ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଇଣ୍ଡିଆ ଟୁଡ଼େ କନକ୍ଲେଭରେଉଦ୍‌ବୋଧନ ଦେଇଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ସଂପର୍କରେଜନସଚେତନତା ବୃଦ୍ଧି ଦିଗରେ ଇଣ୍ଡିଆ ଟୁଡ଼େ ଗ୍ରୁପର ପ୍ରୟାସକୁ ପ୍ରଶଂସା କରିଥିଲେ ।

ତାଙ୍କର ପ୍ରଧାନମନ୍ତ୍ରୀତ୍ୱ ଅବଧି ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜାତୀୟରାଜନୀତିରେ ତାଙ୍କର ଅପେକ୍ଷାକୃତ କମ୍‌ ଅଭିଜ୍ଞତା ତାଙ୍କ ପାଇଁ ପରୋକ୍ଷରେ ଆଶୀର୍ବାଦ ସାବ୍ୟସ୍ତହୋଇଛି ।

ଏହାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ବିଦେଶ ନୀତିକୁ ସେ କିଭଳି ଭାବେପରିଚାଳନା କରୁଛନ୍ତି ସେଥିନେଇ ନାନା ଆଶଙ୍କା ପ୍ରକାଶ ପାଉଥିଲା । ଗତ କିଛିଦିନ ମଧ୍ୟରେଘଟିଯାଇଥିବା ଘଟଣାବଳୀ ଆଶଙ୍କା ପ୍ରକଟକାରୀଙ୍କ ମନର ସଂଶୟକୁ ନିଶ୍ଚିତ ଭାବେ ଦୂର କରିଥିବବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଜିର ଭାରତ ନୂତନ ଭାରତ ବୋଲି ଦୃଢ଼ତାର ସହ ମତ ପୋଷଣ କରି ଶ୍ରୀ ମୋଦୀ କହିଲେ ଯେ ଏହାଏକ ନୂତନ ଭାରତ । ଦେଶର ପ୍ରତ୍ୟେକ ଯବାନଙ୍କ ଜୀବନ ମୂଲ୍ୟବାନ ଏବଂ ଏବେ କୌଣସି ରାଷ୍ଟ୍ରକୁଭାରତ ସହ ମନମାନୀ କରିବାକୁ ଦିଆଯିବ ନାହିଁ । ଭାରତ ତାହା କଦାପି ବରଦାସ୍ତ କରିବନାହିଁ ।ଜାତୀୟ ସ୍ୱାର୍ଥ ରକ୍ଷା ସକାଶେ ସରକାର ଯେକୌଣସି ପ୍ରକାର ସିଦ୍ଧାନ୍ତ ଗ୍ରହଣ କରିବା ସକାଶେସଂକଳ୍ପବଦ୍ଧ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶ ଭିତରେ ହେଉ କି ଦେଶ ବାହାରେ ହେଉ ଯେଉଁମାନେ ଦେଶବିରୋଧୀ କାର୍ଯ୍ୟ ପାଇଁ ପ୍ରୟାସରେ ଲିପ୍ତ ଅଛନ୍ତି ସେମାନେ ଭାରତର ଏଭଳି ଏକତା ଦେଖି ଭୟଭୀତହୋଇଛନ୍ତି । ଏହି ଭୟ ବାସ୍ତବିକ୍‌ ଉତ୍ତମ । ଭାରତର ଶକ୍ତି ପ୍ରଦର୍ଶନରେ ଶତ୍ରୁମାନେ ଭୟଭୀତ ।ସେହିଭଳି ଦୁର୍ନୀତିଗ୍ରସ୍ତ ଲୋକମାନେ ସରକାରଙ୍କ ଆଇନରେ ଭୟଭୀତ । ତେଣୁ ଏଭଳି ଭୟ ଦେଶରହିତ ପାଇଁ ଏକାନ୍ତ ଜରୁରୀ । ନୂତନ ଭାରତ ଏବେ ଆଗକୁ ଆଗେଇ ଚାଲିଛି ଏବଂ ଏହାର ସାମର୍ଥ୍ୟ ଓସାଧନ ଉପରେ ଦେଶବାସୀଙ୍କର ଦୃଢ଼ ଆସ୍ଥା ରହିଛି ।

ସରକାରଙ୍କ ଅଭିପ୍ରାୟ ଓ ସଶସ୍ତ୍ର ସେନାବାହିନୀଙ୍କ ସାମର୍ଥ୍ୟ ଉପରେ ସନ୍ଦେହ ପ୍ରକଟ କରୁଥିବାଲୋକମାନଙ୍କ ଏଭଳି ମନୋଭାବର କାରଣ କ’ଣ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ସେ କହିଲେଯେ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରିବା ସହ ସେହି ଲୋକମାନେ ଏବେ ଭାରତକୁ ବିରୋଧ କରିବାଆରମ୍ଭ କରିଛନ୍ତି ଏବଂ ଏହାଦ୍ୱାରା ସେମାନେ ଦେଶର କ୍ଷତି ସାଧନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀଚେତାଇ ଦେଇଥିଲେ । ସେ କହିଲେ ଯେ ସେଭଳି ଲୋକମାନେ ଭାରତୀୟ ସଶସ୍ତ୍ର ସେନାବାହିନୀଙ୍କସାମର୍ଥ୍ୟକୁ ମଧ୍ୟ ସନ୍ଦେହ କରୁଛନ୍ତି ଏବଂ ସେଇସବୁ ତତ୍ତ୍ୱଙ୍କୁ ବିଶ୍ୱାସ କରୁଛନ୍ତି ଯେଉଁମାନେ ଭାରତରେଆତଙ୍କବାଦ ଭିଆଉଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ବିଶେଷକରି ଭାରତ ଏବେ ରାଫାଲ ଲଢ଼ୁଆବିମାନର ଅନୁପସ୍ଥିତି ଅନୁଭବ କରୁଛି ଯାହା ଉପରେ ନିକଟ ଅତୀତରେ ଅନେକ ରାଜନୀତିର ଖେଳଖେଳାଯାଇଛି । ଯେଉଁମାନଙ୍କ କାର୍ଯ୍ୟଦ୍ୱାରା ଜାତୀୟ ନିରାପତ୍ତା ଗଭୀର ଭାବେ ବ୍ୟାହତ ହେଉଛିସେମାନଙ୍କୁ ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିଥିଲେ । 

ପ୍ରଧାନମନ୍ତ୍ରୀ କହିଲେ ଯେ ଯେଉଁମାନେ ଏ ଦେଶକୁ ଅନେକ ବର୍ଷ ଧରି ଶାସନ କରିଆସୁଥିଲେସେମାନଙ୍କର କେବଳ ଦୁଇଟି କଥାରେ ଆଗ୍ରହ ଥିଲା– ଅର୍ଥମାରଣ ଏବଂ ଡିଲ୍‌ କରିବା । ଏଥିରେଆମର ଯବାନ ଏବଂ କୃଷକମାନେ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣକରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରତିରକ୍ଷା କ୍ଷେତ୍ର ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଛି ସେଥିପାଇଁ କିଛିଲୋକ ଯେଉଁ ଡିଲ୍‌ମାନ ଅତୀତରେ କରିଛନ୍ତି ତାହା ଦାୟୀ । ସେହିଭଳି କୃଷି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛିକାରଣ କେବଳ ଅର୍ଥମାରଣ ଛଡ଼ା ଅନ୍ୟ କିଛି କାର୍ଯ୍ୟ ସେମାନଙ୍କ ହିତ ସାଧନ ଲାଗି କରାଯାଇନଥିଲା ।ସେଇ ଅର୍ଥ ହେରଫେରକାରୀଙ୍କୁ ଏଭଳି ସୁଯୋଗ ଦିଆଯାଇଥିଲା ଯାହାଫଳରେ ଦେଶର ଗରିବଲୋକମାନେ ଗରିବ ହୋଇ ସବୁଦିନେ ରହିବେ ଏବଂ ରାଜନୈତିକ ବର୍ଗଙ୍କ ଦୟାରେ ଜୀବନବିତାଇବେ ବୋଲି ସେମାନେ ଭାବିଥିଲେ । ଏହାର ସବୁଠାରୁ ଉତ୍ତମ ଉଦାହରଣ ହେଲା କୃଷି ଋଣଛାଡ଼ବୋଲି ସେ କହିଥିଲେ । ଏହାର ବ୍ୟାଖ୍ୟ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଧାନମନ୍ତ୍ରୀ କିସାନସମ୍ମାନ ନିଧି ଏବେ ତାଙ୍କ ସରକାର ପ୍ରବର୍ତ୍ତନ କରିଛନ୍ତି । ଏହି ଯୋଜନା ଏଭଳି ଏକ ବ୍ୟାପକ ଯୋଜନାଯାହା ଦେଶର କୃଷକମାନଙ୍କ ସାମଗ୍ରିକ କଲ୍ୟାଣ ସାଧନ କରିପାରିବ । କୃଷକମାନଙ୍କୁ ସଶକ୍ତ କରିବାପାଇଁ ସରକାର ଯେଉଁ ବ୍ୟାପକ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ଏହା ତାହାର ଅଂଶବିଶେଷ ବୋଲି ସେକହିଥିଲେ । ଏହା ଘୋଷଣା କରାଯିବାର ମାତ୍ର 24 ଦିନ ଭିତରେ ସରକାର ଏହାକୁ ପ୍ରବର୍ତ୍ତନ କରିଛନ୍ତିବୋଲି ସେ ସୂଚାଇଥିଲେ ।

ତାଙ୍କ ସରକାରଙ୍କ ପଞ୍ଚାବନ ମାସର ଶାସନ ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେଅନ୍ୟମାନଙ୍କ ପଞ୍ଚାବନ ବର୍ଷର ଶାସନ କେବଳ ଦୁଇଟି ପରସ୍ପର ବିରୋଧୀ କାର୍ଯ୍ୟପନ୍ଥା ହିଁ ଦେଶକୁଦେଇଛି ।

ସେମାନେ କେବଳ ଏକ “ସାଂକେତିକ କାର୍ଯ୍ୟପନ୍ଥା” ଗ୍ରହଣ କରିଥିବା ବେଳେ ଆମେ “ସାମଗ୍ରିକକାର୍ଯ୍ୟପନ୍ଥା” ଗ୍ରହଣ କରିଛୁ ବୋଲି ଦାବି କରି ପ୍ରଧାନମନ୍ତ୍ରୀ କହିଲେ ଯେ ୱାନ ରାଙ୍କ ୱାନ ପେନସନ୍‌ଯୋଜନା ଯାହାକି ତାଙ୍କ ସରକାର ସଶସ୍ତ୍ର ସେନା ପାଇଁ ଗ୍ରହଣ କରିଛନ୍ତି ତାହା ଅନେକ ଦିନର ଦାବିକୁପୂରଣ କରିପାରିଛି । ଗରିବ ଲୋକମାନଙ୍କ ସକାଶେ ଆର୍ଥିକ ସମାଯୋଜନା ଠାରୁ ଆରମ୍ଭ କରି ସ୍ୱଚ୍ଛଇନ୍ଧନ (ଉଜ୍ଜ୍ୱଳା ଯୋଜନା), ସମସ୍ତଙ୍କ ପାଇଁ ଶକ୍ତି ଉପଲବ୍ଧ କରାଇବା ଏବଂ ସମସ୍ତଙ୍କ ପାଇଁ ବାସଗୃହତାଙ୍କ ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନାର ଉଦାହରଣ ବୋଲି ସେ କହିଥିଲେ ।

ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ କେତେଗୁଡ଼ିଏ ପ୍ରଶ୍ନ ମଧ୍ୟ ଉତ୍ଥାପନ କରିଥିଲେ ଯେ ଏବେ ସୁଦ୍ଧାଭାରତ କାହିଁକି ଖୋଲା ଶୌଚମୁକ୍ତ ହୋଇପାରିନଥିଲା; କାହିଁକି ଦେଶରେ ସେନା ସ୍ମାରକୀ ପ୍ରତିଷ୍ଠାହୋଇପାରିନଥିଲା କିମ୍ବା ପୁଲିସ ସ୍ମାରକୀ ସ୍ଥାପନ କରାଯାଇନଥିଲା । ସ୍ୱାଧୀନତାର ଏତେ ଦଶନ୍ଧି ଧରିସେସବୁ କାର୍ଯ୍ୟ ସଂପାଦନ କରାନଯିବା ଦୁର୍ଭାଗ୍ୟଜନକ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଦେଶରୁ ଦ୍ରୁତ ଗତିରେ ଦାରିଦ୍ର୍ୟ ଦୂର ହୋଇଚାଲିଛି ଏବଂ ଦେଶବିଶ୍ୱର ଦ୍ରୁତତମ ଆର୍ଥିକ ପ୍ରଗତିଶୀଳ ରାଷ୍ଟ୍ରରେ ପରିଣତ ହୋଇଛି । ଦେଶରେ ଏବେ ବ୍ୟାପକ ଭିତ୍ତିଭୂମିପ୍ରତିଷ୍ଠା ହୋଇଚାଲିଛି । ତାଙ୍କ ସରକାର ସମସ୍ତ ପ୍ରକାର ଆଇନ (ନିୟମ ଓ ପ୍ରୟାସ)କୁ କାର୍ଯ୍ୟରେପରିଣତ କରୁଛନ୍ତି । 2014 ଠାରୁ 2019 ପର୍ଯ୍ୟନ୍ତ ଦେଶବାସୀଙ୍କ ସମସ୍ତ ମୌଳିକ ଆବଶ୍ୟକତା ପୂରଣହୋଇପାରିଛି । 2019 ପରବର୍ତ୍ତୀ ସମୟ ଲୋକମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହସେମାନଙ୍କୁ ପ୍ରଗତିର ଏକ ନୂତନ ଶୀର୍ଷରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ypx2-99x2-mzjm-3zzq

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph