The central message of Saint Shri Ramanujacharya’s life was inclusive society, religion and philosophy: PM Modi
Sant Ramanujacharya saw the manifestation of God in Human beings, and Human beings in God. He saw all devotees of God as equal: PM
Sant Shri Ramanujacharya broke the settled prejudice of his times: PM Modi
Sant Ramanujacharya linked fulfilling the needs of the poor with social responsibility: PM Modi

ମହାନ ସମାଜ ସଂସ୍କାରକ ଏବଂ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଏକହଜାର ତମ ଜୟନ୍ତୀ ଅବସରରେ ସ୍ମାରକୀ ଟିକଟ ଉନ୍ମୋଚନ କରି ମୁଁ ବହୁତ ଖୁସି ଅନୁଭବ କରୁଛି । ମତେ ଏହି ସୌଭାଗ୍ୟ ମିଳିଥିବାରୁ ମୁଁ ଗୌରବାନ୍ୱିତ ।

ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୀବନର ସନ୍ଦେଶ ଥିଲା ସମ୍ମିଳିତ ସମାଜ, ଧର୍ମ ଓ ଦର୍ଶନ । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ବିଶ୍ୱାସ କରୁଥିଲେ ଯାହା କିଛି ବି ଅଛି ଏବଂ ଯାହା କିଛି ହେବ, ତାହା ହେବ ଭଗବାନଙ୍କ ଅଭିବ୍ୟକ୍ତି । ସେ ମନୁଷ୍ୟଙ୍କ ମଧ୍ୟରେ ପରମେଶ୍ୱରଙ୍କୁ ଏବଂ ପରମେଶ୍ୱରଙ୍କଠାରେ ମଣିଷକୁ ଦେଖିଥିଲେ । ସେ ଭଗବାନଙ୍କ ସମସ୍ତ ଭକ୍ତଙ୍କୁ ସମାନ ଭାବରେ ଦେଖୁଥିଲେ ।

ଯେବେ ଜାତିଭେଦ ଏବଂ ଧର୍ମ ଯାଜକ ସଂପ୍ରଦାୟକୁ ସମାଜ ଓ ଧର୍ମର ଅବିଛେଦ୍ୟ ଅଙ୍ଗ ଭାବେ ସ୍ୱୀକୃତି ପ୍ରଦାନ କରାଯାଉଥିଲା ଆଉ ପ୍ରତ୍ୟେକ ନିଜ ସ୍ଥାନକୁ ଉଚ୍ଚ ଓ ନିଚ୍ଚ ଶ୍ରେଣୀ ଭାବେ ସ୍ୱୀକାର କଲେ, ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ଏହା ବିରୁଦ୍ଧରେ ବିଦ୍ରୋହ କଲେ – ତାଙ୍କ ନିଜ ବ୍ୟକ୍ତିଗତ ଜୀବନ ଓ ଧାର୍ମିକ ଶିକ୍ଷାଗୁଡିକରେ ।

ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ କେବଳ ଉପଦେଶ ଦେଉ ନ ଥିଲେ, କେବଳ ନୂଆ ରାସ୍ତା ଦେଖାଇ ନ ଥିଲେ, ନିଜ ଜୀବନରେ ସେ ନିଜ ବାଣୀକୁ ଜୀଇଁ କରି ଦେଖାଇଛନ୍ତି । ଆମ ଶାସ୍ତ୍ରରେ ଯାହା ଲେଖା ଯାଇଛି – ମନସା ବାଚା କର୍ମଣା, ଏହି ସୂତ୍ରରେ ଚାଲି ସେ ନିଜ ଜୀବନକୁ ହିଁ ନିଜର ଉପଦେଶ କରିଦେଇଥିଲେ । ଯାହା ତାଙ୍କର ମନରେ ଥିଲା, ତାହା ବାଣୀରେ ଥିଲା ଆଉ ତାହା କର୍ମରେ ମଧ୍ୟ ଦେଖାଗଲା । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କର ଏକ ବିଶେଷତ୍ୱ ଥିଲା କି ଯେବେ ମଧ୍ୟ କିଛି ବିବାଦ ହେଉଥିଲା, ସେ ସ୍ଥିତିକୁ ଅଧିକ ବିଗିଡ଼ିବାକୁ ନ ଦେବା ଏବଂ ସମସ୍ୟାକୁ ସମାଧାନ କରିବାର ପ୍ରୟାସ କରୁଥିଲେ । ଈଶ୍ୱରଙ୍କୁ ବୁଝିବାକୁ ଅଦ୍ୱୈତବାଦ ଓ ଦ୍ୱୈତବାଦରୁ ଭିନ୍ନ, ମଝିର ଏକ ମାର୍ଗ ‘ବିଶିଷ୍ଟାଦ୍ୱୈତ’ ମଧ୍ୟ ଏହାର ଏକ ଶୃଙ୍ଖଳ ଥିଲା ।

ଯେଉଁ ପରମ୍ପରା ସମାଜରେ ଭେଦ ସୃଷ୍ଟି କରେ, ତାକୁ ଭାଗ ଭାଗ କରେ, ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ତାହାର ବିରୋଧ କରୁଥିଲେ । ସେ ସେହି ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ସହିତ ପ୍ରୟାସ କରୁଥିଲେ ।

ଆପଣଙ୍କୁ ଜଣା ଥିବ ଯେ କୌଣସି ପ୍ରକାର ମୁକ୍ତି ଏବଂ ମୋକ୍ଷର ଯେଉଁ ମନ୍ତ୍ରକୁ ସାର୍ବଜନୀନ କରିବା ପାଇଁ ମନା କରାଯାଇଥିଲା, ତାକୁ ସେ ଏକ ସଭା ଡାକି, ସବୁ ବର୍ଗ, ସବୁ ସ୍ତରର ଲୋକଙ୍କ ଆଗରେ ଉଚ୍ଚାରିତ କରିଦେଇଥିଲେ । ସେ କହିଥିଲେ ଯେ ଯେଉଁ ମନ୍ତ୍ର ଦ୍ୱାରା ଚିନ୍ତାରୁ ମୁକ୍ତି ମିଳେ, ତାହା କୌଣସି ଜଣଙ୍କ ପାଖରେ କାହିଁକି ରହିବ, ତାହା ବିଷୟରେ ସମସ୍ତ ଗରିବ ଜାଣିବା ଦରକାର । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ହୃଦୟ ଏତେ ବିଶାଳ, ଏତେ ପରୋପକାରୀ ଥିଲା ।

ଏହି କାରଣ ହେଉଛି କି ସ୍ୱାମୀ ବିବେକାନନ୍ଦ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ହୃଦୟର କଥା କହିଥିଲେ – ବଡ଼ ସହୃଦୟତାର ସହ ଦଳିତ ଲୋକଙ୍କ ପାଇଁ କାନ୍ଦୁଥିଲେ । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ନିଜ ସମୟର ପୂର୍ବ କୁ-ସଂସ୍କାରକୁ ଭାଙ୍ଗି ଦେଇଥିଲେ । ତାଙ୍କ ଚିନ୍ତାଧାରା ଅତ୍ୟନ୍ତ ଯୁଗୋପଯୋଗୀ ଥିଲା ।

ଗୋଟିଏରୁ ଅଧିକ ଅର୍ଥରେ, ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ସହସ୍ର ବର୍ଷର ଋଷି ଥିଲେ - ଯିଏ ଏକ ହଜାର ବର୍ଷ ପୂର୍ବରୁ ଦଳିତ ମାନଙ୍କର ଲୁକ୍କାୟିତ ଏବଂ ଅକୁହା ଆକାଂକ୍ଷାକୁ ଦେଖି ପାରୁଥିଲେ । ଗୋଟିଏ ଧର୍ମ ଆଧାରରେ ସମାଜିକ ଭାବେ ବହିସ୍କୃତ, ନିର୍ବାସିତ ଏବଂ ଦିବ୍ୟାଙ୍ଗମାନଙ୍କୁ ସମ୍ମିଳିତ କରିବାର ଆବଶ୍ୟକତାକୁ ସେ ଅନୁଭବ କରିଥିଲେ ।

ଗରିବମାନଙ୍କ ପାଇଁ, ଶୋଷିତ ମାନଙ୍କ ପାଇଁ, ବଂଚିତ ମାନଙ୍କ ପାଇଁ, ଦଳିତମାନଙ୍କ ପାଇଁ ସେ ସାକ୍ଷାତ ଭଗବାନ ଥିଲେ । ଗୋଟିଏ ସମୟ ଥିଲା ତିରୁଚିରାପଲ୍ଲୀରେ ଶ୍ରୀରଙ୍ଗମ ମନ୍ଦିରର ପୂରା ପ୍ରଶାସନ ଏକ ବିଶେଷ ଜାତି ପାଖରେ ହିଁ ଥିଲା । ସେଥିପାଇଁ ସେମାନେ ମନ୍ଦିରର ପୂରା ପ୍ରଶାସନିକ ବ୍ୟବସ୍ଥାକୁ ବଦଳାଇ ଦେଇଥିଲେ । ସେମାନେ ଭିନ୍ନ-ଭିନ୍ନ ଜାତିର ଲୋକଙ୍କୁ ମନ୍ଦିରର ପ୍ରଶାସନରେ ସାମିଲ କଲେ । ମହିଳାମାନଙ୍କୁ ମଧ୍ୟ କେତେକ ଦାୟିତ୍ୱ ଦିଆଗଲା । ମନ୍ଦିରକୁ ସେମାନେ ନାଗରିକ କଲ୍ୟାଣ ଏବଂ ଜନସେବାର କେନ୍ଦ୍ର କରିଥିଲେ । ସେମାନେ ମନ୍ଦିରକୁ ଏମିତି ଏକ ଅନୁଷ୍ଠାନରେ ପରିବର୍ତ୍ତିତ କରିଦେଲେ ଯେଉଁଠାରେ ଗରିବମାନଙ୍କୁ ଭୋଜନ, ଔଷଧ, ବସ୍ତ୍ର, ଆଉ ରହିବା ପାଇଁ ଜାଗା ଦିଆଯାଉଥିଲା । ଅନେକ ସୁଧାରବାଦୀ ଆଦର୍ଶ ଆଜି ମଧ୍ୟ କେତେକ ମନ୍ଦିରରେ ‘ରାମାନୁଜ-କୁଟ’ ଭାବେ ଦେଖିବାକୁ ମିଳୁଛି ।

ଏମିତି କେତେ ଉଦାହରଣ ଆପଣଙ୍କୁ ତାଙ୍କ ଜୀବନରୁ ମିଳିବ । ଜାତି ପ୍ରଥାକୁ ଆହ୍ୱାନ ଦେଇ ସେ ନିଜ ଗୁରୁ ଭାବେ ମଧ୍ୟ ଏମିତି ଜଣେ ବ୍ୟକ୍ତିଙ୍କୁ ବାଛିଲେ ଯାହାଙ୍କୁ ଜାତିପ୍ରଥା କାରଣରୁ ସେତେବେଳର ସମାଜ ଗୁରୁ ହେବାର ଯୋଗ୍ୟ ବୋଲି କେହି ମାନୁ ନ ଥିଲେ । ସେ ଆଦିବାସୀମାନଙ୍କ ପାଖରେ ପହଁଚି ତାଙ୍କୁ ସଚେତନ କରିଥିଲେ, ତାଙ୍କ ସାମାଜିକ ଜୀବନରେ ସୁଧାର ଆଣିବା ପାଇଁ କାମ କରିଥିଲେ ।

ଏଥିପାଇଁ ପ୍ରତ୍ୟେକ ଧର୍ମର ଲୋକମାନେ, ପ୍ରତ୍ୟେକ ବର୍ଗର ଲୋକମାନେ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଉପସ୍ଥିତି ଏବଂ ସନ୍ଦେଶରୁ ପ୍ରେରଣା ପାଉଥିଲେ । ମେଲକୋଟ ମନ୍ଦିରରେ ଭଗବାନଙ୍କ ଆରାଧନା କରୁଥିବା ମୁସଲିମ୍ ରାଜକୁମାରୀ ବିବି ନଚିୟାରଙ୍କ ମୂର୍ତ୍ତି ହେଉଛି ଏହାର ସାକ୍ଷୀ । ଦେଶର ବହୁତ କମ୍ ଲୋକଙ୍କୁ ଜଣାଥିବ କି ଆଜକୁ ହଜାର ବର୍ଷ ପୁର୍ବେ ଦିଲ୍ଲୀର ସୁଲତାନଙ୍କ ଝିଅ ବିବି ନଚିୟାରଙ୍କ ମୂର୍ତ୍ତି ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ହିଁ ସ୍ଥାପନ କରାଇଥିଲେ ।

ଆପଣ ଅନୁମାନ କରି ପାରୁଥିବେ କି ସେହି ସମୟରେ ସାମାଜିକ ଏକତା ଓ ସଦ୍ଭାବର କେତେ ବଡ଼ ସନ୍ଦେଶ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ନିଜର ଏହି କାର୍ଯ୍ୟ ମାଧ୍ୟମରେ ଦେଇଥିଲେ । ଆଜି ମଧ୍ୟ ବିବି ନଚିୟାରଙ୍କ ମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଉଛି । ବିବି ନଚିୟାରଙ୍କ ମୂର୍ତ୍ତି ଭଳି ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସନ୍ଦେଶ ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ ଅଟେ ।

ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୀବନ ଓ ଶିକ୍ଷାରୁ ଭାରତୀୟ ସମାଜର ଉଦାର, ବହୁଳତାବାଦୀ ଏବଂ ସହିଷ୍ଣୁ ସ୍ୱରୂପ ଆହୁରି ମଜବୁତ ହେଲା । ବାବା ସାହେବ ଭୀମରାଓ ଆମ୍ବେଦକର ମଧ୍ୟ ତାଙ୍କ ବିଷୟରେ ନିଜ ପତ୍ରିକା ବହିଷ୍କୃତ ଭାରତରେ 3 ଜୁନ, 1927 ରେ ଏକ ସଂପାଦକୀୟ ଲେଖିଥିଲେ । 90 ବର୍ଷ ପୂର୍ବେ ଲେଖା ଯାଇଥିବା ଏହି ସଂପାଦକୀୟକୁ ପଢିବା ପରେ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପ୍ରେରଣାମୟୀ ଜୀବନର କେତେ କଥା, ମନ ମନ୍ଦିରକୁ ଛୁଇଁ ଯାଉଛି ।

ବାବା ସାହେବ ଲେଖିଥିଲେ-‘ ହିନ୍ଦୁ ଧର୍ମରେ ସମାନତା ଦିଗରେ ଯଦି କେହି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି, ତ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ହିଁ କରିଛନ୍ତି । ସେ କାଂଚିପୂର୍ଣ୍ଣ ନାମରେ ଏକ ଅଣ ବ୍ରାହ୍ମଣଙ୍କୁ ନିଜ ଗୁରୁ କରିଥିଲେ । ଯେବେ ଗୁରୁଙ୍କୁ ଭୋଜନ କରାଇବା ପରେ ତାଙ୍କ ପତ୍ନୀ ଘରକୁ ଶୁଦ୍ଧ କଲେ ତ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ଏହାର ବିରୋଧ କଲେ ।’

ଜଣେ ଦଳିତ ଗୁରୁ ଘରକୁ ଆସିବା ପରେ ନିଜର ଘରର ହିଁ ଶୁଦ୍ଧି ହେଉଥିବା ଦେଖି ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ବହୁତ ଦୁଃଖୀ ମଧ୍ୟ ହେଲେ ଏବଂ ତାଙ୍କୁ ମଧ୍ୟ ବହୁତ ରାଗ ଆସିଥିଲା । ଯେଉଁ କୁ-ରୀତିକୁ ଶେଷ କରିବା ପାଇଁ ସେ ଅକ୍ଳାନ୍ତ ପରିଶ୍ରମ କରୁଥିଲେ, ତାହା ତାଙ୍କ ଘରୁ ହିଁ ଦୁର ହୋଇ ପାରି ନ ଥିଲା । ଏହା ପରେ ହିଁ ସେ ସନ୍ୟାସ ନେଇ ନେଲେ ଆଉ ପୁଣି ନିଜ ପୂରା ଜୀବନ ସମାଜର ହିତ ପାଇଁ ଲଗାଇ ଦେଲେ । ମୁଁ ପୁଣି କହିବି । ସେ କେବଳ ଉପଦେଶ ଦେଲେ ନାହିଁ ବରଂ ନିଜ କାର୍ଯ୍ୟ ଦ୍ୱାରା ସେହି ଉପଦେଶ ଗୁଡିକୁ ନେଇ ଜୀଇଁ ଦେଖାଇଲେ ।

ସେହି ସମୟରେ ସମାଜରେ ଯେଉଁଭଳି ଚିନ୍ତାଧାରା ଥିଲା, ସେଥିରେ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ମହିଳାମାନଙ୍କୁ କିଭଳି ସଶକ୍ତ କରୁଥିଲେ, ତା ବିଷୟରେ ମଧ୍ୟ ବାବା ସାହେବ ନିଜର ସଂପାଦକୀୟରେ କହିଛନ୍ତି ।

ସେ ଲେଖିଥିଲେ- ‘ତିରୁବଲ୍ଲୀରେ ଜଣେ ଦଳିତ ମହିଳାଙ୍କ ସହିତ ଏକ ଶାସ୍ତ୍ରାର୍ଥ ପରେ ସେ ସେହି ମହିଳାଙ୍କୁ କହିଲେ ଯେ ଆପଣ ମୋଠାରୁ ବହୁ ଅଧିକ ଜ୍ଞାନୀ । ଏହା ପରେ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ସେହି ମହିଳାଙ୍କୁ ଦୀକ୍ଷା ଦେଲେ ଏବଂ ତାଙ୍କର ମୂର୍ତ୍ତି ତିଆରି କରି ମନ୍ଦିରରେ ମଧ୍ୟ ସ୍ଥାପନା କରାଇଲେ । ସେ ଧର୍ନୁଦାସ ନାମକ ଜଣେ ଅସ୍ପୃଶ୍ୟଙ୍କୁ ନିଜର ଶିଷ୍ୟ କଲେ । ଏହି ଶିଷ୍ୟଙ୍କ ସାହାଯ୍ୟରେ ସେ ନଦୀରେ ସ୍ନାନ କରିବା ପରେ ଫେରୁଥିଲେ ।’

ବିନମ୍ରତା ଏବଂ ବିଦ୍ରୋହୀ ପ୍ରବୃତିର ଏ ଏକ ଅଦ୍ଭୁତ ସମନ୍ୱୟ ଥିଲା । ଯେଉଁ ବ୍ୟକ୍ତିର ଘରେ ଦଳିତ ଗୁରୁ ପ୍ରବେଶ କଲା ପରେ ତାକୁ ଶୁଦ୍ଧ କରାଯାଇଥିବ, ସେ ବ୍ୟକ୍ତି ନଦୀରେ ସ୍ନାନ କଲା ପରେ ଜଣେ ଦଳିତର ସାହାରା ନେଇ ମନ୍ଦିର ପର୍ଯ୍ୟନ୍ତ ଯାଉଥିଲେ । ଯେଉଁ ସମୟରେ ଦଳିତ ମହିଳାମାନଙ୍କୁ ମୁକ୍ତ ଭାବରେ କହିବାର ମଧ୍ୟ ସ୍ୱତନ୍ତ୍ରତା ନାହିଁ, ସେ ସମୟରେ ସେ ଏକ ଦଳିତ ମହିଳାଙ୍କଠାରୁ ଶାସ୍ତ୍ରାର୍ଥରେ ହାରିବା ପରେ ମନ୍ଦିରରେ ତାଙ୍କର ମୂର୍ତ୍ତି ମଧ୍ୟ ସ୍ଥାପନ କରାଇଲେ ।

ବାବା ସାହେବ ଏଥିପାଇଁ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ । ଯେଉଁ ଲୋକ ବାବା ସାହେବଙ୍କୁ ପଢୁଥିବେ, ସେ ଜାଣି ପାରିବେ ଯେ ତାଙ୍କ ବିଚାର ଏବଂ ଜୀବନ ଉପରେ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କର କେତେ ବଡ଼ ପ୍ରଭାବ ଥିଲା ।

ମତେ ଲାଗୁଛି ଯେ ଏଭଳି ବ୍ୟକ୍ତି କମ୍ ଥିବେ ଯାହାଙ୍କ ଜୀବନର ପ୍ରେରଣାର ବିସ୍ତାର ଏକ ହଜାର ବର୍ଷ ପର୍ଯ୍ୟନ୍ତ ଏଭଳି ଅଲଗା ଅଲଗା ସମୟ କ୍ରମରେ ହୋଇଅଛି । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ବିଚାର ଦ୍ୱାରା ପ୍ରଭାବିତ ହୋଇ ଏକ ହଜାର ବର୍ଷର ଏହି ଦୀର୍ଘ ସମୟରେ କେତେ ସାମାଜିକ ଆନ୍ଦୋଳନ ଜନ୍ମ ନେଇଛି । ତାଙ୍କ ସରଳ ସନ୍ଦେଶ ଗୁଡିକ ହିଁ ଭକ୍ତି ଆନ୍ଦୋଳନର ସ୍ୱରୂପ ନିର୍ଣ୍ଣୟ କଲା ।

ମହାରାଷ୍ଟ୍ରରେ ବାରକରୀ ସଂପ୍ରଦାୟ, ରାଜସ୍ଥାନ ଏବଂ ଗୁଜୁରାଟରେ ବଲ୍ଲଭ ସଂପ୍ରଦାୟ, ମଧ୍ୟଭାରତ ଏବଂ ବଙ୍ଗଳାରେ ଚୈତନ୍ୟ ସଂପ୍ରଦାୟ ଏବଂ ଆସାମରେ ଶଙ୍କର ଦେବ ତାଙ୍କ ବିଚାରଧାରା ଗୁଡିକୁ ଜନ-ଜନଙ୍କ ପାଖରେ ପହଂଚାଇଲେ ।

ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ବାଣୀ ଦ୍ୱାରା ପ୍ରଭାବିତ ହୋଇ ଗୁଜୁରାଟୀ ଆଦି କବି ଏବଂ ସନ୍ଥ ନରସୀ ମେହେଟ୍ଟା କହୁଥିଲେ- ବୈଷ୍ଣବ ଜନ ତୋ ତେନେ କହିଏ, ଜେ ପୀର ପରାଇ ଜାଣେ ରେ!!! ଗରୀବର କଷ୍ଟ ବୁଝିବାର ଏହି ଭାବ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କର ହିଁ ଅବଦାନ ।

ଏହି ଏକ ହଜାର ବର୍ଷରେ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସନ୍ଦେଶଗୁଡ଼ିକ ଦେଶର ଲକ୍ଷ-ଲକ୍ଷ କୋଟି-କୋଟି ଲୋକଙ୍କୁ ସାମାଜିକ ଏକତା, ସାମାଜିକ ଦାୟିତ୍ୱବୋଧର ଅନୁଭବ କରାଇଛି । ସେ ଆମକୁ ବୁଝାଇଛନ୍ତି ଯେ କଠୋରପନ୍ଥୀ ଏବଂ କର୍ମକାଣ୍ଡରେ ବୁଡ଼ି ରହିବାକୁ ହିଁ ଧର୍ମ ମାନିବା କାପୁରୁଷ, ଅଜ୍ଞାନୀ, ଅନ୍ଧବିଶ୍ୱାସୀ ଓ ତର୍କହୀନଙ୍କ ରାସ୍ତା । ଏଣୁ ସେହି ପ୍ରତ୍ୟେକ ବ୍ୟକ୍ତି ଯିଏ ଜାତି ଭେଦ, ବିଷମତା ଏବଂ ହିଂସା ବିରୁଦ୍ଧରେ ଠିଆ ହୁଅନ୍ତି ସେ ଗୁରୁ ନାନକ ହୋଇ ଯାଆନ୍ତି, କବୀର ହୋଇ ଯାଆନ୍ତି ।

ଯିଏ ସମୟର କସଟିରେ ସଠିକ୍ ବିବେଚିତ ହୁଅନ୍ତି ନାହିଁ, ସେ କେତେ ବି ପ୍ରାଚୀନ ହୁଅନ୍ତୁ ନା କାହିଁକି, ସେଥିରେ ସୁଧାର ଆଣିବା ହିଁ ହେଉଛି ଆମ ସଂସ୍କୃତି । ଏଣୁ ସମୟ-ସମୟରେ ଆମ ଦେଶରେ ଏଭଳି ମହାନ ଆତ୍ମାମାନେ ସାମ୍ନାକୁ ଆସିଛନ୍ତି ଯିଏ ନିଜର ବ୍ୟକ୍ତିଗତ ପ୍ରତିଷ୍ଠାକୁ ବାଜି ଲଗାଇ, ବିଷପାନ କରି, ସବୁ ପ୍ରକାରର ଦାୟିତ୍ୱ ଉଠାଇ, ସମାଜକୁ ସୁଧାରିବା ପାଇଁ କାମ କରିଛନ୍ତି । ହଜାର ହଜାର ବର୍ଷରୁ ଚାଲି ଆସୁଥିବା କୁ-ପ୍ରଥାଗୁଡ଼ିକୁ ଶେଷ କରିବାର ପ୍ରୟାସ କରିଛନ୍ତି । ସମାଜରେ ପରିବର୍ତ୍ତନ ପାଇଁ, ଭାରତର ଚେତନାକୁ ବଂଚାଇବା ପାଇଁ, ତାକୁ ଜାଗ୍ରତ କରିବା ପାଇଁ ମଧ୍ୟ କାମ କରିଛନ୍ତି । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଭଳି ଋଷିଙ୍କ ତପସ୍ୟା ହେଉଛି, ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏବଂ ଅବିରତ ଚାଲୁଥିବା ସାମାଜିକ ଜାଗରଣର ପୂଣ୍ୟ ପ୍ରବାହ ।

ଆମ ରୀତିନୀତି, ପରମ୍ପରା, ଚିନ୍ତାଧାରା ସମୟ ଅନୁକୂଳ । ଏହି କାରଣରୁ ଆମ ସମାଜ ଯୁଗ ଯୁଗ ଧରି ସତତ ଉଦ୍ଧ୍ୱର୍ଗାମୀ ହୋଇ ରହିଛି । ଏହା ହେଉଛି ସେହି ଅମରତ୍ୱ ଯାହା ଦ୍ୱାରା ଆମ ସଂସ୍କୃତି ସର୍ବ ପୁରାତନ ହୋଇଥିବା ସତ୍ୱେ ନିତ୍ୟ ନୂତନ ହୋଇ ରହିଛି । ଦୁନିଆର ନକ୍ସା ବଦଳି ଯାଇଛି, ବଡ଼ ବଡ଼ ଦେଶ ଶେଷ ହୋଇଗଲେ, କିନ୍ତୁ ଆମ ଭାରତ, ଆମ ହିନ୍ଦୁସ୍ଥାନ, ସମସ୍ତଙ୍କ ସହିତ - ସମସ୍ତଙ୍କ ବିକାଶ ଏହି ମନ୍ତ୍ର ସହିତ ଆଗକୁ ବଢୁଅଛି ।

ଆଜି ମୁଁ ଖୁସୀ ଯେ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜନ୍ମ ସହସ୍ରାବ୍ଦୀ ବର୍ଷରେ କେତେକ ସଂସ୍ଥା ମିଶି ତାଙ୍କର ଶିକ୍ଷା ଏବଂ ସନ୍ଦେଶକୁ ପ୍ରତିଟି ଘରେ ପହଂଚାଉଛି । ମୋର ବିଶ୍ୱାସ ଯେ ଏହି ଶିକ୍ଷା ଏବଂ ସନ୍ଦେଶଗୁଡ଼ିକୁ ଦେଶର ବର୍ତ୍ତମାନ ସହିତ ମଧ୍ୟ ଯୋଡା ଯାଉଥିବ ।

ଆପଣମାନେ ସମସ୍ତେ ଅବଗତ ଯେ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ଗରୀବ ମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ସାମାଜିକ ଦାୟିତ୍ୱବୋଧ ସହିତ ଯୋଡୁଥିଲେ । ଉଦାହରଣ ସ୍ୱରୂପ, ମେଲମୋଟ ପାଖରେ ଥୋଣ୍ଡାନୁରରେ 200 ଏକର ପରିମିତ ଜାଗାରେ ଏକ କୃତ୍ରିମ ହ୍ରଦ ତାଙ୍କୁ ମିଳିଥିଲା । ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କ୍ଷେତ୍ରରେ ଏହି ହ୍ରଦ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପାଇଁ ଏକ ଜୀବନ୍ତ ଉଦାହରଣ । ଏପରିକି ବର୍ତ୍ତମାନ ମଧ୍ୟ ଏହା 70 ରୁ ଅଧିକ ଗାଁର ପାନୀୟ ଜଳ ଏବଂ ଜଳସେଚନ ଆବଶ୍ୟକତା ପୂରଣ କରୁଛି ।

ଆଜି ଯେତେବେଳେ ଚାରିଆଡେ ପାଣିକୁ ନେଇ ଏତେ ଚିନ୍ତା ହେଉଛି, ସେତେବେଳେ ଏକ ହଜାର ବର୍ଷ ପୂର୍ବେ ତିଆରି କରାଯାଇଥିବା ଏହି ହ୍ରଦ ଏଇ କଥାର ଉତ୍ତର ଦେଉଛି କି, ଜଳ ସଂରକ୍ଷଣର ଆବଶ୍ୟକତା ଅଛି । ଏକ ହଜାର ବର୍ଷରେ କେଜାଣି କାହିଁକି କେତେ ପିଢୀଙ୍କୁ ଏହି ହ୍ରଦରୁ ଆଶୀର୍ବାଦ ମିଳିଛି, ଜୀବନ ମିଳିଛି । ଏହି ହ୍ରଦ ଏଇ କଥାର ମଧ୍ୟ ପ୍ରମାଣ ଯେ ଜଳ ସଂରକ୍ଷଣକୁ ନେଇ ଆମେ ଆଜି ଯେଉଁ ପ୍ରସ୍ତୁତି କରୁଛେ, ତାହାର ସୁଫଳ ଆଗାମୀ ଶହ-ଶହ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ମିଳିଥାଏ । ଏଥିପାଇଁ ଆଜି ନଦୀଗୁଡିକର ସଫାଇ, ହ୍ରଦର ସଫାଇ, ଲକ୍ଷ- ଲକ୍ଷ ପୋଖରୀ ଖୋଳିବା, ହେଉଛି ବର୍ତ୍ତମାନ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତିର ଏକ ଅଂଶ ।

ଏହି ହ୍ରଦ ବିଷୟରେ ଚର୍ଚ୍ଚା କରିବା ସହିତ ମୁଁ ଆପଣ ସମସ୍ତଙ୍କୁ ଏହି ଅନୁରୋଧ କରିବି କି ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଂଚାଇବା ସମୟରେ, ଜଳ ସଂରକ୍ଷଣ କୁ ନେଇ ଆଜି କ’ଣ କିଛି କରାଯାଇ ପାରିବ, ସେ ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରନ୍ତୁ । ଏଠାରେ ଉପସ୍ଥିତ ଥିବା ବିଭିନ୍ନ ଅନୁଷ୍ଠାନର ନେତୃବୃନ୍ଦଙ୍କୁ ମୁଁ ଅନୁରୋଧ କରିବାକୁ ଚାହେଁ । 2022 ରେ ଭାରତ ଯେତେବେଳେ ସ୍ୱାଧୀନତାର 75 ବର୍ଷରେ ପ୍ରବେଶ କରିବାକୁ ଯାଉଛି, ଆମେ ସମସ୍ତେ ପ୍ରତିବନ୍ଧକ ଓ ଦୋଷ ତ୍ରୁଟି ଯାହା ଆମକୁ ପଛକୁ ଟାଣି ନେଇଛି ତାକୁ ଦୂର କରିବା ଦିଗରେ କାମ କରୁଛୁ । ଆପଣ ମଧ୍ୟ ନିଜେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ ଯାହା ପ୍ରତ୍ୟକ୍ଷ ଦୃଶ୍ୟମାନ ହେବ ଓ ତାକୁ ମପାଯାଇ ପାରିବ ।

ଆପଣ ସ୍ଥିର କରିବେ କି ଦଶ ହଜାର ଗାଁ ପର୍ଯ୍ୟନ୍ତ ଯିବେ, କିମ୍ବା 50 ହଜାର ଗାଁ ପର୍ଯ୍ୟନ୍ତ ଯିବେ ।

ମୋର ଅନୁରୋଧ ହେଉଛି କି ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ରାଷ୍ଟ୍ରଧର୍ମର ଚେତନା ଜାଗ୍ରତ କରିବା ଭଳି ବାଣୀ ସହିତ ବର୍ତ୍ତମାନର ଆହ୍ୱାନକୁ ଧ୍ୟାନରେ ରଖି ମାନବ କଲ୍ୟାଣ, ନାରୀ କଲ୍ୟାଣ, ଗରିବ କଲ୍ୟାଣ ବିଷୟରେ ମଧ୍ୟ ଲୋକଙ୍କୁ ଆହୁରି ସଚେତନ କରାଯାଉ ।

ଏହି ଶବ୍ଦ ସହିତ ମୁଁ ମୋ କଥା ଶେଷ କରୁଛି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି କି ଆପଣ ମତେ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଉପରେ ସ୍ମାରକ ଡାକ ଟିକଟ ଉନ୍ମୋଚନ କରିବାର ସୁଯୋଗ ଦେଲେ ।

ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ!!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the qualities of an ideal teacher
June 01, 2026

The Prime Minister, Shri Narendra Modi, said that some people are highly skilled at performing a task themselves, while others are particularly adept at imparting that knowledge or skill to others. He noted that a person who possesses both these qualities-self-mastery and the ability to teach others-deserves to be regarded among the finest of teachers.

The Prime Minister shared a Sanskrit Subhashitam-

“श्लिष्टा क्रिया कस्यचिदात्मसंस्था सङ्क्रान्तिरन्यस्य विशेषयुक्ता।

यस्योभयं साधु स शिक्षकाणां धुरि प्रतिष्ठापयितव्य एव।। ”

The Subhashitam conveys that while some excel in practice and others in teaching, the one who combines both mastery of a subject and the ability to effectively impart it to others is worthy of being placed in the foremost rank of teachers.

The Prime Minister wrote on X;

“श्लिष्टा क्रिया कस्यचिदात्मसंस्था सङ्क्रान्तिरन्यस्य विशेषयुक्ता।

यस्योभयं साधु स शिक्षकाणां धुरि प्रतिष्ठापयितव्य एव।।”