ସେୟାର
 
Comments
We are in an age of a historic transition brought about by technology: PM Narendra Modi
In India, technology has transformed governance and delivery of public services. It has unleashed innovation, hope and opportunities: PM
Financial inclusion has become a reality for 1.3 billion Indians, says PM Modi
RuPay is bringing payment cards within the reach of all. Over 250 million of these are with those who did not have a bank account 4 years ago: PM
Data Analytics and Artificial Intelligence are helping us build a whole range of value added services for people: PM Modi
Digital technology is introducing transparency and eliminating corruption, says PM Modi at Singapore Fintech Festival
Our focus should be development of all, through development of the most marginalized: PM Narendra Modi

ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଥରମାନ ସନମୁଗରତ୍ନମ, ବିଶ୍ୱ ଅର୍ଥ ଜଗତର ପ୍ରଭାବଶାଳୀ ବ୍ୟକ୍ତିତ୍ୱ, ଶ୍ରୀ ରବି ମେନନ, ଫିନଟେକର ଗୁରୁତ୍ୱପୂର୍ଣ୍ଣ ଶାଖା ସିଙ୍ଗାପୁର ମନିଟାରୀ ଅଥରିଟିର ପରିଚାଳନା ନିର୍ଦ୍ଦେଶକ ଏବଂ ଶତାଧିକ ଦେଶରୁ ଆସିଥିବା ସଦସ୍ୟବୃନ୍ଦ

ନମସ୍କାର

ସିଙ୍ଗାପୁର ଫିନଟେକ ଫେଷ୍ଟିଭାଲରେ ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବେ ଉଦବୋଧନ ଦେବା ମୋ ପାଇଁ ଏକ ସମ୍ମାନ ।

ଭବିଷ୍ୟତକୁ ଦୃଷ୍ଟିନିବଦ୍ଧ କରିଥିବା ଭାରତୀୟ ଯୁବ ପିଢ଼ିଙ୍କୁ ଏହା ଉତ୍ସର୍ଗ ।

ଏହା ଭାରତରେ ଚାଲିଥିବା ଆର୍ଥିକ ବିପ୍ଲବ ଏବଂ 1.3 ବିଲିଅନ ଲୋକଙ୍କ ଜୀବନର ରୂପାନ୍ତରକୁ ଏକ ସ୍ୱୀକୃତିପତ୍ର ।

ଏହା ଆର୍ଥିକ ଓ ପ୍ରଯୁକ୍ତିବିଦ୍ୟାର ଏକ କାର୍ଯ୍ୟକ୍ରମ ଏବଂ ଏକ ଉତ୍ସବ ମଧ୍ୟ ।

ଏବେ ଭାରତରେ ଆଲୋକର ପର୍ବ-ଦୀପାବଳିର ଋତୁ । ଏହା ବିଶ୍ୱବ୍ୟାପୀ ସତ୍ୟ, ଆଶା, ଜ୍ଞାନ ଓ ସମୃଦ୍ଧିର ବିଜୟ ପର୍ବ ଭାବେ ପାଳନ କରାଯାଇଥାଏ । ଏବେ ବି ସିଙ୍ଗାପୁରରେ ଦୀପାବଳିର ଆଲୋକ ଜଳୁଛି ।

ଫିନଟେକ ଫେଷ୍ଟିଭାଲ ବିଶ୍ୱାସର ଏକ ପର୍ବ ମଧ୍ୟ ।

ନବପ୍ରବର୍ତ୍ତକର ଆତ୍ମା ଏବଂ କଳ୍ପନା ଶକ୍ତିର ବିଶ୍ୱାସ ।

ଯୁବ ଶକ୍ତି ଏବଂ ପରିବର୍ତ୍ତନର ଆବେଗ ଉପରେ ବିଶ୍ୱାସ ।

ବିଶ୍ୱକୁ ଏକ ଉତ୍ତମ ସ୍ଥାନରେ ପରିଣତ କରିବାର ବିଶ୍ୱାସ ।

ଏବଂ ଏଥିରେ କିଛି ବିସ୍ମିତ ହେବାର ନାହିଁ ଯେ, ମାତ୍ର ତୃତୀୟ ବର୍ଷରେ ଫିନଟେକ ବିଶ୍ୱର ବୃହତ୍ତମ ହୋଇପାରିଛି ।

ସିଙ୍ଗାପୁର ବିଶ୍ୱ ଆର୍ଥିକ ବ୍ୟବସ୍ଥାର ହବ/କେନ୍ଦ୍ର ସ୍ଥଳୀ ହୋଇଥିବା ବେଳେ ଏବେ ଆର୍ଥିକ ବ୍ୟବସ୍ଥାର ଡିଜିଟାଲ ଭବିଷ୍ୟତ ଦିଗକୁ ଅଗ୍ରସର ହେଉଛି ।

ଏହିଠାରେ ହିଁ ଚଳିତ ବର୍ଷ ଜୁନ ମାସରେ ଭାରତର ରୁପେ କାର୍ଡ ଏବଂ ଭାରତର ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ବା ୟୁପିଆଇ ବ୍ୟବହାରରେ ଭାରତର ପ୍ରଥମ ଆନ୍ତର୍ଜାତିକ ଦେୟ ପ୍ରଦାନ ମୋବାଇଲ ଆପ ର ଶୁଭାରମ୍ଭ କରିଥିଲି ।

ଆଜି ମୋ ପାଇଁ ଆଉ ଏକ ସମ୍ମାନ ଯେ, ଆସିଆନ ଓ ଭାରତୀୟ ବ୍ୟାଙ୍କ ଏବଂ ଫିନଟେକ କମ୍ପାନୀଗୁଡ଼ିକ ସହ ଫିନଟେକ ଫାର୍ମ ଓ ଆର୍ଥିକ ସଂସ୍ଥାଗୁଡ଼ିକର ବିଶ୍ୱସ୍ତରୀୟ ପ୍ଳାଟଫର୍ମର ଶୁଭାରମ୍ଭ କରୁଛି ।

ଭାରତ ଓ ସିଙ୍ଗାପୁର ଏବେ ଭାରତୀୟ ପ୍ଲାଟଫର୍ମରେ ଭାରତ ଓ ସିଙ୍ଗାପୁରର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଏକତ୍ର କରି ବିଶ୍ୱସ୍ତରରେ ସମ୍ପ୍ରସାରଣ ପାଇଁ କାର୍ଯ୍ୟ କରୁଛନ୍ତି ।

ବନ୍ଧୁଗଣ,

ଷ୍ଟାର୍ଟଅପ କ୍ଷେତ୍ରରେ ଶୁଭୁଥିବା କେତେକ ଉପଦେଶ ମୁଁ ଉପସ୍ଥାପନ କରୁଛି ।

ଆପଣଙ୍କର ଭେଞ୍ଚର କ୍ୟାପିଟାଲ ବା ଭିସି (ମୂଳଧନ) 10 ଗୁଣ ବୃଦ୍ଧି କରିବାକୁ ନିବେଶକଙ୍କୁ ଜଣାଅ ଯେତୁମେ ଏକ ‘ପ୍ଲାଟଫର୍ମ’ ଚଳାଉଛ, ନିୟମିତ ବ୍ୟବସାୟ ନୁହେଁ ।

ଯଦି ତୁମେ ଭିସି ପାଣ୍ଠିକୁ 20 ଗୁଣା ବୃଦ୍ଧି କରିବାକୁ ଚାହୁଁଛ, ତେବେ ନିବେଶକଙ୍କୁ କହ ତୁମେ ‘ଫିନ୍ଟେକ୍ ସ୍ପେସ’ରେ ସକ୍ରିୟ ରହିଛ ।

ଯଦି ତୁମେ ନିବେଶକଙ୍କ ପକେଟ ଖାଲି କରିବାକୁ ଚାହୁଁଛ, ତେବେ ସେମାନଙ୍କୁ କୁହ ତୁମେ ‘ବ୍ଲକଚେନ’ବ୍ୟବହାର କରୁଛ ।

ବିଶ୍ୱ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ପରିଦୃଷ୍ଟ ପ୍ରଯୁକ୍ତି ବିଦ୍ୟାରେ ଉତ୍ସାହ ଓ ପ୍ରତିବଦ୍ଧତା ବିଷୟକୁ ଏହା ସୂଚାଉଛି ।

ଏହା ନିଶ୍ଚିତ ଯେ, ଇତିହାସ କହୁଛି, ଆର୍ଥିକ କ୍ଷେତ୍ର ହିଁ ପ୍ରଥମେ ନୂତନ ପ୍ରଯୁକ୍ତି ବିଦ୍ୟା ଓ କନେକ୍ଟିଭିଟିକୁ ଆଦରିଥାଏ ।

ବନ୍ଧୁଗଣ,

ଆମେ ଏପରି ଏକ ଯୁଗରେ ଅଛୁ ଯାହାକି ଟେକ୍ନୋଲଜି ଦ୍ୱାରା ପରିବର୍ତ୍ତିତ ହେଉଛି ।

ସ୍ୱଳ୍ପ ସମୟରେ ଆମେ ଡେସ୍କଟପରୁ କ୍ଲାଉଡ, ଇଣ୍ଟରନେଟରୁ ସୋସିଆଲ ମିଡିଆ, ଆଇଟି ସର୍ଭିସରୁ ଇଣ୍ଟରନେଟ ଅଫ ଥିଙ୍ଗସ ପର୍ଯ୍ୟନ୍ତ ଏକ ଦୀର୍ଘ ପଥ ଅତିକ୍ରମ କରିଛୁ । ବ୍ୟବସାୟରେ ଦୈନିକ ଅନ୍ତରାୟ ହେଉଛି ।

ବିଶ୍ୱ ଅର୍ଥ ବ୍ୟବସ୍ଥାର ଚରିତ୍ର ବଦଳିବାରେ ଲାଗିଛି ।

ନୂତନ ବିଶ୍ୱରେ ଟେକ୍ନୋଲଜି ଅର୍ଥ – ପ୍ରତିଦ୍ୱନ୍ଦ୍ୱିତା ଓ ଶକ୍ତିକୁ ସୂଚାଉଛି ।

ଏବଂ ଏହା ଜୀବନର ପରିବର୍ତ୍ତନରେ ସୀମାହୀନ ସୁଯୋଗ ଆଣି ଦେଉଛି ।

2014ରେ ମିଳିତ ଜାତିସଂଘରେ ମୁଁ କହିଥିଲି ଯେ, ଯେଉଁ ଗତିରେ ଫେସବୁକ, ଟୁଇଟର କିମ୍ବା ମୋବାଇଲ ଫୋନ ବ୍ୟାପ୍ତ ହୋଇଛି, ସେହି ଗତିରେ ବିକାଶ ଓ ସଶକ୍ତିକରଣ ମଧ୍ୟ ବ୍ୟାପ୍ତ ହୋଇପାରିବ ।

ବିଶ୍ୱବ୍ୟାପୀ ଦୃଷ୍ଟିକୋଣ ଦ୍ରୁତଗତିରେ ବାସ୍ତବତାରେ ରୂପାନ୍ତର ହେବାରେ ଲାଗିଛି ।

ଭାରତରେ ଏହା ପ୍ରଶାସନ ଏବଂ ସେବା ପ୍ରଦାନ ବ୍ୟବସ୍ଥାକୁ ପରିବର୍ତ୍ତନ କରିଦେଇଛି । ଏହା ନବପ୍ରବର୍ତ୍ତକ, ଆଶା ଏବଂ ସୁଯୋଗକୁ ମୁକ୍ତ କରିଛି । ଯେଉଁମାନେ ସୀମାରେଖା ମଧ୍ୟରେ ଥିଲେ,ସେମାନଙ୍କୁ ଏହା ମୁଖ୍ୟଧାରାକୁ ଆଣିବା ସହ ଦୁର୍ବଳଙ୍କୁ ସଶକ୍ତ କରିପାରିଛି । ଏହା ଅର୍ଥ ବ୍ୟବସ୍ଥାକୁ ଅଧିକ ଗଣତାନ୍ତ୍ରିକ କରିପାରିଛି ।

ଦୁର୍ଗମ ଗ୍ରାମାଞ୍ଚଳର ଦୁର୍ବଳ ବର୍ଗ ତଥା ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ଛୁଇଁବା ଭଳି ସମଷ୍ଟିଗତ ବିକାଶକୁ ଦୃଷ୍ଟିରେ ରଖି ମୋ ସରକାର 2014ରେ କ୍ଷମତାକୁ ଆସିଥିଲା ।

ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ସମଷ୍ଟିଗତ ଆର୍ଥିକ ସ୍ଥିତିର ଏକ ଦୃଢ଼ ଭିତ୍ତି ଆବଶ୍ୟକ ଥିଲା-ଭାରତ ଭଳି ଏକ ବୃହତ ଦେଶରେ ଏହି କାର୍ଯ୍ୟ ଏତେ ସହଜ ନଥିଲା ।

ତଥାପି ଆମେ ଏହାକୁ ପାରମ୍ପରିକ ବ୍ୟବସ୍ଥା ଭଳି କିଛି ବର୍ଷ ନୁହେଁ, କିଛି ମାସରେ ହାସଲ କରିବାକୁ ଇଚ୍ଛା କଲୁ ।

ଫିନଟେକର ଶକ୍ତି ଏବଂ ଡିଜିଟାଲ କନକ୍ଟେିଭିଟି ଦ୍ୱାରା ଆମେ ଅସ୍ୱାଭାବିକ ଗତିରେ ଏକ ବିପ୍ଲବ ଆରମ୍ଭ କଲୁ ।

103 କୋଟି ଭାରତୀୟଙ୍କ ପାଇଁ ସମଷ୍ଟିଗତ ଅର୍ଥବ୍ୟବସ୍ଥା ସମ୍ଭବ ହୋଇପାରିଲା । ମାତ୍ର କିଛି ବର୍ଷରେ ଆମେ 102 କୋଟିରୁ ଅଧିକ ବାୟୋମେଟ୍ରିକ ପରିଚୟ ସୃଷ୍ଟି କରିପାରିଛୁ, ଯାହାକି ଏକ ଭିତ୍ତି ।

ଆମର ଜନ ଧନ ଯୋଜନାରେ ଆମେ ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟାଙ୍କ ଏକାଉଣ୍ଟ ଦେବାକୁ ଲକ୍ଷ୍ୟ ରଖିଛୁ    । ତିନି ବର୍ଷ ମଧ୍ୟରେ ଆମେ 330ନିୟୁତ ନୂଆ ବ୍ୟାଙ୍କ ଏକାଉଣ୍ଟ ଖୋଲିପାରିଛୁ । ଏହା 330 ନିୟୁତ ପରିଚୟ, ସୁଯୋଗ ଏବଂ ମର୍ଯ୍ୟାଦା ।

2014ରେ 50% ରୁ କମ ଭାରତୀୟଙ୍କ ବ୍ୟାଙ୍କ ଏକାଉଣ୍ଟ ଥିଲା । ଏବେ ଏହା ସାର୍ବଜନୀନହୋଇପାରିଛି ।

ତେଣୁ ଆଜି ଶହେ କୋଟିରୁ ଅଧିକ ବାୟୋମାଟ୍ରିକ ପରିଚୟ, ଶହେ କୋଟିରୁ ଅଧିକ ବ୍ୟାଙ୍କ ଏକାଉଣ୍ଟ ଏବଂ ଶହେ କୋଟିରୁ ଅଧିକ ସେଲ୍ ଫୋନ୍ ଭାରତକୁ ବିଶ୍ୱରେ ସର୍ବବୃହତ ମୌଳିକ ଭିତ୍ତିଭୂମି ଭାବେ ଛିଡ଼ା କରିଛି ।

ଲୋକମାନଙ୍କ ପାଖରେ ସରକାରଙ୍କ ପାଖରୁ ସିଧାସଳଖ 3.6 ଲକ୍ଷ କୋଟି ଟଙ୍କାରୁ ଅଧିକ ତଥା 50 ବିଲିଅନ ଡଲାର ପହଞ୍ଚିପାରିଛି ।

ଏବେ ଆଉ ଗ୍ରାମାଞ୍ଚଳର ଜଣେ ଗରିବ ବ୍ୟକ୍ତି ତାର ଅଧିକାର ପାଇବାକୁ ଦୀର୍ଘ ବାଟ ଯିବାକୁ ପଡ଼ୁନି କିମ୍ବା ମଧ୍ୟସ୍ଥିଙ୍କ ସହାୟତା ଲୋଡ଼ୁନି ।

ଏବେ ଆଉ ଜାଲ/ନକଲି ଏକାଉଣ୍ଟ ଦ୍ୱାରା ସରକାରୀ ଅର୍ଥ ହଡ଼ପ ସମ୍ଭବ ହେଉନି । ଏହାଦ୍ୱାରା ଆମେ 80 ହଜାର କୋଟି ଟଙ୍କା ତଥା 12 ବିଲିଅନ ଡଲାର ସଞ୍ଚୟ କରିପାରିଛୁ ।

ଏବେ ନିୟୁତ ନିୟୁତ ଲୋକ ଯେଉଁମାନେ କି ଅନିଶ୍ଚିତତା ମଧ୍ୟରେ ଥିଲେ, ସେମାନଙ୍କ ଏକାଉଣ୍ଟରେ ବୀମା ସୁବିଧା ପାଇବା ସହ ବାର୍ଦ୍ଧକ୍ୟ ବେଳେ ପେନସନ ସୁବିଧାର ସୁରକ୍ଷା ମିଳିପାରିଛି ।

ଜଣେ ଛାତ୍ର ଏବେ ତାର ବୃତ୍ତି ଅର୍ଥ ସିଧାସଳଖ ଏକାଉଣ୍ଟରେ ପାଇପାରୁଛି । ଏବେ ତାକୁ ଆଉ ଅସଂଖ୍ୟ କାଗଜକାମରେ ଦୌଡ଼ିବାକୁ ପଡ଼ୁନାହିଁ ।

ଆଧାର ଭିତ୍ତିରେ ଚାରି ଲକ୍ଷ ମାଇକ୍ରୋ ଏଟିଏମ ଦ୍ୱାରା ବ୍ୟାଙ୍କିଂ ସୁବିଧା ଗ୍ରାମାଞ୍ଚଳରେ ଦ୍ୱାରମୁହଁରେ ପହଞ୍ଚି ପାରିଛି ।  

ଏବେ ଏହି ଡିଜିଟାଲ ଭିତ୍ତିଭୂମି ଦ୍ୱାରା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସେବା ସୁବିଧା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ ହୋଇଛି, ଯାହାକି 500 ନିୟୁତ ଭାରତୀୟଙ୍କୁ ସ୍ୱାସ୍ଥ୍ୟବୀମା ସୁବିଧା ଉପଲବ୍ଧ କରାଇବ ।

ମୁଦ୍ରା ଯୋଜନା ମାଧ୍ୟମରେ 145 ନିୟୁତ ଋଣ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଦେବା ସମ୍ଭବ ହୋଇପାରିଛି । ଚାରି ବର୍ଷ ମଧ୍ୟରେ ଏହି ପରିମାଣ 6.5 ଲକ୍ଷ କୋଟି ତଥା 90 ବିଲିଅନ ଡଲାରରେ ପହଞ୍ଚିଛି । ଏହି ଋଣର ପ୍ରାୟ 75% ମହିଳାଙ୍କ ନିକଟକୁ ଯାଇଛି ।

କିଛି ସପ୍ତାହ ପୂର୍ବେ ଆମେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କର ଶୁଭାରମ୍ଭ କରିଛୁ । ଘରେ ଘରେ ବ୍ୟାଙ୍କ ବ୍ୟବସ୍ଥା ପହଞ୍ଚାଇବା ଲାଗି ଦେଶବ୍ୟାପୀ 150 ହଜାର ଡାକଘର ଓ 3,00,000 ଡାକ କର୍ମଚାରୀ ଟେକ୍ନୋଲଜିର ବ୍ୟବହାର କରୁଛନ୍ତି ।

ନିଶ୍ଚିତ ଭାବେ ସମଷ୍ଟିଗତ ଅର୍ଥ ବ୍ୟବସ୍ଥା ପାଇଁ ଡିଜିଟାଲ କନେକ୍ଟିଭିଟି ଜରୁରି ।

3,00,000 କିଲୋମିଟରର ଫାଇବର ଅପ୍ଟିକ କେବୁଲ ଦ୍ୱାରା ଭାରତର 1,20,000ରୁ ଅଧିକ ଗ୍ରାମ ପଞ୍ଚାୟତକୁ ଇତି ମଧ୍ୟରେ ଡିଜିଟାଲି ସଂଯୋଗ କରାଯାଇପାରିଛି ।

3,00,000 କମନ ସର୍ଭିସ ସେଣ୍ଟର (ସାଧାରଣ ସେବା କେନ୍ଦ୍ର) ଜରିଆରେ ଗ୍ରାମାଞ୍ଚଳରେ ଡିଜିଟାଲ ସୁବିଧା ଉପଲବ୍ଧ କରାଯାଇଛି । ଏହାଦ୍ୱାରା କୃଷକମାନେ ଜମି ତଥ୍ୟ, ଋଣ, ବୀମା, ବଜାର ଏବଂ ଉଚିତ ଦର ପାଇବା ସହଜ ହୋଇପାରିଛି । ଏହାଦ୍ୱାରା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଏବଂ ମହିଳାମାନଙ୍କ ନିକଟରେ ସ୍ୱାସ୍ଥ୍ୟକର ସାମଗ୍ରୀ ପହଞ୍ଚିପାରିଛି ।

ଫିନଟେକ ଦ୍ୱାରା ଭାରତରେ ହୋଇପାରିଥିବା ଅନ୍ୟ ଏକ ବୃହତ ପରିବର୍ତ୍ତନ- ଦେୟ ପ୍ରଦାନ ଓ କାରବାରର ଡିଜିଟାଲୀକରଣ ବିନା ଏଥିରୁ କୌଣସି ଗୋଟିଏ ହେଲେ ସଫଳ ହୋଇ ପାରି ନଥାନ୍ତା ।

ଭାରତ ବିଭିନ୍ନ ପରିସ୍ଥିତି ଓ ଆହ୍ୱାନର ଏକ ଦେଶ । ଆମର ସମାଧାନର ପନ୍ଥା ମଧ୍ୟ ଠିକ୍ ସେହିପରି ହେବା ଉଚିତ । ଆମର ଡିଜିଟାଲୀକରଣ ଉଦ୍ୟମ ସଫଳ ହେଲା କାରଣ ଆମର ଦେୟ ଦ୍ରବ୍ୟ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ।

ଯେଉଁମାନଙ୍କର ମୋବାଇଲ ଓ ଇଣ୍ଟରନେଟ ରହିଛି, ସେମାନଙ୍କ ପାଇଁ ଏକାଉଣ୍ଟ ମଧ୍ୟରେ ଭର୍ଚୁଆଲ ପେମେଣ୍ଟେ ଠିକଣା ମାଧ୍ୟମରେ କାରବାର ପାଇଁ ଭିମ୍-ୟୁପିଆଇ ବିଶ୍ୱର ସବୁଠାରୁ ଅତ୍ୟାଧୁନିକ, ସରଳ ଏବଂ ବାଧାବିହୀନ ପ୍ଲାଟଫର୍ମ ।

ଯେଉଁମାନଙ୍କର ମୋବାଇଲ ଅଛି, ଇଣ୍ଟରନେଟ ନାହିଁ, ସେମାନଙ୍କ ପାଇଁ 12ଟି ଭାଷାରେ ୟୁଏସଏସଡି ବ୍ୟବସ୍ଥା ରହିଛି ।

ଏବଂ ଯେଉଁମାନଙ୍କର ମୋବାଇଲ ଓ ଇଣ୍ଟରନେଟର ବ୍ୟବସ୍ଥା ନାହିଁ, ସେମାନଙ୍କ ପାଇଁ ଆଧାର ଭିତ୍ତିକ ଦେୟ ବ୍ୟବସ୍ଥା ରହିଛି, ଯାହାକି ବାୟୋମେଟ୍ରିକ ବ୍ୟବହାର କରୁଛି । ଦୁଇ ବର୍ଷ ମଧ୍ୟରେ ଏହା ଏକ ବିଲିଅନ କାରବାର କରିବା ସହ 6 ଗୁଣା ବୃଦ୍ଧି ପାଇପାରିଛି ।

ରୂପେ ପେମେଣ୍ଟ କାର୍ଡ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିଛି । ଏମାନଙ୍କ ମଧ୍ୟରେ ପ୍ରାୟ 250 ନିୟୁତ ଏଭଳି ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପାଖରେ ଚାରି ବର୍ଷ ତଳେ ବ୍ୟାଙ୍କ ଏକାଉଣ୍ଟ ନଥିଲା ।

କାର୍ଡ, କ୍ୟୁଆର ଏବଂ ୱାଲେଟ, ଭାରତରେ ସମସ୍ତ ପ୍ରକାର ଡିଜିଟାଲ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି । ଏବେ ଦେଶରେ 128ଟି ବ୍ୟାଙ୍କ ୟୁପିଆଇ ସହ ସଂଯୁକ୍ତ ହୋଇପାରିଛନ୍ତି ।

ବିଗତ 24 ମାସ ମଧ୍ୟରେ ୟୁପିଆଇରେ କାରବାର 1500 ଗୁଣ ବୃଦ୍ଧି ପାଇପାରିଛି । ପ୍ରତି ମାସ କାରବାରର ପରିମାଣ 30% ରୁ ଅଧିକ ବୃଦ୍ଧି ପାଉଛି ।

କିନ୍ତୁ ଦ୍ରୁତ ବେଗ ତୁଳନାରେ ମୋତେ ଅଧିକ ଭଲ ଲାଗିଛି ଡିଜିଟାଲ ଦେୟ ପ୍ରଦାନର ସୁଯୋଗ, ଦକ୍ଷତା,ସ୍ୱଚ୍ଛତା ଏବଂ ଉପଯୋଗିତା ।

ଜଣେ ଦୋକାନୀ ଅନଲାଇନରେ ସାମଗ୍ରୀ ତାଲିକା କରିବା ସହ ଦେୟ ଆଦାୟକୁ ଗତିଶୀଳ କରାଇପାରିବ ।

ଜଣେ ଫଳଚାଷୀ, କୃଷକ, ଗ୍ରାମାଞ୍ଚଳ କଳାକାର ସମସ୍ତଙ୍କ ପାଇଁ ବଜାର ଏକ ସିଧାସଳଖ ଏବଂ ନିକଟତର ହୋଇଛି । ଆୟ ଅଧିକ ହେବା ସହ ଦେୟ ଶୀଘ୍ର ହୋଇପାରୁଛି ।

ଦିନର ଶ୍ରମ ସମୟ ନଷ୍ଟ ନ କରି ଜଣେ ଶ୍ରମିକ ପ୍ରାପ୍ୟ ପାଇପାରିବା ସହ ଘରକୁ ପଠାଇ ପାରୁଛି ।

ପ୍ରତ୍ୟେକ ଡିଜିଟାଲ ପେମେଣ୍ଟ ସମୟ ସଞ୍ଚୟ କରୁଛି । ଏହା ଜାତୀୟ ସଞ୍ଚୟର ପରିମାଣ ବଢ଼ାଇ ପାରିଛି । ଏହା ବ୍ୟକ୍ତିଗତ ଭାବେ ଆମର ଉତ୍ପାଦକତା ଓ ଆମର ଅର୍ଥବ୍ୟବସ୍ଥାକୁ ବଢ଼ାଉଛି ।

ଏହା ମଧ୍ୟ ଅର୍ଥବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ଟିକସ ଆଦାୟ ବୃଦ୍ଧି କରୁଛି ।

ଏପରିକି ଡିଜିଟାଲ ପେମେଣ୍ଟ ଏବେ ଅପାର ସମ୍ଭାବନାର ପ୍ରବେଶ ଦ୍ୱାର ହୋଇଛି ।

ଜନସାଧାରଣଙ୍କୁ ମୂଲ୍ୟ ଭିତ୍ତିକ ସେବା ଯୋଗାଇବା ପାଇଁ ଡାଟା ଏନାଲିଟିକ୍ସ ଏବଂ କୃତିମ ଧୀଶକ୍ତି/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟକ ହୋଇପାରିଛି । ଯେଉଁମାନଙ୍କର କୌଣସି ଶ୍ରେୟ ନଥିଲା କିମ୍ବା ସ୍ୱଳ୍ପ ଥିଲା ସେମାନଙ୍କୁ ଏବେ ଶ୍ରେୟ ମିଳୁଛି ।

ସମଷ୍ଟିଗତ ଅର୍ଥ ବ୍ୟବସ୍ଥା ଏବେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ସମ୍ପ୍ରସାରିତ ହୋଇଛି ।

ଭାରତରେ ଏବେ ବର୍ଷେ ତଳେ ଜାତୀୟ ସ୍ତରରେ ଆରମ୍ଭ ହୋଇଥିବା ବସ୍ତୁ ଓ ସେବା କର ଡିଜିଟାଲ ନେଟୱାର୍କରେ ସମସ୍ତେ ସାମିଲ ହୋଇପାରିଛନ୍ତି ।

ବ୍ୟାଙ୍କ ସେମାନଙ୍କ ପାଖରେ ଋଣ ପହଞ୍ଚାଇପାରୁଛନ୍ତି । ଋଣପ୍ରଦାନକାରୀ ବିକଳ୍ପ ପ୍ଲାଟଫର୍ମ ସେମାନଙ୍କୁ ନବପ୍ରକ୍ରିୟାର ଆର୍ଥିକ ବ୍ୟବସ୍ଥା ଯୋଗାଉଛନ୍ତି । ଅଣ-ବଜାରର ଅତ୍ୟଧିକ ସୁଧହାରଯୁକ୍ତଋଣ ଉପରେ ସେମାନଙ୍କୁ ଆଉ ଏବେ ନିର୍ଭର କରିବାକୁ ପଡ଼ୁନାହିଁ ।

ଏବଂ ଏହି ମାସ ଏପରିକି ଏକ ବ୍ୟାଙ୍କକୁ ନ ଯାଇ ମଧ୍ୟ ମାତ୍ର 59 ମିନିଟରେ 1 କୋଟି ଟଙ୍କା ତଥା 1,50,000 ଡଲାର ପର୍ଯ୍ୟନ୍ତ ଋଣ ସୂକ୍ଷ୍ମ, କ୍ଷଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ପ୍ରଦାନ ପାଇଁ ଯୋଜନା ଆରମ୍ଭ କରାଯାଇଛି । ଜିଏସଟି ରିଟର୍ଣ୍ଣ, ଆୟକର ରିଟର୍ଣ୍ଣ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟ ଦ୍ୱାରା ଏହା ସମ୍ଭବ ହୋଇପାରିବ । ମାତ୍ର କିଛି ଦିନ ମଧ୍ୟରେ 1,50,000 ଏପରି ଉଦ୍ୟୋଗ ଋଣ ପାଇବାକୁ ଆବେଦନମିଳିଛି ।

ଏହିପରି ଭାବେ ଫିନଟେକ୍ ଉଦ୍ୟୋଗ, ନିଯୁକ୍ତି ଓ ସମୃଦ୍ଧିକୁ ଆଗେଇ ନେଉଛି ।

ଡିଜିଟାଲ ଟେକ୍ନୋଲଜି ସରକାରଙ୍କ ଇ-ଗଭର୍ଣ୍ଣମେଣ୍ଟ ଇ-ମାର୍କେଟ ଅନ୍ତର୍ଗତ ଜିଇଏମ୍ ଭଳି ସ୍ୱଚ୍ଛତା ଆଣିବା ସହ ଭ୍ରଷ୍ଟାଚାର ଦୂର କରିପାରୁଛି । ସରକାରୀ ଏଜେନ୍ସି ଦ୍ୱାରା କ୍ରୟ ପାଇଁ ଏହା ଏକ ଏକୀକୃତ ପ୍ଲାଟଫର୍ମ ।

ଏଥିରେ ପ୍ରାୟ 6,00,000 ଉତ୍ପାଦ ରହିଛି । ଏହି ପ୍ଲାଟଫର୍ମରେ ପ୍ରାୟ 30,000 କ୍ରେତା ସଂସ୍ଥା ଏବଂ 1,50,000 ବିକ୍ରେତା ଏବଂ ସେବା ପ୍ରଦାନକାରୀ ପଞ୍ଜିକୃତ ହୋଇଛନ୍ତି ।

ବନ୍ଧୁଗଣ,

ଭାରତରେ ଫିନଟେକ୍ ନବପ୍ରବର୍ତ୍ତକ ଏବଂ ଉଦ୍ୟୋଗର ଏକ ବିସ୍ଫୋରଣ ଘଟିଛି । ଏହା ବିଶ୍ୱରେ ଭାରତକୁ ଅଗ୍ରଣୀ ଫିନଟେକ ଓ ଷ୍ଟାର୍ଟଅପ ରାଷ୍ଟ୍ରରେ ପରିଣତ କରିଛି । ଭାରତରେ ଫିନଟେକର ଭବିଷ୍ୟତ ଏବଂ ଚତୁର୍ଥ ପିଢି ଉଦ୍ୟୋଗର ଅଭ୍ୟୁଦୟ ଘଟୁଛି ।

ସମସ୍ତଙ୍କ ପାଇଁ କାଗଜବିହୀନ, ନଗଦ ବିହୀନ, ବିନା ଉପସ୍ଥିତିରେ ଏବଂ ସୁରକ୍ଷିତ ଓ ନିରାପଦ କାରବାର ସକାଶେ ଆମ ଯୁବ ପିଢ଼ି ଆପ୍ସ ବିକଶିତ କରୁଛନ୍ତି । ଏହାହିଁ ଭାରତର ବିସ୍ମୟ- ଯାହାକି ବିଶ୍ୱର ସର୍ବବୃହତ ଆପ୍ଲିକେସନ ପ୍ରୋଗ୍ରାମ ।

ବ୍ୟାଙ୍କ, ନିୟାମକ ଏବଂ ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ସେମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲକଚେନ ଏବଂ ମେସିନର ବ୍ୟବହାର କରୁଛନ୍ତି ।

ଆମ ଦେଶର ସାମାଜିକ ଲକ୍ଷ୍ୟ-ସ୍ୱାସ୍ଥ୍ୟରୁ ଶିକ୍ଷା ଏବଂ ମାଇକ୍ରୋ କ୍ରେଡିଟରୁ ବୀମା ସବୁକିଛିକୁ ସେମାନେ ଗ୍ରହଣ କରୁଛନ୍ତି ।

ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ, ଏଗୁଡ଼ିକର ସହାୟକ ନୀତି, ପାଣ୍ଠି ଯୋଗାଣ କାର୍ଯ୍ୟକ୍ରମ ଭଳି ପଦକ୍ଷେପରୁ ଭାରତର ଦକ୍ଷ ପିଢ଼ି ଫାଇଦା ପାଇପାରୁଛି ।

ଏହା ସହାୟତାରେ ଭାରତ ବିଶ୍ୱରେ ସର୍ବାଧିକ ଡାଟା ବ୍ୟବହାରକାରୀ ରାଷ୍ଟ୍ର ହେବା ସହ ସବୁଠାରୁ ଶସ୍ତାରେ ମଧ୍ୟ ଡାଟା ଉପଲବ୍ଧ ହୋଇପାରୁଛି । ଫିନଟେକକୁ ଗ୍ରହଣ କରିବାରେ ମଧ୍ୟ ଅଗ୍ରଣୀ ରାଷ୍ଟ୍ର ହୋଇଛି । ତେଣୁ ମୁଁ ସମସ୍ତ ଫିନଟେକ କମ୍ପାନୀ ଓ ଷ୍ଟାର୍ଟଅପମାନଙ୍କୁ କହିବି ଯେ ଭାରତ ହିଁ ସେମାନଙ୍କ ସର୍ବଶ୍ରେଷ୍ଠ ଲକ୍ଷ୍ୟସ୍ଥଳ ।

ଭାରତର ଏଲଇଡି ବଲ୍ବ ଉଦ୍ୟୋଗ ଦ୍ୱାରା ଭାରତ ସମ୍ଭବ ହୋଇଥିବା ଓ ହାସଲ କରିଥିବା ଶକ୍ତି ସଞ୍ଚୟ କାର୍ଯ୍ୟକ୍ରମ ବିଶ୍ୱସ୍ତରରେ ଆଦୃତ ହୋଇପାରିଛି । ଠିକ୍ ସେହିପରି ଭାରତର ବିଶାଳ ବଜାର ଫିନଟେକ ଉତ୍ପାଦଗୁଡ଼ିକ ପାଇଁ ବିପଦ ଓ ମୂଲ୍ୟ ହ୍ରାସ କରିବା ସହ ସେଗୁଡ଼ିକୁ ବିଶ୍ୱବ୍ୟାପୀ ପହଞ୍ଚାଇପାରିବ ।

ବନ୍ଧୁଗଣ,

ଅଳ୍ପରେ, ଭାରତର କାହାଣୀ ଫିନଟେକର ଛଅଟି ବଡ଼ ଫାଇଦାକୁ ସୂଚାଉଛି; ଅଧିକାର, ସମଷ୍ଟିଗତ,ସଂଯୋଗତା, ଇଜ୍ ଅଫ ଲିଭିଙ୍ଗ, ସୁଯୋଗ ଏବଂ ଦାୟିତ୍ୱବୋଧ ।

ବିଶ୍ୱସ୍ତରରେ, ଭରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଓ ଲାଟିନ ଆମେରିକାରୁ ଆଫ୍ରିକା ଆମେ ସାଧାରଣ ଜୀବନକୁ ବଦଳାଇ ପାରୁଥିବା ଅବିଶ୍ୱସନୀୟ କାହାଣୀ ଦେଖିବାକୁ ମିଳୁଛି ।

କିନ୍ତୁ, ତଥାପି ଅନେକ କିଛି କରିବାର ରହିଛି ।

ଆମ ଦୃଷ୍ଟି ସମସ୍ତଙ୍କ ବିକାଶ ଉପରେ ରହିବା ଉଚିତ । ଯାହାଦ୍ୱାରା କି ଅନୁନ୍ନତଙ୍କ ବିକାଶ ସମ୍ଭବ ହୋଇପାରିବ ।

ଆମେ ବ୍ୟାଙ୍କ ସୁବିଧା ପାଉ ନଥିବା ବିଶ୍ୱର 1.7 ବିଲିଅନ ଲୋକଙ୍କୁ ଆର୍ଥିକ ମାର୍କେଟକୁ ଆଣିବାକୁ ପଡ଼ିବ ।

ବିଶ୍ୱରେ ଅଣ-ସାଙ୍ଗଠନିକ କ୍ଷେତ୍ରରେ ଥିବା ଶହେ କୋଟି ଶ୍ରମିକଙ୍କ ପାଇଁ ପେନସନ ଓ ବୀମାର ସୁରକ୍ଷା ନିଶ୍ଚିତ କରିବା ଦରକାର, ଯାହାକି ଆମେ କରିପାରିନୁ ।

ଯେପରି କୌଣସି ସ୍ୱପ୍ନ ଅପୂରଣୀୟ ରହିବ ନାହିଁ ସେଦିଗରେ ଆମେ ଫିନଟେକ ବ୍ୟବହାର କରିବା ଉଚିତ । ଅର୍ଥାଭାବରୁ କୌଣସି ଉଦ୍ୟୋଗ ଆରମ୍ଭ ନ ହେବା ଭଳି ସ୍ଥିତିକୁ ଦୂର କରିବା ଉଚିତ ।

ଆମେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ଅଧିକ ନମନୀୟ କରିବା ସହ ପ୍ରତିବନ୍ଧକ ଓ ବାଧାଗୁଡ଼ିକୁ ଦୂର କରିବା ଭଳି ବ୍ୟବସ୍ଥା ଆଦରିବା ଉଚିତ ।

ଆମେ ଟେକ୍ନୋଲଜିକୁ ଅଧିକ ବ୍ୟବହାର କରିବା ଉଚିତ, ଯଦ୍ୱାରାକି ନିୟନ୍ତ୍ରଣ ଓ ତଦାରଖ ବଢ଼ିବା ସହ ବିପଦ ହ୍ରାସ ପାଇପାରିବ ।

ଅର୍ଥ ଠକେଇ, ଟିକସ ଫାଙ୍କି ଓ ଆର୍ଥିକ ଅପରାଧର ମୁକାବିଲା ଦିଗରେ ଆମେ ଫିନଟେକ ଟୁଲକୁ ଅଧିକ ବ୍ୟବହାର କରିବା ଉଚିତ ।

ଆମର ତଥ୍ୟ ଏବଂ ବ୍ୟବସ୍ଥା ଯେତେବେଳେ ନିରାପଦ ଓ ବିଶ୍ୱସନୀୟ ହୋଇପାରିବ, ସେତେବେଳେ ଆନ୍ତଃସଂଯୋଗିତ ବିଶ୍ୱରେ ଅଭ୍ୟୁତ୍ଥିତ ଅର୍ଥ ବ୍ୟବସ୍ଥା ସଫଳ ହୋଇପାରିବ ।

ସାଇବର ଭୟରୁ ଆମେ ବିଶ୍ୱ ୱାୟର/ଇଣ୍ଟରନେଟ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ଉଚିତ ।

ଆମେ ଏହା ନିଶ୍ଚିତ କରିବା ଉଚିତ ଯେ, ଫିନଟେକ କାର୍ଯ୍ୟ ଯେପରି ଲୋକଙ୍କ ଅନୁକୂଳ ହେବ,ପ୍ରତିକୂଳ ନୁହେଁ । ଆର୍ଥିକ ବ୍ୟବସ୍ଥାରେ ଏହି ଟେକ୍ନୋଲଜି ଅନୁନ୍ନତଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ସେମାନଙ୍କ ସ୍ଥିତିରେ ବିକାଶ ହୋଇପାରିବ ।

ସେମାନଙ୍କ ପାଇଁ ଥିବା ସମଷ୍ଟିଗତ ନୀତି ଓ ଟେକ୍ନୋଲଜିର ସୁଯୋଗ ଏବଂ ବ୍ୟବହାର ବାବଦରେ ସେମାନଙ୍କୁ ସଚେତନା କରାଇବା ଜରୁରି ।

ଏଥିପାଇଁ ଫିନଟେକ କେବଳ ଯାନ୍ତ୍ରିକ ନୁହେଁ ବରଂ ଏକ ବିପ୍ଲବ ହେବା ଉଚିତ ।

ଏଥିପାଇଁ ଆମକୁ ଅନେକ ଗୁଡ଼ିଏ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ, ଯଥା; ତଥ୍ୟ ମାଲିକାନା ଏବଂ ପ୍ରବାହ, ଗୋପନୀୟତା ଓ ଅନୁମତି, ବେସରକାରୀ ଓ ସର୍ବସାଧାରଣଙ୍କ ଭଲ ପାଇଁ ଆଇନ ଏବଂ ନିୟମାବଳୀ ।

ଶେଷରେ ଆମେ ନିଶ୍ଚିତ ଭାବେ ଭବିଷ୍ୟତର ଦକ୍ଷତା ପାଇଁ ନିବେଶ କରିବା ଉଚିତ । ଏବଂ ଦୀର୍ଘକାଳୀନ ବ୍ୟବସ୍ଥାରେ ଚିନ୍ତାଧାରା ଓ ନିବେଶ ପ୍ରସ୍ତୁତ ରଖିବା ଉଚିତ ।

ବନ୍ଧୁଗଣ,

ପ୍ରତ୍ୟେକ ଯୁଗ ଏହାର ସୁଯୋଗ ଓ ଆହ୍ୱାନ ପାଇଁ ପରିଚିତ । ଭବିଷ୍ୟତକୁ ଗଠନ କରିବା ଦିଗରେ ପ୍ରତ୍ୟେକ ପିଢ଼ିର ନିଜସ୍ୱ ଦାୟିତ୍ୱ ରହିଛି ।

ଏହି ପିଢ଼ି ପ୍ରତ୍ୟେକଙ୍କ ପାଇଁ ବିଶ୍ୱର ପ୍ରତି ପାପୁଲିରେ ଭବିଷ୍ୟତ ଗଠନ କରିବ ।

ଇତିହାସ ଆମ ପାଇଁ ଅନେକ ସୁଯୋଗ ରଖି ଦେଇ ଯାଇଛି ।

କୋଟି କୋଟି ଲୋକଙ୍କ ପାଇଁ ସୁଯୋଗ ଓ ସମୃଦ୍ଧିକୁ ବାସ୍ତବତାରେ ପରିଣତ କରିବା ପାଇଁ ।

ବିଶ୍ୱକୁ ଧନୀ-ଗରିବଙ୍କ ମଧ୍ୟରେ, ସହର-ଗ୍ରାମ ମଧ୍ୟରେ, ଆଶା ଏବଂ ସଫଳତା ମଧ୍ୟରେ ଅଧିକ ମାନବତା ଓ ସମାନତା କରିବା ପାଇଁ ।

ଭାରତ ଯେଭଳି ଅନ୍ୟମାନଙ୍କ ଠାରୁ ଶିକ୍ଷା ପ୍ରାପ୍ତ ହେବ, ସେହିପରି ଆମେ ଅଭିଜ୍ଞତା ଓ ନିପୁଣତାକୁ ବିଶ୍ୱ ସହ ବାଣ୍ଟିବୁ ।

କାରଣ, ଯାହା ଭାରତକୁ ଆଗେଇ ନେଉଛି, ତାହା ଅନ୍ୟମାନଙ୍କ ପାଇଁ ଆଶାର ସଞ୍ଚାର ମଧ୍ୟ କରୁଛି । ଏବଂ ଆମେ ଭାରତ ପାଇଁ ଯେଉଁ ସ୍ୱପ୍ନ ଦେଖୁଛୁ, ଅନ୍ୟମାନଙ୍କ ପାଇଁ ମଧ୍ୟ ସେହି ସଦିଚ୍ଛା ରଖୁଛୁ ।

ଏହା ସମସ୍ତଙ୍କ ପାଇଁ ସମାନ ଯାତ୍ରା ।

ଆଲୋକର ପର୍ବ ଭଳି ଯାହାକି ଅନ୍ଧାର ଉପରେ ଆଲୋକର ବିଜୟ ଆଣିଥାଏ, ନିରାଶାକୁ ଦୂରେଇ ଆଶା ଓ ଖୁସି ଆଣିଥାଏ, ଏହି ପର୍ବ ଆମକୁ ମିଳିତ ହୋଇ ମାନବତାର ଉନ୍ନତ ଭବିଷ୍ୟତ ପାଇଁ ଆଗେଇବା ସକାଶେ ଆହ୍ୱାନ ଦେଉଛି ।

ଧନ୍ୟବାଦ

 

ଦାନ
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Overjoyed by unanimous passage of Bill extending reservation for SCs, STs in legislatures: PM Modi

Media Coverage

Overjoyed by unanimous passage of Bill extending reservation for SCs, STs in legislatures: PM Modi
...

Nm on the go

Always be the first to hear from the PM. Get the App Now!
...
Here are the Top News Stories for 11th December 2019
December 11, 2019
ସେୟାର
 
Comments

Top News Stories is your daily dose of positive news. Take a look and share news about all latest developments about the government, the Prime Minister and find out how it impacts you!