Cancer is one of the biggest challenges today. It is vital to create a common platform where patients get affordable treatment: PM
A new Digital Cancer Nerve Centre has been set up to bring best expertise on board & help in cancer treatment: PM
We are setting up new AIIMS and medical colleges across the country. We want every citizen to have access to best medical treatments: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ବାସଭବନରେ ଟାଟା ମେମୋରିଆଲ କେନ୍ଦ୍ରର ପ୍ଲାଟିନମ ଜୁବୁଲି ଉପରେ ଏକ କୀର୍ତ୍ତିମାନ ପୁସ୍ତକ ଉନ୍ମୋଚନ କରିଛନ୍ତି ।

ଶ୍ରୀ ରତନ ଟାଟା, ତାଙ୍କ ସ୍ୱାଗତ ଭାଷଣରେ, ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କର୍କଟ ରୋଗ ଗବେଷଣା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ, ସହଯୋଗ ଏବଂ ଦୂରଦୃଷ୍ଟି ପାଇଁ ଧନ୍ୟବାଦ ଦେଇଥିଲେ ।

ଭିଡ଼ିଓ କନଫେରେନସିଙ୍ଗ ଜରିଆରେ ଟାଟା ମେମୋରିଆଲ କେନ୍ଦ୍ରର ଡ଼ାକ୍ତର, ଛାତ୍ର ଓ ଦର୍ଶକଙ୍କୁ ସମ୍ବୋଧନ କରି, ପ୍ରଧାନମନ୍ତ୍ରୀ ମାନବ ସେବା ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତି ବିଶେଷ ଭାବେ କର୍କଟ ଦୂରୀକରଣ, ସୁରକ୍ଷା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଟାଟା ପରିବାରର ଅମୂଲ୍ୟ ଯୋଗଦାନ ବିଷୟରେ କହିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସଂପୂର୍ଣ୍ଣ ଅଭିଭାଷଣ …..

ଶ୍ରୀମାନ ରତନ ଟାଟା,

ଟାଟା ମେମୋରିଆଲ କେନ୍ଦ୍ରର ନିର୍ଦ୍ଦେଶକ ଡ଼ା. ଆର୍. ଏ. ବଡ଼ୱେ,

ଟାଟା ମେମୋରିଆଲ କେନ୍ଦ୍ରର ସମସ୍ତ ଚିକିତ୍ସକ, ବିଦ୍ୟାର୍ଥୀ ଏବଂ ସାଥୀମାନେ ।

ଟାଟା ମେମୋରିଆଲ କେନ୍ଦ୍ରର ପ୍ଲାଟିନମ୍ ଜୁବୁଲି ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭକାମନା ।

ଟାଟା ମେମୋରିଆଲ କେନ୍ଦ୍ରର 75 ବର୍ଷ ସଂପୂର୍ଣ୍ଣ ହେବାରେ ପ୍ଲାଟିନମ୍ ଜୁବୁଲି ମାଇଲଷ୍ଟୋନ୍ ପୁସ୍ତକ ଉନ୍ମୋଚନ କରି ମୁଁ ବହୁତ ଖୁସି ଅନୁଭବ କରୁଛି । ଟାଟା ମେମୋରିଆଲ କେନ୍ଦ୍ରକୁ ଏହି ଶିଖରରେ ପହଁଚାଇବାରେ ଟାଟା ପରିବାରର ଅନବରତ ସେବାଭାବ ଏବଂ ସାମାଜିକ ଦାୟିତ୍ୱବୋଧ ତୁଲାଇବାରେ ତାଙ୍କ ଅନୁଭବର ଅମୂଲ୍ୟ ଯୋଗଦାନ ରହିଛି ।

ଆଜି ଏହି ସଂସ୍ଥା ସହିତ ଏଇ 75 ବର୍ଷ ଧରି ଯୋଡ଼ି ହୋଇଥିବା ସମସ୍ତ ଲୋକଙ୍କୁ ମନେ ପକାଇବାର ଏକ ବଡ ସୁଯୋଗ ।

ଏହି ପୁସ୍ତକର ପୃଷ୍ଠା ଓଲଟାଇବାରୁ ମୋତେ 1931ରେ ହୋଇଥିବା ଏକ ଘଟଣା ବିଷୟରେ ଜଣା ପଡ଼ିଲା । ସେ ସମୟରେ ମେହରବାଇ ଟାଟା କର୍କଟ ରୋଗର ଚିକିତ୍ସା ପାଇଁ ଯାଉଥିବା ନିଜ ସ୍ୱାମୀ ସାର୍ ଦୋରାବଜୀ ଟାଟାଙ୍କୁ ଏହା କହିଥିଲେ ଯେ – “ମୁଁ ଭାଗ୍ୟଶାଳୀ ଯେ ଚିକିତ୍ସା ପାଇଁ ଆମେରିକା ଯାଉଛି କିନ୍ତୁ ନିଜ ଦେଶର ସେହି ଲକ୍ଷ ଲକ୍ଷ ଲୋକଙ୍କ ଚିକିତ୍ସା କିପରି ହେବ ଯାହାଙ୍କ ପାଖରେ ଏତେ ସଂସାଧନ ନାହିଁ ।”

ମେହରବାଇଙ୍କ ନିଧନ ପରେ ଦୋରାବଜୀ ଟାଟାଙ୍କୁ ଏହି କଥା ମନେ ରହିଲା ଏବଂ ଆଗକୁ ଯାଇ ଏହା ଟାଟା ମେମୋରିଆଲ କେନ୍ଦ୍ରର ଆଧାର ପାଲଟିଲା ।

ଆଜି 75 ବର୍ଷ ପରେ ଏହି ସଂସ୍ଥାନ କର୍କଟ ରୋଗର ଚିକିତ୍ସା, କର୍କଟ ରୋଗର ଚିକିତ୍ସା ପାଇଁ ପାଠପଢ଼ା ଏବଂ କର୍କଟ ଚିକିତ୍ସା ଗବେଷଣା ଏହି ତିନୋଟିର ପ୍ରମୁଖ କେନ୍ଦ୍ର ହୋଇଛି ।

ଦେଶରେ ଏଭଳି ବହୁତ କମ ସଂସ୍ଥାନ ଅଛନ୍ତି ଯେଉଁମାନେ ଏତେ ବର୍ଷ କ୍ରମାଗତ ଭାବେ ରାଷ୍ଟ୍ର ସେବାରେ ଲାଗିଛନ୍ତି । ଲକ୍ଷ ଲକ୍ଷ ଗରିବଙ୍କ ଚିକିତ୍ସା ପାଇଁ ଯେଉଁ ଭଳି ଭାବେ ଏହି ସଂସ୍ଥା ଆଗକୁ ବଢ଼ି କାମ କରିଛନ୍ତି, ତାହା ଦେଶର ଅନ୍ୟ ହସ୍ପିଟାଲ୍ ପାଇଁ ମଧ୍ୟ ହେଉଛି ପ୍ରେରଣା ।

ଏହି ସଂସ୍ଥାନ ଏହାର ମଧ୍ୟ ଏକ ଉଦାହରଣ ଯେ ସରକାର ଏବଂ ଘରୋଇ ସଂଗଠନ ମିଶି କିପରି ଗରିବଙ୍କ ସେବା ପାଇଁ ଏକାଠି କାମ କରି ପାରନ୍ତି ।

କର୍କଟ ଭଳି ଗମ୍ଭୀର ରୋଗର ପରିଣାମ ମଧ୍ୟ କୌଣସି ପରିବାର ପାଇଁ ହେଉଛି ଅଗ୍ନି ପରୀକ୍ଷା ଦେଇ ଅତିକ୍ରମ କରିବା ଭଳି ସମୟ । ଶରୀରକୁ କଷ୍ଟ, ମାନସିକ ଦୁଶ୍ଚିନ୍ତା ଆଉ ଟଙ୍କାର ପ୍ରଶ୍ନ – ସବୁ ଏହା ସହିତ ଯୋଡ଼ି ହୋଇଥାଏ ।

ଯେତେବେଳେ ଗରିବ ଲୋକ ରୋଗରେ ପଡ଼େ ତ ସବୁଠୁ ଆଗ ତା ସାମ୍ନାରେ ଔଷଧ ପୂର୍ବରୁ ଖାଦ୍ୟ ତଥା ଚାକିରୀର ସଂକଟ ଆସିଥାଏ ।

ତେଣୁ ଯେବେ ଟାଟା ମେମୋରିଆଲ ଭଳି ସଂସ୍ଥାନ, ସେଥିରେ କାମ କରୁଥିବା ଲୋକ ଗରିବର ଚିକିତ୍ସା ପାଇଁ ଦିନ ରାତି ଏକାଠି କରି ଦିଅନ୍ତି, ସେମାନଙ୍କର ଚିକିତ୍ସା କରନ୍ତି, ସେମାନଙ୍କର କଷ୍ଟ କମ୍ କରନ୍ତି ତ ଏହା ମାନବତାର ବଡ଼ ସେବା ହୋଇଥାଏ ।
ମୁଁ ରତନ ଟାଟାଜୀ, ଟାଟା ମେମୋରିଆଲ କେନ୍ଦ୍ର ଏବଂ ତା ସହିତ ଯୋଡ଼ି ହୋଇଥିବା ଲୋକମାନଙ୍କୁ ପୁଣି ଥରେ ଟାଟା ମେମୋରିଆଲ କେନ୍ଦ୍ରର 75 ବର୍ଷ ସଂପୂର୍ଣ୍ଣ ହେଉଥିବାରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ସାଥୀମାନେ, କର୍କଟ ହେଉଛି ମାନବତା ସମ୍ମୁଖରେ ଉପସ୍ଥିତ ଏକ ବଡ଼ ଆହ୍ୱାନ ମଧ୍ୟରୁ ଗୋଟିଏ । କେବଳ ଆମ ଦେଶରେ ହିଁ ପ୍ରତିବର୍ଷ 10 ଲକ୍ଷରୁ ଅଧିକ ଲୋକଙ୍କ ଠାରେ କର୍କଟ ରୋଗ ହୋଇଥିବା ଜଣା ପଡ଼ିଥାଏ । ପ୍ରତିବର୍ଷ ସାଢ଼େ 6 ଲକ୍ଷ ଲୋକଙ୍କର ମୃତ୍ୟୁ କର୍କଟ ରୋଗ ଯୋଗୁଁ ହୋଇଥାଏ ।

ଆନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା ଅନୁମାନ କରିଛି ଯେ ଆଗାମୀ 20 ବର୍ଷରେ ଏହି ସଂଖ୍ୟା ଦୁଇ ଗୁଣ ହୋଇଯିବ ।

ଏହି ସ୍ଥିତିରେ ପ୍ରତି ରୋଗୀକୁ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ ଅଲଗା ଅଲଗା କର୍କଟ ଚିକିତ୍ସାଳୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଆବଶ୍ୟକ ।

ଏକ ଏଭଳି ପ୍ଲାଟଫର୍ମ ଯେଉଁଠାରେ କର୍କଟ ରୋଗୀକୁ ଶସ୍ତା ଚିକିତ୍ସା ଉପଲବ୍ଧ କରାଇବାରେ ସାହାଯ୍ୟ ମିଳିପାରିବ ଏବଂ ଚିକିତ୍ସା କାଳରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ ।
2014 ରେ ଯେତେବେଳେ ଏହି ସରକାର ଗଠନ ହେଲା ତ କର୍କଟର 36ଟି ସଂସ୍ଥାନ କର୍କଟ ଗ୍ରୀଡ଼ ସହିତ ଯୋଡ଼ି ହୋଇଥିଲେ । ଏବେ ଆଜିର ତାରିଖରେ ତା’ଠାରୁ ଠିକ୍ ତିନିଗୁଣ ସଂସ୍ଥାନ ଅର୍ଥାତ୍ 108 କର୍କଟ ସଂସ୍ଥାନ ଏହି ଗ୍ରୀଡ଼ ସହିତ ଯୋଡି ହୋଇ ସାରିଛନ୍ତି ।

ଏବେ କିଛି ଦିନ ପୂର୍ବେ ହିଁ ଡିଜିଟାଲ କ୍ୟାନ୍ସର ନର୍ଭ ସେଂଟର ଆରମ୍ଭ କରାଯାଇଛି । ଏହି ଭଳି ଭାବେ ଭର୍ଚୁଆଲ୍ ଟ୍ୟୁମର ବୋର୍ଡ଼ ସାହାୟତାରେ କର୍କଟର ଅଲଗା ଅଲଗା ବିଶେଷଜ୍ଞମାନଙ୍କୁ ଗୋଟିଏ ସମୟରେ ଇଣ୍ଟରନେଟ୍ ସହ ଯୋଡ଼ି ରୋଗୀର ଚିକିତ୍ସାର ରୂପରେଖ ପ୍ରସ୍ତୁତ କରିବାରେ ସାହାଯ୍ୟ କରାଯାଉଛି ।

କର୍କଟ ରୋଗ କ୍ଷେତ୍ରରେ ଟାଟା ମେମୋରିଆଲ କେନ୍ଦ୍ରର ଅନୁଭବକୁ, ତାହାର ବିଶେଷତ୍ୱର ଲାଭ ଉଠାଇ, ତାହା ସାହାଯ୍ୟରେ ଦେଶରେ ଆଉ ଚାରୋଟି ବଡ଼ କର୍କଟ ସଂସ୍ଥାନର ସ୍ଥାପନା କରାଯାଉଛି ।

ଏହି କର୍କଟ କେନ୍ଦ୍ର ବାରଣାସୀ, ଚଣ୍ଡୀଗଡ଼, ବିଶାଖାପାଟଣା ଏବଂ ଗୌହାଟୀରେ ନିର୍ମାଣ ହେବ । ଏହାଦ୍ୱାରା ଚିକିତ୍ସା ପାଇଁ ବହୁତ ଦୂରରୁ ଆସି ହସ୍ପିଟାଲରେ ପହଁଚୁଥିବା ରୋଗୀଙ୍କୁ ସାହାଯ୍ୟ ମିଳିବ ।

ଏହାଛଡ଼ା ହରିୟାଣାର ଝଝାର ରେ ରାଷ୍ଟ୍ରୀୟ କର୍କଟ ପ୍ରତିଷ୍ଠାନ ମଧ୍ୟ ନିର୍ମାଣ କରାଯାଉଛି ।
ସାଥୀଗଣ, ସରକାରଙ୍କର ଲକ୍ଷ୍ୟ ହେଉଛି ଯେ ଗରିବରୁ ଗରିବ ଲୋକଙ୍କୁ ଶସ୍ତାରୁ ଶସ୍ତା ଚିକିତ୍ସା ମିଳୁ ଏବଂ ସମସ୍ତ ସୁବିଧା ଏକାଠି ମିଳୁ ।

ଏହି ଲକ୍ଷ୍ୟକୁ ଧ୍ୟାନରେ ରଖି 15 ବର୍ଷ ପରେ ଏବେ ଏହି ସରକାର ଗୋଟିଏ ଜାତୀୟ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତ କରିଛନ୍ତି ।

ପ୍ରତିଷେଧକ ଏବଂ ତ୍ୱରିତ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସରକାର ସବୁ ଲୋକଙ୍କ ପାଖରେ ପହଂଚାଇବାକୁ ଚାହୁଁଛନ୍ତି । ସରକାରଙ୍କ ଲକ୍ଷ୍ୟ ଆଗାମୀ ବର୍ଷରେ ଜିଡିପିର 2.5 ପ୍ରତିଶତ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଖର୍ଚ୍ଚ କରିବାର ଅଛି ।

ନୂତନ ସ୍ୱାସ୍ଥ୍ୟ ନୀତିରେ ଚିକିତ୍ସାର ଅଲଗା ଅଲଗା ପଦ୍ଧତି ଗୁଡିକୁ କିପରି ସମନ୍ୱିତ କରାଯିବ, ଏହା ଉପରେ ମଧ୍ୟ କାମ ହେବ । ଯେପରି ଏଲୋପ୍ୟାଥି ମାଧ୍ୟମରେ କର୍କଟର ଚିକିତ୍ସା ସମୟରେ ରୋଗୀଙ୍କୁ ଯେଉଁ ଅନ୍ୟ କଷ୍ଟ ସହିବାକୁ ପଡିଥାଏ, ସେଥିରେ ଆୟୁର୍ବେଦ ଏବଂ ଯୋଗରୁ ବହୁତ ମିଳି ପାରିବ ।

ଏ ଦିଗରେ ଆପଣଙ୍କ ସଂସ୍ଥାନ ମଧ୍ୟ କୌଣସି ପଦକ୍ଷେପ ନେଇ ପାରିବ ।

ସାଥୀଗଣ, ଆଜି ମଧ୍ୟ ଦେଶରେ 70 ପ୍ରତିଶତ ମେଡିକାଲ ଉପକରଣ ବିଦେଶରୁ ହିଁ ଆସିଥାଏ । ଏହି ପରିସ୍ଥିତିକୁ ମଧ୍ୟ ବଦଳାଇବାର ଅଛି ଆଉ କାହିଁକି ନା ଏହା ମଧ୍ୟ ବ୍ୟୟବହୁଳ ଚିକିତ୍ସାର କାରଣ । ଏଥିପାଇଁ ନୂଆ ସ୍ୱାସ୍ଥ୍ୟ ନୀତି ଅନୁସାରେ ସରକାର ମେଡିକାଲ ଉପକରଣଗୁଡ଼ିକୁ ଭାରତରେ ହିଁ ତିଆରି କରିବା ପାଇଁ ପ୍ରେତ୍ସାହନ ଦେଉଛନ୍ତି ।

ଟାଟା ମେମୋରିଆଲ କେନ୍ଦ୍ର ଭଳି ସଂସ୍ଥାନର ଏଥିରେ ମଧ୍ୟ ବଡ଼ ଭୂମିକା ରହିଛି ।

ଆପଣଙ୍କ କେନ୍ଦ୍ରର ଡ଼ାକ୍ତରମାନଙ୍କ ସାହାୟତାରେ ହିଁ ଭାବା ପରମାଣୁ ଗବେଷଣା କେନ୍ଦ୍ର ସ୍ୱଦେଶୀ ବିକିରଣ ଯନ୍ତ୍ର “ଭାଭାଟ୍ରୋନ”ର ବିକାଶ କଲେ ।

ମୁଁ ଯେତେବେଳେ ଦୁଇ ବର୍ଷ ପୂର୍ବେ ମଙ୍ଗୋଲିଆ ଯାଇଥିଲି ତ ଦେଶ ତରଫରୁ ମଙ୍ଗୋଲିଆକୁ “ଭାଭାଟ୍ରୋନ” ଉପହାର ଆକାରରେ ଦେଇଥିଲି ।

ଏଥିପାଇଁ ଶସ୍ତା ଯନ୍ତ୍ର, ଉନ୍ନତ ଯନ୍ତ୍ର ତିଆରି କରିବା ଦିଗରେ ମଧ୍ୟ ଆମକୁ ମିଳିମିଶି କାମ କରିବାକୁ ହେବ ।

ସାରା ଦେଶରେ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ସରକାର ନୂଆ ଏମ୍ସ (ଏଆଇଆଇଏମ୍ଏସ୍) ଖୋଲୁଛନ୍ତି, ମେଡିକାଲ କଲେଜର ଆଧୁନିକୀକରଣ କରା ଯାଉଅଛି, ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରରେ ସ୍ଥାନ ସଂଖ୍ୟା ବୃଦ୍ଧି କରାଯାଉଛି ।

ଗରିବଙ୍କୁ ଶସ୍ତା ଔଷଧ ପାଇଁ ଭାରତୀୟ ଜନଔଷଧି ପରିଯୋଜନା ଆରମ୍ଭ କରାଯାଇଛି । 500 ରୁ ଅଧିକ ଔଷଧ କୁ କମ୍ କରି ଅତ୍ୟାବଶ୍ୟକ ଔଷଧ ସୂଚୀରେ ରଖାଯାଇଛି ।

ଆପଣମାନେ ଦେଖିଛନ୍ତି କି କିପରି ଷ୍ଟେଂଟ୍ (Stent) ମୂଲ୍ୟ 85 ପ୍ରତିଶତ ପର୍ଯ୍ୟନ୍ତ କମି ଯାଇଛି । ଏଭଳି ଅନେକ ନିଷ୍ପତ୍ତି ହୋଇଛି ଯାହା ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟ ସୁରକ୍ଷାକୁ ଧ୍ୟାନରେ ରଖି ସରକାର ପଦକ୍ଷେପ ନେଇଛନ୍ତି ।

ସାଥୀଗଣ,

ସ୍ୱାସ୍ଥ୍ୟ ସୁରକ୍ଷା ସହିତ ଜଡ଼ିତ ଲୋକଙ୍କୁ ଧ୍ୟାନ ରଖିବାକୁ ହେବ କି ସ୍ୱାସ୍ଥ୍ୟ ସେବା, ସେବା ହୋଇ ରହୁ ସାମଗ୍ରୀ ନ ହୋଇଯାଉ । କୌଣସି ରୋଗୀର ଚିକିତ୍ସା ବ୍ୟବସାୟ ନୁହେଁ, ଏହା କେବେ ଭୁଲିବା ଉଚିତ ନୁହେଁ ।

ଏହା ମଧ୍ୟ ଭୁଲିବା ଉଚିତ ନୁହେଁ କି କୌଣସି ଅନ୍ୟ ବୃତ୍ତିର ବ୍ୟକ୍ତିଙ୍କୁ ଭଗବାନଙ୍କ ମାନ୍ୟତା ମିଳିନାହିଁ । ଦେଶର କୋଟି କୋଟି ଲୋକଙ୍କ ଆସ୍ଥା ଆପଣଙ୍କ ଉପରେ ଅଛି ଆଉ ଆପଣ ହିଁ ହେଉଛନ୍ତି ସେମାନଙ୍କ ପାଇଁ ଭଗବାନ ।

ଶେଷରେ ମୁଁ, ଆପଣ ସମସ୍ତଙ୍କୁ ଟାଟା ମେମୋରିଆଲ କେନ୍ଦ୍ରର 75 ବର୍ଷ ପୂର୍ତ୍ତି ଅବସରରେ ପୁଣି ଥରେ ବହୁତ ବହୁତ ଅଭିନନ୍ଦନ ଦେଉଛି । ଆପଣ ନିଜ ମାଇଲଷ୍ଟୋନ ପୁସ୍ତକର ଉନ୍ମୋଚନର ସୁଯୋଗ ଦେଲେ, ଏଥିପାଇଁ ଆପଣଙ୍କୁ ପୁଣି ଥରେ ଧନ୍ୟବାଦ ।

ଜୟହିନ୍ଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK social security pact to benefit 90-95% of Indian professionals working in Britain

Media Coverage

India-UK social security pact to benefit 90-95% of Indian professionals working in Britain
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights growing global engagement and investment in India
June 19, 2026

The Prime Minister, Shri Narendra Modi today highlighted India’s readiness to contribute towards a better planet and noted that the world is engaging with and investing in India with hope and enthusiasm.

The Prime Minister stated that thanks to the 140 crore people of India, the world looks at India with hope and enthusiasm. He added that this is also why the world is engaging with India and investing in India.

The Prime Minister highlighted these observations under #12YearsOfIndiaFirst.

The Prime Minister wrote on X;

“India is always ready to do whatever is possible to contribute towards a better planet. At the same time, thanks to the 140 crore people of India, the world looks at India with hope and enthusiasm. That is also why the world is engaging with India and investing in India.

#12YearsOfIndiaFirst”