତାରିଖରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା ଯାହାକୁ ଅଗଷ୍ଟ ବିପ୍ଳବ ବୋଲି କୁହାଯାଏ । 1947 ଅଗଷ୍ଟ 15 ତାରିଖରେ ଦେଶ ସ୍ୱାଧୀନ ହେଲା । ସ୍ୱାଧୀନତା ପ୍ରାପ୍ତିର ତାରିଖ ସହିତ ଏମିତି ଅନେକ ଘଟଣା ଅଗଷ୍ଟ ମାସ ସହିତ ଜଡ଼ିତ ହୋଇ ରହିଛି । ଏ ବର୍ଷ ଆମ୍ଭେ Quit India Movement ବା "ଭାରତଛାଡ଼ ଆନ୍ଦୋଳନ'ର 75ତମ ବାର୍ଷିକୀ ପାଳନ କରିବାକୁ ଯାଉଛୁ । କିନ୍ତୁ ବହୁତ କମ ଲୋକ ଏକଥା ଜାଣନ୍ତି ଯେ - "ଭାରତଛାଡ଼', ଏହି ସ୍ଲୋଗାନ ଡଃ ୟୁସୁଫ୍ ମେହର୍ ଅଲି ଦେଇଥିଲେ । 9 ଅଗଷ୍ଟ 1942ରେ କ'ଣ ହୋଇଥିଲା - ଆମର ନୂତନ ବଂଶଜମାନେ ତାହା ଜାଣିବା ଉଚିତ । 1857ରୁ 1942 ପର୍ଯ୍ୟନ୍ତ ସ୍ୱାଧୀନତାର ପିପାସା ନେଇ ଦେଶବାସୀ ଏକଜୁଟ୍ ହେଲେ, ଲଢ଼େଇ କଲେ, ଯନ୍ତ୍ରଣା ସହିଲେ – ଇତିହାସର ଏହି ପୃଷ୍ଠାଗୁଡ଼ିକ ଭବ୍ୟ ଭାରତ ନିର୍ମାଣ ଦିଗରେ ଆମର ପ୍ରେରଣା ହୋଇରହିବ । ସ୍ୱାଧୀନତା ସଂଗ୍ରାମର ବୀରମାନେ ତ୍ୟାଗ, ତପସ୍ୟା ଆଉ ବଳିଦାନର ଯେଉଁ ନିଦର୍ଶନ ଦେଇଯାଇଛନ୍ତି, ତା'ଠାରୁ ବଡ଼ ପ୍ରେରଣା ଆଉ କ'ଣ ହୋଇପାରେ । “ଭାରତ ଛାଡ଼ ଆନ୍ଦୋଳନ” ଭାରତୀୟ ସ୍ୱାଧୀନତା ସଂଗ୍ରାମର ଗୋଟିଏ ମହତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା । ଏହି ଆନ୍ଦୋଳନ ବ୍ରିଟିଶ ଶାସନରୁ ମୁକ୍ତି ପାଇଁ ସାରା ଦେଶକୁ ସଂକଳ୍ପବଦ୍ଧ କରିଦେଇଥିଲା । ଏ ସେହି ସମୟ ଥିଲା ଯେତେବେଳେ ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତୀୟ ଜନମାନସରେ ହିନ୍ଦୁସ୍ଥାନର କୋଣ ଅନୁକୋଣରେ ଗାଁ, ସହର ସବୁଠାରେ – ଶିକ୍ଷିତ, ଅଶିକ୍ଷିତ, ଧନୀ ଗରିବଙ୍କ ମଧ୍ୟରେ ଏକ ଉଦ୍ବେଳନ ଖେଳାଇଥିଲା – ସମସ୍ତେ କାନ୍ଧରେ କାନ୍ଧ ମିଶାଇ ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଜନତାର ଆକ୍ରୋଶ ତା'ର ଚରମସୀମା ଛୁଇଁଥିଲା । ମହାତ୍ମାଗାନ୍ଧୀଙ୍କ ଆହ୍ୱାନ କ୍ରମେ ଲକ୍ଷ ଲକ୍ଷ ଭାରତବାସୀ "କର ବା ମର” ଡାକରା ଦେଇ ସଂଘର୍ଷର ଅଗ୍ନିରେ ଝାସ ଦେଇଥିଲେ । ଦେଶର ଲକ୍ଷ ଲକ୍ଷ ନବଯୁବକ ସେମାନଙ୍କର ପାଠପଢ଼ା ଛାଡ଼ିଦେଇଥିଲେ । ସ୍ୱାଧୀନତାର ତୂର୍ଯ୍ୟନାଦ ହେଲା ଆଉ ସେମାନେ ବଢ଼ି ଚାଲିଲେ । 9 ଅଗଷ୍ଟରେ ମହାତ୍ମାଗାନ୍ଧୀ ଭାରତଛାଡ଼ ଆନ୍ଦୋଳନର ଆହ୍ୱାନ ଦେଲେ । କିନ୍ତୁ ଇଂରେଜ ଶାସକମାନେ ସମସ୍ତ ବଡ଼ ନେତାମାନଙ୍କୁ ଜେଲଖାନାରେ ବନ୍ଦୀ କରିଦେଲେ । ଆଉ ସେ ସମୟରେ ଡଃ ଲୋହିଆ, ଜୟପ୍ରକାଶ ନାରାୟଣଙ୍କ ଭଳି ମହାପୁରୁଷମାନେ ଦେଶର ଦ୍ୱିତୀୟ ପିଢ଼ିର ନେତା ଭାବେ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନେଇଥିଲେ ।

ଅସହଯୋଗ ଆନ୍ଦୋଳନ ଆଉ ଭାରତଛାଡ଼ ଆନ୍ଦୋଳନ, 1920 ଆଉ 1942ରେ, ମହାତ୍ମାଗାନ୍ଧୀଙ୍କର ଦୁଇଟି ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳେ । ଅସହଯୋଗ ଆନ୍ଦୋଳନ ସମୟର ରୂପ-ରଙ୍ଗ କିଛି ଅଲଗା ଥିଲା ଆଉ 1942ର ସେ ପରିସ୍ଥିତି ଆସିଲା ଯେତେବେଳେ ମହାତ୍ମାଗାନ୍ଧୀଙ୍କ ଭଳି ମହାପୁରୁଷ ମଧ୍ୟ "କର ବା ମର”ର ମନ୍ତ୍ର ଦେଇଦେଲେ । ଏ ସମସ୍ତ ସଫଳତା ପଛରେ ଗଣସମର୍ଥନ ଥିଲା, ଗଣ-ସାମର୍ଥ୍ୟ ଥିଲା, ଗଣ-ସଂକଳ୍ପ ଥିଲା ଆଉ ଗଣସଂଘର୍ଷ ଥିଲା । ସମଗ୍ର ଦେଶ ଗୋଟିଏ ହୋଇ ଲଢ଼ୁଥିଲା । ଆଉ ମୁଁ କେବେ କେବେ ଭାବେ, ଯଦି ଇତିହାସର ପୃଷ୍ଠାଗୁଡ଼ିକ ଏକାଠି କରି ଦେଖିବା – ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ 1857ରେ ହୋଇଥିଲା । 1857ରେ ଆରମ୍ଭ ହୋଇଥିବା ସ୍ୱାଧୀନତା ସଂଗ୍ରାମ 1942 ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତରେ ଦେଶର କୌଣସି ନା କୌଣସି କୋଣରେ ଜାରି ରହିଥିଲା । ଏହି ଦୀର୍ଘ ସମୟାବଧି ଦେଶର ପ୍ରତ୍ୟେକ ଦେଶବାସୀଙ୍କ ମନରେ ସ୍ୱାଧୀନତାର ପିପାସା ଜାଗ୍ରତ କରିଦେଇଥିଲା । ପ୍ରତ୍ୟେକ ଲୋକ କିଛି ନା କିଛି କରିବା ପାଇଁ ପ୍ରତିବଦ୍ଧ ହୋଇସାରିଥିଲେ । ବଂଶଧର ବଦଳି ଚାଲିଲେ କିନ୍ତୁ ସଂକଳ୍ପରେ କିଛି ପରିବର୍ତ୍ତନ ହୋଇନଥିଲା । ଲୋକ ଆସିଲେ, ଯୋଗଦେଲେ, ଲୋକ ଗଲେ, ପୁଣି ନୂଆ ଲୋକ ଆସିଲେ ଏହିଭଳି ଇଂରେଜ ସାମ୍ରାଜ୍ୟର ମୂଳୋତ୍ପାଟନ କରିବାର ପ୍ରୟାସ ଲାଗି ରହିଲା । 1857ରୁ 1942 ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଦ୍ୱାରା ଏକ ଏଭଳି ପରିସ୍ଥିତି ସୃଷ୍ଟି ହେଲା 1942 ବେଳକୁ ଏହା ଚରମସୀମାକୁ ଛୁଇଁଗଲା ଏବଂ "ଭାରତଛାଡ଼”ର ଏଭଳି ତୁର୍ଯ୍ୟନାଦ ହେଲା ଯେ 5 ବର୍ଷ ଭିତରେ 1947 ମସିହାରେ ଇଂରେଜମାନଙ୍କୁ ଛାଡ଼ିଯିବାକୁ ପଡ଼ିଲା । 1857ରୁ 1942 ସ୍ୱାଧୀନତାର ଲାଳସା ପ୍ରତ୍ୟେକ ଲୋକ ଯାଏ ପହଂଚିସାରିଥିଲା । ଆଉ 1942ରୁ 1947 - ପାଞ୍ଚବର୍ଷରେ ଏକ ଏଭଳି ଗଣ ମାନସିକତା ସୃଷ୍ଟି କଲା ଯାହାକି ସଂକଳ୍ପରୁ ସିଦ୍ଧିଯାଏ 5ଟି ନିର୍ଣ୍ଣାୟକ ବର୍ଷ ଭାବରେ ସଫଳତାର ସହିତ ଦେଶ ପାଇଁ ସ୍ୱାଧୀନତା ପ୍ରାପ୍ତିର କାରଣ ହୋଇଗଲା । ଏ ପାଞ୍ଚବର୍ଷ ନିର୍ଣ୍ଣାୟକ ଥିଲା । ଏବେ ମୁଁ ଆପଣଙ୍କୁ ଏହି ଗଣିତ ସହ ଯୋଡ଼ିବାକୁ ଚାହୁଁଛି । 1947ରେ ଆମେ ସ୍ୱାଧୀନ ହେଲୁ । ଏବେ 2017 । ପ୍ରାୟ 70 ବର୍ଷ ହେଲା । ଅନେକ ସରକାର ଆସିଲା ଗଲା । କାର୍ଯ୍ୟଧାରା ସୃଷ୍ଟି କରାଗଲା, ବଦଳିଲା, ଅଭିବୃଦ୍ଧି ଲାଭ କଲା, ବୃଦ୍ଧି ପାଇଲା । ଦେଶକୁ ସମସ୍ୟାଗୁଡ଼ିକରୁ ମୁକ୍ତ କରିବା ପାଇଁ ପ୍ରତ୍ୟେକେ ନିଜ ନିଜ ଢଙ୍ଗରେ ଚେଷ୍ଟା କଲେ । ଦେଶରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ପାଇଁ, ଦାରିଦ୍ର୍ୟ ଦୂର କରିବା ପାଇଁ, ଉନ୍ନତି କରିବା ପାଇଁ ମଧ୍ୟ ପ୍ରଚେଷ୍ଟା ହେଲା । ନିଜ ନିଜ ଢଙ୍ଗରେ ପରିଶ୍ରମ ମଧ୍ୟ କରାଗଲା । ସଫଳତା ମଧ୍ୟ ମିଳିଲା । ଆଶା ମଧ୍ୟ ଉଦ୍ରେକ ହେଲା । ଯେମିତି 1942ରୁ 1947 ଏହି ପାଞ୍ଚବର୍ଷର ସମୟ ସଂକଳ୍ପରୁ ସିଦ୍ଧିପ୍ରାପ୍ତି ପାଇଁ ନିଷ୍ପତ୍ତିମୂଳକ ଥିଲା ସେହିପରି ମୁଁ ଦେଖିପାରୁଛି ଯେ, 2017ରୁ 2022 – ସଂକଳ୍ପରୁ ସିଦ୍ଧିର ଅନ୍ୟ ଏକ ପାଞ୍ଚବର୍ଷର ଅବଧି ଆମ ସମ୍ମୁଖକୁ ଆସିଛି । ଏହି 2017ର ଅଗଷ୍ଟ 15କୁ ଆମେ ସଂକଳ୍ପ ପର୍ବ ରୂପେ ପାଳନ କରିବା ଏବଂ 2022ରେ ଯେତେବେଳେ ସ୍ୱାଧୀନତା ପ୍ରାପ୍ତିର 75 ବର୍ଷ ପୂର୍ଣ୍ଣ ହେବ, ତା'ମଧ୍ୟରେ ଆମେ ସେହି ସଂକଳ୍ପକୁ ସିଦ୍ଧିରେ ପରିଣତ କରି ଛାଡ଼ିବା ।

ଯଦି ଶହେ ପଚିଶ କୋଟି ଦେଶବାସୀ ଅଗଷ୍ଟ 9ର କ୍ରାନ୍ତି ଦିବସକୁ ସ୍ମରଣ କରି, ଯଦି ପ୍ରତ୍ୟେକ ଭାରତବାସୀ ସଂକଳ୍ପ ଗ୍ରହଣ କରେ ଯେ ଜଣେ ବ୍ୟକ୍ତି ରୂପରେ, ଜଣେ ନାଗରିକ ରୂପରେ ଦେଶ ପାଇଁ ମୁଁ ଏତିକି କାମ ନିଶ୍ଚୟ କରିବି, ପରିବାର ରୂପରେ ଏ କାମ କରିବି, ସମାଜ ରୂପରେ ଏ କାମ କରିବି, ଗାଁ ଏବଂ ସହର ରୂପରେ ଏ କାମ କରିବି, ସରକାରୀ ବିଭାଗ ରୂପରେ ଏ କାମ କରିବି, ସରକାର ରୂପରେ ଏ କାମ କରିବି, କୋଟି କୋଟି ସଂକଳ୍ପ ଗ୍ରହଣ ହେଉ, କୋଟି କୋଟି ସଂକଳ୍ପକୁ ପୂରଣ କରିବାର ପ୍ରଚେଷ୍ଟା ହେଉ । ତା'ହେଲେ 1942ରୁ 1947 ପାଞ୍ଚବର୍ଷ ଯେମିତି ସ୍ୱାଧୀନତା ପ୍ରାପ୍ତି ପାଇଁ ନିଷ୍ପତ୍ତିମୂଳକ ହୋଇପାରିଥିଲା । ସେହିଭଳି 2017ରୁ 2022, ଏହି ପାଞ୍ଚବର୍ଷ ମଧ୍ୟ ଭାରତର ଭବିଷ୍ୟତ ପାଇଁ ନିଷ୍ପତ୍ତିମୂଳକ ହେବ ଏବଂ ଏହା ଆମକୁ କରିବାକୁ ଅଛି । ପାଞ୍ଚବର୍ଷ ପରେ ଆମେ ଦେଶର ସ୍ୱାଧୀନତା ପ୍ରାପ୍ତିର 75ତମ ବାର୍ଷିକୀ ପାଳନ କରିବା । ତେଣୁ ଆଜି ଆମକୁ ଦୃଢ଼ସଂକଳ୍ପ ଗ୍ରହଣ କରିବାକୁ ପଡ଼ିବ । 2017କୁ ସଂକଳ୍ପ ଗ୍ରହଣର ବର୍ଷ କରିବାକୁ ହେବ । ଏହି ଅଗଷ୍ଟ ମାସରେ ସଂକଳ୍ପ ସହ ଆମକୁ ନିଜକୁ ଜଡ଼ିତ କରିବାକୁ ପଡ଼ିବ । ଅସ୍ୱଚ୍ଛତା-ଭାରତଛାଡ଼, ଦାରିଦ୍ର୍ୟ-ଭାରତଛାଡ଼, ଦୁର୍ନୀତି-ଭାରତଛାଡ଼, ଆତଙ୍କବାଦ-ଭାରତଛାଡ଼, ଜାତିବାଦ-ଭାରତଛାଡ଼, ସାମ୍ପ୍ରଦାୟିକତା-ଭାରତଛାଡ଼ । ଆଜି "କର ବା ମର''ର ଆବଶ୍ୟକତା ନାହିଁ ବରଂ ନୂତନ ଭାରତର ସଂକଳ୍ପ ସହ ଜଡ଼ିତ ହେବାର, ଲାଗିପଡ଼ିବାର, ପ୍ରାଣପଣେ ସଫଳତା ପ୍ରାପ୍ତ କରିବା ପାଇଁ ପରିଶ୍ରମର ଆବଶ୍ୟକତା ରହିଛି । ସଂକଳ୍ପକୁ ନେଇ ବଞ୍ଚିବାକୁ ପଡିବ, ମୁକାବିଲା କରିବାକୁ ପଡିବ । ଆସନ୍ତୁ, ଏହି ଅଗଷ୍ଟ ମାସରେ 9 ଅଗଷ୍ଟରୁ ସଂକଳ୍ପରୁ ସିଦ୍ଧିପ୍ରାପ୍ତିର ଏକ ମହାଅଭିଯାନ ଆରମ୍ଭ କରିବା । ପ୍ରତ୍ୟେକ ଭାରତବାସୀ, ସାମାଜିକ ଅନୁଷ୍ଠାନ, ସ୍ୱାୟତ୍ତ ସଂସ୍ଥା, ସ୍କୁଲ, କଲେଜ, ବିଭିନ୍ନ ସଂଗଠନ - ପ୍ରତ୍ୟେକେ New India “ନୂଆ ଭାରତ” ପାଇଁ କିଛି ନା କିଛି ସଂକଳ୍ପ ଗ୍ରହଣ କରନ୍ତୁ । ଗୋଟିଏ ଏଭଳି ସଂକଳ୍ପ, ଯାହାକୁ ଆଗାମୀ 5 ବର୍ଷରେ ଆମେ କରି ଦେଖାଇବା । ଯୁବ ସଂଗଠନ, ଛାତ୍ର ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦି ଦଳଗତ ଆଲୋଚନାର ଆୟୋଜନ କରନ୍ତୁ । ନୂଆ ନୂଆ କଳ୍ପନା/ଭାବନା ବାହାର କରନ୍ତୁ । ଗୋଟିଏ ରାଷ୍ଟ୍ର ରୂପରେ ଆମକୁ କେଉଁଠି ପହଂଚିବାକୁ ଅଛି? ଜଣେ ବ୍ୟକ୍ତି ରୂପରେ ସେଥିରେ ମୋର ଅବଦାନ କ'ଣ ହୋଇପାରେ? ଆସନ୍ତୁ, ଆମେ ସମସ୍ତେ ଏହି ସଂକଳ୍ପ ପର୍ବରେ ସାମିଲ ହେବା ।

ମୁଁ ଆଜି ବିଶେଷ ଭାବରେ ଅନଲାଇନ ଜଗତର ମୋର ଯୁବବନ୍ଧୁମାନଙ୍କୁ ନବ ଭାରତର ନିର୍ମାଣ କରିବା ପାଇଁ ଅଭିନବ ଉପାୟରେ ସେମାନଙ୍କ ଯୋଗଦାନ ପାଇଁ ଆଗେଇ ଆସିବାକୁ ନିମନ୍ତ୍ରଣ କରୁଛି । କାରଣ ଆଜିକାଲି ଆମେ ଯେଉଁଠି ଥାଉ ନା କାହିଁକି ଅନଲାଇନ ନିଶ୍ଚିତ ଭାବରେ ରହିଥାଉ । ଜ୍ଞାନକୌଶଳ ବ୍ୟବହାର କରି ଭିଡିଓ, ପୋଷ୍ଟ, ବ୍ଲଗ, ଲେଖା, ନୂଆ ନୂଆ କଳ୍ପନା ବା Idea ଏସବୁ ନେଇ ଆଗେଇ ଆସନ୍ତୁ । ଏହି ପ୍ରଚେଷ୍ଟାକୁ ଗୋଟିଏ ଜନ ଆନ୍ଦୋଳନରେ ପରିବର୍ତ୍ତିତ କରନ୍ତୁ । NarendraModiApp ରେ ମଧ୍ୟ ଯୁବକମାନଙ୍କ ପାଇଁ Quit India Quiz ଆରମ୍ଭ କରାଯିବ । ଏହି Quiz ଯୁବଗୋଷ୍ଠୀକୁ ଦେଶର ଗୌରବଶାଳୀ ଇତିହାସ ସହ ଯୋଡ଼ିବା ଏବଂ ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କ ସହ ପରିଚିତ କରାଇବାର ଏକ ପ୍ରଚେଷ୍ଟା । ମୋ ମତରେ ଆପଣମାନେ ଏହାର ବ୍ୟାପକ ପ୍ରଚାର-ପ୍ରସାର କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ 15 ଦିନ ଦେଶର ପ୍ରଧାନସେବକ ରୂପେ ମୋତେ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେବାର ସୁଯୋଗ ମିଳେ । ମୁଁ ତ ନିମିତ୍ତ ମାତ୍ର । ସେହି ସ୍ୱର ଜଣେ ବ୍ୟକ୍ତିର ନୁହେଁ, ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶର ଶହେ ପଚିଶ କୋଟି ଲୋକଙ୍କ ସ୍ୱର ଗୁଞ୍ଜରିତ ହୋଇଥାଏ । ସେମାନଙ୍କ ସ୍ୱପ୍ନକୁ ଶବ୍ଦର ରୂପ ଦେବାକୁ ଚେଷ୍ଟା ହୋଇଥାଏ । ଲଗାତାର ଭାବେ ବିଗତ ତିନିବର୍ଷ ଧରି ଅଗଷ୍ଟ 15 ଦିନ ମୋର କ'ଣ କହିବା ଉଚିତ ସେ ନେଇ ଦେଶର କୋଣ ଅନୁକୋଣରୁ ମୋ ପାଖକୁ ପ୍ରସ୍ତାବମାନ ଆସୁଛି, ସେଥିପାଇଁ ମୁଁ ଆନନ୍ଦିତ । କେଉଁ ପ୍ରସଙ୍ଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଉଚିତ ହେବ? ଏଥର ମଧ୍ୟ ମୁଁ ଆପଣମାନଙ୍କୁ ଏଥିପାଇଁ ନିମନ୍ତ୍ରିତ କରୁଛି । ଆପଣ ନିଜର ମତାମତ ମୋତେ MyGov କିମ୍ବା NarendraModiApp ରେ ନିଶ୍ଚୟ ପଠାନ୍ତୁ । ମୁଁ ନିଜେ ଏହାକୁ ପଢ଼େ ଏବଂ ଅଗଷ୍ଟ 15 ଦିନ ଯେତିକି ସମୟ ମୋ ପାଖରେ ଥିବ, ତା' ମଧ୍ୟରେ ଏହାକୁ ପ୍ରକାଶ କରିବାର ଚେଷ୍ଟା କରିବି । ବିଗତ ତିନିବର୍ଷ ଧରି ମୁଁ ଗୋଟିଏ ଅଭିଯୋଗ ପାଇଆସିଛି ଯେ, ଅଗଷ୍ଟ 15ର ମୋର ଭାଷଣ ଟିକିଏ ଲମ୍ବା ହୋଇଯାଉଛି । ଏଥର ଏହାକୁ ଛୋଟ କରିବା ପାଇଁ ମୁଁ ମନେ ମନେ କଳ୍ପନା ତ କରିଛି, ଅତିବେଶୀରେ 40-45-50 ମିନିଟରେ ଶେଷ କରିବାକୁ । ମୁଁ ମୋ ପାଇଁ ନିୟମ ତିଆରି କରିବାକୁ ଚେଷ୍ଟା କରିଛି । ଜାଣିନି ପାଳନ କରିପାରିବି କି ନାହିଁ । କିନ୍ତୁ ଏଥରର ଭାଷଣକୁ ଛୋଟ କରିବାର ଚେଷ୍ଟା କରିବାର ଇଚ୍ଛା ଅଛି । ଦେଖିବା ସଫଳତା ମିଳୁଛି କି ନାହିଁ ।

ମୋର ଦେଶବାସୀଗଣ, ଆଜି ଆଉ ଗୋଟିଏ କଥା କହିବାକୁ ଚାହୁଁଛି । ଭାରତର ଅର୍ଥବ୍ୟବସ୍ଥାରେ ଗୋଟିଏ ସାମାଜିକ ଅର୍ଥଶାସ୍ତ୍ର ରହିଛି । ଏହାକୁ ଆମେ କେବେହେଲେ ହେୟଜ୍ଞାନ କରିବା ଉଚିତ ନୁହେଁ । ଆମର ପର୍ବପର୍ବାଣୀ, ଆମର ଉତ୍ସବ, ଏସବୁ କେବଳ ମଉଜ ମଜଲିସ୍ ର ଅବସର ନୁହେଁ, ଏସବୁ ସାମାଜିକ ସଂସ୍କାରର ଅଭିଯାନ ମଧ୍ୟ । କିନ୍ତୁ ଏହାସହିତ ଆମର ପ୍ରତ୍ୟେକ ଉତ୍ସବ ଦରିଦ୍ରତମ ବ୍ୟକ୍ତିର ଆର୍ଥିକ ଜୀବନ ସହ ମଧ୍ୟ ସମ୍ପର୍କିତ । ଅଳ୍ପ କିଛିଦିନ ପରେ ରାକ୍ଷୀ ପୂର୍ଣ୍ଣିମା, ଜନ୍ମାଷ୍ଟମୀ ଆଉ ତା'ପରେ ଗଣେଶ ଉତ୍ସବ, ପରେ ଚୌଥ ଚନ୍ଦ୍ର, ଅନନ୍ତ ଚତୁର୍ଦ୍ଦଶୀ, ଦୁର୍ଗାପୂଜା, ଦିପାବଳୀ – ଗୋଟିଏ ପରେ ଗୋଟିଏ । ଏହି ସମୟରେ ଗରିବ ଲୋକଟିଏ କିଛି ଅର୍ଥ ଉପାର୍ଜନ କରିଥାଏ ଏବଂ ଏହି ଉତ୍ସବଗୁଡ଼ିକରେ ସ୍ୱାଭାବିକ ଭାବରେ ଗୋଟିଏ ଖୁସି ଯୋଡ଼ି ହୋଇଯାଏ । ଉତ୍ସବଗୁଡ଼ିକ ଆମର ପାରସ୍ପରିକ ସମ୍ପର୍କରେ ମଧୁରତା, ପରିବାରରେ ସ୍ନେହ, ସମାଜରେ ଭ୍ରାତୃତ୍ଵଭାବ ସୃଷ୍ଟି କରିଥାଏ । ବ୍ୟକ୍ତି ଏବଂ ସମାଜକୁ ପରସ୍ପର ସହ ଯୋଡ଼ିଥାଏ । ବ୍ୟକ୍ତିଠାରୁ ସମୂହ ପର୍ଯ୍ୟନ୍ତର ଏକ ସହଜ ଯାତ୍ରା ଚାଲିଥାଏ । "ଅହମ୍ ରୁ ବୟମ୍'' ଦିଗକୁ ଯିବାର ଗୋଟିଏ ଅବସର ହୋଇଯାଏ । ଯେତେଦୂର ଅର୍ଥବ୍ୟବସ୍ଥାର ପ୍ରଶ୍ନ ରହିଛି, ରାକ୍ଷୀ ପୂର୍ଣ୍ଣିମାର ଅନେକ ମାସ ପୂର୍ବରୁ ଶହ ଶହ ପରିବାରରେ, ଛୋଟ ଛୋଟ ଘରୋଇ ଉଦ୍ୟୋଗରେ ରାକ୍ଷୀ ତିଆରି କରିବା କାମ ଆରମ୍ଭ ହୋଇଯାଏ । ଖଦିଠାରୁ ଆରମ୍ଭ କରି ରେଶମ ସୂତା, କେଜାଣି କେତେ ପ୍ରକାରର ରାକ୍ଷୀ, ଆଜିକାଲି ତ ଲୋକେ ଘର ତିଆରି ରାକ୍ଷୀକୁ ଅଧିକ ପସନ୍ଦ କରୁଛନ୍ତି । ରାକ୍ଷୀ ତିଆରି କରୁଥିବା, ରାକ୍ଷୀ ବିକ୍ରି କରୁଥିବା, ମିଠା ବିକ୍ରି କରୁଥିବା ଏଭଳି ଶହ ଶହ ହଜାର ହଜାର ଲୋକଙ୍କ ବ୍ୟବସାୟ ଏହି ଗୋଟିଏ ପର୍ବ ସହ ଯୋଡ଼ି ହୋଇଯାଏ । ଆମର ନିଜର ଗରିବ ଭାଇ ଭଉଣୀଙ୍କ ପରିବାର ଏହିଥିରେ ହିଁ ତ ଚାଲେ । ଆମେ ଦିପାବଳୀରେ ଦୀପ ଜଳାଉ । ତାହା କେବଳ ଯେ ଆଲୋକର ପର୍ବ କିମ୍ବା ଘରକୁ ସୁଶୋଭିତ କରିବାର ପର୍ବ ନୁହେଁ, ଏହାର ସିଧା ସମ୍ପର୍କ ଛୋଟ ଛୋଟ ମାଟି ଦୀପ ତିଆରି କରୁଥିବା ସେହି ଗରିବ ପରିବାରମାନଙ୍କ ସହିତ ରହିଛି । ଆଜି ଯେତେବେଳେ ମୁଁ ପର୍ବପର୍ବାଣୀ ଏବଂ ଏହାସହିତ ଜଡ଼ିତ ଗରିବଙ୍କ ଅର୍ଥବ୍ୟବସ୍ଥା କଥା କହୁଛି, ତା' ସଙ୍ଗେ ସଙ୍ଗେ ପରିବେଶ କଥା ମଧ୍ୟ କହିବାକୁ ଚାହୁଁଛି ।

ମୁଁ ଏକଥା ଲକ୍ଷ୍ୟ କରିଛି, ବେଳେବେଳେ ମୁଁ ଭାବେ ଯେ, ଦେଶବାସୀ ମୋ'ଠାରୁ ଅଧିକ ସଚେତନ ଅଧିକ ସକ୍ରିୟ । ଗତ ଏକମାସ ଧରି ଅନବରତ ଭାବେ ପରିବେଶ ପ୍ରତି ସଚେତନ ଥିବା ନାଗରିକମାନେ ମୋତେ ଚିଠି ଲେଖିଛନ୍ତି । ସେମାନେ ଅନୁରୋଧ କରିଛନ୍ତି ଯେ, ଗଣେଶ ଚତୁର୍ଥୀରେ ପରିବେଶଧର୍ମୀ Eco-friendly ଗଣେଶଙ୍କ ପୂଜା କଥା ଆପଣ ଆଗରୁ କହି ଦିଅନ୍ତୁ । ଯାହାଫଳରେ ଲୋକେ ମାଟି ନିର୍ମିତ ଗଣେଶ ମୂର୍ତ୍ତିକୁ ପସନ୍ଦ କରିବା ଦିଗରେ ଏବେଠାରୁ ଯୋଜନା କରିବେ । ସର୍ବପ୍ରଥମେ ମୁଁ ଏଭଳି ନାଗରିକମାନଙ୍କ ପ୍ରତି କୃତଜ୍ଞତା ଜଣାଉଛି । ବେଳ ଥାଉ ଥାଉ ଏହି ପ୍ରସଙ୍ଗ ଉପରେ କହିବାକୁ ସେମାନେ ମୋତେ ଅନୁରୋଧ କରିଛନ୍ତି । ଏଥରର ସାର୍ବଜନୀନ ଗଣେଶୋତ୍ସବର ଏକ ବିଶେଷ ଗୁରୁତ୍ୱ ରହିଛି । ଲୋକମାନ୍ୟ ତିଳକ ଏହି ମହାନ ପରମ୍ପରାକୁ ଆରମ୍ଭ କରିଥିଲେ । ଏହା ସାର୍ବଜନୀନ ଗଣେଶ ପୂଜାର 125ତମ ବର୍ଷ । ଶହେ ପଚିଶ ବର୍ଷ ଏବଂ ଶହେ ପଚିଶ କୋଟି ଦେଶବାସୀ ଲୋକମାନ୍ୟ ତିଳକ ଯେଉଁ ମୂଳ ଭାବନା ସହ ସମାଜର ଏକତା ଏବଂ ସମାଜରେ ସଚେତନତା ପାଇଁ, ସାମୂହିକତାର ସଂସ୍କାର ପାଇଁ ସାର୍ବଜନୀନ ଗଣେଶୋତ୍ସବ ଆରମ୍ଭ କରିଥିଲେ । ଆମେ ପୁଣିଥରେ ଚଳିତ ବର୍ଷ ଗଣେଶୋତ୍ସବରେ ପ୍ରବନ୍ଧ ପ୍ରତିଯୋଗିତା, ଆଲୋଚନା ସଭା ଆଦି କରି ଲୋକମାନ୍ୟ ତିଳକଙ୍କ ଅବଦାନକୁ ସ୍ମରଣ କରିବା ଏବଂ ଗଣେଶ ଉତ୍ସବକୁ ପୁଣିଥରେ ତିଳକଙ୍କ ଚିନ୍ତାଧାରା ଆଡ଼କୁ ନେଇଯିବା । ସେହି ଭାବନାକୁ ପୁଣିଥରେ କିଭଳି ଶକ୍ତିଶାଳୀ କରିବା ଏବଂ ଏହା ସଙ୍ଗେ ସଙ୍ଗେ ପରିବଶେର ସୁରକ୍ଷା ପାଇଁ Eco-friendly ଗଣେଶ, ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ହିଁ ପୂଜା କରିବା, ସେଥିପାଇଁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ । ଏଥର ତ ମୁଁ ବହୁତ ଆଗରୁ କହିଦେଇଛି, ତେଣୁ ଆପଣମାନେ ସମସ୍ତେ ମୋ ସହିତ ଯୋଡ଼ିହେବେ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି । ଆଉ ଏହାଦ୍ୱାରା ଆମର ଗରିବ କାରିଗର, ଗରିବ କଳାକାର, ଯେଉଁମାନେ ମୂର୍ତ୍ତି ଗଢ଼ନ୍ତି, ସେମାନଙ୍କୁ ରୋଜଗାର ମିଳିବ, ଗରିବର ପେଟ ପୁରିବ । ଆସନ୍ତୁ ଆମେ ଆମ ଉତ୍ସବଗୁଡ଼ିକୁ ଗରିବ ସହ ଯୋଡ଼ିବା, ଗରିବର ଅର୍ଥବ୍ୟବସ୍ଥା ସହ ଯୋଡ଼ିବା, ଆମର ପର୍ବପର୍ବାଣୀର ଆନନ୍ଦ - ଗରିବ ଘରର ଆର୍ଥିକ ଆନନ୍ଦ ହୋଇଯାଉ – ଏହା ଆମ ସମସ୍ତଙ୍କ ପ୍ରଚେଷ୍ଟା ହେବା ଦରକାର । ମୁଁ ସମସ୍ତ ଦେଶବାସୀଙ୍କୁ ଆଗାମୀ ପର୍ବପର୍ବାଣୀଗୁଡ଼ିକ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ଲଗାତାର ଭାବେ ଦେଖୁଛୁ ଯେ, ଶିକ୍ଷା କ୍ଷେତ୍ର ହେଉ, ଆର୍ଥିକ କ୍ଷେତ୍ର ହେଉ, ସାମାଜିକ କ୍ଷେତ୍ର ହେଉ, କ୍ରୀଡ଼ାକ୍ଷେତ୍ର ହେଉ - ଆମର ଝିଅମାନେ ଦେଶ ପାଇଁ ସୁନାମ ଅର୍ଜନ କରି ଚାଲିଛନ୍ତି । ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରୁଛନ୍ତି । ଆମେ ଦେଶବାସୀ ଆଜି ଆମ ଝିଅମାନଙ୍କୁ ନେଇ ଗର୍ବିତ । ନିକଟ ଅତୀତରେ ଆମ ଝିଅମାନେ ମହିଳା କ୍ରିକେଟ ବିଶ୍ୱକପରେ ଖୁବ ସୁନ୍ଦର କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି । ଏହି ସପ୍ତାହରେ ହିଁ ମୋତେ ସେହି ସମସ୍ତ ଝିଅମାନଙ୍କୁ ଭେଟିବାର ସୁଯୋଗ ମିଳିଲା । ସେମାନଙ୍କ ସଙ୍ଗେ କଥା ହୋଇ ମୋତେ ଖୁବ୍ ଭଲ ଲାଗିଲା । କିନ୍ତୁ ମୁଁ ଅନୁଭବ କରୁଥିଲି ଯେ, World Cup ନ ଜିତିପାରିବାର ବୋଝ ସେମାନଙ୍କ ଉପରେ ଥିଲା । ସେମାନଙ୍କ ମୁଖମଣ୍ଡଳରେ ଚାପ ଥିଲା । ସେମାନଙ୍କୁ ମୁଁ ମୋର ଗୋଟିଏ ସ୍ୱତନ୍ତ୍ର ମୂଲ୍ୟାଙ୍କନ ଦେଲି ଏବଂ କହିଲି ଦେଖନ୍ତୁ ଆଜିକାଲିର ଏହି ଗଣମାଧ୍ୟମ ଯୁଗରେ ଆଶାକୁ ଏତେ ମାତ୍ରାରେ ବଢ଼ାଇ ଦିଆଯାଇଥାଏ ଆଉ ଯଦି ସଫଳତା ନ ମିଳେ ତେବେ ତାହା ଆକ୍ରୋଶରେ ପରିବର୍ତ୍ତିତ ହୋଇଯାଏ । ଆମେ ଏଭଳି ଅନେକ ଖେଳ ଦେଖିଛୁ ଯେଉଁଥିରେ ଭାରତର ଯଦି ପରାଜୟ ହୋଇଛି, ତା'ହେଲେ ଦେଶର ଆକ୍ରୋଶ ସେହି ଖେଳାଳିମାନଙ୍କ ଉପରେ ହିଁ ବର୍ଷିଥାଏ । କିଛି ଲୋକ ତ ମର୍ଯ୍ୟାଦାର ସୀମା ଲଂଘନ କରି ଏଭଳି କିଛି କଥା କହିଦିଅନ୍ତି, ଏଭଳି କିଛି ଲେଖି ପକାନ୍ତି, ଯାହା ମନକୁ ଭାରି କଷ୍ଟ ଦେଇଥାଏ । କିନ୍ତୁ, ପ୍ରଥମ ଥର ଏଭଳି ହୋଇଛି ଯେ, ଆମ ଝିଅମାନେ ବିଶ୍ୱକପରେ ସଫଳ ନ ହେବା ସତ୍ତ୍ୱେ ଶହେ ପଚିଶ କୋଟି ଦେଶବାସୀ ସେହି ପରାଜୟକୁ ନିଜ ଉପରକୁ ନେଇଯାଇଛନ୍ତି । ସେହି ଝିଅମାନଙ୍କ ଉପରେ ତିଳେ ହେଲେ ଚାପ ସୃଷ୍ଟି କରିନାହାନ୍ତି । କେବଳ ସେତିକି ନୁହେଁ ଏହି ଝିଅମାନେ ଯାହା କଲେ ତାହାର ଗୁଣଗାନ କରିଛନ୍ତି, ତାଙ୍କୁ ଗୌରବାନ୍ୱିତ କରିଛନ୍ତି । ଏହାକୁ ମୁଁ ଗୋଟିଏ ସୁଖକର ପରିବର୍ତ୍ତନ ରୂପେ ଦେଖୁଛି । ଏହି ଝିଅମାନଙ୍କୁ ମୁଁ କହିଲି ଯେ - ଦେଖନ୍ତୁ, ଏଭଳି ସୌଭାଗ୍ୟ କେବଳ ଆପଣମାନେ ହିଁ ପାଇଛନ୍ତି । ଆପଣ ସଫଳ ହୋଇନାହାନ୍ତି ସେ କଥା ଆପଣମାନେ ମନରୁ ବାହାର କରିଦିଅନ୍ତୁ । ଖେଳ ଜିତିଥାନ୍ତୁ କି ନ ଜିତିଥାନ୍ତୁ, ଆପଣମାନେ ଶହେ ପଚିଶ କୋଟି ଦେଶବାସୀଙ୍କୁ ଜିତିନେଇଛନ୍ତି । ପ୍ରକୃତରେ ଆମ ଦେଶର ଯୁବପିଢ଼ି, ବିଶେଷକରି ଆମ ଝିଅମାନେ ପ୍ରକୃତରେ ଦେଶର ନାଁ ରଖିବାକୁ ବହୁତ କିଛି କରୁଛନ୍ତି । ମୁଁ ପୁଣିଥରେ ଦେଶର ଯୁବପିଢ଼ି, ବିଶେଷକରି ଆମର ଝିଅମାନଙ୍କୁ ଅନ୍ତରରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି, ଶୁଭେଚ୍ଛା ଜ୍ଞାପନ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ପୁଣିଥରେ ସ୍ମରଣ କରାଇ ଦେଉଛି - ଅଗଷ୍ଟ କ୍ରାନ୍ତି କଥା । ପୁଣିଥରେ ସ୍ମରଣ କରାଇ ଦେଉଛି ଅଗଷ୍ଟ 9 କଥା । ପୁଣିଥରେ ମନେ ପକାଇ ଦେଉଛି ଅଗଷ୍ଟ 15କୁ, ପୁଣିଥରେ ମନେ ପକାଇ ଦେଉଛି 2022, ସ୍ୱାଧୀନତାର 75 ବର୍ଷ ପୂର୍ତ୍ତିକୁ । ପ୍ରତ୍ୟେକ ଦେଶବାସୀ ସଂକଳ୍ପବଦ୍ଧ ହେଉ, ପ୍ରତ୍ୟେକ ଦେଶବାସୀ ନିଜ ସଂକଳ୍ପକୁ ପୂରଣ କରିବା ଦିଗରେ 5ବର୍ଷର ଗୋଟିଏ ମାର୍ଗଚିତ୍ର ବା Roadmap ପ୍ରସ୍ତୁତ କରନ୍ତୁ । ଆମେ ଦେଶକୁ ଉନ୍ନତିର ଏକ ନୂତନ ଶିଖରରେ ପହଞ୍ଚାଇବା, ପହଞ୍ଚାଇବା, ପହଞ୍ଚାଇବା । ଆସନ୍ତୁ ଆମେ ସମସ୍ତେ ମିଶିକରି ଚାଲିବା, କିଛି ନା କିଛି କରି ଚାଲିବା । ଦେଶର ଭାଗ୍ୟ, ଭବିଷ୍ୟତ ନିଶ୍ଚୟ ଉତ୍ତମ ହେବ । ଏହି ବିଶ୍ୱାସର ସହିତ ଆଗକୁ ବଢ଼ିବା । ଅନେକ ଅନେକ ଶୁଭେଚ୍ଛା, ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi

Media Coverage

'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves infrastructure projects between National Highway-19 and Varanasi Ring Road in Uttar Pradesh worth Rs.14447.64 crore
July 15, 2026

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved the development of a Link/Connector Corridor between National Highway-19 (NH-19) and the Varanasi Ring Road with riverbank connectivity along the River Ganga for the decongestion of Varanasi City in Uttar Pradesh. The 46.039 km project, comprising a six-lane elevated main carriageway, an iconic cable-stayed bridge, an extradosed Foot Over Bridge-cum-Major Bridge, loops, ramps, link roads and service roads, will be implemented under the Hybrid Annuity Model (HAM) at a total capital cost of Rs.14,447.64 crore including a civil construction cost of Rs.6,037.85 crore (including utility shifting, excluding GST) and a land acquisition cost of Rs.541.11 crore under NH(O).

The project will provide seamless connectivity between NH-19 and the Varanasi Ring Road, significantly decongesting the city’s road network and improving urban mobility. Designed for an operating speed of 80–100 km/h, it is expected to reduce the average travel time across the project influence area from approximately 60 minutes to 20 minutes, representing a reduction of nearly 67 per cent. Travel time between NH-19 and Kashi Railway Station will be reduced from approximately 50 minutes to about 25 minutes, resulting in a saving of about 25 minutes (nearly 50 per cent).

Aligned with the PM Gati Shakti National Master Plan, the corridor will strengthen multimodal connectivity by providing seamless access to major highways, railway stations, Lal Bahadur Shastri Airport and Ramnagar IWAI Port, while significantly improving connectivity to key religious, educational and cultural landmarks, including the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort and the Ghats of Varanasi. By linking important economic, social and logistics nodes, the project will improve logistics efficiency, enhance road safety, facilitate tourism and pilgrimage, and support sustainable regional economic growth across eastern Uttar Pradesh.

The corridor has been conceived as a transformative urban mobility project to decongest the road network of Varanasi & Chandauli by providing a high-speed, access-controlled connection between NH-19, the Varanasi Ring Road (NH-135B), Ramnagar/ BHU and other major urban destinations. With more than 15 crore tourists and pilgrims visiting Varanasi every year, the project will significantly improve connectivity to major religious, educational and cultural landmarks, including the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort, the Ghats of Varanasi, and Kashi Railway Station, while substantially reducing congestion on the existing city road network. An elevated spur between BHU/Lanka and Samne Ghat will further ease traffic congestion at the heavily trafficked Lanka Junction by separating through traffic from local traffic movements.

The project will improve road safety through controlled-access movement, reduce vehicle operating costs and emissions, enhance travel reliability, and facilitate the efficient movement of passenger and freight traffic. It will also decongest NH-19, the BHU-Ramnagar Corridor and NH-35 by diverting through traffic away from the densely developed urban core.

The project incorporates several landmark engineering features, including an iconic 910 m cable-stayed bridge across the River Ganga, a 1.32 km extradosed Foot Over Bridge-cum-Major Bridge with travelators providing seamless pedestrian connectivity to the Kashi Vishwanath Temple, a Rail Over Bridge over the existing/proposed Malviya Bridge, dedicated emergency parking bays, noise barriers, façade lighting and architectural elements inspired by the cultural heritage of Varanasi. These features will not only improve transportation efficiency but also enhance the city’s urban landscape, create an iconic addition to Varanasi’s skyline, and reinforce its position as one of India’s foremost religious and cultural destinations.

Planned in accordance with the PM Gati Shakti National Master Plan, the corridor will strengthen multimodal connectivity by linking one Economic Node (Chandauli SEZ), one Social Node (Chandauli Aspirational District) and six major Logistics Nodes, namely Lal Bahadur Shastri Airport, Kashi Railway Station, Banaras Railway Station, Varanasi City Railway Station, Pt. Deen Dayal Upadhyay Junction and Ramnagar IWAI Port. By providing seamless connectivity between these transport hubs and key destinations such as the Kashi Vishwanath Temple, Banaras Hindu University (BHU), Namo Ghat, Ramnagar Fort and the Ghats of Varanasi, the project will enhance multimodal integration, improve logistics efficiency, facilitate tourism and pilgrimage, and support sustainable regional economic development across eastern Uttar Pradesh.

Overall, the proposed Ganga Elevated Corridor will create a modern, high-capacity urban transport corridor that transforms mobility in Varanasi by providing faster, safer and more reliable connectivity, significantly reducing congestion, strengthening multimodal integration, enhancing tourism and pilgrimage infrastructure, and supporting sustainable economic growth in line with the vision of PM Gati Shakti and Viksit Bharat.

Map of Corridor: