PRAGATI: PM Modi reviews issues relating to the postal services & progress of infra projects
PRAGATI: PM Modi reviews progress of vital infrastructure projects in the railway, road and power sectors, spread over several states
PRAGATI: PM Modi reviews Crime and Criminal Tracking Network and Systems, urges states to accord high priority to the network

ଓଡିଶା ସମେତ 10 ରାଜ୍ୟରେ ରେଳ, ସଡକ ନିର୍ମାଣ, ଶକ୍ତି କ୍ଷେତ୍ର ଭଳି ଭିତ୍ତିଭୂମି ସଂରଚନା କ୍ଷେତ୍ରରେ ନିର୍ମାଣାଧୀନ ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିଛନ୍ତି ।

ଆଜି ନୂଆଦିଲ୍ଲୀଠାରେ ପ୍ରଗତି କାର୍ଯ୍ୟକ୍ରମ ମାଧ୍ୟମରେ ଊନବିଂଶ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଓଡ଼ିଶା, ମଧ୍ୟପ୍ରଦେଶ, ମହରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିଆନା, ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ରେଳବାଇ, ଜାତୀୟ ରାଜପଥ ନିର୍ମାଣ, ଶକ୍ତି ଉତ୍ପାଦନ ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ ମତ ବିନିମୟ ଓ ସମୀକ୍ଷା କରିଥିଲେ ।

ଏହାଛଡା ପ୍ରଧାନମନ୍ତ୍ରୀ ଅପରାଧ ଓ ଅପରାଧୀ ଟ୍ରାକିଂ ନେଟୱାର୍କ ବ୍ୟବସ୍ଥା (ସିସିଟିଏନଏସ) ର କାର୍ଯ୍ୟକାରୀତା ନେଇ ଏକ ବିସ୍ତୃତ ସମୀକ୍ଷା କରିଥିଲେ । ଏହି ନେଟୱାର୍କର ସଫଳ କାର୍ଯ୍ୟକାରୀତା ଦିଗରେ ରାଜ୍ୟ ସରକାରମାନେ ଉଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଅପରାଧୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଚାର ବ୍ୟବସ୍ଥା ମଧ୍ୟକୁ ଆଣିବା ଦିଗରେ ସିସିଟିଏନଏସ ନେଟୱାର୍କ ବିଶେଷ ଭାବେ ଫଳପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜିର ପ୍ରଗତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଡାକସେବାର ଉନ୍ନତି ସଂପର୍କରେ ମଧ୍ୟ ବିସ୍ତୃତ ସମୀକ୍ଷା କରିଥିଲେ । ଏହି ସେବାର ଅତ୍ୟନ୍ତ ଗୁରୁତ୍ୱ ରହିଥିବା ବେଳେ ଏବେ ସବୁ ଅଂଚଳରେ ଡାକ ସେବାର ବ୍ୟାପକ ପ୍ରସାର ଘଟୁଛି । ତେବେ ଏହି ଲୋକାଭୀମୁଖି ଡାକ ସେବାର ପ୍ରସାର ଏବଂ ଏଥିରେ ସଂସ୍କାର ଆଣିବା ଦିଗରେ କି କି ପଦକ୍ଷେପ ନିଆଯାଇଛି ତାହା ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ଚାହିଁଥିଲେ । ଏହାଛଡା ଡାକସେବା ବ୍ୟବସ୍ଥାରେ ବିଭ୍ରାଟ ଘଟାଉଥିବା କର୍ମଚାରୀଙ୍କ ବିରୁଦ୍ଧରେ କିଭଳି ପଦକ୍ଷେପ ନିଆଯାଉଛି ଏବଂ ଏହି ବିଭାଗରେ ସାଧାରଣ ଅଭିଯୋଗର ସମାଧାନ ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକ ଉପରେ ପ୍ରଧାନମନ୍ତ୍ରୀ ସବିଶେଷ ତଥ୍ୟ ମାଗିଥିଲେ । ଡାକ ବିଭାଗର ଉନ୍ନତିକରଣ ପାଇଁ ଏହାର ମାନବ ସମ୍ବଳ ପରିଚାଳନାକୁ ଗୁରୁତ୍ୱ ଦେବା, ବ୍ୟବସ୍ଥାଗତ ବିକାଶ ଏବଂ ଡାକ ସଂରଚନା କ୍ଷେତ୍ରର ସୁଦୃଢୀକରଣ ଉପରେ ପ୍ରଧାନମନ୍ତ୍ରୀ ସମୀକ୍ଷା କାଳରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership